﻿
କର୍ଣ୍ଣଦେବ
03-08-12
Oriya
<ଓଡିଶା ପଞ୍ଚାଯତ ସମିତି ( ନିର୍ବାଚନପରିଚାଳନା ) ନିଯମାବଳୀ , 1970

ଏସ.ଆର.ଓ. ନଂ 932।70 - ଓଡିଶା ପଞ୍ଚାଯତ ସମିତି ଆଇନ୍୍ ,
1959 ର ଧାରା 57 ସ୍ଥ ପ୍ରଦତ୍ତ କ୍ଷମତାବଳରେ , ଏବଂ ଓଡିଶା ପଞ୍ଚାଯତ ସମିତି
ଓ ଜିଲ୍ଲାପରିଷଦ ( ନିର୍ବାଚନ ପରିଚାଳନା ) ନିଯମାବଳୀ , 1966 ର ଉଲ୍ଲଘନ
ହେତୁ , ରାଜ୍ଯସରକାର ପଞ୍ଚାଯତ ସମିତି ନିର୍ବାଚନ ସମ୍ପର୍କରେ ନିମ୍ନୋକ୍ତ
ନିଯମାବଳୀ ପ୍ରଣଯନ କରିଛନ୍ତି ।

ନିଯମ 1 । ସଂକ୍ଷିପ୍ତ ନାମ : - ଏହି ନିଯମାବଳୀ ଓଡିଶା ପଞ୍ଚାଯତ ସମିତି
( ନିର୍ବାଚନ ପରିଚାଳନା ) ନିଯମାବଳୀ , 1970 ନାମରେ କଥିତ
ହେବ ।

ନିଯମ 2 । ସଂଜ୍ଞା : - ପ୍ରସଙ୍ଗ ଅନ୍ଯଥା ଆବଶ୍ଯକ ନ ହେଲେ , ଏହି
ନିଯମାବଳୀରେ -

( କ ) ` ଆଇନ ' କହିଲେ ଓଡିଶା ପଞ୍ଚାଯତ ସମିତି ଆଇନ୍୍ , 1959 କୁ
ବୁଝାଇବ ।

( ଖ ) ` ଭୋଟବାକ୍୍ସ ' କହିଲେ କୌଣସି ପ୍ରକାର ବାକ୍୍ସ , ବ୍ଯାଗ କିମ୍ବା ଅନ୍ଯ
କୌଣସି ପ୍ରକାର ଆଧାର ବା ପାତ୍ର ୟହିଁରେ ଭୋଟ କାଗଜମାନ
ଭୋଟ କେନ୍ଦ୍ରରେ ଭୋଟ ଗ୍ରହଣ ସମଯ ମଧ୍ଧରେ ନିକ୍ଷେପ କରାୟାଏ
ତାହାକୁ ବୁଝାଇବ ।

( ଗ ) ` ବ୍ଳକ୍୍ ଉନ୍ନଯନ ଅଧିକାରୀ ' କହିଲେ 1959 ମସିହା
ପଞ୍ଚାଯତ ସମିତି ଆଇନ୍୍ର ଧାରା 15 କ ଅନୁୟାଯୀ ଏକ ବ୍ଳକପାଇଁ
ନିୟୁକ୍ତ ଅଫିସରଙ୍କୁ ବୁଝାଇବ ।

( ଘ ) ` ପୂର୍ଣ୍ଣ ଦିବସ ' କହିଲେ ଏଥିମଧ୍ଧରେ ରବିବାର
ଏବଂ ଛୁଟି ଦିନମାନ ଅନ୍ତର୍ଭୁକ୍ତ ହେବ , କିନ୍ତୁ ମିଟିଂ ବସିଥିବା ଦିନକୁ
ଏହି ନୋଟିସ ଇସୁ ହୋଇଥିବା ଦିନକୁ ବାଦ ଦିଆୟିବ ।

( ଙ ) ` ଫର୍ମ ' କହିଲେ ଏହି ନିଯମାବଳୀସ୍ଥ ତଫସିଲ ବର୍ଣ୍ଣିତ ଫର୍ମକୁ
ବୁଝାଇବ ।

( ଚ ) ` ନିର୍ବାଚନ ଅଧିକାରୀ ' କହିଲେ ଜିଲ୍ଲା
କଲେକ୍ଟର କିମ୍ବା ଅନ୍ଯ କୌଣସି ଗେଜେଟେଡ୍୍ ଅଫିସର ୟେ କି
କଲେତ୍ଟରଙ୍କର , ସାଧାରଣ କିମ୍ବା ସ୍ବତନ୍ତ୍ର ନିର୍ଦ୍ଦେଶ ବଳରେ ନିର୍ବାଚନ
ଅଫିସରଙ୍କର ସମସ୍ତ କିମ୍ବା କୌଣସି କ୍ଷମତା ପ୍ରଯୋଗ କରିବାକୁ
ଏହି ନିଯମାବଳୀ ଅନୁୟାଯୀ କ୍ଷମତାପ୍ରାପ୍ତ , ତାହାକୁ ବୁଝାଇବ
ଏବଂ ଆଇନ ( ପଞ୍ଚାଯତ ସମିତି ଆଇନ୍୍ , 1959 ) ର ଧାରା 19 ର
ଉପଧାରା ( 5 ) ଅନୁୟାଯୀ କଲେକ୍ଟରଙ୍କ ଦ୍ବାରା କ୍ଷମତାପ୍ରାପ୍ତ କୌଣସି
ଗେଜେଟେଡ୍୍ ଅଫିସର ଏଥିମଧ୍ଧରେ ମଧ୍ଧ ଅନ୍ତର୍ଭୁକ୍ତ ହେବେ ।

( ଛ ) ` ଅଧିଷ୍ଟାତା ' କହିଲେ , ଏକ ପଞ୍ଚାଯତ
ସମିତିର ଏକ କିମ୍ବା ତତୋଧିକ ଭୋଟ ଗ୍ରହଣ କେନ୍ଦ୍ରରେ ନିର୍ବାଚନ
ପରିଚାଳନାରେ ଅଧ୍ଧକ୍ଷତା କରିବାପାଇଁ ନିର୍ବାଚନ ଅଫିସରଙ୍କଦ୍ବାରା
ନିୟୁକ୍ତ ବ୍ଯକ୍ତିଙ୍କୁ ବୁଝାଇବ ।

( ଜ ) ` ନିର୍ବାଚନ ପ୍ରଧିକାରିକ ' କହିଲେ ଏକ
କିମ୍ବା ତତୋଧିକ ଭୋଟ ଦାନ କେନ୍ଦ୍ରରେ ନିର୍ବାଚନ ପରିଚାଳନା
ଉଦ୍ଦେଶ୍ଯରେ ନିର୍ବାଚନ ଅଫିସରଙ୍କୁ କିମ୍ବା ପ୍ରିଜାଇଡ଼ିଂ ଅଫିସରଙ୍କୁ
ସାହାୟ୍ଯ କରିବାପାଇଁ ନିର୍ବାଚନ ଅଫିସରଙ୍କଦ୍ବାରା ନିୟୁକ୍ତ ବ୍ଯକ୍ତିଙ୍କୁ
ବୁଝାଇବ ।

( ଝ ) ` ନିର୍ବାଚନ-କାର୍ୟ୍ଯୀ ' କହିଲେ ଏକ କିମ୍ବା
ତତୋଧିକ ଭୋଟ ଗ୍ରହଣ କେନ୍ଦ୍ରରେ କିମ୍ବା ଭାଟ ଗଣତି ପ୍ରାର୍ଥୀଙ୍କ ଦ୍ବାରା
ତାଙ୍କ ତରଫରୁ ପ୍ରତିନିଧିତ୍ବ କରିବାପାଇଁ ୟୁକ୍ତିୟୁକ୍ତ ଭାବେ କ୍ଷମତାପ୍ରାପ୍ତ
ବ୍ଯକ୍ତିଙ୍କୁ ବୁଝାଇବ । //
ଭୋଟ ଗ୍ରହଣର ଠିକ୍୍ ପ୍ରାରମ୍ଭରେ ପ୍ରିଜାଇଡିଂ ଅଫିସର ଉପସ୍ଥିତ
ଥିବା ପାର୍ଥୀ ଓ ସେମାନଙ୍କର ପୋଲିଂ ଏଜେଣ୍ଟଙ୍କ ସମ୍ମୁଖରେ
ଭୋଟ ବାକ୍୍ସଟିକୁ ପ୍ରଦର୍ଶନ କରି ଦର୍ଶାଇବେ ୟେ ଭୋଟ ବାକ୍୍ସଟି
ଖାଲି ଅଛି ଏବଂ ଏଥିରେ ତାଲା ପଡିଛି ଅଥବା ଏହା ଅନ୍ଯ କୌଣସି
ପ୍ରକାରେ ଏପରି ସୁରକ୍ଷିତ ୟେ କେବଳ ଭୋଟ କାଗଜ ଏହା ମଧ୍ଧକୁ
ପ୍ରବେଶ କରାୟାଇ ପାରିବ , କିନ୍ତୁ ଭୋଟ ବାକ୍୍ସଟିକୁ ନ ଭାଙ୍ଗିଲେ
ଅଥବା ଅନ୍ଯ କୌଣସି ପ୍ରକାରେ ଏହାକୁ ନଷ୍ଟ ନକଲେ ଭୋଟ
କାଗଜ ଏହା ମଧ୍ଧରୁ ବାହାରି ଆସି ପାରିବ ନାହିଁ ।

ନିଯମ 28 । ତାପରେ ନିର୍ଦ୍ଧାରିତ ସମଯରେ ଭୋଟ ଗ୍ରହଣ କାର୍ୟ୍ଯ ଆରମ୍ଭ ହେବ ।
ଭୋଟରମାନେ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ଭୋଟ ଦେବାପାଇଁ
ପହଞ୍ଚିବା ମାତ୍ରେ ପ୍ରିଜାଇଡିଂ ଅଫିସର ସେପରି ଭୋଟରଙ୍କର ଭୋଟ
ଦେବାର ୟୋଗ୍ଯତା ସମ୍ପର୍କରେ ତାଙ୍କୁ ନିର୍ବାଚନ ଅଫିସରଙ୍କ ଦ୍ବାରା
ଗ୍ରାମ ପଞ୍ଚାଯତର ବିଧିବଦ୍ଧ ନିର୍ବାଚିତ ମେମ୍ବରମାନଙ୍କର ତାଲିକାର
କାର୍ୟ୍ଯକାରୀ ନକଲ ସହ ମେଳ କରିବେ ଏବଂ ଭୋଟର ଜଣଙ୍କୁ
ପଞ୍ଚାଯତ ସମିତି ନିର୍ବାଚନ ପାଇଁ ତାଙ୍କ ଦ୍ବାରା ଉପୟୁକ୍ତ ଭାବେ
ସ୍ବାକ୍ଷରିତ ଓ ତାଙ୍କର ମୋହର ଲାଗିଥିବା କିମ୍ବା ତାଙ୍କର ଉଭଯ
ସ୍ବାକ୍ଷର ଓ ମୋହର ୟୁକ୍ତ ଭୋଟ କାଗଜ ଖଣ୍ଡିକ ଦେବେ ।
ପ୍ରିଜାଇଡିଂ ଅଫିସର , କିପରି ଚିହ୍ନ ଦିଆ ୟିବ ସେ ସମ୍ପର୍କୀଯ
ପଦ୍ଧତି ପ୍ରତ୍ଯେକ ଭୋଟରଙ୍କୁ ବୁଝାଇବେ । ତାପରେ ଭୋଟର ଜଣକ
ଭୋଟ କାଗଜ ଧରି ଭୋଟ ଚିହ୍ନ ମାରିବା ଉହାଡ ସ୍ଥାନକୁ ୟିବେ
ଏବଂ ୟାହାକୁ ବୋଟ ଦେବାକୁ ସ୍ଥିର କରିବେ ଭୋଟ କାଗଜରେ
ତାଙ୍କର ଚିହ୍ନ ଉପରେ 3 ଯ ଧାଡିରେ , ଏଥି ନିମନ୍ତେ ୟୋଗାଇ
ଦିଆ ୟାଇଥିବା ଛକି ଚିହ୍ନ ୟୁକ୍ତ ଷ୍ଟାମ୍ପରେ ଗୋପନରେ
ମୋହର ମାରିବେ । ମୋହର ମାରି ସାରିବା ପରେ ଭୋଟର
ଜଣକ ଭୋଟ କାଗଜକୁ ଭିତରପଟୁ ଏପରି ଭାଙ୍ଗିବେ ୟାହାଦ୍ବାରା
ଭୋଟ ଦାନର ଗୋପନୀଯତା କ୍ଷୁର୍ଣ୍ଣ ହେବନାହିଁ ଓ ତତ୍ପରେ ଭୋଟ
କାଗଜଟିକୁ ଏଥି ସକାଶେ ଉଦ୍ଦିଷ୍ଟଥିବା ଭୋଟ ବାକ୍୍ସରେ ଗଳାଇ
ଦେବେ । ଅଲୁବିଧାର ସମ୍ମୁଖୀନ ହେଲେ ଭୋଟର ପ୍ରଜାଇଡିଂ
ଅଫିସରଙ୍କ ନିକଟକୁ ୟିବେ , ୟେ କି ତାଙ୍କୁ ଭୋଟବାକ୍୍ସରେ ଭୋଟ
କାଗଜ ପ୍ରବେଶ କରାଇବାରେ ସାହାୟ୍ଯ କରିବେ ।

ନିଯମ 29 । ଭୋଟକାଗଜ ଭୋଟରଙ୍କୁ ହସ୍ତାନ୍ତର କରିସାରିବା ପରେ , ପ୍ରିଜାଇଡିଂ
ଅଫିସର ସଂପୃକ୍ତ ଭୋଟରଙ୍କର ନାମ ସପକ୍ଷରେ ନିର୍ବାଚନ
ଅଫିସରଙ୍କ ଦ୍ବାରା ୟୋଗାଇ ଦିଆ ୟାଇଥିବା ଗ୍ରାମପଞ୍ଚାଯତର ବିଧିବଦ୍ଧ
ନିର୍ବାଚନ ମେମ୍ବରମାନଙ୍କର କାର୍ୟ୍ଯକାରୀ ତାଲିକାରେ ଟିକ୍୍
ଚିହ୍ନ ହେବେ ।

ନିଯମ 30 । ( 1 ) ପ୍ରତ୍ଯେକ ଗ୍ରାମପଞ୍ଚାଯତର ମେମ୍ବର ନିଜେ ଆସି ଭୋଟ ଦେବେ
ଏବଂ ତାଙ୍କ ତରଫରୁ କେହି ପ୍ରତିନିଧିତ୍ବ କରି ପାରିବେନାହିଁ ।

( 2 ) ମେମ୍ବର ଜଣକ ନିରକ୍ଷର ଅଥବା ଶାରିରୀକ ଅସମର୍ଥ ହୋଇ
ଥିଲେ , ସେଭଳି ମେମ୍ବରଙ୍କ ଅନୁରୋଧ କ୍ରମେ ପ୍ରିଜାଇଡିଂ
ଅଫିସର ତାଙ୍କୁ ଭୋଟ ଚିହ୍ନ ଦେବା ସ୍ଥାନକୁ ନେବେ , ତାଙ୍କର
କାହାକୁ ଭୋଟ ଦେବା ମତ ତାହା ଜାଣି , ଭୋଟ କାଗଜରେ
ତଦନୁୟାଯୀ ମୋହର ମାରିବେ , ଭୋଟ କାଗଜଟିକୁ ଭୋଟ
ଦାନର ଗୋପନୀଯତା କ୍ଷୁର୍ଣ୍ଣ ନହେଲା ଭଳି ଭାଙ୍ଗିବେ ଓ
ଏହାକୁ ଭୋଟ ବାକ୍୍ସରେ ପ୍ରବେଶ କରାଇବେ ।

ନିଯମ 31 । ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ କିମ୍ବା ତାଙ୍କର କ୍ଷମତାପ୍ରାପ୍ତ ପୋଲିଂ
ଏଜେଣ୍ଟ କଲେକ୍ଟରଙ୍କ ଦ୍ବାରା ପ୍ରଦତ୍ତ ଗ୍ରାମପଞ୍ଚାଯତର ବିଧିବଦ୍ଧ
ନିର୍ବାଚିତ ମେମ୍ବରମାନଙ୍କ ତାଲିକାର ଏଣ୍ଟ୍ରିକୁ ଭିତ୍ତି କରି , ଭୋଟ
ଦେବାକୁ ଆସିଥିବା ଭୋଟର ଜଣକ ଉକ୍ତ ତାଲିକା ଅନୁୟାଯୀ
ଭୋଟ ଦେବା ପାଇଁ , ସେପରି ବ୍ଯକ୍ତି ନୁହଁନ୍ତି ବୋଲି ପ୍ରିଜାଇଡିଂ
ଅଫିସରଙ୍କ ସମ୍ମୁଖରେ ଆପତ୍ତି କରିପାରିବେ । ପ୍ରତ୍ଯେକ ଆପତ୍ତି
ପାଇଁ ପ୍ରିଜାଇଡିଂ ଅଫିସରଙ୍କ ନିକଟରେ ଦୁଇ ଟଙ୍କା ଫିସ୍୍ ଜମା
ଦେବାକୁ ହେବ । ପ୍ରିଜାଇଡିଂ ଅଫିସର ଆପତ୍ତିର ତୁରନ୍ତ
ବିଚାର କରିବ ଏବଂ ତାହାଙ୍କ ନିଷ୍ପତ୍ତି ଚୁଡାନ୍ତ ବୋଲି ବିବେଚିତ
ହେବ । ଆପତ୍ତି ନାମଞ୍ଜୁର ହେଲେ , ଜମା ଦିଆୟାଇଥିବା ଫିସ୍୍କୁ
ବାଜ୍ଯାପ୍ତି କରାୟିବ । ଆପତ୍ତି ମଞ୍ଜୁର ହେଲେ , ୟେଉଁ ବ୍ଯକ୍ତି
ଫିସ୍୍ ଦେଇଥିବେ , ତାହା ତାହ ତାଙ୍କୁ ଫେରସ୍ତ ଦିଆୟିବ । //
ନିର୍ବାଚନନ ଅଫିସର ନିମ୍ନଲିଖିତ
ଏକ କିମ୍ବା ଏକାଧିକ କାରଣମାନଙ୍କୁ ଭିତ୍ତିକରି କୌଣସି
ମନୋନଯନ ପତ୍ରକୁ ରଦ୍ଦ କରିପାରନ୍ତି - ( 1 ) ୟଦି ପ୍ରାର୍ଥୀ
ପଞ୍ଚାଯତ ସମିତି ଆଇନ୍୍ର ଧାରା 45 ରେ ନିର୍ଦ୍ଧିଷ୍ଟଥିବା
ଅୟୋଗ୍ଯତାମାନଙ୍କୁ ଭିତ୍ତିକରି ଅୟୋଗ୍ଯ ବିବେଚିତ ହେଉଥିବେ ;
( 2 ) ୟଦି ପ୍ରସ୍ତାବିତ ବା ସମର୍ଥକ ପଞ୍ଚାଯତ ସମିତି ଆଇନ୍୍
ଧାରା 16 ର ଉପଧାରା ( 1 ) ରେ ଉଲ୍ଲେଖଥିବା ପ୍ରକାରେ
ପଞ୍ଚାଯତ ସମିତିର ଭୋଟପ୍ରଦାନକାରୀ ସଦସ୍ଯ ନୁହଁନ୍ତି ।

ୟଦି ପଞ୍ଚାଯତ ସମିତିର ମହିଳା ସଦସ୍ଯ ପଦଲାଗି କିମ୍ବା
ତଫସିଲଭୁକ୍ତ ଜାତି ବା ତଫସିଲଭୁକ୍ତ ଗୋଷ୍ଠୀର ସଦସ୍ଯ
ପଦଲାଗି କରାୟାଇତିବା ସମସ୍ତ ପ୍ରାର୍ଥୀପତ୍ର ରଦ୍ଦ ହୁଏ , ତେବେ
ୟେଉଁ ତାରିଖରେ ସେପରି ମନୋନଯନପତ୍ର ଦାଖଲ ନ କରା~
ଗଲା ସେହି ତାରିଖଠାରୁ କିମ୍ବା ୟେଉଁ ତାରିଖରେ ସେପରି
ମନୋନଯନପତ୍ର ରଦ୍ଦ ହେଲା , ସେହି ତାରିଖଠାରୁ ଦୁଇମାସ
ମଧ୍ଧରେ ସାନି ନିର୍ବାଚନ ଅନୁଷ୍ଠିତ କରାଇବାପାଇଁ ନିଯମ 41
ଅନୁୟାଯୀ ବିଜ୍ଞାପନ ପ୍ରକାଶ କରାୟିବ । ୟଦି ଦ୍ବିତୀଯଥର ପାଇଁ
ନିର୍ବାଚନ ଅନୁଷ୍ଠିତ ହୋଇନପାରେ , ତେବେ ନିର୍ବାଚନ
ଅଫିସର ଜିଲ୍ଲା କଲେକ୍ଟରଙ୍କ ଜରିଆରେ ରାଜ୍ଯସରକାରଙ୍କୁ
ସେ ସମ୍ପର୍କରେ ରିପୋର୍ଟ କରିବା ସଙ୍ଗେ ସଙ୍ଗେ ଶୂନ୍ଯସ୍ଥାନ
ପୂରଣପାଇଁ ପଞ୍ଚାଯତ ସମିତି ଆଇନ୍୍ର ଧାରା 45 ଗ ଅନୁୟାଯୀ
ସଦସ୍ଯ ମନୋନଯନ କରିବାକୁ ଜଣାଇବେ ।

ଉଲ୍ଲେଖ ଥାଉକି , ଜନୈକ ପ୍ରାର୍ଥୀଙ୍କର ମନୋନଯନପତ୍ରକୁ
ପ୍ରାର୍ଥୀଙ୍କର କିମ୍ବା ପ୍ରସ୍ତାବକ ବା ସମର୍ଥକଙ୍କର ନାମଗତ ତ୍ରୁଟି
ହେତୁ ବା ପ୍ରାର୍ଥୀ କିମ୍ବା ପ୍ରସ୍ତାବକ ବା ସମର୍ଥକଙ୍କ ସମ୍ପର୍କରେ
ଅନ୍ଯ କୌଣସି ବିବରଣୀ ଗତ ତ୍ରୁଟି ହେତୁ ରଦ୍ଦ କରାୟିବ
ନାହିଁ ୟଦି ପ୍ରାର୍ଥୀ କିମ୍ବା ପ୍ରସ୍ତାବକ ବା ସମର୍ଥକ ପ୍ରକୃତରେ
ସେହି ବ୍ଯକ୍ତି ବୋଲି ପ୍ରମାଣିତ ହୁଏ ଅଥବା ଗୁରୁତ୍ବ ନଥିବା ଅନ୍ଯ
କୌଣସି ସୂକ୍ଷ୍ମ ସୁକ୍ଷ୍ମାନ୍ତର କାରଣ ପାଇଁ ରଦ୍ଧ କରାୟିବ ନାହିଁ ।

ନିଯମ 43 । ନିର୍ବାଚନ ଅଫିସର କିମ୍ବା ତାଙ୍କଦ୍ବାରା କ୍ଷମତାପ୍ରାପ୍ତ ଅଫିସର
ପ୍ରତ୍ଯେକ ମନୋନଯନପତ୍ର ଉପରେ ତାହା ଗ୍ରହଣ କଲେକି
ରଦ୍ଧ କଲେ ଲେଖିବେ ଓ ରଦ୍ଦକଲେ ତହିଁର କାରଣ ମଧ୍ଧ
ଲିଖିତାକାରରେ ଲିପିବଦ୍ଧ କରିବେ ।

ନିଯମ 44 । ମନୋନଯନପତ୍ର ୟାଞ୍ଚ ଶେଷ ହେବାକ୍ଷଣି , ନିର୍ବାଚନ ଅଫିସର
ୟୋଗ୍ଯ ମନୋନୀତ ପ୍ରାର୍ଥୀମାନଙ୍କର ନାମ ପଢି ଶୁଣାଇଦେବେ
ଏବଂ ତଫସିଲ ( 9 ) ବର୍ଣ୍ଣିତ ଫର୍ମରେ ପ୍ରସ୍ତୁତ ଓଡିଆ ଭାଷାରେ
ବର୍ଣ୍ଣମାଳା କ୍ରମ ଅନୁସାରେ ସଜ୍ଜିତ ସେପରି ୟୋଗ୍ଯ ମନୋନୀତ
ପ୍ରାର୍ଥୀମାନଙ୍କର ନାମତାଲିକା ପଞ୍ଚାଯତସମିତି ଅଫିସ ନୋଟିସ
ବୋର୍ଡରେ ଏବଂ ମନୋନଯନପତ୍ର ୟାଞ୍ଚ କରାୟାଇଥିବା ସ୍ଥାନରେ
ପ୍ରକାଶ କରାଇବେ ।

ନିଯମ 45 । ମନୋନଯନ ପତ୍ର ୟାଞ୍ଚ ଶେଷ ହେବାର 48 ଘଣ୍ଟା ମଧ୍ଧରେ କୌଣସି
ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ରକୁ ପ୍ରତ୍ଯାହାର କରିନେଇ ପାରିବେ ।

ନିଯମ 46 । ମନୋନଯନପତ୍ର ଦାଖଲ ପରବର୍ତ୍ତୀ କାର୍ୟ୍ଯଧାରା -
ୟଦି ଜଣେ ପ୍ରାର୍ଥୀ କେବଳ ବିଧିବଦ୍ଧଭାବେ ମନୋନୀତ
ହୁଅନ୍ତି , ତେବେ ନିର୍ବାଚନ କରାୟିବ ନାହିଁ ଓ ସେ ନିର୍ବାଚିତ
ହେଲେ ବୋଲି ଘୋଷଣା କରାୟିବ ।

ୟଦି ଦୁଇ କିମ୍ବା ତତୋଧିକ ପ୍ରାର୍ଥୀ ଥାଆନ୍ତି , ତେବେ ଗୁପ୍ତ
ମତଦାନ କରାୟିବ ଓ ଉପସ୍ଥିତ ଥିବା ସଦସ୍ଯ ମାନଙ୍କ
ଠାରୁ ଭୋଟ ଗ୍ରହଣ କରାୟିବ ।

ନିଯମ 47 । ଭୋଟଗ୍ରହଣ ଓ ନିର୍ବାଚନ ଫଳାଫଳ - ଭୋଟ ଦେବାପାଇଁ
ଉପସ୍ଥିତଥିବା ପ୍ରତ୍ଯେକ ସଦ୍ଯସ୍ଯମାନଙ୍କୁ ନିର୍ବାଚନ ଅଫିସରଙ୍କ
ସ୍ବାକ୍ଷକଥିବା ମୋହର ଲାଗିଥିବା ଭୋଟକାଗଜ ୟୋଗାଇ
ଦିଆୟିବ । ୟୋଗ୍ଯ ମନୋନୀତ ସମସ୍ତ ପ୍ରାର୍ଥୀଙ୍କର ନାମ ଓଡିଆ
ଭାଷାରେ ନିମ୍ନଲିଖିତ ଫର୍ମରେ ପ୍ରସ୍ତୁତ ଭୋଟକାଗଜରେ ବର୍ଣ୍ଣମାଳା
କ୍ରମଅନୁସାରେ ଟାଇପ୍୍ କିମ୍ବା ସାଇକ୍ଳୋଷ୍ଟାଇଲ କରାୟିବ ଅଥବା
ସୁନ୍ଦର ହସ୍ତାକ୍ଷରରେ ଲେଖାୟିବ । //
ପ୍ରତ୍ଯେକ ପ୍ରାର୍ଥୀପତ୍ରରେ ପଞ୍ଚାଯତ ସମିତିର ଦୁଇଜଣ ସଦସ୍ଯ
( ପଢ୍ଚାଯତ ସମିତି ଆଇନର ଧାରା 16 ର ଉପଧାରା ( 1 ) ରେ
ଉଲ୍ଲେଖ ପ୍ରକାରେ ପଞ୍ଚାଯତ ସମିତିର ଭୋଟ ଦେବାକୁ ୟୋଗ୍ଯ
ବିବେଚିତ ସଦସ୍ଯମାନଙ୍କ ମଧ୍ଧରୁ ଦୁଇଜଣ ) , ଜଣେ ପ୍ରସ୍ତାବକ ଓ
ଆଉ ଜଣେ ସମର୍ଥକନାମାରେ ନିର୍ବାଚନରେ ଠିଆ ହେବାକୁ ଇଚ୍ଛୁକ
ଅଛନ୍ତି ବୋଲି ଉଲ୍ଲେଖ କରି ସ୍ବାକ୍ଷର କରିବେ । ପ୍ରତ୍ଯେକ
ପ୍ରାର୍ଥୀ ସ୍ବତନ୍ତ୍ରଭାବେ ମନୋନଯନପତ୍ର ଦାଖଲ କରିବେ ।

ପ୍ରତ୍ଯେକ ପ୍ରାର୍ଥୀ ତାଙ୍କର ମନୋନଯନପତ୍ର ନିଜେ କିମ୍ବା ତାଙ୍କର
ପ୍ରସ୍ତାବକ ବା ସମର୍ଥକଙ୍କ ଦ୍ବାରା କଲେକ୍୍ଟର କିମ୍ବା ନିର୍ବାଚନ
ଅଫିସରଙ୍କ ନିକଟରେ ସେଥିପାଇଁ ଦିଆୟାଇଥିବା ନୋଟିସରେ
ଉଲ୍ଲେଖ ଥିବା ତାରିଖ , ସ୍ଥାନ ଓ ସମଯ ମଧ୍ଧରେ ଦାଖଲ
କରିବେ ।

ନିର୍ବାଚନ ଅଫିସର ନିର୍ଦ୍ଧାରିତ ସମଯ , ତାରିଖ ଓ ସ୍ଥାନରେ
ମନୋନଯନପତ୍ର ଗ୍ରହଣ କରିବେ ଓ ମନନଯନପତ୍ର ଗ୍ରହଣ
ସମଯ ଶେଷ ହେବା ଅନ୍ତେ , ପୂର୍ବୋକ୍ତ ଉପ ନିଯନ ଅନୁୟାଯୀ
ୟେଉଁ ପ୍ରାର୍ଥୀମାନଙ୍କଠାରୁ ମନୋନଯନପତ୍ର ଗ୍ରହଣ କରାୟାଇଚି ,
ସେମାନଙ୍କର ନାମ ପଢି ଶୁଣାଇ ଦେବେ ।

ୟଦି ପଞ୍ଚାଯତ ସମିତି ଭାଇସ୍୍ ଚେଯାରମ୍ଯାନ ନିର୍ବାଚନ ପାଇଁ
କୌଣସି ମନୋନଯନ ପତ୍ର ଦାଖଲ କରା ନ ୟାଏ କିମ୍ବା ଦାଖଲ
କରାୟାଇଥିବା ସମସ୍ତ ପ୍ରାର୍ଥୀ ପତ୍ର ରଦ୍ଧ ହୋଇୟାଏ , ତେବେ
ମନୋନଯନ ପତ୍ର ଦାଖଲ ନକରାୟିବା ତାରିଖଠାରୁ ଅଥବା
ମନୋନଯନ ପତ୍ରକୁ ରଦ୍ଧ କରାୟିବା ତାରିଖଠାରୁ ପନ୍ଦର ଦିନ
ମଧ୍ଧରେ 61 ନିଯମ ବର୍ଣ୍ଣିତ ମତେ ସାନି ନିର୍ବାଚନ କୌଣସି
କାରଣରୁ ନହୋଇ ପାରେ , ତେବେ ନିର୍ବାଚନ ଅଫିସର ସେ
ସମ୍ପର୍କରେ ରାଜ୍ଯସରକାରଙ୍କୁ ଜିଲ୍ଲା କଲେକ୍୍ଟରଙ୍କ ଜରିଆରେ
ରିପୋର୍ଟ କରି ପଞ୍ଚାଯତ ସମିତି ଆଇନ୍୍ର ଧାରା 45 ଗ
ଅନୁୟାଯୀ ଶୂନ୍ଯସ୍ଥାନ ପୂରଣ ପାଇଁ ପ୍ରାର୍ଥୀ ମନୋନଯନ କରିବାକୁ
ଜଣାଇବେ ।

ନିଯମ 64 । ମନୋନଯନପତ୍ର ଦାଖଲ ପରବର୍ତ୍ତୀ କାର୍ୟ୍ଯପଦ୍ଧତି -
ୟଦି ମାତ୍ର ଜଣେ ପ୍ରାର୍ଥୀ ବିଧିବଦ୍ଧ ଭାବେ ମନୋନୀତ ହୁଅନ୍ତି ,
ତେବେ ନିର୍ବାଚନ କରାୟିବ ନାହିଁ ସେ ନିର୍ବାଚନ ହେଲେ
ବୋଲିଂ ଘୋଷଣା କରାୟିବ ।

ୟଦି ଦୁଇ କିମ୍ବା ତତୋଧିକ ପ୍ରାର୍ଥୀଥାଆନ୍ତି , ତେବେ ଗୁପ୍ତ ମତ
ଦାନପାଇଁ ବ୍ଯବସ୍ଥା ଗ୍ରହଣ କରାୟିବ ଓ ବୈଠକରେ ଉପସ୍ଥିତ ଥିବା
ସଦସ୍ଯମାନଙ୍କଠାରୁ ଭୋଟଗ୍ରହଣ କରାୟିବ ।

ୟେଉଁ ସଦସ୍ଯମାନଙ୍କଠାରୁ ଉପ ନିଯମ ( 2 ) ଅନୁୟାଯୀ ଭୋଟ
ଗ୍ରହଣ କରାୟିବ , ସେମାନଙ୍କର ନାମ ଓଡିଆ ଭାଷାରେ ବର୍ଣ୍ଣମାଳା
କ୍ରମ ଅନୁସାରେ ସଜ୍ଜିତ କରାୟିବ ।

ନିଯମ 65 । ଭୋଟଗ୍ରହଣ ଓ ନିର୍ବାଚନ ଫଳାଫଳ - ଉପସ୍ଥିତଥିବା
ପ୍ରତ୍ଯେକ ସଦସ୍ଯଙ୍କୁ ଭୋଟଦାନ ପାଇଁ ନିର୍ବାଚନ ଅଫିସରଙ୍କ ସ୍ବାକ୍ଷର
ଥିବା ବା ମୋହର ଲାଗିଥିବା ଭୋଟ କାଗଜ ଦିଆୟିବ । ଭୋଟ
କାଗଜରେ ୟୋଗ୍ଯ ମନୋନୀତ ପ୍ରାର୍ଥୀମାନଙ୍କର ନାମ ନିମ୍ନଲିଖିତ
ଫର୍ମରେ ଓଡିଆ ଭାଷାରେ ବର୍ଣ୍ଣମାଳା କ୍ରମ ଅନୁସାରେ ସଜ୍ଜିତ
ହୋଇ ମୁଦ୍ରଣ କିମ୍ବା ଟାଇପ୍୍ କିମ୍ବା ସାଇକ୍ଳୋଷ୍ଟାଇଲ୍୍ କରାୟିବ
କିମ୍ବା ସୁନ୍ଦର ହସ୍ତାକ୍ଷରରେ ଲେଖାୟିବ ।

ନିଯମ 66 । ତା' ପରେ ଭୋଟରମାନେ ଜଣକ ପରେ ଜଣେ ଭୋଟ ଦେବା
ପାଇଁ ନିର୍ଦ୍ଦିଷ୍ଟଥିବା ସ୍ଥାନକୁ ୟିବେ ଏବଂ ସେଠାରେ ଗୋପନୀଯ
ଭାବେ ଭୋଟ କାଗଜର 3 ଯ ସ୍ତମ୍ଭରେ ସେ ୟେଉଁ ପ୍ରାର୍ଥୀଙ୍କୁ ଭୋଟ
ଦେବା ପାଇଁ ଚାହିଁଥାନ୍ତି , ସେପରି ପ୍ରାର୍ଥୀଙ୍କର ନାମ ବିପକ୍ଷରେ
ପରିଷ୍କାରଭାବେ ପେନସିଲ ସାହାୟ୍ଯରେ ଛକି ଚିହ୍ନ ଦେବେ ,
ତା'ପରେ ସେ ଭୋଟ କାଗଜଟିକୁ ଭୋଟ ଦାନର ଗୋପନୀଯତା
କ୍ଷୁର୍ଣ୍ଣ ନହେଲା ପ୍ରକାରେ ଭାଙ୍ଗି , ନିର୍ବାଚନ ଅଫିସରଙ୍କ ସମ୍ମୁଖରେ
ଥିବା ଭୋଟ ବାକ୍୍ସରେ ପ୍ରବେଶ କରାଇବେ । //
ନିଯମ 77 । ପଞ୍ଚାଯତ ସମିତିର ନିର୍ବାଚିତ ସଦସ୍ଯ , ଚେଯାରମ୍ଯାନ
କିମ୍ବା ଭାଇସ୍୍ ଚେଯାରମ୍ଯାନଙ୍କର ନିର୍ବାଚନ ପ୍ରଣାଳୀ -
ପଞ୍ଚାଯତ ସମିତିର ଚେଯାରମ୍ଯାନ କିମ୍ବା ଭାଇସ୍୍ ଚେଯାରମ୍ଯାନ
କିମ୍ବା କୌଣସି ନିର୍ବାଚିତ ସଦସ୍ଯ ତାଙ୍କ ପଦବୀରୁ ଇସ୍ତଫାଦେବାକୁ
ଇଚ୍ଛାକଲେ , ସେଥିପାଇଁ ସମିତିର ବି.ଡି.ଓ. ଏହାକୁ ସମିତି ଆଗରେ
ଉପସ୍ଥାପିତ କରିବେ ।

ନିଯମ 78 । ସାମଯିକ ଶୂନ୍ଯସ୍ଥାନ ପୁରଣ - ପଞ୍ଚାଯତସମିତି ଚେଯାରମ୍ଯାନ
କିମ୍ବା ଭାଇସ୍୍ ତେଯାରମ୍ଯାନ ଅଥବା କୌଣସି ନିର୍ବାଚିତ ସଦସ୍ଯଙ୍କ
ଅପସାରଣ , ଇସ୍ତଫା , ମୃତ୍ଯୁ କିମ୍ବା ଅନ୍ଯ କୌଣସି କାରଣ ୟୋଗୁ
ଶୂନ୍ଯସ୍ଥାନ ଉପୁଜିଲେ , ବି.ଡି.ଓ. ସେ ସମ୍ପର୍କରେ ଜିଲ୍ଲା
କଲେକ୍ଟରଙ୍କୁ ତୁରନ୍ତ ଜଣାଇବେ ଓ କଲେକ୍ଟର ସେପରି ଶୂନ୍ଯସ୍ଥାନ
ପୂରଣପାଇଁ ଉପନିର୍ବାଚନ କରିବାକୁ ଏକ ତାରିଖ ଧାର୍ୟ୍ଯ କରିବେ ।
ଶୂନ୍ଯସ୍ଥାନ ସୃଷ୍ଟି ହେବା ତାରିଖଠାରୁ 30 ଦିନ ମଧ୍ଧରେ ତାହାପୂରଣ
କରାୟିବା ଉଚିତ । ପ୍ରଥମ ପରିଚ୍ଛେଦ , ଦ୍ବିତୀଯ ପରିଚ୍ଛେଦ ଓ ତୃତୀଯ
ପରିଚ୍ଛେଦରେ ଥିବା ନିଯମମାନ ଆବଶ୍ଯକୀଯ ପରିବର୍ତ୍ତନସହ ସେପରି
ଉପନିର୍ବାଚନ ପାଇଁ ଲାଗୁହେବ । ଉଲ୍ଲେଖ ଥାଉକି , ଉପରିକଥିତ
ନିର୍ଦ୍ଧାରିତ ସମଯ ମଧ୍ଧରେ ନିର୍ବାଚନ ଅନୁଷ୍ଠିତ କରାୟାଇ
ନପାରିଲେ , ବିଳମ୍ବ ସମଯକୁ ରାଜ୍ଯସରକାର କିମ୍ବା ସରକାରଙ୍କ
ଦ୍ବାରା କ୍ଷମତା ପ୍ରାପ୍ତ ଅଫିସର ମାର୍ଜ୍ଜନା କରିପାରିବେ ।

ନିଯମ 79 । ପଞ୍ଚାଯତ ସମିତି ଆଇନର ଧାରା 45 ର ଉପଧାରା ( 1 ) ର ( ଣ )
ପ୍ରକରଣମତେ କୌଣସି ବ୍ଯକ୍ତିଙ୍କର ପଞ୍ଚାଯତ ସମିତିସହ ହୋଇଥିବା
ଚୂକ୍ତି ଅଥବା ପଞ୍ଚାଯତ ସମିତି ପାଇଁ କରାୟାଇଥିବା କୌଣସି
କାର୍ୟ୍ଯରେ ନିମ୍ନଲିଖିତ ବିଷଯମାନଙ୍କରେ ଅଂଶ ବା ସ୍ବାର୍ଥଥିବାରୁ ,
ପଞ୍ଚାଯତ ସମିତିସହ କରାୟାଇଥିବା ସେପରି ଚୁକ୍ତି ବା ପଞ୍ଚାଯତ
ସମିତି ପାଇଁ କରାୟାଇଥିବା ସେପରି କାର୍ୟ୍ଯରେ ସ୍ବାର୍ଥ ଅଛି ବୋଲି
ବିବେଚନା କରାୟିବ ନାହିଁ -
ଅଚଳନ୍ତି ସମ୍ପତ୍ତି ପଟ୍ଟା ନେଇଥିଲେ , କ୍ରଯକରିଥିଲେ କିମ୍ବା ବିକ୍ରଯ
କରିଥିଲେ କିମ୍ବା କଥିତ ବିଷଯମାନଙ୍କ ପାଇଁ ଚୁକ୍ତି କରିଥିଲେ
କିମ୍ବା
ଅର୍ଥଋଣ ପାଇଁ କୌଣସି ଚୁକ୍ତି କରିଥିଲେ କିମ୍ବା ଅର୍ଥ ପରିଶୋଧ
ପାଇଁ କୌଣସି ସିକ୍ଯୁରିଟ ଦେଇଥିଲେ ,
କିମ୍ବା
କୌଣସି ସମ୍ବାଦପତ୍ରରେ ପଞ୍ଚାଯତସମିତିର କାର୍ୟ୍ଯାବଳୀ ସମ୍ପର୍କରେ
ପ୍ରଚାରପତ୍ର ପ୍ରକାଶ କରା ୟାଇଥିଲେ ,
କିମ୍ବା
ନିଜର ବ୍ଯବସାଯ ଜିନିଷ ପଞ୍ଚାଯତ ସମିତିକୁ ବିକ୍ରଯ କରିଥିଲେ ,
କିମ୍ବା ପଞ୍ଚାଯତ ସମିତି ପାଇଁ କୌଣସି ଜିନିଷ ଖରିଦ କରିଥିଲେ
ୟାହାର ମୂଲ୍ଯକି ବାର୍ଷିକ 150 ଟଙ୍କା ମଧ୍ଧରେ ସୀମାବଦ୍ଧ ରହିବ ,
କିମ୍ବା
କୌଣସି ଉନ୍ନଯନ କାର୍ୟ୍ଯ କଣ୍ଟ୍ରାକ୍ଟର ଭାବେ ନକରାୟାଇ ଗ୍ରାମ~
ପ଼ଞ୍ଚାଯତ କିମ୍ବା ପଞ୍ଚାଯକ ସମିତି ଦ୍ବାରା ଗଠିତ କମିଟିର କୌଣସି
ସଦସ୍ଯଙ୍କଦ୍ବାରା କଥିତ କମିଟି ଉପରେ ନ୍ଯସ୍ତ କରାୟାଇଥିବା
କାର୍ୟ୍ଯ ସମ୍ପାଦନ କରାୟାଇଥିଲେ ।

ନିଯମ 80 । ଅୟୋଗ୍ଯତା ଦୂରୀକରଣ ପ୍ରଣାଳୀ - ସମିତି ଆଇନର ଧାରା
45 ଉପଧାରା ( 1 ) ର ( କ ) ଓ ( ଝ ) ପ୍ରକରଣ ମତେ ୟେଉଁ ବ୍ଯକ୍ତି
ଅୟୋଗ୍ଯ ବିବେଚିତ ହେଉଥିବେ , ସେ ୟେପରି ଅୟୋଗ୍ଯତା
ଦୂରୀକରଣ ପାଇଁ ସେ ସମ୍ପର୍କରେ କାରଣ ଦର୍ଶାଇ ରାଜ୍ଯସରକାରଙ୍କୁ
ଆବେଦନ କରିପାରିବେ ।

ରାଜ୍ଯସରକାର ସେ ସମ୍ପର୍କୀଯ ଆବଶ୍ଯକୀଯ ତଥ୍ଯ ମଗାଇ ଓ ସେ
ସମ୍ପର୍କରେ ଆବଶ୍ଯକୀଯ ତଦନ୍ତକରି , ବିଜ୍ଞପ୍ତି ପ୍ରକାଶକରି ସେପରି
ଅୟୋଗ୍ଯତା ଦୂରୀକରଣ କରିପାରିବେ ।
+>*
0 
﻿
ମହେନ୍ଦ୍ର
03-08-12
Oriya
<ଉତ୍କଳ ପ୍ରତିଭା - ପଠାଣି ସାଆନ୍ତ
ମହାମହୋପାଧ୍ଧାଯ ଚନ୍ଦ୍ରଶେଖର ସିଂହ ସାମନ୍ତ ସମଗ୍ର ଉତ୍କଳରେ ପଠାଣି ସାଆନ୍ତ
ନାମରେ ଅଭିହିତ । ଉତ୍କଳର ପୁରପଲ୍ଲୀ ୟେଉଁଠାରେ ନୂତନ ପଞ୍ଜିକା ପ୍ରଚଳିତ ସେଠାରେ ନରନାରୀ
ପଠାଣି ସାଆନ୍ତଙ୍କ ନାମ ସହିତ ପରିଚିତ । ଖଣ୍ଡପଡା ରାଜବଂଶରେ 1875 ଖ୍ରୀଷ୍ଟାବ୍ଦରେ ଚନ୍ଦ୍ରଶେଖର
ଜନ୍ମଗ୍ରହଣ କରିଥିଲେ । ତାଙ୍କର ଖଣ୍ଡପଡା ରାଜ୍ଯର ରାଜା ହେବାର କଥା ଥିଲା । ଚେଷ୍ଟା କରିଥିଲେ
ସେ ରାଜସିଂହାସନରେ ଅଧିରୂଢ ହୋଇ ପାରି ଥାଆନ୍ତେ । କିନ୍ତୁ ଚନ୍ଦ୍ରଶେଖରଙ୍କ ଜୀବନଗଢା ଭିନ୍ନ
ଉପାଦାନେ । ଆବାଲ୍ଯରୁ ସେ ଥିଲେ ଉଦାସୀନ , ଉଦାରମନା । ରାଜଭୋଗ ଲିପ୍୍ସା ଲାଳସାର
ବହୁ ଦୂରରେ ଚନ୍ଦ୍ରଶେଖରଙ୍କ ଅବସ୍ଥିତି । ବାଲ୍ଯକାଳରୁ ପଠାଣି ସାଆନ୍ତ ରାଜବିଭବକୁ ଅନ୍ତରର
ଅନ୍ତରତମ ପ୍ରଦେଶରୁ ଉପେକ୍ଷା କରିଥିଲେ । ପାର୍ଥିବ ଜଗତର ଖଣ୍ଡ ରାଜ୍ଯରେ ଆଧିପତ୍ଯ କରିବାର
ଅଭିଳାଷ ତାଙ୍କର ନ ଥିଲା । ଅନନ୍ତ ଜ୍ଯୋତିର୍ମଯ ନାକ୍ଷତ୍ରିକ ଜଗତରେ ନିତ୍ଯ ବିହାର କରି
ତନ୍ମଧ୍ଧରୁ ନିତ୍ଯ ନୂତନ ସତ୍ଯ ଆହରଣ କରିବା ଥିଲା ତାଙ୍କ ଚିର କାମନା , ଥିଲା ତାଙ୍କ ଜୀବନର
ଚରମ ଲକ୍ଷ୍ଯ । ସେହି ସତ୍ଯର ସନ୍ଧାନ ଓ ସେହି ସତ୍ଯର ଆହରଣରେ ସେ ତାଙ୍କ ବିଶ୍ବ ବିଶାଳ
ଜୀବନକୁ ସମର୍ପଣ କରି ୟାଇଛନ୍ତି ।

ବାଲ୍ଯକାଳରୁ ଚନ୍ଦ୍ରଶେଖର ବଡ ମନୟୋଗୀ , ଏକାଗ୍ରଚିତ୍ତ ଓ ଅଧ୍ଧବସାଯୀ ଥିଲେ ।
ତତ୍୍କାଳୀନ ପ୍ରଚଳିତ ଚାଟଶାଳୀରେ ପ୍ରାଥମିକ ଶିକ୍ଷା ଶେଷ କରି ସେ ସଂସ୍କୃତ ଅଧ୍ଧଯନରେ
ମନୋନିବେଶ କଲେ । ସଂସ୍କୃତରେ ଅତି ଅଳ୍ପ କାଳ ମଧ୍ଧରେ ତାଙ୍କର ବ୍ଯୁତ୍ପତ୍ତି ଜନ୍ମିଲା । କାବ୍ଯ
ଦର୍ଶନ ପ୍ରଭୃତି ଶାସ୍ତ୍ରରେ ସେ ଗଭୀର ପ୍ରବେଶ ଲାଭ କଲେ । ସର୍ବୋପରି ଗଣିତ ଶାସ୍ତ୍ରରେ ତାଙ୍କର
ବିଶେଷ ଆଗ୍ରହ ଥିଲା । ଚନ୍ଦ୍ରଶେଖରଙ୍କ ପିତୃବ୍ଯ ସେହି ସମଯରେ ଜଣେ ପ୍ରଧାନ ଗାଣିତିକ । ଗଣିତ
ଜ୍ଯୋତିଷରେ ପିତୃବ୍ଯ ଦେବଙ୍କର ଗଭୀର ପାଣ୍ଡିତ୍ଯ ଥିଲା । ଚନ୍ଦ୍ରଶେଖର ପିତୃଙ୍କ ସମୀପରେ ବସି
ଗଣିତ ଜ୍ଯୋତିଷର ଆଲୋଚନାରେ ରତ ହେଲେ । ଚନ୍ଦ୍ରଶେଖରଙ୍କ ମସ୍ତିସ୍କ ଅତି ଉର୍ବର । ତାଙ୍କ
ବୁଦ୍ଧି ଅତି କ୍ଷୀଣ । ପିତୃବ୍ଯଙ୍କ ଠାରୁ ସେ ୟେଉଁ ଶିକ୍ଷା ଲାଭ କଲେ ତହିଁରେ ସେ
ଉତ୍ତରୋତ୍ତର ମୌଳିକ ଅନୁଶୀଳନ କରିବାକୁ ଲାଗିଲେ । ଅଧ୍ଧବସାଯ ଏବଂ ନିବିଷ୍ଟତା ସଙ୍ଗେ ତାଙ୍କର
ପ୍ରତିଭା ବିକାଶପ୍ରାପ୍ତ ହେଲା । ପ୍ରାଚୀନ ଜ୍ଯୋତିଷ ଶାସ୍ତ୍ରମାନ ପର୍ୟ୍ଯାଲୋଚନା କରି ନାକ୍ଷତ୍ରିକ
ଜଗତର ଗତିବିଧି ପର୍ୟ୍ଯବେକ୍ଷଣ ଉଦ୍ଦେଶ୍ଯରେ ସାମନ୍ତ ଚନ୍ଦ୍ରଶେଖର ସୂକ୍ଷ୍ମାତିସୂକ୍ଷ୍ମ ୟନ୍ତ୍ରମାନ ଉଦ୍ଭାବନ
କରିଥିଲେ । ସାଧାରଣ ବାଂଶନଳିକା ସାହାୟ୍ଯରେ ଦୂରଦୂରାନ୍ତର ଗଗନ ମଣ୍ଡଳର ଅଦୃଶ୍ଯ ପ୍ରାଯ
ନକ୍ଷତ୍ର ମାନଙ୍କର ସ୍ଥିତିଗତି ଅବଲୋକନ କରି ସେ ୟେଉଁ ସିଦ୍ଧାନ୍ତରେ ଉପନୀତ ହେଲେ ପ୍ରାଚୀନ
ସଂସ୍କୃତ ଜ୍ଯୋତିଷ ଶାସ୍ତ୍ରର ସିଦ୍ଧାନ୍ତ ସହିତ ତାର ଅନେକ ଅନୈକ୍ଯ ଓ ଅସାମଞ୍ଜସ୍ଯ ପରିଲକ୍ଷିତ
ହେଲା । ତାଙ୍କର ନିଜ ସିଦ୍ଧାନ୍ତରୁ ପ୍ରମାଣିତ ହେଲା ୟେ , ପ୍ରାଚୀନ ଭାରତୀଯ ଜ୍ଯୋତିର୍ବିଦମାନଙ୍କ
ଗଣନା ଦିବସରୁ ନାକ୍ଷତ୍ରିକ ଜଗତର ସ୍ଥିତି ଗତିର ଅନେକ ପରିବର୍ତ୍ତନ ସଂଘଠିତ ହୋଇଛି । ତାଙ୍କର
ନୂତନ ମୌଳିକ ଗଣନା ଅନୁୟାଯୀ ସେ " ସିଦ୍ଧାନ୍ତ ଦର୍ପଣ " ଗ୍ରନ୍ଥ ରଚନା କଲେ ।

କବିଙ୍କ ଭାଷାରେ " ଚନ୍ଦ୍ରଶେଖରଙ୍କ ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲଯ " । ସିଦ୍ଧାନ୍ତ ଦର୍ପଣ
ବିଶୁଦ୍ଧ ସୁଶ୍ରାବ୍ଯ ସଂସ୍କୃତ ଶ୍ଳୋକରେ ଲିଖିତ । ଭାରତର ଜ୍ଯୋତିର୍ବିଦ୍ ମନୀଷୀଗଣ ସିଦ୍ଧାନ୍ତ ଦର୍ପଣ
ପାଠ କରି ଓଡିଆଙ୍କର ଉର୍ବର ମସ୍ତିସ୍କର ଭୂଯସୀ ପ୍ରଶଂସା କରି ଅଛନ୍ତି । ସିଦ୍ଧାନ୍ତ ଦର୍ପଣ କେବଳ
ପଠାଣି ସାଆନ୍ତଙ୍କ ବିଚକ୍ଷଣ ବୁଦ୍ଧିର ପରିଚଯ ଦେଇନାହିଁ - ଦେଇଛି ମଧ୍ଧ ନୀରବ ସାଧକ ଓଡିଆର
ଚନ୍ଦ୍ରଶେଖରଙ୍କ ଏତେ ଗୁଣ ଗୌରବ ସତ୍ତ୍ବେ ଉତ୍କଳବାସୀ ତାଙ୍କର ମହତ୍ବ ଉପଲବ୍୍ଧି କରି ପାରି ନ
ଥିଲେ । କବି ରାଧାନାଥ ଜ୍ଯୋତିଷାଚାର୍ୟ୍ଯ ପଠାଣି ସାମନ୍ତଙ୍କ ଦୈନ୍ଯ ଦାରିଦ୍ର୍ଯ ଦେଖି
ମନୋବେଦନାରେ ୟାହା ଗାଇ ୟାଇଛନ୍ତି ତାହା ଅଳୀକ ନୁହେଁ , ପ୍ରକୃତ । ରାଜନିଗ୍ରହ ,
ଭ୍ରାତୃପରିଜନ ପୀଡନ , ଅଭାବ ଅଭିୟୋଗର ତାଡନା ଏପରି ଶତ ପୀଡନରେ ନିପୀଡୀତ ହୋଇ
ସୁଦ୍ଧା ଚନ୍ଦ୍ରଶେଖର କେବେ କାହା ଆଗରେ ଖେଦ ପ୍ରକାଶ କରି ନାହାଁନ୍ତି । ପୂର୍ବେ କୁହାୟାଇଛି , ସେ
ଥିଲେ ଉଦାସୀନ ଉଦାରମନା । ପୃଥିବୀର ଅତି ଉଚ୍ଚ ଆସନରେ ଚନ୍ଦ୍ରଶେଖର ନିତ୍ଯ ବିଦ୍ଯମାନ
ଥିଲେ । ସେ ନିତ୍ଯ ପ୍ରତୀକ୍ଷା କରୁଥିଲେ , ଅନନ୍ତ ଅକ୍ଷଯମୁକ୍ତି ସମ୍ପଦ । ପୃଥିବୀର ନୀଚସ୍ତରର ସେ
ଉପେକ୍ଷା ପ୍ରଦର୍ଶନ କରୁଥିଲେ । କିନ୍ତୁ ୟେତେବେଳେ ଅୟାଚିତ ସମ୍ମାନ ଆସିଲା ସେତେବେଳେ ସେ
ତାହା ସାଦରରେ ଗ୍ରହଣ କଲେ । ସେ ସମ୍ମାନ ଆସିଲା ଉତ୍କଳ ବାହାରୁ ।

କବିବର ରବୀନ୍ଦ୍ରନାଥ ଠାକୁର ଭାରତରେ ଖ୍ଯାତି ଅର୍ଜନ କରି ନ ଥିଲେ । ବରଂ ଭାରତ~
ବାସୀ ତାଙ୍କ କବିତା , ତାଙ୍କ ସାହିତ୍ଯ ଏବଂ ତାଙ୍କ ଦର୍ଶନକୁ ଶତଜିହ୍ବ ହୋଇ ତୀବ୍ର ସମାଲୋଚନା
କରିଥିଲେ । ବଙ୍ଗ ଦେଶରେ ସାହିତ୍ଯିକମାନେ ରବୀନ୍ଦ୍ରଙ୍କ ଲେଖାକୁ ତୁଚ୍ଛ ହେଯଜ୍ଞାନ କରିଥିଲେ ।
କିନ୍ତୁ ସପ୍ତ ସାଗର ସେ ପାରିରୁ ୟେତେବେଳେ ନୋବେଲ ପୁରସ୍କାର ରୂପ ଅୟାଚିତ ମହାସମ୍ମାନ
ଆସିଲା , ସେତେବେଳେ ଦେଶବାସୀଙ୍କ ଚକ୍ଷୁ ଉନ୍ମୀଳିତ ହେଲା । ବିଶ୍ବଜଗତ ୟେତେବେଳେ ବିପୁଳ
ଅର୍ଘ୍ଯଥାଳୀ ଘେନି ବିଶ୍ବକବି ରୂପେ ରବୀନ୍ଦ୍ରଙ୍କୁ ସାଦର ଅଭିନନ୍ଦନ କଲା , ସେତେବେଳେ ବଙ୍ଗବାସୀ
ତଥା ଭାରତବାସୀ ବିସ୍ମଯ ବିସ୍ଫାରିତ ନେତ୍ରରେ କବିଙ୍କ ପ୍ରତି ଦୃଷ୍ଟିପାତ କଲେ । 1915 ମସିହା
ଅଗଷ୍ଟ ମାସ ପହିଲାରେ ପୁରୀ ଚନ୍ଦ୍ରଶେଖର ହଲ୍ ପ୍ରତିଷ୍ଠା ଉପଲକ୍ଷରେ ଉତ୍କଳର ପ୍ରଥିତୟଶା
ସାହିତ୍ଯିକ ଶ୍ରୀୟୁକ୍ତ ଗୋପାଳ ଚନ୍ଦ୍ର ପ୍ରହରାଜ ମହାତ୍ମା ଚନ୍ଦ୍ରଶେଖରଙ୍କ ସ୍ମୃତି ତର୍ପଣ କରୁ କରୁ
ୟଥାର୍ଥରେ କହିଛନ୍ତି , " ନିଜ ଦେଶରେ ନିଜ ଗ୍ରାମରେ , ଆପଣା ଜୀବିତ କାଳରେ ମହାପୁରୁଷ~
ମାନେ ସମ୍ମାନିତ ହେବାର ମହାପୁରୁଷମାନଙ୍କର ଜୀବନରେ କ୍ବଚିତ୍ ଘଟିଥାଏ । ଆମ ଦେଶର
" ଗାଁ କନିଆଁ ସିଙ୍ଘାଣିନାକୀ " ଏବଂ " ଗାଁ ବଳଦ ଗାଁରେ ବିକାୟାଏ ନାହିଁ " ପ୍ରଭୃତି ପ୍ରବଚନ ଏହି
ଉକ୍ତିର ସତ୍ଯତା ପ୍ରତିପାଦନ କରୁଅଛି । //
ୟୟାତି
ପଞ୍ଚମ ଶତାବ୍ଦୀରେ ଦକ୍ଷିଣ କୋଶଳ ସୋମବଂଶୀଯ ଗୁପ୍ତ ରାଜାମାନଙ୍କର ଶାସନାଧୀନ ଥିଲା ।
ସେହି ବଂଶ ଶିବଗୁପ୍ତ ଉପାଧିଧାରୀ ରାଜାଙ୍କ ପୁତ୍ର ଜନ୍ମେଞ୍ଜଯ । ୟୌବନରେ ପଦାର୍ପଣ କରି
ଜନ୍ମେଞ୍ଜଯ ଦିଗ୍୍ବିଜଯରେ ବହିର୍ଗତ ହେଲେ । ବିଶାଳ କଳିଙ୍ଗ ରାଜ୍ଯ ଉପରେ ତାଙ୍କର ଦୃଷ୍ଟି
ପଡିଲା । କଳିଙ୍ଗବାହିନୀ ଜନ୍ମେଞ୍ଜଯଙ୍କ ରଣ ଅଭିୟାନରେ ପ୍ରବଳ ପ୍ରତିରୋଧ କଲା । କିନ୍ତୁ
ସେତେବେଳେ କି ଉତ୍ତର , କି ମଧ୍ଧ , କି ଦକ୍ଷିଣ , ସମଗ୍ର କଳିଙ୍ଗର ରାଜ-ଶକ୍ତି ଦୁର୍ବଳ ହୋଇ
ପଡିବାରୁ ଦକ୍ଷିଣ କୋଶଳ ୟୁବରାଜ ଜନ୍ମେଞ୍ଜଯ ୟୁଦ୍ଧରେ ସହଜରେ ଜଯୀ ହେଲେ ଏବଂ କଳିଙ୍ଗ
ସିଂହାସନ ଆରୋହଣ କରି ନିଜକୁ ମହା ରାଜାଧିରାଜ ପରମଭଟ୍ଟାରକ ତ୍ରିକଳିଙ୍ଗାଧିପ ନାମରେ
ଅଭିହିତ କରାଇଲେ । ପରାକ୍ରମଶାଳୀ ଜନ୍ମେଞ୍ଜଯ ବିଜଯ ଗୌରବରେ ଉଲ୍ଲସିତ ହୋଇ ଆପଣା
ବଂଶକୁ କେଶରୀ ଆଖ୍ଯା ପ୍ରଦାନ କଲେ । 442 ଶକାବ୍ଦ ବା 520 ଖ୍ରୀଷ୍ଟାବ୍ଦରେ ପିତାଙ୍କ ପରଲୋକ
ଗମନ ପରେ ଉତ୍କଳ ସିଂହାସନରେ ଆରୁଢ ହେଲେ । ଜନ୍ମେଞ୍ଜଯଙ୍କ ଶେଷ ଜୀବନରେ ୟବନମାନେ
ଉତ୍କଳ ଆକ୍ରମଣ କରିଥିଲେ । କିନ୍ତୁ ପରାକ୍ରମୀ ୟୟାତି ତାଙ୍କ ରାଜତ୍ବର ଦ୍ବିତୀଯ ଅଙ୍କରେ ୟବନ~
ମାନଙ୍କୁ ଉତ୍କଳରୁ ବିତାଡିତ କଲେ । ପ୍ରବଳ ୟବନ ଜାତି ଉତ୍କଳର ତେଜସ୍ବୀ ଶକ୍ତିଶାଳୀ ସେନା
ନିକଟରେ ପରାଜଯ ସ୍ବୀକାର କରି ପଳାଯନ କଲେ ।

ଜନ୍ମେଞ୍ଜଯ ୟୟାତିଙ୍କ ଜନ୍ମଗୁରୁ ଓ ଧର୍ମଗୁରୁ । ଧର୍ମ ସାଧନ ଓ ଧର୍ମ ସଂସ୍ଥାପନ ଦିଗରେ
ୟୟାତି ପିତାଙ୍କ ପନ୍ଥା ଅନୁସରଣ କଲେ । ଉତ୍କଳରେ ଜୈନ ଧର୍ମ ଓ ବୌଦ୍ଧ ଧର୍ମ ସୁପ୍ରତିଷ୍ଠିତ ଓ
ସୁପ୍ରଚଳିତ ଥିଲେ ହେଁ ଜନ୍ମେଞ୍ଜଯ ବ୍ରାହ୍ମଣ୍ଯ ଶୈବ ଧର୍ମ ପ୍ରତି ଆକୃଷ୍ଟ ହୋଇ ବ୍ରାହ୍ମଣମାନଙ୍କୁ ଶାସନ
ଦାନ କରିଥିଲେ ଏବଂ ବୈଦିକ ବିଧି ଅନୁୟାଯୀ ୟାଗ ୟଜ୍ଞର ଅନୁଷ୍ଠାନ କରାଇଥିଲେ । କଟକ
ଜିଲ୍ଲା ଅନ୍ତର୍ଗତ ଡାଳିୟୋଡାର ଆଗ୍ରାହାଟ ଗ୍ରାମରେ ଜନ୍ମେଞ୍ଜଯ ଗୋଟିଏ ମହାୟଜ୍ଞ ଅନୁଷ୍ଠିତ କରାଇ
ଥିବାର କିମ୍ବଦନ୍ତୀ ପ୍ରଚଳିତ ଅଛି ।

ପିତାଙ୍କ ଅନୁକରଣରେ ୟୟାତି ବୈଦିକ ବ୍ରାହ୍ମଣମାନଙ୍କ ପ୍ରତି ସସ୍ନେହ ଆଦର ପ୍ରକାଶ
କଲେ ଏବଂ ଶୈବଧର୍ମ ଅବଲମ୍ବନ କଲେ । ତଥାପି ସେ ଉତ୍କଳର ଜୈନ ଓ ବୌଦ୍ଧମାନଙ୍କ ପ୍ରତି
ଉପେକ୍ଷା ବା ଅବଜ୍ଞା ପ୍ରକାଶ କଲେ ନାହିଁ । ବରଂ ସେ ସର୍ବଧର୍ମ ସମନ୍ବଯ ଲାଗି ପ୍ରଯାସ କଲେ ।

ୟାଗ ୟଜ୍ଞାଦି ବୈଦିକ କର୍ମକାଣ୍ଡ ଉତ୍କଳରେ ଆଦିମ ବ୍ରାହ୍ମଣ , ପଣ୍ଡା , ମାସ୍ତାନ ବା ବଳରାମ
ଗୋତ୍ରୀଙ୍କ ଦ୍ବାରା ୟଥାବିଧି ସମାହିତ ନ ହେବାରୁ ୟୟାତିକେଶରୀ ମଧ୍ଧ ଦେଶାନ୍ତର୍ଗତ କାନ୍ଯକୁବ୍୍ଜରୁ
ଦଶ ସହସ୍ର ନୈଷ୍ଠିକ ଶ୍ରୋତ୍ରୀଯ ନୈଷ୍ଠିକ ଶ୍ରୋତ୍ରୀଯ ବ୍ରାହ୍ମଣ ଉତ୍କଳକୁ ଆବାହନ କରି ଆଣିଥିଲେ ।
ସେହି ଶୁଦ୍ଧପୂତ କାନ୍ଯକୁବ୍୍ଜୀ ବ୍ରାହ୍ମଣମାନଙ୍କ ଦ୍ବାରା ୟୟାତି ବୈତରଣୀ ନଦୀ କୂଳରେ ଗୋଟିଏ
ମହାୟଜ୍ଞ ଅନୁଷ୍ଠିତ କରାଇଥିଲେ । ସେହି ମହାୟଜ୍ଞରେ ଦଶ ସଂଖ୍ଯକ ଅଶ୍ବର ଆହୁତି ପ୍ରଦତ୍ତ
ହୋଇଥିଲା । ସେ କାଳରୁ ବୈତରଣୀ ନଦୀ କୂଳରେ ସେହି ୟଜ୍ଞଭୂମି " ଦଶାଶ୍ବମେଧ ଘାଟ "
ନାମରେ ଅଭିହିତ ହୋଇ ଆସୁଅଛି ।

ଜନ୍ମେଞ୍ଜଯ କଟକ ନିକଟବର୍ତ୍ତୀ ମହାନଦୀ କୂଳରେ ଚୌଦ୍ବାରଠାରେ ରାଜଧାନୀ ସ୍ଥାପନ
କରିଥିଲେ । ୟୟାତି ୟଜ୍ଞଭୂମି ବୈତରଣୀ କୂଳକୁ ରାଜଧାନୀ ଉଠାଇ ନେଲେ ଏବଂ ମହାୟଜ୍ଞର
ନାମାନୁୟାଯୀ ରାଜଧାନୀର ନାମ " ୟାଜପୁର " ରଖିଲେ । ୟାଜପୁର ଉତ୍କଳର ଗୋଟିଏ ଉତ୍କୃଷ୍ଟ
ବୈଦିକ କେନ୍ଦ୍ର ରୂପେ ପରିଚିତ ହେଲା । ବହୁ ଶ୍ରୋତ୍ରୀଯ ବ୍ରାହ୍ମଣ ୟୟାତିକେଶରୀଙ୍କ ଠାରୁ
ଶାସନ ଦାନ ପାଇ ୟାଜପୁରର ଚତୁର୍ଦ୍ଦିଗରେ ବସତି ସ୍ଥାପନ କରିବାକୁ ଲାଗିଲେ । ୟାଜପୁର
ଉତ୍କଳର ତଥା ଭାରତର ପବିତ୍ର ତୀର୍ଥ ରୂପେ ପରିଗଣିତ ହେଲା । ୟୟାତିଙ୍କ ସାଗ୍ରହ ଆବାହନରେ
ଉତ୍ତର ଭାରତରୁ ବ୍ରାହ୍ମଣମାନେ ଆସି ଉତ୍କଳରେ ଉପନିବେଶ ସ୍ଥାପନ କଲେ । ଉତ୍କଳରେ ପୂର୍ଣ୍ଣ
ଭାବରେ ଆର୍ୟ୍ଯ ସଭ୍ଯତା ପ୍ରତିଷ୍ଠିତ ଓ ବିକଶିତ ହେଲା ।

ୟୟାତି କେଶରୀ ତାଙ୍କ ରାଜତ୍ବର ଏକାଦଶ ଅଙ୍କରେ ଭାଦ୍ର ଶୁକ୍ଳ ଦ୍ବାଦଶୀ ଦିନ ପୁରୀଧାମରେ
ଉପସ୍ଥିତ ହୋଇ ସାଗର ସ୍ନାନ କରିଥିଲେ । ମହୋଦଧିରେ ସ୍ନାନ ସମାପନ କରି ସମବେତ ନର~
ନାରୀଙ୍କୁ ସେ ଠାକୁରଙ୍କ ବିଷଯରେ ପ୍ରଶ୍ନ କରନ୍ତେ ସେମାନେ ଉତ୍ତର ଦେଲେ ୟେ , ` ଠାକୁର '
ସୋନପୁରରେ ପାତାଳୀ ହୋଇଛନ୍ତି । ତହୁଁ ୟୟାତି ସୋନପୁର ୟାତ୍ରା କଲେ । ଅନୁସନ୍ଧାନ ଦ୍ବାରା
ଜଣାଗଲା , ଠାକୁର ଏକ ବଟବୃକ୍ଷ ତଳେ ପ୍ରୋତ୍୍ଥିତ ହୋଇଛନ୍ତି । ବଟବୃକ୍ଷ ତଳ ଖୋଳାଗଲା ।
ଠାକୁର ଆବିର୍ଭୂତ ହେଲେ । ୟୟାତି କେଶରୀ ମହା ସମାରୋହରେ ସୋନପୁର ଠାରୁ ଠାକୁରଙ୍କୁ
ପୁରୁଷୋତ୍ତମ କ୍ଷେତ୍ରକୁ ବିଜେ କରାଇଲେ । ବଟମୂଳରେ ଦେଉଳ ତୋଳା ହେଲା । ପାଖେ ପାଖେ
ବିମଳାଙ୍କ ଦେଉଳ ମଧ୍ଧ ତୋଳା ହେଲା । ଜଗନ୍ନାଥ ବିମଳା ଦୁଇ ମନ୍ଦିରରେ ବିଜେ କଲେ ।
ମଣୋହୀ ହେଲା । ୟୟାତି ଠାକୁର ଠାକୁରାଣୀଙ୍କ ପ୍ରସାଦ ସେବା କଲେ । ୟୟାତି ନିର୍ମିତ
ଜଗନ୍ନାଥ ମନ୍ଦିରର ଉଚ୍ଚତା ଥିଲା 38 ହାତ ଏବଂ ବିମଳା ମନ୍ଦିରର ତେର ହାତ । ମାଦଳା ପାଞ୍ଜିରେ
ଏହାର ଉଲ୍ଲେଖ ଅଛି । ଏଥିରୁ ୟୟାତି କେଶରୀଙ୍କ ଧର୍ମ ସମନ୍ବଯର ସ୍ପଷ୍ଟ ପରିଚଯ ମିଳେ ।

ପୁରୀ ଜଗନ୍ନାଥ ମନ୍ଦିରରେ ଅନ୍ନ ମହାପ୍ରସାଦ ଏବଂ ଅନ୍ଯାନ୍ଯ ପୂଜା ବିଧିର ପ୍ରଚଳନ ୟୟାତି
କେଶରୀ କରାଇଛନ୍ତି । ତାଙ୍କ ୟୋଗୁଁ ଜଗନ୍ନାଥଙ୍କ ସମସ୍ତ ବିଧି ବିଧାନ ଆରମ୍ଭ ହୋଇ ଥିବାରୁ
ଲୋକେ ତାଙ୍କୁ ଦ୍ବିତୀଯ ଇନ୍ଦ୍ରଦ୍ଯୁମ୍ନ ବୋଲି କହନ୍ତି । ୟୟାତି ଅତୀବ ଲୋକପ୍ରିଯ ଥିଲେ । କି
ବୈଦିକ , ବ୍ରାହ୍ମଣ , ଶାକ୍ତ , କି ବୌଦ୍ଧ ସମସ୍ତ ସଂପ୍ରଦାଯ ତାଙ୍କ ପ୍ରତି ଅନୁରକ୍ତ ଥିଲେ , କାରଣ
ସମସ୍ତ ସଂପ୍ରଦାଯ ପ୍ରତି ସମସ୍ତ ଧର୍ମ ମତ ପ୍ରତି ତାଙ୍କର ଆସ୍ଥା ଓ ସମ୍ମାନ ଥିଲା । କିନ୍ତୁ ସେ ନିଜେ
ଶିବୋପାସକ ଥିଲେ । ୟୟାତି କେଶରୀ ୟାଜପୁରରେ ଉତ୍କଳ ରାଜଧାନୀ ସ୍ଥାପିତ କରିଥିଲେ । ତାଙ୍କ
ରାଜପ୍ରାସାଦର ଭଗ୍ନାବସ୍ଥା ଉପରେ ୟାଜପୁରର ବର୍ତ୍ତମାନ ସରକାରୀ କଚେରୀ ନିର୍ମିତ । ସେ
ୟାଜପୁରରେ ଅବସ୍ଥାନ କଲେ ସତ , କିନ୍ତୁ ତାଙ୍କର ଦୃଷ୍ଟି ରହିଲା ପ୍ରାଚୀନ କଳିଙ୍ଗର ରାଜଧାନୀ ,
ଜୈନ ଓ ବୌଦ୍ଧ ଧର୍ମର କେନ୍ଦ୍ରସ୍ଥଳ ଭୂବନେଶ୍ବର ଉପରେ । ଅନ୍ଯାନ୍ଯ ଧର୍ମ ଓ ସଂପ୍ରଦାଯ ପ୍ରତି
ୟୟାତି କେଶରୀଙ୍କ ବିରାଗ ବିତୃଷ୍ଣା ନ ଥିଲେ ହେଁ ସ୍ବଧର୍ମର ପ୍ରତିଷ୍ଠା ଓ ପ୍ରଚାର ନିମନ୍ତେ ତାଙ୍କର
ବଳବତୀ ଇଚ୍ଛା ଥିଲା । ଭୁବନେଶ୍ବରରେ ଶିବକ୍ଷେତ୍ର ପ୍ରତିଷ୍ଠା କରିବାରେ ୟୟାତି ପ୍ରବୃତ୍ତ ହେଲେ ।
ଲିଙ୍ଗରାଜ ମନ୍ଦିରର ଭିତ୍ତିପାତ କଲେ ସ୍ବଯଂ ୟୟାତି । ଲିଙ୍ଗରାଜଙ୍କ ମନ୍ଦିର ନିର୍ମାଣ ସଙ୍ଗେ ସଙ୍ଗେ
ଭୂବନେଶ୍ବର ଶୈବଧର୍ମର ପ୍ରଧାନ ପୀଠରେ ପରିଣତ ହୋଇଗଲା । ସମଗ୍ର ଉତ୍କଳରେ ଶୈବଧର୍ମର
ପ୍ରଭାବ ପ୍ରସାରିତ ହେଲା । ଉତ୍କଳରୁ ଜୈନ ଧର୍ମ ଓ ବୌଦ୍ଧ ଧର୍ମ କ୍ରମଶଃ ଲୁପ୍ତ ହେବାକୁ
ବସିଲା । //
ଉତ୍କଳକୁ ଶକ୍ତିଶାଳୀ , ସମୃଦ୍ଧିଶାଳୀ କରିବା ଲକ୍ଷ୍ଯ ରଖି ଅନଙ୍ଗଭୀମ ସିଂହାସନ ଆରୋହଣ
କରିଥିଲେ ଏବଂ ଜୀବନବ୍ଯାପୀ ସେହି ଲକ୍ଷ୍ଯସାଧନରେ ନିଜକୁ ନିଯୋଜିତ କରିଥିଲେ । ଜନ~
ସାଧାରଣଙ୍କ ଶିକ୍ଷା ଲାଗି ସେ ବହୁ ସଂଖ୍ଯକ ସଂସ୍କୃତ ପାଠଶାଳା ସ୍ଥାପନ କରିଥିଲେ ଏବଂ ବୃତ୍ତି
ବେତନ ଦେଇ ସେହି ପାଠଶାଳା ମାନଙ୍କରେ ଧୂରନ୍ଧର ପଣ୍ଡିତମାନଙ୍କୁ ନିୟୁକ୍ତ କରିଥିଲେ ।
ବିଦ୍ଯାନୁରାଗୀ ଅନଙ୍ଗଭୀମ ଉତ୍କଳ ବ୍ଯାପୀ ବିଦ୍ଯାର ବହୁଳ ପ୍ରସାର ବ୍ଯବସ୍ଥା କରାଇଥିଲେ । ତାଙ୍କ
ସମଯରେ ସଂସ୍କୃତ ସାହିତ୍ଯ ଚର୍ଚ୍ଚାରେ ଉତ୍କଳ ପରାକାଷ୍ଠା ଲାଭ କରିଥିଲା । ଅନଙ୍ଗଭୀମଙ୍କ
ସଭା ପଣ୍ଡିତ ଥିଲେ ଭାସ୍କର । ତାଙ୍କ ମନ୍ତ୍ରୀ ଥିଲେ ଗୋବିନ୍ଦ ପଟ୍ଟଜ୍ଯୋତିଷ । ତାଙ୍କ ମନ୍ଦିର
ପରିଚାଳକ ଥିଲେ ପରମହଂସ ବାଜପେଯୀ । ତାଙ୍କ ରାଜସ୍ବ-ସଚୀବ ଥିଲେ ଇଶାନ୍ ପଟ୍ଟନାଯକ
ଓ ଦାମୋଦର ବଡପଣ୍ଡା । ଏପରି ଧୂରୀଣ ପଣ୍ଡିତମାନଙ୍କ ସାହାୟ୍ଯରେ ରାଜା ଅନଙ୍ଗଭୀମ ପ୍ରାଚୀନ
ପୁରାଣ ଗ୍ରନ୍ଥଗୁଡିକର ନୂତନ ସଂସ୍କରଣ କରାଇଥିଲେ । ସ୍ବଯଂ ଅନଙ୍ଗଭୀମଙ୍କର ମଧ୍ଧ ନାନା ଶାସ୍ତ୍ରରେ
ଗଭୀର ପ୍ରବେଶ ଥିଲା । ରାଜା ଅନଙ୍ଗଭୀମ ବଡ ଗୁଣଗ୍ରାହୀ ଥିଲେ । କର୍ମଚାରୀମାନଙ୍କ ଗୁଣ ଓ
କର୍ମ କୁଶଳତା ଉପଲବ୍୍ଧି କରି ଅନଙ୍ଗଭୀମ ସେମାନଙ୍କୁ ଉପାଧି ପ୍ରଦାନ କରୁଥିଲେ । ପଟ୍ଟନାଯକ ,
ପଟ୍ଟଜ୍ଯୋତିଷ , ମଙ୍ଗରାଜ , ମହାପାତ୍ର , ବଡପଣ୍ଡା , ବାଜପେଯୀ , ବିଶ୍ବାସରାଯ , ସାମନ୍ତରାଯ
ପ୍ରଭୃତି ସମ୍ମାନସୂଚକ ଉପାଧି ଅନଙ୍ଗଭୀମଙ୍କ ସୃଷ୍ଟି । ଏହିସବୁ ଉପାଧି ପ୍ରଦାନ କରି ଅନଙ୍ଗଭୀମ
ଗୁଣର ଆଦର କରୁଥିଲେ ଓ ପ୍ରଜା ମନୋରଞ୍ଜନ କରୁଥିଲେ । ପ୍ରଜାହିତ ସାଧନ ଲାଗି ସେ ୟାହା
କରି ୟାଇଛନ୍ତି ତାହା ମହାନଦୀ ଓ ମହୋଦଧି କୀର୍ତ୍ତନ କରୁଛନ୍ତି ।

ବିଦ୍ଯାଚର୍ଚ୍ଚା ସତ୍ତ୍ବେ ରାଜା ଅନଙ୍ଗଭୀମ ଦେଶ ରକ୍ଷା ଓ ସୈନ୍ଯ ସଂଗଠନ ପ୍ରତି ଉପେକ୍ଷା
ପ୍ରଦର୍ଶନ କରି ନ ଥିଲେ । ଦୁର୍ଗ ନିର୍ମାଣ ଓ ସାମନ୍ତ ରାଜ୍ଯ ସୃଷ୍ଟି କରି ସେ ପୂର୍ବରୁ ଦେଶରକ୍ଷା ପଥ
ସୁଗମ କରି ଦେଇଥିଲେ । ଅଥଚ ତାଙ୍କ ସୈନ୍ଯସାମନ୍ତ , ଅଶ୍ବଗଜ ଅପରିମିତ ଥିଲା । ତାଙ୍କର
25 ଶହ ଘର ଦନ୍ତା ହାତୀ ଥିଲେ । 50 ହଜାର ଅଶ୍ବାରୋହୀ ଏବଂ 75 ହଜାର ପଦାତିକ ୟୋଦ୍ଧା
ଥିଲେ । ଏହି 75 ହଜାର ପଦାତିକ ମଧ୍ଧରୁ 25 ହଜାର ଥିଲେ ବେତନଭୋଗୀ ସଂରକ୍ଷିତ
ସେନା , ଅବଶିଷ୍ଟ 50 ହଜାର ଥିଲେ କୃଷିଜୀବୀ - ଆବଶ୍ଯକ ହେଲେ ସେମାନେ ଢାଲ , ତରବାରୀ
ଖଣ୍ଡା , ବର୍ଚ୍ଛା ଘେନି ରଣଭୂମିକୁ ଅଗ୍ରସର ହେଉଥିଲେ , ନିଜର ରାଜାଙ୍କ ଲାଗି ଦେଶର ସ୍ବାଧୀନତା
ଲାଗି ଜୀବନ ସମର୍ପି ଦେଉଥିଲେ । ଏତତ୍୍ବ୍ଯତୀତ ବିପଦ ସଙ୍କେତ ପାଇବା ମାତ୍ରେ ଆଦେଶକ୍ରମେ
ବୈଦେଶିକ ଶତ୍ରୁ ଆକ୍ରମଣରୁ ମାତୃଭୂମିକୁ ରକ୍ଷା କରିବା ପାଇଁ ସମଗ୍ର ଉତ୍କଳରୁ ତିନି ଲକ୍ଷ ପାଇକ
ବୀରମତରେ ମାତି ଉଠି ରଣାଙ୍ଗନକୁ ଅଗ୍ରସର ହେଉଥିଲେ । ସ୍ବଯଂ ରାଜା ଅନଙ୍ଗଭୀମ ବୀର
ବିକ୍ରମରେ ୟୁଦ୍ଧଭୂମିରେ ଅବତୀର୍ଣ୍ଣ ହେଉଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡିଆ
ପାଇକ ସେନା ମାତୃଭୂମି ନିମିତ୍ତ ପ୍ରାଣପାତ କରିବାକୁ କୁଣ୍ଠାବୋଧ କରୁ ନ ଥିଲେ ।

ସମର ନିପୁଣ ବିକ୍ରମଶାଳୀ ଅନଙ୍ଗଭୀମ ବାହୁବଳରେ ସ୍ବରାଜ୍ଯର ସୀମା ବିସ୍ତାର କରି ବିଶାଳ
ଉତ୍କଳରେ ଶାନ୍ତି - ସାମ୍ଯ ପ୍ରତିଷ୍ଠା କରିଥିଲେ । ସେ ୟେପରି ୟୁଦ୍ଧବିଦ୍ଯା ବିଷାରଦ ଥିଲେ ସେପରି
ନୀତିକୁଶଳ ଥିଲେ । ତାଙ୍କ ଉଦାରତା ଶତ୍ରୁକୁ ମଧ୍ଧ ମିତ୍ର କରି ପାରୁଥିଲା । ଶତ୍ରୁ ୟେତେବେଳେ
ନୀତି ନ ମାନି ଉତ୍କଳ ଆକ୍ରମଣ କରୁଥିଲା , ସେତେବେଳେ ଅନଙ୍ଗଭୀମ ଭୀମତେଜରେ ସମରାନଳକୁ
ଲମ୍ଫ ପ୍ରଦାନ କରି ରାଜଧର୍ମ ପାଳନ କରୁଥିଲେ । ମୁସଲମାନ ଆକ୍ରମଣରୁ ନିସ୍ତାର ପାଇବା ପାଇଁ
1203 ଖ୍ରୀଷ୍ଟାବ୍ଦରେ ବଙ୍ଗ ଦେଶର ଶେଷ ସ୍ବାଧୀନ ହିନ୍ଦୁ ରାଜା ଲକ୍ଷ୍ମଣସେନ ପଳାଇ ଆସି ଅନଙ୍ଗ~
ଭୀମଙ୍କ ବାହୁଛାଯା ତଳେ ଆଶ୍ରଯ ନେଇଥିଲେ । ଅନଙ୍ଗଭୀମ ଦଯା ପରବଶ ହୋଇ ଲକ୍ଷ୍ମଣସେନଙ୍କୁ
ବୃତ୍ତି ବାଡି ଖଞ୍ଜି ଦେଲେ । ଅନଙ୍ଗଭୀମ ତାଙ୍କର ଶେଷ କାଳ ପୁରୀ ଧାମରେ ଅତିବାହିତ କଲେ
ଏବଂ ଲକ୍ଷ୍ମଣସେନ ମଧ୍ଧ ଅନଙ୍ଗଭୀମଙ୍କ ଆଶ୍ରଯରେ ଶେଷ ଜୀବନ ପୁରୀରେ କଟାଇଥିଲେ ।
ଅନଙ୍ଗଭୀମ ଲକ୍ଷ୍ମଣସେନଙ୍କୁ ଆଶ୍ରଯ ଦେବାରୁ ପ୍ରତିହିଂସା ସାଧନ ଅଭିପ୍ରାଯରେ ପଠାଣମାନେ ଉତ୍କଳ
ଆକ୍ରମଣ କରିଥିଲେ । ମହମ୍ମଦ ଘୋରୀଙ୍କ ଉପ ସେନାପତି ମହମ୍ମଦ ସିରାଜ ବଙ୍ଗ ଆକ୍ରମଣ କରି
1205 ଖ୍ରୀଷ୍ଟାବ୍ଦରେ ଉତ୍କଳ ପ୍ରତି ଅଭିୟାନ କଲେ । କିନ୍ତୁ ମହାତେଜା ଅନଙ୍ଗଭୀମ ବିପୁଳ ଉତ୍କଳ
ବାହିନୀ ନେଇ ସେହି ପଠାଣ ଅଭିୟାନର ଭୀଷଣ ପ୍ରତିରୋଧ କଲେ । ପଠାଣ ସେନାପତି ମହମ୍ମଦ
ସିରାଜ ଭଯ ବିହ୍ବଳ ହୋଇ ଉତ୍କଳର ସୀମା ମଧ୍ଧରେ ପ୍ରବେଶ ନ କରି ଛତ୍ରଭଙ୍ଗ ଦେଲେ । 1212
ଖ୍ରୀଷ୍ଟାବ୍ଦରେ ବଙ୍ଗ ସୁଲତାନ ଗିଯାସୁଦ୍ଦିନ୍ ଇବାଜ୍ ଉତ୍କଳ ଆକ୍ରମଣ କଲେ । ଏଥର ଅନଙ୍ଗଭୀମ
ସେହି ମୁସଲମାନ ସେନାଙ୍କୁ ତଡିବା ପାଇଁ ମନ୍ତ୍ରୀ ଗୋବିନ୍ଦ ପଟ୍ଟଜ୍ଯୋତିଷଙ୍କ ଅଧୀନରେ ପ୍ରବଳ ଓଡିଆ
ବାହିନୀ ପ୍ରେରଣ କଲେ । ଓଡିଆ ବାହିନୀ ସେହି ମୁସଲମାନ ସେନାଙ୍କୁ ଏପରି ବିତାଡିତ କଲେ ୟେ
ସେମାନଙ୍କର ଅସ୍ତିତ୍ବ ରହିଲା ନାହିଁ ; ସମସ୍ତେ ଇତସ୍ତତଃ ପଳାଯନ କଲେ ।

ଚାଟେଶ୍ବର ଶିଳାଲିପିର ପାଠୋଦ୍ଧାର ହେବା ପରେ ଜଣାୟାଇଅଛି ୟେ , ତୁମାନ୍ ୟବନ
ରାଜା ବିପୁଳ ସେନା ସହ ଉତ୍କଳ ଆକ୍ରମଣ କରିଥିଲେ । ଅନଙ୍ଗଭୀମ ତାଙ୍କ ମନ୍ତ୍ରୀ ସେନାପତି
ଗୋବିନ୍ଦ ପଟ୍ଟଜ୍ଯୋତିଷଙ୍କ ନେତୃତ୍ବରେ ବଛା ବଛା ଓଡିଆ ପାଇକ , ନାଯକ , ଖଣ୍ଡାଯତ ,
ପଟ୍ଟନାଯକ ଓ ମହାପାତ୍ର ସହ ପ୍ରବଳ ସେନା ପ୍ରେରଣ କଲେ । ଏହି ଓଡିଆ ସେନା ତୁମାନ ୟବନ
ବାହିନୀକୁ ଦୁର୍ଭେଦ୍ଯ ବିନ୍ଧ୍ଯ ପର୍ବତର ଭୀମ ନଦୀ ପର୍ୟ୍ଯନ୍ତ ବିତାଡିତ ତଥା ପ୍ରତିହତ କରି ବିଜଯ
ଗୌରବରେ ପ୍ରତ୍ଯାବର୍ତ୍ତନ କଲେ । ତୁମାନ୍ ରାଜା ଆହତ ଶରୀରରେ ପଳାଯନ କଲା ।

ଭୀମବିକ୍ରମ ଅନଙ୍ଗଭୀମଙ୍କ ପରାକ୍ରମରେ ଉତ୍କଳର ସୀମା ଉତ୍ତର ଦିଗରେ କାଂଶବାଂଶ
ନଦୀଠାରୁ ଦନାଇକୁଡୀ ନଦୀ ପର୍ୟ୍ଯନ୍ତ ଏବଂ ଦକ୍ଷିଣ ଦିଗରେ ଋଷିକୁଲ୍ଯା ନଦୀଠାରୁ ଗୋଦାବରୀ ନଦୀ
ପର୍ୟ୍ଯନ୍ତ ବିସ୍ତୃତ ହୋଇଗଲା । ଅନ୍ଧ ଗୌଡ ବିଜେତା ପରାକ୍ରମୀ ଅନଙ୍ଗଭୀମ ତାଙ୍କ ପ୍ରଚଳିତ ମୁଦ୍ରା
ବା ମୋହରରେ ଖୋଦନ କଲେ -

ଏହି ଉପାଧିର ୟୋଗ୍ଯତମ ନରପତି ଥିଲେ ଗଙ୍ଗକୁଳଚନ୍ଦ୍ରମା ଅନଙ୍ଗଭୀମ । ତାଙ୍କ
ପଟ୍ଟମହିଷୀ କସ୍ତୁରୀ ଦେବୀଙ୍କ ଗର୍ଭସମ୍ଭୁତ " ସପୁଚ୍ଛ ନରସିଂହ ଦେବଙ୍କୁ ସେ ଉପରୋକ୍ତ ଶିକ୍ଷା
ପ୍ରଦାନ କରି ୟୋଗ୍ଯ କରିଥିଲେ । ଅବଶେଷରେ ଅନଙ୍ଗଭୀମ , ୟୁବରାଜ ନରସିଂହ ଦେବଙ୍କ
ହସ୍ତରେ ରାଜ୍ଯଭାର ଅର୍ପଣ କରି 1232 ଖ୍ରୀଷ୍ଟାବ୍ଦରେ ମହାନିଦ୍ରାରେ ଅଭିଭୂତ ହେଲେ । ଗଙ୍ଗବଂଶ
ତିଳକ ଗଜପତି ମହୁଡମଣି " ସଂଗ୍ରାମ ସହସ୍ର ବାହୁ କ୍ଷତ୍ରିଯକୂଳ ଧୂମକେତୁ " ଆଜକୁ ପ୍ରାଯ
ସାତଶହ ବର୍ଷ ହେଲା ଅସ୍ତମିତ ହେଲାଣି ; କିନ୍ତୁ ତାଙ୍କ କୀର୍ତ୍ତି ଗୌରବ ଗାଥା ମହାନଦୀର କଳ
ନିନାଦରେ ସଂକୀର୍ତ୍ତିତ ହେଉଅଛି , ମହୋଦଧିର ଉତ୍ତାଳ ତରଙ୍ଗରେ ଉଦ୍୍ଘୋଷିତ ହେଉଅଛି
ବଡଦେଉଳର ନୀଳଚକ୍ର ଉପରେ ପତିତପାବନ ପତାକାର ଫରଫର ଧ୍ବନୀରେ ଗୀତ ହେଉଅଛି ।
ସେ ମହାୟଶାଙ୍କ ୟଶଃ ସୌରଭ ଉତ୍କଳର ପୁରପଲ୍ଲୀ ଗିରିବନ ଦିଗଦିଗନ୍ତରେ ପ୍ରସାରିତ । ସେହି
ୟଶୋଧାରା ଗଙ୍ଗା , ଗୋଦାବରୀ , ଋଷିକୁଲ୍ଯା ପ୍ରଭୃତି ଉତ୍କଳର ପ୍ରତି ତଟିନୀ ସ୍ରୋତରେ ମିଶି
ପ୍ରବାହିତ ହେଉଅଛି - ଚୀର କାଳ ପ୍ରବାହିତ ହେଉଥିବ । ଅନଙ୍ଗଭୀମଙ୍କ ୟଶୋରାଶି ବିଲଯ
ଭଜିବାର ନୁହେଁ - ସେହି ୟଶଃ ସୌରଭ ଓଡିଆକୁ ନିତ୍ଯ ମୁଗ୍୍ଧ କରୁଛି - ସେହି କୀର୍ତ୍ତି ପ୍ରତିଭା
ଓଡିଆକୁ ପ୍ରବୃଦ୍ଧ ପ୍ରଭାବିତ କରୁଅଛି - ଚିରଦିନ କରୁଥିବ । ଓଡିଆର ବଡଦାଣ୍ଡ , ଓଡିଆର ବଡ
ଦେଉଳ , ଓଡିଆର ବଡ ଠାକୁର ୟେତେଦିନ ଥିବେ , ଓଡିଆ ସେତେଦିନ ଅନଙ୍ଗଭୀମଙ୍କ କୀର୍ତ୍ତି
ଗୌରବ ସ୍ମରଣ କରି ଆପଣାକୁ ଗର୍ବିତ ବୋଧ କରୁଥିବ - ଆପଣା ଜାତିର ଟେକ ନେଇ
ବିଶ୍ବବକ୍ଷରେ ନିଜକୁ ସମ୍ମାନିତ ମନେ କରୁଥିବ - ମଧୁର ସ୍ବପ୍ନରେ ସେ କୀର୍ତ୍ତି ସକଳ ସନ୍ଦର୍ଶନ
କରୁଥିବ । ସ୍ବପ୍ନରେ ଭବିଷ୍ଯତ ରଚନା କରି ସ୍ବପ୍ନ ବିଭୋର ଭାବପ୍ରବଣ ଓଡିଆ ୟୁବକ
" ଉତ୍କଳ ପ୍ରତିଭା ଅନଙ୍ଗଭୀମଙ୍କୁ ସୁଷୁପ୍ତିମଯ ମଧୁ ରାଜ୍ଯରେ ଦର୍ଶନ କରି ଧନ୍ଯ ହେଉଥିବେ । //
କପିଳେନ୍ଦ୍ର ଦେବଙ୍କ ଶ୍ରୀକ୍ଷେତ୍ରକୁ ପ୍ରତ୍ଯାଗମନ କରିବାର ଅଳ୍ପ ଦିନ ପରେ ବିଜଯନଗରର
ରାଜା ତାଙ୍କ ସନ୍ଧି ସଖ୍ଯ ଅସ୍ବୀକାର କରି ଉତ୍କଳାଧୀନ ବିଜିତ ରାଜ୍ଯଗୁଡିକୁ ପୁଣି ହସ୍ତଗତ କରି
ନେବାର ପ୍ରଯାସ କଲେ । ତ୍ରୈଲଙ୍ଗ ରାଜ୍ଯର ସିଂହାସନ ନିମିତ୍ତ ଅମ୍ବରରାଯ ଉତ୍କଳାଧିପତି
କପିଳେନ୍ଦ୍ର ଦେବଙ୍କ ପ୍ରଯାସ କଲେ । ତ୍ରୈଲଙ୍ଗ ରାଜ୍ଯର ସିଂହାସନ ନିମିତ୍ତ ଅମ୍ବରରାଯ
ଉତ୍କଳାଧିପତି କପିଳେନ୍ଦ୍ର ଦେବଙ୍କ ସାହାୟ୍ଯ ଭିକ୍ଷା କରିଥିଲେ । ସନ୍ଧି ସରତ ଅମାନ୍ଯ କରି
ବାହାମଣୀ ଅଧିପତି ମହମ୍ମଦ ନିଜାମ ଅମରରାଯଙ୍କ ପ୍ରତିଦ୍ବନ୍ଦୀ ମଙ୍ଗଳରାଯଙ୍କ ପୋଷାକ ହୋଇ
ଦଣ୍ଡାଯମାନ ହେଲେ । ପ୍ରତିଭାବାନ୍ ପ୍ରଭାବଶାଳୀ କପିଳେନ୍ଦ୍ର ଦେବ ଏକ ଦିଗରେ ନୀତି ଓ ଶୃଙ୍ଖଳା
ରକ୍ଷା ଏବଂ ଅପର ଦିଗରେ ଅରକ୍ଷର ରକ୍ଷା ଲାଗି ଦଶ ହଜାର ଓଡିଆ ପାଇକ ଏବଂ ଆଠ ହଜାର
ଓଡିଆ ଅଶ୍ବାରୋହୀ ଘେନି ବାହାମଣି ପ୍ରତି ମହମ୍ମଦ ନିଜାମ ଓ ଅମୃତରାଯଙ୍କ ଶତ୍ରୁ ମଙ୍ଗଳରାଯଙ୍କ
ବିରୁଦ୍ଧରେ ଅଭିୟାନ ଚଳାଇଲେ । 1463 ଖ୍ରୀଷ୍ଟାବ୍ଦରେ କପିଳେନ୍ଦ୍ରଙ୍କ ନେତୃତ୍ବରେ ଓଡିଆ ବାହିନୀ
ବାହାମଣିର ପଠାଣ ସେନା ଓ ମଙ୍ଗଳରାଯଙ୍କ ଆନ୍ଧ୍ରସେନାକୁ ଅବଲୀଳା କ୍ରମେ ପରାସ୍ତ କଲେ ।
ଦାକ୍ଷିଣାତ୍ଯରେ ପଠାଣ ଏବଂ ଦୁର୍ଦ୍ଦର୍ଷ ତୈଲଙ୍ଗୀଯମାନେ କପିଳେନ୍ଦ୍ର ଦେବଙ୍କ ପରାକ୍ରମ ଓ ଓଡିଆ
ବୀରତ୍ବର ପ୍ରତ୍ଯକ୍ଷ ପ୍ରମାଣ ପାଇଲେ । କପିଳେନ୍ଦ୍ର ଦେବ ତ୍ରୈଲିଙ୍ଗ ମିତ୍ର ଅମ୍ବରରାଯଙ୍କୁ ତ୍ରୈଲିଙ୍ଗ
ସିଂହାସନରେ ଆନ୍ଧ୍ର ନରପତି ଭାବେ ପ୍ରତିଷ୍ଠିତ କଲେ । ଅମ୍ବରରାଯ କୃତଜ୍ଞତାର ନିଦର୍ଶନ ସ୍ବରୂପ
ତ୍ରୈଲିଙ୍ଗ ରାଜ୍ଯର ଅଭେଦ୍ଯ କୋଣ୍ଡାପିଲ ଦୁର୍ଗ କପିଳେନ୍ଦ୍ର ଦେବଙ୍କୁ ପ୍ରତ୍ଯାର୍ପଣ କଲେ ।

ଅମ୍ବର ରାଯଙ୍କ ଅନ୍ତେ ଦୁର୍ଗର ରାଣୀ ଚନ୍ଦ୍ରବତୀ ଦେଇ କୋଣ୍ଡାପିଲ ଦୁର୍ଗର ସ୍ବାଧୀନତା
ଘୋଷଣା କଲେ । ଅବଳାର ଏ ଦାମ୍ଭିକତା କପିଳେନ୍ଦ୍ରଙ୍କୁ ଅସହ୍ଯ ବୋଧ ହେଲା । କୋଣ୍ଡାପାଲି
ଦୁର୍ଗ ଅବରୋଧ ପାଇଁ ସେ ତୀର ବେଗରେ ୟାତ୍ରା କଲେ । କପିଳେନ୍ଦ୍ର ଅନାଯାସରେ ରାଣୀ ଚନ୍ଦ୍ରା~
ବତୀ ଦେଇଙ୍କୁ ବନ୍ଦୀ କଲେ ଏବଂ କୋଣ୍ଡାପିଲି ଦୁର୍ଗ ସ୍ବାଧୀନ ଉତ୍କଳର ଅଧୀନ ଓ ଅନ୍ତର୍ଭୁକ୍ତ ହେଲା ।
ଅମ୍ବରରାଯଙ୍କ ବଂଶଧର ନରସିଂହରାଯଙ୍କୁ କୋଣ୍ଡାପିଲି ଦୁର୍ଗରେ ଶାସନ ଭାର ଦେଇ କପିଳେନ୍ଦ୍ର
ଦେବ ପୁଣି ଅଜେଯ ବିଜଯନଗର ଅଭିମୁଖରେ ରଣ ଅଭିୟାନ କଲେ । ପରାକ୍ରମୀ କପିଳେନ୍ଦ୍ରଙ୍କ
ସମ୍ମୁଖରେ ବିଜଯନଗର ପରାଭବ ସ୍ବୀକାର କଲା । ସେହି ବିଜଯ ମଧ୍ଧରେ ଉନ୍ମତ୍ତ ହୋଇ
ଉତ୍କଳବାହିନୀ କପିଳେନ୍ଦ୍ରଙ୍କ ଅଧିନାଯକତ୍ବରେ ରାମେଶ୍ବର ପର୍ୟ୍ଯନ୍ତ ଅଗ୍ରସର ହୋଇ ସେତୁବନ୍ଧ ଠାରେ
ଉତ୍କଳର ବିଜଯ ପତାକା ଉଡାଇଲା ।

ୟୁଦ୍ଧ ବିଜଯ ଓ ସାମ୍ରାଜ୍ଯ ପ୍ରତିଷ୍ଠାର ଉଲ୍ଲାସରେ ମତ୍ତ ହୋଇ ବୀରାଗ୍ରଗଣ୍ଯ କପିଳେନ୍ଦ୍ର
ଦେବ ମାତୃଭୂମିକୁ ବାହୁଡା ବିଜଯ କରୁଥିଲେ । ବାର୍ଦ୍ଧକ୍ଯ ୟୋଗୁଁ ପଥ ମଧ୍ଧରେ ସେ ଅସୁସ୍ଥ ଅବଶ
ବୋଧ କଲେ । ଜୀବନ ବ୍ଯାପୀ ସଂଗ୍ରାମ କରି କରି ତାଙ୍କ ଅଙ୍ଗ ଶିଥିଳ ନିସ୍ତେଜ ହୋଇ ପଡିଥିଲା ।
ହୃଦଯର ସାହସ , ମନର ବଳ ଅକ୍ଷୁର୍ଣ୍ଣ ରହିଥିଲେ ହେଁ ଭଙ୍ଗୁର ଶରୀର ଆଉ ଶ୍ରମ ସହି ପାରିଲା
ନାହିଁ । ଅବିରାମ ସୁଦୀର୍ଘ ସଂଗ୍ରାମଶଙ୍କୁଳ ବିଜଯମଯ ତିରିଶ ବର୍ଷର ଅଖଣ୍ଡ ରାଜତ୍ବ ପରେ 1465
ଖ୍ରୀଷ୍ଟାବ୍ଦରେ ପୂତନୀରା କୃଷ୍ଣାନଦୀ ତୀରରେ ମହାତେଜା ମହାରଥୀ କପିଳେନ୍ଦ୍ର ଦେବ ଇହଲୀଳା
ସମ୍ବରଣ କଲେ ।

ମାଦଳା ପାଞ୍ଜିରେ ଲେଖା ଅଛି , କପିଳେନ୍ଦ୍ର ଦେବଙ୍କ ସ୍ବୀଯ ସହଧର୍ମିଣୀଙ୍କ ଗର୍ଭରୁ ଅଷ୍ଟାଦଶ
ପୁତ୍ରରତ୍ନ ଲାଭ କରିଥିଲେ ; କିନ୍ତୁ ସ୍ବପ୍ନାବିଷ୍ଟ ହୋଇ ସେ ତାଙ୍କ " ଫୁଲ ଦେଇ " ପତ୍ନୀଙ୍କ ଗର୍ଭ
ସମ୍ଭୁତ ପରାକ୍ରାନ୍ତ ପୁରୁଷୋତ୍ତମଙ୍କୁ ତାଙ୍କ ଅନ୍ତେ ଉତ୍କଳ ସିଂହାସନ ଆରୋହଣ ନିମିତ୍ତ ଶେଷ ଇଚ୍ଛା
ପ୍ରକାଶ କରିଥିଲେ । କପିଳେନ୍ଦ୍ର ପୁରୁଷୋତ୍ତମଙ୍କ ବଳବୀର୍ୟ୍ଯର ପରିଚଯ ପାଇଥିଲେ । ରଣ
ଅଭିୟାନମାନଙ୍କରେ ପରୁଷୋତ୍ତମଙ୍କ ପରାକ୍ରମ , ସଂଗ୍ରାମପଟୁତା ଓ ଧୈର୍ୟ୍ଯ ସହିଷ୍ଣୁତା କପିଳେନ୍ଦ୍ର
ଦେବ ସ୍ବଚକ୍ଷୁରେ ଦେଖିଥିଲେ । ବିଶାଳ ଉତ୍କଳର ଶାନ୍ତି ଶୃଙ୍ଖଳା ରକ୍ଷା ଦୃଷ୍ଟିରେ ନିରପେକ୍ଷ
ଭାବରେ ପୁରୁଷୋତ୍ତମଙ୍କୁ ଉତ୍କଳ ରାଜକିରୀଟ ପରିଧାନ ପାଇଁ ନିର୍ବାଚନ କରିବା କପିଳେନ୍ଦ୍ର ଦେବଙ୍କ
ପକ୍ଷରେ ୟୁଗୋଚିତ ହୋଇଥିଲା । ପୁରୁଷୋତ୍ତମ ଦେବ ପିତାଙ୍କର ଉପୟୁକ୍ତ ପୁତ୍ର ଭାବରେ ଭ୍ରାତା~
ମାନଙ୍କ ବିଦ୍ରୋହ ସତ୍ତ୍ବେ ଉଦାର ଭାବରେ ସେମାନଙ୍କୁ ରାଜ୍ଯ ଖଣ୍ଡମାନ ପ୍ରଦାନ କରି ସାମନ୍ତ ରାଜପଦ
ସୃଷ୍ଟି କରିଥିଲେ ।

କପିଳେନ୍ଦ୍ରଦେବ ବାହୁ ବଳରେ କେବଳ ୟେ ବିଶାଳ ଉତ୍କଳ ପ୍ରତିଷ୍ଠା କରିଥିଲେ
ତାହା ନୁହେଁ , ସଦ୍ଭାବ , ସଂପ୍ରୀତି , ସନ୍ଧି , ସମାଧାନ ଦ୍ବାରା ଏବଂ ନରେନ୍ଦ୍ର ମହାପାତ୍ର ଓ
ଗୋପୀନାଥ ମହାପାତ୍ରଙ୍କ ପରି ଧୁରନ୍ଧର ମନ୍ତ୍ରୀଙ୍କ ସୁମନ୍ତ୍ରଣା ଦ୍ବାରା , ସର୍ବୋପରି ବାଲ୍ଯ ସହଚର
କାଶୀନାଥ ଦାସଙ୍କ ତୁଲ୍ଯ ପୁରୋଧା ଓ ସଭାସଦବର୍ଗଙ୍କ ସତ୍୍ପରାମର୍ଶ ଦ୍ବାରା ସେ ରାଜ୍ଯରେ ଶାନ୍ତି
ଶୃଙ୍ଖଳା , ସୁଶାସନ ପ୍ରତିଷ୍ଠା କରିଥିଲେ । ରାଜ୍ଯରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠିତ ହୋଇଥିବା ୟୋଗୁଁ
ଶିଳ୍ପ ସାହିତ୍ଯ ଉତ୍କର୍ଷ ଲାଭ କଲା । ବ୍ରାହ୍ମଣ ଶାସନମାନ ପ୍ରତିଷ୍ଠିତ ହେବା ଦ୍ବାରା ସଂସ୍କୃତ ଚର୍ଚ୍ଚା ବୃଦ୍ଧି
ଲାଭ କଲା । ବିଶେଷତଃ ଏହି କାଳରେ ଓଡିଆ ସାହିତ୍ଯର ଅଭିବୃଦ୍ଧି ସାଧିତ ହେଲା । ରାଜା
କପିଳେନ୍ଦ୍ର ଦେବଙ୍କ ଶାନ୍ତିମଯ ରାଜତ୍ବରେ ହିଁ ଝଙ୍କଡ ନିବାସୀ ଶୁଦ୍ରମୁନି ଶାରଳା ଦାସ ମହାଭାରତ
ରଚନା କରିଥିଲେ । ଉତ୍କଳର ଆଦିକବି ଶୁଦ୍ରମୁନି ଶାରଳା ଦାସ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ପୂଜା
ଓ ନୀତି ପ୍ରସଙ୍ଗରେ ସମସାମଯିକ ଉତ୍କଳ ନରପତି କପିଳେନ୍ଦ୍ରଙ୍କ ନାମ ଉଲ୍ଲେଖ କରିଛନ୍ତି ।

ସଂକ୍ଷେପତଃ ସାରଳା ମହାଭାରତ ହିଁ କପିଳେନ୍ଦ୍ରଙ୍କ ରାଜତ୍ବର ଶାନ୍ତି ଶୃଙ୍ଖଳାର ସ୍ପଷ୍ଟ
ପରିଚାଯକ ।

ଉତ୍କଳର ଦ୍ବିତୀଯ ଖାରବେଳ ମହା ପରାକ୍ରମଶାଳୀ କପିଳେନ୍ଦ୍ର ଦେବଙ୍କ ମହାପ୍ରାଣର
ନିର୍ବାପନ ହେଲା । ସେ ୟେଉଁ ଅଗୌଡ ସେତୁବନ୍ଧ ବିଶାଳ ଉତ୍କଳ ସାମ୍ରାଜ୍ଯ ପ୍ରତିଷ୍ଠା କରିଥିଲେ ,
ତାହା କାଳର କୁଟିଳ ଗତିରେ ବିଲଯ ଭଜିଲା । ଆଜି ତାହାର ମୂକ ସାକ୍ଷୀ ରୂପେ ରହିଅଛି କେବଳ
ଇତିହାସ - ରହିଛି କିମ୍ବଦନ୍ତୀ ତାଙ୍କ କୀର୍ତ୍ତି ପୁରୀ ଜିଲ୍ଲାର ତୁଳସୀପୁର ଶାସନ ଓ କପିଳେଶ୍ବର ପୁର
ଶାସନ ୟଥାକ୍ରମେ ତାଙ୍କ ସହଧର୍ମୀଣୀ ତୁଳସୀ ଦେବୀଙ୍କର ଏବଂ ତାଙ୍କ ନିଜ ନାମରେ ସ୍ମୃତି ତର୍ପଣ
କରୁଛି । ଶ୍ରୀ ଜଗନ୍ନାଥ ମନ୍ଦିରର ବାହାର ବେଢା ପ୍ରାଚୀର କପିଳେନ୍ଦ୍ରଙ୍କ ସ୍ମୃତିସ୍ତମ୍ଭ ରୂପେ ଠିଆ ହୋଇ
ରହିଛି । ସେ ବ୍ରାହ୍ମଣମାନଙ୍କୁ ଚୌକିଦାରୀ କରରୁ ଅବ୍ଯାହତି ଦେଇଥିଲେ - ଅବାଧରେ ଲୁଣ
ମାରିବା ପାଇଁ ଏବଂ କଉଡି ସଂଗ୍ରହ କରିବା ପାଇଁ ଜନ ସାଧାରଣଙ୍କୁ ଛାଡି ଦେଇଥିଲେ - ଗ୍ରାମେ
ଗ୍ରାମେ ଗୋଚର ଭୂମି ଛାଡି ଦେଇଥିଲେ । ଏସବୁ ଆଜି ସୁଦୂର ଅତୀତ ଇତିହାସର କଥା । ଆଜି
ଓଡିଆ ପ୍ରଜାର ସେ ସ୍ବଚ୍ଛନ୍ଦତା ନାହିଁ - ଉତ୍କଳରେ ସେ ଗୌରବ ବିଭବ ନାହିଁ । କପିଳେନ୍ଦ୍ର ଦେବ
ନାହାଁନ୍ତି - ନାହିଁ ତାଙ୍କର ବୃହତ୍ତର ଉତ୍କଳ ।

ଏହି ବିଚ୍ଛିନ୍ନ ବିକଳାଙ୍ଗ ଉତ୍କଳରେ ଏହି ଉତ୍କଳ ଦେଶ ମିଶ୍ରଣ ଆନ୍ଦୋଳନ
ୟୁଗରେ ଅଛି କେବଳ ସେହି ସ୍ମୃତି ଟିକକ । ଉତ୍କଳ ଦିନେ ଗଙ୍ଗା କୂଳରେ , ମହେନ୍ଦ୍ର ଶିଖରରେ ,
ନେଲୋରର ଚନ୍ଦ୍ରଗିରିରେ , ବିଜଯନଗରର କୋଣ୍ଡାପିଲି ଦୁର୍ଗରେ , ବାହାମଣି ରାଜ୍ଯର ଦେବର~
କୋଣ୍ଡା ଦୁର୍ଗରେ ସୁଦୂର ସେତୁବନ୍ଧ ଉପରେ ତାର ବିଜଯକେତନ ଉଡାଇଥିଲା - ଦିନେ କପିଳେନ୍ଦ୍ରଙ୍କ
ନାମ ଭାରତବର୍ଷର ଗୃହେ ଗୃହେ ଘୋଷିତ ହେଉଥିଲା ; ଆଜି ଅଛି କେବଳ ସେହି ମଧୁର
ଗୌରବମଯ ସ୍ମୃତି । ସେହି ସ୍ମୃତି ଆଜି ଓଡିଆକୁ ସଂଜୀବିତ କରି ରଖି ପାରିଅଛି । ସେହି ସ୍ମୃତି
ହିଁ ଆଜି ତାର ସମ୍ବଳ । ଓଡିଆ ୟଦି ଗୋଟିଏ ମହା ଜାତିରେ ପରିଣତ ହୁଏ , ଓଡିଆଭାଷୀ ଅଞ୍ଚଳ
ୟଦି ଗୋଟିଏ ଅଖଣ୍ଡ ପ୍ରବଳ ସ୍ବାଧୀନ ପ୍ରଦେଶରେ ପରିଣତ ହୁଏ - ହେବ ସେହି ଗୌରବମଯ
ସ୍ମୃତିରେ । ଆଜି ସେହି ଅତୀତ ଗୌରବର ସ୍ମୃତି ହିଁ ଓଡିଆର ପ୍ରାଣ । //
ପ୍ରତାପରୁଦ୍ର ଉତ୍କଳରେ ଧର୍ମ ଓ ସାହିତ୍ଯ କ୍ଷେତ୍ରରେ ନୂତନ ୟୁଗ ଆରମ୍ଭ କଲେ ।
ଓଡିଆ ଭାଷା ଓ ଉତ୍କଳର ସାର୍ବଜନୀନ କଥିତ ଓ ଲିଖିତ ଭାଷା ହେଲା ଏବଂ ବୈଷ୍ଣବ ଧର୍ମ
ଉତ୍୍କଳୀଯ ଜନ ସାଧାରଣଙ୍କର ଜାତୀଯ ଧର୍ମ ହେଲା । ଭାଷା ଏବଂ ଧର୍ମ ଉତ୍କଳରେ ନୂତନ
ପରିବର୍ତ୍ତନ ନୂତନ ସଂସ୍କାର ସୃଷ୍ଟି କଲା । ପ୍ରତାପରୁଦ୍ରଙ୍କ ପ୍ରଶ୍ରଯରେ ଉତ୍କଳରେ କେବଳ ୟେ ଓଡିଆ
ସାହିତ୍ଯର ବିକାଶ ହେଲା ଓ ଧର୍ମର ଅଭ୍ଯୁଦଯ ହେଲା ତାହା ନୁହେଁ , ସଂସ୍କୃତ ସାହିତ୍ଯ ମଧ୍ଧ
ଅଶେଷ ଉନ୍ନତି ଲାଭ କଲା । ସ୍ବଯଂ ପ୍ରତାପ ସରସ୍ବତୀ ବିଳାସ ନାମକ ପ୍ରସିଦ୍ଧ ସଂସ୍କୃତ ଗ୍ରନ୍ଥ
ଲେଖିଥିଲେ । ତାହା ଉତ୍କଳ ଓ ଦାକ୍ଷିଣାତ୍ଯରେ ପ୍ରଧାନ ପ୍ରାଚୀନ ଆଇନ୍ ପୁସ୍ତକ ରୂପେ ଅଦ୍ଯାବଧି
ପ୍ରଚଳିତ ଅଛି । ବ୍ରାହ୍ମଣମାନେ ପ୍ରତାପରୁଦ୍ରଙ୍କ ଠାରୁ ଶାସନ ଦାନ ପାଇ ସ୍ବଚ୍ଛନ୍ଦରେ ରହି ସଂସ୍କୃତରେ
ଦର୍ଶନ , ଜ୍ଯୋତିଷ ଓ ବିଜ୍ଞାନ ଚର୍ଚାର ସୁୟୋଗ ପାଇଲେ । ତାଙ୍କ ସମଯରେ ଉତ୍କଳୀଯ ବ୍ରାହ୍ମଣ
ପଣ୍ଡିତମାନେ ମାର୍ଜିତ ସଂସ୍କୃତ ଭାଷାରେ ୟେ ସମସ୍ତ କାବ୍ଯ , ବ୍ଯାକରଣ , ଅଳଙ୍କାର , ଧର୍ମ ,
ଦର୍ଶନ , ଜ୍ଯୋତିଷ , ବିଜ୍ଞାନ , ପ୍ରଭୃତି ଲେଖି ୟାଇଛନ୍ତି , ସେ ସମସ୍ତ ଉତ୍କଳର ଅକ୍ଷଯ ଭଣ୍ଡାର
ରୂପେ ବିଶ୍ବ ସାହିତ୍ଯ କୋଷରେ ସୁରକ୍ଷିତ ହୋଇଛି ।

ରାଜା ପ୍ରତାପରୁଦ୍ର ଦେବ ସ୍ବଭାବତଃ ଧର୍ମପ୍ରାଣ ଥିଲେ ; ଶ୍ରୀ ଚୈତନ୍ଯଙ୍କ ସାହାଚର୍ୟ୍ଯ ପାଇ
ଧର୍ମର ଚରମ ଶିଖରକୁ ଉନ୍ନୀତ ହେଲେ । ରାଯରାମାନନ୍ଦ ରାଜମହେନ୍ଦ୍ରର ଶାସନ ଭାର ତ୍ଯାଗ କରି
ଉତ୍କଳରେ ବୈଷ୍ଣବ ଧର୍ମ ପ୍ରଚାରର ବିପୁଳ ଭାର ଗ୍ରହଣ କଲେ । ରାମାନନ୍ଦଙ୍କ ହେତୁ ଶ୍ରୀ
ଚୈତନ୍ଯଙ୍କ ସହିତ ପ୍ରତାପରୁଦ୍ରଙ୍କର ଘନିଷ୍ଠତା ବଢିଲା । ରାମାନନ୍ଦ , ପ୍ରତାପରୁଦ୍ର ଦେବଙ୍କର
ୟେପରି ଶକ୍ତିଶାଳୀ ମନ୍ତ୍ରୀ ଓ ଅନ୍ତରଙ୍ଗ ବନ୍ଧୁ ଥିଲେ ସେପରି ଶ୍ରୀ ଚୈତନ୍ଯଙ୍କର ପରମ ବିଶ୍ବାସୀ
ଭକ୍ତ ଥିଲେ । ରାଯ ରାମାନନ୍ଦଙ୍କୁ ରାଜମହେନ୍ଦ୍ରୀରୁ ଡକାଇ ଆଣି ତାଙ୍କ ପରାମର୍ଶ ଓ ଉପଦେଶ
ଅନୁୟାଯୀ ରାଜା ପ୍ରତାପରୁଦ୍ର ଶ୍ରୀ ଚୈତନ୍ଯଙ୍କ ପ୍ରଥମ ଦର୍ଶନ ଲାଭ କରିଥିଲେ । ସେଦିନ ଉତ୍କଳ
ପକ୍ଷରେ ବଡ ଶୁଭ ଦିନ । ସେଦିନ କି ଶୁଭ ମୁହୂର୍ତ୍ତରେ ଶ୍ରୀ ଚୈତନ୍ଯଙ୍କୁ ସାକ୍ଷାତ୍ ହେଲା କେଜାଣି
ଉତ୍କଳ ପ୍ରେମ ମହାନଦୀରେ ପ୍ଳାବିତ ହେଲା । ଚୈତନ୍ଯ , ପ୍ରତାପ , ରାମାନନ୍ଦ , ପ୍ରେମଗଙ୍ଗା ,
ପ୍ରେମ ଚିତ୍ରୋତ୍ପଳା , ପ୍ରେମ ଗୋଦାବରୀ ରୂପେ ବିଶାଳ ଉତ୍କଳରେ ବହିଗଲେ । ସେହି ତ୍ରିବେଣୀ
ପ୍ରେମ ପ୍ରବାହରେ ଉତ୍କଳର ଆବାଳ ବୃଦ୍ଧ ବନିତା ସ୍ନାତ ନିମଜ୍ଜିତ ହେଲେ ।

ପ୍ରତାପରୁଦ୍ର ପରମ ଭକ୍ତ , ପରମ ଧାର୍ମିକ ; ତାଙ୍କ ରାଜ୍ଯ ଶାସନ ଅନିନ୍ଦ୍ଯ , ଅନୁପମ ।
ମନ୍ତ୍ରୀବର୍ଗଙ୍କ ସହିତ ସତ୍୍ପରାମର୍ଶ ବ୍ଯତୀତ ପ୍ରତାପ କୌଣସି କାର୍ୟ୍ଯରେ ହସ୍ତକ୍ଷେପ କରୁ ନ
ଥିଲେ । ଶ୍ରୀଚୈତନ୍ଯଙ୍କୁ ଅଭିବାଦନ କରିବାକୁ ହେବ ; ସେଥିଲାଗି ସେ ରାମାନନ୍ଦଙ୍କ ପରାମର୍ଶ
ଲୋଡିଥିଲେ । ପ୍ରତାପ ଏକାଧାରାରେ ଶକ୍ତିଶାଳୀ , ବୁଦ୍ଧିମାନ୍ , ଧର୍ମପ୍ରାଣ ଓ ଉଦାରଚରିତ
ଥିଲେ । ତାଙ୍କର ଶିଷ୍ଟ ପ୍ରକୃତିରେ ଶତ୍ରୁ ମଧ୍ଧ ମୁଗ୍୍ଧ ହେଉଥିଲା ।

ଉତ୍କଳର ଏହି ଆଦର୍ଶ ଚରିତ ବୈଷ୍ଣବ ସମ୍ରାଟ ପ୍ରତାପଶାଳୀ ମହାୟଶା , ମହାରାଜ ପ୍ରତାପରୁଦ୍ର
ଦେବଙ୍କ କର୍ମମଯ ଓ ଧର୍ମମଯ ଜୀବନର ଅବସାନ ହେଲା ତାଙ୍କ ରାଜତ୍ବର 44 ଅଙ୍କରେ ଅର୍ଥାତ୍
1532 ଖ୍ରୀଷ୍ଟାବ୍ଦରେ । କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ମଙ୍ଗଳବାର ଦିନ ପୁଣ୍ଯତୋଯା ମହାନଦୀ ବେଷ୍ଟିତ
ଧବଳେଶ୍ବର ମନ୍ଦିରଠାରେ ପ୍ରଥିତୟଶା ପ୍ରତାପରୁଦ୍ର ମହାନିଦ୍ରାରେ ଅଭିଭୂତ ହେଲେ । ୟେଉଁ
ଧବଳେଶ୍ବରଙ୍କ ଅନୁକମ୍ପାରୁ ପ୍ରତାପରୁଦ୍ର ପଦ୍ମାବତୀଙ୍କ ଗର୍ଭରୁ ପୁରୁଷୋତ୍ତମ ଦେବଙ୍କ ଔରସରେ
ସମ୍ଭୁତ ହୋଇଥିଲେ ସେହି ଧବଳେଶ୍ବରଙ୍କ ଚରଣ ପ୍ରାନ୍ତରେ ପ୍ରତାପରୁଦ୍ର ପ୍ରାଣବାଯୁ ବିସର୍ଜନ
କଲେ । ତାଙ୍କ ଗୈରବମଯ ରାଜତ୍ବର ଅବସାନ ସଙ୍ଗେ ସଙ୍ଗେ ଗୋବିନ୍ଦ ବିଦ୍ଯାଧର ସୂର୍ୟ୍ଯବଂଶର
ନିଃଶେଷ ସାଧନ କଲେ - ପ୍ରତାପରୁଦ୍ରଙ୍କ ବଂଶ ଲୁପ୍ତ ହେଲା ଏବଂ ବହିଃଶତ୍ରୁ ଆକ୍ରମଣର ପଥ
ପରିଷ୍କୃତ ହୋଇଗଲା । ଅନ୍ତଃର୍ବିପ୍ଳବ ବହିବିପ୍ଳବରେ ଉତ୍କଳର ସୀମା ସଂକୀର୍ଣ୍ଣରୁ ସଂକୀର୍ଣ୍ଣ
ହୋଇଗଲା - ଉତ୍କଳର ସ୍ବାଧୀନତା ରବି ଅସ୍ତମିତ ହୋଇଗଲା । ସମସ୍ତ ଅଭାବ ମଧ୍ଧରେ କେବଳ
ଶାନ୍ତି ଶାନ୍ତ୍ବନା ଦେଲା - ପ୍ରତାପ ପ୍ରତିଷ୍ଠିତ ବୈଷ୍ଣବ ଧର୍ମ । ବୈଷ୍ଣବ ସମ୍ରାଟ ପ୍ରତାପରୁଦ୍ରଙ୍କ ୟୋଗୁଁ
ଉତ୍କଳ ତାହାର ସମସ୍ତ ଅଭାବ ଭୁଲିୟାଇ ବିଷ୍ଣୁ ପାଦତଳେ ମସ୍ତକ ରଖି ପରମ ଆଶ୍ବାସନା ଲାଭ
କଲା । ଶତ ଅଭାବ , ଶତ ଜାଳା , ଶତ ଦୈନ୍ଯ ମଧ୍ଧରେ ୟାହାଙ୍କ ୟୋଗୁଁ ମାନବ ଶାନ୍ତ ,
ଆଶ୍ବସ୍ତ , ପ୍ରଶମିତ - ସେ ଧନ୍ଯ । ଆଜି ଏ ଅଭାବମଯ , ଦୈନ୍ଯମଯ , ଜ୍ବାଳାମଯ
ଉତ୍କଳରେ ବୈଷ୍ଣବ ସମ୍ରାଟ ପ୍ରତାପରୁଦ୍ରଙ୍କ ନାମ ଶତବାର ଧନ୍ଯ ।
+>*
0 
﻿
ଅନାଦି...
03-08-12
Oriya
<ଘରୁ ତିଆରି କରି ଆଣିଥିବା ଜାଲ ମନିଅର୍ଡର ଫର୍ମ କେମିତି
ପାରାଭାଡିରେ ରଖିବେ ଭାବି ସେ ଏପଟସେପଟ ହେଲେ । ଅନ୍ଯ ସହକର୍ମୀ
ସର୍ଟର କାମରେ ଜୋରସୋରରେ ଲାଗିୟାଇ ଥାଆନ୍ତି । ତାଙ୍କୁ ସେଠାରୁ
କିଛି ସମଯ ପାଇଁ ହଟେଇବା ଆବଶ୍ଯକ , ନ ହେଲେ ଷଡକାନ ମନ୍ତ୍ରଭେଦ
ନ୍ଯାଯରେ ସମସ୍ତେ ଜାଣିୟିବେ । ପାଞ୍ଚ ଟଙ୍କା ହାତରେ ଧରି ବହୁତ
ମୂଲାଯମ କଣ୍ଠରେ ନାଯକବାବୁ କହିଲେ , " ଆହେ ରଘୁବାବୁ , କେତେ
ଏଇ ବଛାବଛା କାମ କରିବ ? ଟିକିଏ ଫୁର୍ତ୍ତି କର । ନିଅ ପାଞ୍ଚ ଟଙ୍କା , ବରା
ଆଣ ଖାଇବା । "

ନାଯକବାବୁ ପାଞ୍ଚ ଟଙ୍କା ନୋଟଟିଏ ବଢେଇବା ଦେଖି ରଘୁବାବୁ
ନିଜ ଆଖିକୁ ବିଶ୍ବାସ କରି ପାରିଲେ ନାହିଁ । ମକ୍ଷୀଚୋଷ ଆଜି କେମିତି ରାଜା
ବଳୀ ହୋଇ ୟାଇଛି । ରଘୁବାବୁ ବିଶ୍ବାସ କରି ନ ପାରି ଗୋଟାଏ
ହାତରେ ନୋଟଟିକୁ ଛୁଇଁଦେଲେ । ସତ ନୋଟ - ଅନ୍ଯ ହାତରେ
ଧରିଥିବା ଚିଠି ଗୋଟାଏ ପାରାଭାଡି ଭିତରେ ପୁରେଇ ଦେଇ
ଏକା ନିଃଶ୍ବାସରେ ଦୌଡିଲେ ବାହାରକୁ ।

ନାଯକବାବୁ ତରତରରେ ପକେଟରୁ ତିନୋଟି ମନିଅର୍ଡର ଫର୍ମ
ବାହାର କରି ଉଦ୍ଦିଷ୍ଟ ପାରାଭାଡି ଖୋପରେ ରଖିଦେଲେ । ଝାଳ ପୋଛିଲା~
ବେଳେ ରଘୁବାବୁ ହାଜର । ବିଭିନ୍ନ ଡାକ ବ୍ଯାଗରେ ଚିଠି ଭର୍ତ୍ତି ହେଲା ,
ମନିଅର୍ଡର ଫର୍ମ ଭର୍ତ୍ତି ହେଲା , ପାର୍ସଲ ରଖାଗଲା , ନାଯକବାବୁଙ୍କ
ମନିଅର୍ଡର ଫର୍ମ ଠିକଣା ବ୍ଯାଗରେ ପଶିଥିଲା ।

ତା'ପରେ ନାଯକବାବୁ ତିନି ପୋଷ୍ଟ ଅଫିସରେ ଅସମଯରେ
ଦେଖା ଦେଲେ । ସଙ୍ଖୁଳାସଙ୍ଖୁଳି , ଦରମା ବୃଦ୍ଧି , ଉପର ହାକିମଙ୍କ ଖରାପ
ପ୍ରକୃତି ବିଷଯରେ ଚର୍ଚ୍ଚା କରି ପୋଷ୍ଟମାଷ୍ଟର , କ୍ଳର୍କ , ପୋଷ୍ଟମ୍ଯାନ୍୍କୁ ପାନ
ଦୁଇ ଚାରି ଖଣ୍ଡ ଦେଇ ବୁଝିନେଲେ ମନିଅର୍ଡର ଫର୍ମ ଠିକଣା ଜାଗାରେ
ପହଞ୍ଚିଛି , ଟଙ୍କା ପଇଠ ହେବ ।

ପୋଷ୍ଟମ୍ଯାନ୍୍ ମନିଅର୍ଡର ଫର୍ମ ପାଇଲେ ଭାରି ଖୁସି । ପାନଖିଆ
ଖର୍ଚ୍ଚ ଟଙ୍କାଏ ଦୁଇ ଟଙ୍କା ମିଳିୟିବ । ସଅଳ ସଅଳ ଟଙ୍କା ଦିଆହେଲା ।
ଫର୍ମ ଫେରି ଆସିଲା । ରାଉଣ୍ଡ ଷ୍ଟାମ୍ପ୍୍ ଲାଗିଲା ।

ନାଯକବାବୁ ଖୁସିରେ ଗଦ୍୍ଗଦ୍୍ । ୟାହାହେଉ ନିଜର ଖୋଜିବା
ଏବଂ ଖୋଜି ପାଇବା ଗୁଣକୁ ନିଜେ ତାରିଫ୍୍ କଲେ । ତିନିପା ଟଙ୍କା
ପାଇଲା ପରେ ପରବର୍ତ୍ତୀ ୟୋଜନା ଚିନ୍ତା କରିନେଲା - ଅଧିକା ଜାଲିଆତି
ମନିଅର୍ଡର ଫର୍ମ କରିବେ , ଇନ୍୍ସିଓର୍ଡ ପାର୍ସଲ ବାଟମାରଣା କରିବେ -
ପାନଖିଆ ଖର୍ଚ୍ଚରୁ ଉଠି ସିଗାରେଟ୍୍ ଖିଆକୁ ୟିବେ , ତା ପରେ ସ୍କଚ୍୍ ।

ଖୁସି ହୋଇ ପରଦିନ ଦୌଡିଲେ ପ୍ରଥମ ଗୁଣ୍ଡା ପାଖକୁ । ଟଙ୍କା
ପାଇ ସେହି ଗୁଣ୍ଡା ମହା ଖୁସ୍୍ । ସାଙ୍ଗସାଥୀଙ୍କୁ ନେଇ ପିଇ ପିଇ ଟଳଟଳ -
ଆଖି ଲାଲଲାଲ । ପୃଥିବୀରେ ନିଜ ଛଡା ଆଉ କେହି ଥିଲା ପରି ତାର
ମନେହେଉ ନ ଥିଲା । ତାର ଅବସ୍ଥା ଦେଖି ନାଯକବାବୁ ଟିକିଏ
ଶଙ୍କିଗଲେ । ହେଲେ ଶଙ୍କିଗଲେ ତଳେ ନାହିଁ - ତିନିପା ଜଲ୍୍ଦି ଆଦାଯ
କରିବାକୁ ହେବ ।

ନାଯକବାବୁଙ୍କୁ ପାଖରେ ଦେଖି ଗୁଣ୍ଡାବାବୁ ପଚାରିଲେ ,
" କିଏ ବେ ? "

ନାଯକବାବୁଙ୍କ ହାଲକ ଶୁଖିଗଲା । ଅଧାଛେପ ଢୋକି କହିଲେ ,
" ମୋ ଭାଗଟା । "

" କିଏ - ଓହୋ ନାଯକ ସର୍ଟର । ଆରେ , ତୋର କଣ ଟଙ୍କା ?
ଆମେ ସବୁ ପିଇଦେଇ ଉଡେଇ ଦେଲୁ । ଆର ଥରକୁ ସେମିତି
ମନିଅର୍ଡର ଆଣିବୁ ୟେ , ଅଧା ଦେଇଦେବି । "

ନାଯକବାବୁ କିଛି କହିବା ପାଇଁ ସାହସ କରି ପାରିଲେ ନାହିଁ ।
ସେମାନଙ୍କର ୟାହା ଅବସ୍ଥା କଣ ନାହିଁ କଣ କରି ପକେଇବେ ; ସେଠାରୁ
ଚାଲିୟିବା ଭଲ ଭାବି ଦ୍ବିତୀଯ ଗୁଣ୍ଡା ରହୁଥିବା ସାହିକୁ ଗଲେ । //
ସାହେବ ମୋର ଖାଇବା ପିଇବା କଥା ବୁଝିଦେବେ । କାହାକୁ
ନେବା ଆଣିବା କଲେ ଦୁଇ ଚାରି ଟଙ୍କା ଅଧିକା ମିଳିୟିବ । ସେଇଠି
ଆଉ ଚେକ୍୍ର ଭଲ ନାହିଁ , କଣ୍ଡକ୍ଟର ମର୍ଜି ଉପରେ ଚଳିବା ଦରକାର
ନାହିଁ ।

ହାକିମ ଛ' ଘଣ୍ଟା କାମ କରି , ଦଶ ଘଣ୍ଟା ଦେଖେଇ ପୂରା ଦିନର
ଗସ୍ତଖର୍ଚ୍ଚ ନେଲେ ମୋତେ କଣ ସେଥିରୁ ବାଦ୍୍ ଦେବେ ? ମୋର ମଧ୍ଧ
ଲାଭ । ଦିନେ ଦିନେ ଘରେ ଶୋଇ ଶୋଇ ମୁଁ ଗସ୍ତଖର୍ଚ୍ଚ ପାଇୟିବି ।

ଶିବଙ୍କୁ ଦେଖା କରିବା ପୂର୍ବରୁ ବୃଷଭଙ୍କୁ ଦେଖା କରିବା
ଆବଶ୍ଯକ । ଗାଡିରେ ଡ୍ରାଇଭରକୁ ହାତ କଲେ ହାକିମଙ୍କ ମିଜାଜ୍୍ର ଉତ୍ତାପ
ଜାଣିହେବ । ପାଗ ଅନୁକୂଳ କି ନାହିଁ ଜାଣିହେବ । ସେଇଥିପାଇଁ
ମୋତେ ଖୋଜା । କଣ୍ଡକ୍୍ଟର ହେଉ , ବ୍ଯବସାଯୀ ହେଉ , ଟ୍ରେଡ୍୍ ଯୁନିଅନ
ନେତା ହେଉ , ଛୋଟ ହାକିମ ହେଉ , ସମସ୍ତେ ମୋତେ ପଚାରିବେ । ହାକିମ
ଘରୁ ବାହାରିଲାବେଳେ କଣ କହୁଥିଲେ , ଚିଡି ଚିଡି ହେଉଥିଲେ କି
ନାହିଁ , ମେମ୍୍ସାହେବଙ୍କ ସହିତ ଝଗଡା ହେଇଥିଲା କି ନାହିଁ , ପର୍ସ ଖୋଲିଲା -
ବେଳେ ସେଥିରେ ଟଙ୍କା ଥିଲା ନା ଖାଲି ଥିଲା , ପୁଅ ଘରୁ ଟଙ୍କା ନେଇ
କୁଆଡେ ଚାଲି ୟାଇଥିଲା କି ନାହିଁ , ରାତିରେ ହାକିମଙ୍କୁ କିଏ ଦେଖା କରିବା
ପାଇଁ ଆସିଥିଲା କି ନାହିଁ - ଏମିତି କେତେ କଣ ପଚାରନ୍ତି । ମୋତେ
ଆଗରୁ ଦେଇଥିବା ପାନ ଖର୍ଚ୍ଚ ଏବଂ ବର୍ତ୍ତମାନର ସମ୍ଭାବ୍ଯ ପାନ ଖର୍ଚ୍ଚକୁ
କଳନା କରି ମୁଁ ଉତ୍ତର ଦିଏ । ମୁଁ ଗାଡି ଚଳେଇବାରେ ୟେତିକି
ଓସ୍ତାଦ୍୍ ମଣିଷ ମନ ଚିହ୍ନିବାରେ ସେତିକି ଓସ୍ତାଦ୍୍ । ମନ ଚିହ୍ନିଲେ
ଠିକଣା ଖର୍ଚ୍ଚ ମିଳେ । ଅବଶ୍ଯ ଏଥିରେ ମଧ୍ଧ ମୁଁ ଜାଣି ଜାଣି ବେପରୁଆ
କାମ କରେ । ମୋର ଚକ୍ରକୁ ଘୁରେଇ ଦିଏ । ଆଗରୁ ୟଦି ମୋତେ କିଛି
ମିଳିନାହିଁ ମୁଁ ଚକ୍୍କର କାଟିଦିଏ , ମିଛ କହି ଅପଦସ୍ଥ କରିଦିଏ । ସୁବିଧା
ଦେଖି ହାକିମଙ୍କୁ ଚୁଗୁଲି କରି ପାନଖିଆ ଖର୍ଚ୍ଚ ଦେଇ
ନ ଥିବା ଲୋକକୁ ହରବର କରିପାରେ ।

ହାକିମଙ୍କ ପାଖରେ ରହିଲେ ଲାଭ ବେଶି , କ୍ଷତି କମ୍୍ । ଦୁର୍ଘଟଣା
ହେଲେ ଦୁଇ ଶହ ଟଙ୍କା ଦେବା ଦରକାର ନାହିଁ । ହାକିମ ସବୁ ବୁଝିବେ ।
କାରଣ ସେ ଗାଡି ଚଳାଇ ଥିଲାବେଳେ ଦୁର୍ଘଟଣା ହେଲେ ମୁଁ ଚଳଉ~
ଥିଲି କହି ଦୋଷ ମୋ ଉପରକୁ ନେଇପାରେ । ହାକିମଙ୍କ ପୁଅକୁ ଗାଡି
ଚଳେଇବା ଶିଖେଇ ଗାଡି ଜଖମ ହେଲେ ହାକିମ ସେ ସବୁ ବୁଝନ୍ତି ।
ମୋ ପ୍ରତି ସଦଯ ହୁଅନ୍ତି । ବିଭିନ୍ନ ସୂତ୍ରରୁ ମୋ ପାଇଁ ଟଙ୍କା ପଇସା
ୟୋଗାଡ କରିଦିଅନ୍ତି ।

ହାକିମ ବେନାମୀ ବସ୍୍ , ଟ୍ରକ୍୍ କିଣିଲେ ମୋର ସୁବିଧା । ମୁଁ
ଚାକିରିରୁ ଅବସର ନେଇ ତାଙ୍କ ବେନାମୀ ଟ୍ରକ୍୍ , ବସ୍୍ , ଟ୍ଯାକ୍୍ସି ଚଳେଇ
ପାରିବି ।

ମୁଁ ଗରିବ ଡ୍ରାଇଭର । ପାନ ଖାଇ ଓଠ ଲାଲ କରିଦିଏ ବୋଲି ,
ଦେଶୀ ନିଶାପାଣି ପିଇଦେଇ ମୁହଁ ଗନ୍ଧାଏ ଆପଣ ଜାଣି ୟାଆନ୍ତି ।
କିନ୍ତୁ ହାକିମ ଛେନାମଣ୍ଡା ଖାଇ ପାରନ୍ତି ବୋଲି ତାଙ୍କୁ କେହି ଧରି
ପାରେନାହିଁ ; ବିଲାତି ମଦ ପିଅ , ସିଗାରେଟ୍୍ ଟାଣି ଦିଅନ୍ତି ବୋଲି ଜଣା
ପଡନ୍ତି ନାହିଁ ।

ମୋ ପ୍ରତି ଆପଣଙ୍କର ବିଦ୍ବେଷ ନ ରହୁ । ମୋ କଥା ପଦାରେ
ପଡୁଛି ବୋଲି ମୁଁ ଖରାପ ନୁହେଁ । ଛେନାମଣ୍ଡାଖିଆ ଲୋକଙ୍କ କଥା ଚିନ୍ତା
କରନ୍ତୁ ।

ଛେନାମଣ୍ଡାଖିଆ ଲୋକଙ୍କୁ ମଧ୍ଧ ସବୁବେଳେ ଦୋଷ ଦେଇ ଲାଭ
ନାହିଁ । ସେମାନଙ୍କଠାରୁ ଆହୁରି କରିତକର୍ମା ଅଛନ୍ତି । ଏହି କରିତ୍୍କର୍ମା
ସବୁ ମାଟି , ଗୋଡି , ପଥର , ହୀରା , ନୀଳା , ଅଖାଦ୍ଯ - ଏମିତି ସବୁ କିଛି
ଖାଇ ୟାଆନ୍ତି । ଏମାନେ ସର୍ବଗିଳା ।

ତେବେ ସର୍ବଗିଳାକୁ ଦୋଷ ଦେବ କିଏ ? କିଏ ଏ ସମାଜରେ
ଭଲ କି ? କିଏ ସତର - କିଏ ନିଦା ହେଲେ କିଏ
ପଥର । //
" ଆଜ୍ଞା , ଏଏଇ ଥାକରେ ଏତେ ଔଷଧ ଅଛି - କିଏ ଜଣେ ବାବୁ
ଆସି ଏତେ ଔଷଧ ଦେଇଗଲେ , ସେଥିରୁ କିଛି ଦିଅନ୍ତୁ । "

" ସେ ସବୁ ଔଷଧ ତୋ ପାଇଁ ନୁହେଁ , ମୋ ପାଖରେ ରହି
ୟେଉଁମାନେ ଟ୍ରିଟ୍୍ମେଣ୍ଟ ହେଉଛନ୍ତି ସେମାନଙ୍କ ପାଇଁ । "

" ମୋ ପାଖରେ ପଇସା ନାଇଁ ଆଜ୍ଞା - କିଛି ଟିକିଏ ଔଷଧ
ଦେଇଥାନ୍ତୁ , ବଡ କଷ୍ଟ । "

" ତୋର କଷ୍ଟ ହେଲେ ମୁଁ କଣ କରିବି ? କହିଲି ପରା ତୋ
ପାଇଁ ମୋ ପାଖରେ ଔଷଧ ନାହିଁ । ଏ ଲେଖା ନେ - ଔଷଧ କିଣିବୁ ।
ଏ ଲେଖା ମୁଁ ଦେଇଛି ବୋଲି କାହାକୁ କହିବୁନି - ଖବରଦାର ! "
" ୟାହା ଆପଣ କହିବେ । "

" ବାରଣ୍ଡାଟା ଉପରେ କିଏ ଏ ବେମାରିଆଟା ପଡିଛି ରେ -
ରକ୍ତବାନ୍ତି କରୁଛି - ବୁଲା କୁକୁରଟା - ଆଉ ଜାଗା ପାଇଲାନି - ହସପିଟାଲ
ବାରଣ୍ଡାକୁ ମଇଳା କରୁଛି - । "

" ବେହେରାବାବୁ - ମୁଁ ତମ ରୋଗୀ । "

" ଓ ହୋ - କିରେ , ତମେ ଏଇଠି କାହିଁକି ? ଡାକ୍ତରବାବୁଙ୍କୁ
ଟଙ୍କା ଦେଇ ଆଡ୍୍ମିଟ୍୍ ହୋଇଗଲନି ? "

" ଆଜ୍ଞା , ହଜାରେ ଟଙ୍କା ୟୋଗାଡ କରି ପାରିଲିନି । ପାଞ୍ଚଶ
ଟଙ୍କା ୟୋଗାଡ କଲି - ଡାକ୍ତରବାବୁ ଆଉ ପାଞ୍ଚଶ ଆଣିଲେ ହେବ ବୋଲି
କହିଲେ ... ଟଙ୍କା ରଖି ବିଦା କରିଦେଲେ । ଆଉଥରେ ଗାଁକୁ ୟାଉଥିଲି ,
ଖୁବ୍୍ କଷ୍ଟ ହେଲା । ଏଇଠି ଟିକିଏ ଶୋଇ ପଡିଥିଲି । ଓଃ ... ଉଠି ପାରୁନି ...
ଛାତିଟା ନ ଥିଲା ପରି ଲାଗୁଛି ... ଓ ... ଥୁ ... ଖୁଁ ... ଖୁଁ ... । "

" ହାଁ , ହାଁ - ଏଇଠି ଛେପ ପକାନି , ପ୍ରଫେସର ଆସିବେ , ବିରକ୍ତ
ହେବେ ... ଚାଲିୟା ଏଇଠୁ - ସଅଳ । "

" ହଉ ୟାଉଛି ... ଓଃ ... । "

" ଆରେ , ଆରେ , ଏଇଟା କଚାଡି ହେଇ କଣ ପଡିଗଲା ... ଆଖି
ତରାଟି ଦେଲାଣି - ମରିଗଲା ନା କଣ ... ଦେଖେ ... । "

" ହଁ , ତ - ମରିଗଲା । "

" ଆରେ ହେ ରାଧୁଆ , ଶାମା , ନକୁଳି ! ବାରବୁଲାଟା ଏଇଠି
ମରି ୟାଇଛି ରେ , ପ୍ରଫେସରଙ୍କୁ ଖବର ଦିଅ - କିଏ ଗୋଟାଏ ଆସି ଏଇଠି
ମରି ପଡିଛି । "

ଗୋଟିଏ ଜୀବନର ଅବସାନ ଘଟିଲା । ଗୋଟିଏ ଅବହେଳିତ
ମାନବ ଶରୀର ବିନଷ୍ଟ ହେଲା । ଗୋଟିଏ ପ୍ରତାରଣା , କିଛି ନିଷ୍ଠୁରତା ,
ପ୍ରବଳ ଲୋଭ ପ୍ରହେଳିକାର ରୂପ ନେଲା । ମୃତ୍ଯୁର କାରଣ ନିର୍ଦ୍ଧାରିତ
ହେଲା - ପୁଷ୍ଟିକର ଖାଦ୍ଯର ଅଭାବ ତଥା ଉତ୍କଟ ରୋଗ । //
" ଆଜ୍ଞା । "

" ହେଇ ୟେଉଁ ଫର୍ଣ୍ଣିଚର କାରଖାନା ଦେଖୁଛ , ଦେଖୁଛ
ନା ? "

" ହଁ । "

" ସେଇଠି ଷ୍ଟିଲ୍୍ର ବିଭିନ୍ନ ଆଲମୀରା , ଟେବୁଲ , ଚୌକି
ଇତ୍ଯାଦି ତିଆରି ହୁଏ । ତାର ମାଲିକକୁ ଦେଖୁଛ ? କାରରେ ଆସେ ।
ସେ ଆଗେ ସ୍କ୍ରାପ୍୍ ବ୍ଯବସାଯ କରୁଥିଲା । ବସ୍ତାରେ ଭର୍ତ୍ତିକରି
କିଣିଥିଲା ବିକୁଥିଲା । ଏବେ କୋଟିପତି । କା ପାଖରେ ସେମାନେ କିଛି
କିଛି ନିଅନ୍ତି । "

" ଆହେ , ଏମିତି ଅନେଇବ ନାହିଁ । ଲୋକେ କହିବେ ତମେ
ବୋକା ! କଥାଟା ବ଼ଡ ସରଳ । ଠିକ୍୍ ପାନଖିଲ ପାଟିରେ ଜାକିଲା ପରି ।

" ତମେ ଜାଣିଛ କି ନାହିଁ ମୁଁ ଜାଣେନା , ତେବେ ଏଇ~
ମାନଙ୍କର ବ୍ଯବସାଯ ଛୋଟ ବୋଲି ପ୍ରତିପାଦିତ କରିବା ପାଇଁ ଦୁଇ
ଚାରିଟା ବେନାମୀ ଫାର୍ମ ଚଳେଇଥିବେ ସେଇ କାରଖାନା ଭିତରେ ।
ଏକ୍୍ସାଇଜ୍୍ବାଲାଙ୍କୁ କିଛି ଦେଇ ନିଜର ବ୍ଯବସାଯ ସାତ ଲକ୍ଷ ବା
ଦଶ ଲକ୍ଷ ବା ପନ୍ଦର ଲକ୍ଷ ଟଙ୍କା ଭିତରେ ରଖିଥିବେ । "

" ସେମାନେ ଏମିତି କାହିଁକି କରନ୍ତି ? ଏତେଗୁଡାଏ ବ୍ଯବସାଯ
ପ୍ରତିଷ୍ଠାନ ରଖିଲେ ଗୁଡାଏ କିରାଣୀ ଦରକାର , ଗୁଡାଏ କାଗଜ ଖର୍ଚ୍ଚ ।
ଏମିତି ଗୋଳମାଳିଆ କାମର ଆବଶ୍ଯକତା କଣ ? "

ଭୋଳାନାଥ କଥାକୁ ଅଧାରେ ରଖି ଛାଯାକାନ୍ତ ପାଟି କରି
ଉଠିଲେ , " ତମ ମୁଣ୍ଡ ସିଧା ବୋଲି ଅନ୍ଯମାନଙ୍କର ମୁଣ୍ଡ କଣ ସିଧା ?
ମୁଣ୍ଡ ସିଧା ଥିବା ଲୋକ ଜୁନିଯର ଅଡିଟର ହେବ । ୟାହାର ମୁଣ୍ଡ
ଗୋଳମାଳିଆ , କାମ ଗୋଳମାଳିଆ , ସେ ଧନୀ ହୋଇ କାର ଚଢିବ ।
ଶୁଣ ତାର କାରସାଦି - ଥଯ ଧର । "

ଭୋଳାନାଥ କିଛି ନ କହି ଚୁପ୍୍ ହେଲେ । ସିନିଯର ଅଡିଟର
କଥାର ଖିଅ ଧରିଲେ -

" କାଗଜପତ୍ର ଖର୍ଚ୍ଚ ୟେତିକି ନୁହେଁ , ତାର ଦଶଗୁଣା ଖର୍ଚ୍ଚ
ଏକ୍୍ସାଇଜ୍୍ ଡ୍ଯୁଟି । ସେଣ୍ଟ୍ରାଲ ଏକ୍୍ସାଇଜ୍୍ କର୍ମକର୍ତ୍ତାଙ୍କୁ କିଛି ହାତଖର୍ଚ୍ଚ
ଦେଇଦେଲେ ସେମାନେ ଖୁସ୍୍ । କିନ୍ତୁ ସରକାରୀ କାମ ସେଣ୍ଟ୍ରାଲ
ଏକ୍୍ସାଇଜରେ ଶେଷ ହୁଏ ନାହିଁ । ମତେ ସେମାନଙ୍କୁ ଅବିଶ୍ବାସ କରି , ତାଙ୍କ
କାମ ତଦାରଖ କରିବା ପାଇଁ କେନ୍ଦ୍ର ଅଡିଟ୍୍ ଆସେ ଏଇ କାରଖାନାକୁ ।
ସେତିକିବେଳେ ମେଳା-ମହୋତ୍ସବ ଦେଖିବା କଥା । ଘିଅ-ମହୁର ବାସ୍ନା
ଆଉ ନୋଟ୍୍ର ଫିରିଫିରି ଗତି ଲକ୍ଷ୍ଯ କରିବା କଥା । " ହୋ ହୋ ହୋଇ
ହସିଲେ ସିନିଯର ଅଡିଟର ।

" ଏ.ଜି. ଅଡିଟ୍୍ ଉପରେ କଣ ଆଉ କିଛି ନାହିଁ ? "

" ଅଛି , ଅଛି । ହେଲେ ସମସ୍ତେ ୟେଝା ବାଟ ଖୋଜି ନିଅନ୍ତି ? "

ପୁଣି ନିଜର ବଂଶୀ ବଜାଉ ବଜାଉ ଛାଯାକାନ୍ତ କହିଲେ ,
" ଆରେ , ପିଢା ଉପରେ ପିଢାମାନ ଥୋଇ , ତଥି ଉପରେ ଚଢିଲେ
ମାଧୋଇ , ତା ଉପରେ ତା ଉପରେ ସବୁ ଅଛି । ଅନୁଭୂତି ହେଉ ,
ଜାଣିବ । ପାଟି ନାଲି କରିବ , ପେଟ ଫୁଲେଇବ , ହେଲା ? "

" ତା ମାନେ କଣ ଆମେ ଏମିତି ବିଲୁଆ ହେଇ ରହିୟିବା ,
ସସ୍ତଙ୍କର ଗୋଡାଣିଆ ହୋଇ ? " ଭୋଳାନାଥ ଦୁଃଖରେ ଭାଙ୍ଗି ପଡିଲା
ପରି ପୂର୍ବ କଥାକୁ ମନେ ପକେଇ କହିଲେ -

" ହଁ , ଏବେ ବାଟକୁ ଆସିଲ । ଅଡିଟର ସବୁବେଳେ ବିଲୁଆ
ହୋଇ ରହିବ ୟେ , କିନ୍ତୁ ସମଯେ ସମଯେ ବାଘ-ବାଘରେ ଲଢେଇ
ଲଗେଇ ଦେଇ ଫାଇଦା ଉଠେଇ ନେବ । ପାନ ଜାଗାରେ ବିରିଆନୀ
ଖାଇୟିବ ! ଖାଇସାରି କରିବ ହୁକେ - ହୁ - ଅନ୍ଯମମାନେ ଭୁକିବେ ।
ବାଟଚଳା ଲୋକର ଛାତି ଥରିୟିବ । ହାତର ସଞ୍ଚିତ ଧନ ଖସିୟିବ !
ସେଇଠି ତ ମଜା ! " //
ଟିକେଟ ବହି ମିଳିଲା ପରେ ଟିକେଟ୍୍ କେଉଁଠି ମିଳିବ , ବସ୍୍
କେଉଁଠାକୁ ୟିବ , ବସ୍୍ର ନମ୍ବର , ବସ୍୍ ୟିବା ପାଇଁ ପ୍ରସ୍ତୁତ ହେଲା
ଇତ୍ଯାଦି ... ପୁରୀ ରଥୟାତ୍ରା ପରି ଧାରାବିବରଣୀ ଦେଲା ବ୍ଯକ୍ତି ଟାଉକୀ
ବସିଥିବ । ଶ୍ରୀମୁଖରୁ ସେତିକି ବାଣୀ ବାହାରିବ ପକେଟ୍୍ ପାଇଁ ମସଲା
ଆସିଲେ । କଣ୍ଡକ୍୍ଟର ଧରାବନ୍ଧା ନିଯମରେ ଗୋଟିଏ ଛୋଟ ପାନ
ପୁଡିଆ - ଦୁଇଟି ଟଙ୍କା ବଢେଇ ଦେବେ ।

ଲୋକେ ବସିଲେ ଟିକେଟ୍୍ କରି । ସେତିକିରେ ୟଦି ବସ୍୍
ଦଉଡିଟା ଇଞ୍ଜିନ୍୍ ଭିତରେ ଆପେ ଟାଣିହେବା ଉପକ୍ରମ କରନ୍ତା
ତାହେଲେ ଗୋଟିଏ ପ୍ରକାର ରକ୍ଷା ।

ସେମିତି ହେବା ସମଯ ହୋଇନାହିଁ । ଷ୍ଟେସନ୍୍ ମାଷ୍ଟର ଚେକ୍୍
କରିବେ ଗାଡିରେ କେତେ ୟାତ୍ରୀ ଅଛନ୍ତି । ପୁଣି ଟି.ଜି.ଆର. ବୋଲି ଗୋଟିଏ
ମାଦଳା ପାଞ୍ଜି ଅଛି । ମାଦଳା ପାଞ୍ଜି ଓଡିଆଙ୍କ ପାଇଁ କେତେ ଗୌରବର
କଥା ! ଟି.ଜି.ଆର. ସେମିତି କଣ୍ଡକ୍୍ଟର ପାଇଁ ଅଶେଷଭାବେ ପ୍ରଧାନ ।
ବହି ପୂଜା ଦରକାର । କରିଆ ପରିବର୍ତ୍ତେ ୟେମିତି ବସ୍ତ୍ରାଭାବେ ସୂତ୍ରମ୍୍
ଦଦ୍ଯାତ୍୍ ହୁଏ , ସେମିତି ଦଶ ଟଙ୍କାର ନୋଟ୍୍ ଗୁଞ୍ଜାୟାଏ ।

ତା'ପରେ ଗାଡିର ଚକା ଘୁରିବ । କିନ୍ତୁ ଚକଟା ଠିକ୍୍ ଧଡା
ପାଖରେ ଅଟକି ୟିବ ... । ପକା ଫୂଜାଫୁଲ ଦୁଇଟି ଟଙ୍କା - ବେଶି - ନୁହେଁ ।
ଦୁଇଟି ଟଙ୍କାର କରାମତିରେ ଧଡା ଆକାଶକୁ ଉଠିବ । ସେଇଠୁ ଗାଡି
ଚାଲିବ ସଡକରେ - ଜାତୀଯ ରାଜପଥରେ ।

ତଥାପି ନିଷ୍କୃତି ନାହିଁ । ପାନଡାଲା ବନ୍ଦ କରିଦେଲେ ସମସ୍ତେ
ଅଟକେଇ ଦେବେ । ଅଳି କରିବେ , ଧମକ ଦେବେ , ଲେଖିଦେବେ ।
ସେଥିପାଇଁ ଆଠ ଦଶଟା ପାନ ଭାଙ୍ଗି ଅଲଗା ପକେଟ୍୍ରେ ରଖା ୟାଇଥିବ ।
ଅଟକେଇବା ଚେକ୍୍ କରିବା ଲୋକର ଓଜନ ଦେଖି ମିଠା ପାନ ,
ଜର୍ଦା ପାନ , ଅଖଇରିଆ ପାନ - ନ ହେଲେ ଗୁଆ ଖଣ୍ଡେ , ଲବଙ୍ଗଟିଏ
ଦିଆୟିବ । ସେମାନେ ପୁଲିସ୍୍ବାଲା ହୁଅନ୍ତୁ , ବିଭାଗୀଯ ଚେକର ହୁଅନ୍ତୁ
ବା ମୋଟର ଗାଡିବାଲା ହୁଅନ୍ତୁ - ସବୁ ଏକ ଗୋଷ୍ଠୀର ।

ହୁଏତ ବସ୍୍ ବହୁ ବିଳମ୍ବରେ ପହଞ୍ଚିବ ଲକ୍ଷ୍ଯସ୍ଥଳରେ ।
ପୁଣି ପୁନରାବୃତ୍ତି - ଧଡାବାଲା ପାଖରେ ।

- ଷ୍ଟେସନ୍୍ ମାଷ୍ଟର ପାଖରେ , ଵେ ବିଲ୍୍ କ୍ଳର୍କ ପାଖରେ । ସବୁଠୁ
ଟାଣ ଏହି ଵେ ବିଲ୍୍ କ୍ଳର୍କ । ଇଏ ଶିଖଣ୍ଡୀ , ବାକି ସମସ୍ତେ ଅର୍ଜ୍ଜୁନ ।
କଣ୍ଡକ୍୍ଟରଟି କେବଳ ଭୀଷ୍ମ । ଶିଖଣ୍ଡୀ ନେବ ନିଜ ପାଇଁ , ଅନ୍ଯମାନଙ୍କ
ପାଇଁ । ନ ଦେଲେ ଵେ ବିଲ୍୍ରୁ ଭୁଲ ବାହାରିବ । ଟିକେଟ୍୍ ବହିରୁ ଅନେକ
ପୋକବାହାର କରାୟିବ , ସଜ ଟିକେଟ୍୍ ବାସି କରାୟିବ ।

ଦିନସାରା ଷ୍ଟେସନ ଷ୍ଟାଫ୍୍ ଦ୍ବାରା , ଡ୍ରାଇଭର କ୍ଳିନର ଦ୍ବାରା ,
ଟେକିଂ ଷ୍ଟାଫ୍୍ ଦ୍ବାରା ପାସେଞ୍ଜର ୟୋଗୁଁ ନାକରେ କାନ୍ଦିଥିବା କଣ୍ଡକ୍୍ଟର
କିଛି ଗୋଟାଏ ଓଜନିଆ ପାନ ବଟୁଆ ପକେଇ ଦେଇ ତ୍ରାହି ତ୍ରାହି ଡାକି
ଘରମୁହାଁ ହେବ ।

ପାଠକେ ଭାବୁଥିବେ , ଏ ସବୁ କାମ ୟୋଗାଭ୍ଯାସ କଲା ପରି
ପ୍ରତିଦିନ ସେ କରୁଛି ଅନ୍ଯର ମଙ୍ଗଳ ପାଇଁ ।

ଅନ୍ଯ ପାଇଁ ନୁହେଁ , ନିଜର ମଙ୍ଗଳ ପାଇଁ । ଏଇ କଣ୍ଡକ୍୍ଟର ରୂପୀ
ଜୀବ ମହା ଚଲାକ୍୍ । ଅନ୍ଯମାନଙ୍କ ପାଇଁ ପାନଖିଲ ତିଆରି କଲାବେଳେ
ଚୂନରେ ହାତ ବୁଡେଇ ବୁଡେଇ ନିଜର ବୁଢା ଆଙ୍ଗୁଠି ନଖଟାକୁ ମାରି
ଦେଇଥାଏ । ତାର ସଫା ନଖକୁ ଦେଖିଲେ କେହି ହଠାତ୍୍ ବଡ ରୋଗର
ଭ୍ରମ ପାଇବ , ଘୃଣା କରିବ ।

ସେହି ଘୃଣାରୁ ରକ୍ଷା ପାଇବା ପାଇଁ ସବୁବେଳେ ଚୂନ ଭିତରେ
ନଖଟାକୁ ବୁଡେଇ ରଖି ସେ ନିଜ ପାଇଁ କେତେଟା ପାନ
ଭାଙ୍ଗିନିଏ । ପାନ ଭାଙ୍ଗିବା ପରିବେଶ ଠିକ୍୍ ରଖିବା ପାଇଁ ପାନ ବରଜ
ରୁଟ୍୍ ବାଛି ନେଇଥାଏ । ସେହି ରାସ୍ତାରେ କଡା କଡା ପାନ ପାଇବ -
ପଇସା ବୁଜୁଳୀ ମିଳିବ ।
+>*
0 
﻿
ନିତ୍ଯାନନ
03-08-12
Oriya
<ଭାରତୀଯ ତନ୍ତ୍ରଶାସ୍ତ୍ରର ଭିତ୍ତିକୁ ଶକ୍ତିବାଦ କୁହାୟାଏ । " ୟାଦେବୀ
ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା " ଏହା ହିଁ ଶକ୍ତିବାଦର ମୂଳମନ୍ତ୍ର ।
ଶକ୍ତିଠାରୁ ଜଗତ ଜାତ , ଶକ୍ତି ଦ୍ବାରା ଜଗତ ସ୍ଥିତ , ଶକ୍ତି ଦ୍ବାରା ମଧ୍ଧ ଜଗତ
ବିଲଯପ୍ରାପ୍ତ ହୁଏ । ତନ୍ତ୍ର ଶାସ୍ତ୍ର ମତରେ ଶକ୍ତି ହେଉଛନ୍ତି ପରଂବ୍ରହ୍ମ । ପୁରୁଷତତ୍ତ୍ବ
ଶିବ ରହିଛନ୍ତି , ଶିବ ଭଳି କିନ୍ତୁ ବେଦଶାସ୍ତ୍ରରେ ଭିତ୍ତି ହେଉଛି ପୁରୁଷବାଦରେ ।
" ପୁରୁଷ ଏବେଦଂ ସର୍ବଂ ୟଦ୍ଭୂତ ୟଚ୍ଚ ଭବ୍ଯଂ " । ଏହା ହେଲା ପୁରୁଷବାଦର
ମୂଳମନ୍ତ୍ର । ପୁରୁଷଠାରୁ ଜଗତ ସୃଷ୍ଟି , ପୁରୁଷାଶ୍ରଯରେ ଜଗତ ସ୍ଥିତ ,
ପୁରୁଷରେ ହିଁ ଚରମ ଲଯତା ପ୍ରାପ୍ତି ।
ନିଗମ ଓ ଅଗମ , ବୈଦିକ ଓ ତାନ୍ତ୍ରିକ ଚିନ୍ତାଧାରା ଏହି ଦୁଇଟି ଭାରତୀଯ
ଋଷିଙ୍କର ସାଧନାର ସଂପଦ । ଭାରତୀଯ ଆଧ୍ଧାତ୍ମିକ ସଂପଦକୁ ଅଖଣ୍ଡଭାବେ
ଗ୍ରହଣ କରିବାକୁ ହେଲେ ଶକ୍ତିବାଦ ଓ ପୁରୁଷବାଦର ସୁଷ୍ଠୁ ସାଧନା ଓ ସାମଞ୍ଜସ୍ଯ
ଅପରିହାର୍ୟ୍ଯ । ଭାରତୀଯ ପ୍ରଧାନ ଦର୍ଶନ ଶାସ୍ତ୍ର ସମୂହ ମଧ୍ଧରେ ଏହି ସମାଧାନ
ପ୍ରତିଷ୍ଠା ପ୍ରଚେଷ୍ଟା ପରିସ୍ପୁଟ ।

ପୁରୁଷ ହୋଇଛି ଶକ୍ତିମାନ୍ । ପ୍ରକୃତି ଶକ୍ତିର ହିଁ ନାମାନ୍ତର । ଶକ୍ତିଠାରୁ
ଶକ୍ତିମାନ୍ କିମ୍ବା ଶକ୍ତିବାଦର ହିଁ ସୃଷ୍ଟି । ଶକ୍ତିବାଦୀ କହନ୍ତି , ଧନ ଅଛି ବୋଲି
ଧନବାନ୍ । ଏହି ରୀତିରେ କୁହାୟିବ ଶକ୍ତି ଅଛି ବୋଲି ଶକ୍ତିବାନ୍ । ଆଗେ ଧନ ,
ପଛେ ଧନଶାଳୀ । ପ୍ରଥମେ ଶକ୍ତି ପରେ ତାହାଠାରୁ ଶକ୍ତି ବିଶିଷ୍ଟ ଶକ୍ତିବାନ୍ ।
ଶକ୍ତିକୁ ତ୍ଯାଗକଲେ ବିଶ୍ବରେ ତାର ଆବଶ୍ଯକତା ମୋଟେ ନାହିଁ ।
କିନ୍ତୁ ପୁରୁଷବାଦୀ କହନ୍ତି , ଧନ ତ ଧନବାନର କରାଯତ ସଂପଦ ।
ସେହିଭଳି ଶକ୍ତି ତ ଶକ୍ତିବାନର ଅଧୀନ ତତ୍ତ୍ବ । ୟେ ଅଧୀନ , ସେ ତ ଗୁଣୀଭୂତ ,
ୟାହାର ଅଧୀନ ସେ ହିଁ ବସ୍ତୁ , ସେ ହିଁ ଅଧୀନ । ସ୍ବାଧୀନ , ସ୍ବରାଟ ତତ୍ତ୍ବବସ୍ତୁ ହିଁ
ପ୍ରଧାନ । ତେଣୁ ଶକ୍ତିବାନ ବା ପୁରୁଷ ତତ୍ତ୍ବ ହିଁ ପ୍ରକୃତି ମୌଳିକ ।
ଏହିଠାରେ ହିଁ ଦେଖାଦେଲା ସମସ୍ଯା । ଏହି ସମସ୍ଯା ସମାଧାନ କରିବାକୁ
ସବୁ ଶାସ୍ତ୍ର ଚେଷ୍ଟାକରି ଆସିଛନ୍ତି । ଆଦିତତ୍ତ୍ବ କିଏ ? କେଉଁଟି ଅନାଦିର ମୁଖ୍ଯ
ବସ୍ତୁ ? ଶକ୍ତିବାନ ନା ଶକ୍ତି ? ପୁରୁଷ , ନା ପ୍ରକୃତି ? ଭଗବାନ ନା ଭଗବତୀ ?
କୃଷ୍ଣ ନା କାଳୀ ?

ତନ୍ତ୍ରବାଦ ଶକ୍ତିକୁ ପ୍ରଧାନ ସ୍ଥାନ ଦେଇଛନ୍ତି , ତଦ୍୍ବିପରୀତ ଅଦୈତ
ବେଦାନ୍ତ ଶକ୍ତିର କୌଣସିଟାକୁ ମାନେ ନାହିଁ । ଅଦୈତ ବେଦାନ୍ତୀ ମତରେ
ପରଂବ୍ରହ୍ମ ନିର୍ବିଶେଷ ; ସୁତରାଂ ନିଃଶକ୍ତିକ । ଶକ୍ତିର କାର୍ୟ୍ଯ ହେଲା କ୍ରିଯା ।
ଅଦୈତ ମତରେ ବ୍ରହ୍ମ ନିଷ୍କ୍ରିଯ । ବ୍ରହ୍ମ ଶକ୍ତି ସଂପର୍କ ବର୍ଜୀତ ପୁରୁଷ । ବସ୍ତୁତଃ
ଅଦୈତ ବ୍ରହ୍ମପୁରୁଷ ମଧ୍ଧ ନୁହେଁ , ପ୍ରକୃତି ମଧ୍ଧ ନୁହେଁ । ବ୍ରହ୍ମଶବ୍ଦ କ୍ଲୀବ ଲିଙ୍ଗ ।
ଶକ୍ତିର କ୍ରିଯା ବ୍ଯତୀତ ବିଶ୍ବର କେବେ ସ୍ଥିତି ନାହିଁ । ବ୍ରହ୍ମ ୟଦି ନିଃଶକ୍ତିକ ,
ତେବେ ଜଗତର ଗତି ବା କଣ ? ଏହାର ଉତ୍ତରରେ ଅଦୈତବାଦୀ କହନ୍ତି ,
ଜଗତ କୌଣସି ବସ୍ତୁ ନୁହେଁ । ସତ୍ଯରେ ଅସତ୍ଯର ଭ୍ରମ । ୟେପରି ରଜୁ ଦେଖି 
ସର୍ପ ବୋଲି ଧାରଣା ହୁଏ । //
ଅଦୈତ ମତରେ ଶକ୍ତି ମାଯା ସଦ୍୍ବସ୍ତୁ ନୁହେଁ । ବ୍ରହ୍ମ ହିଁ
ସଦ୍୍ବସ୍ତୁ । ମାଯା ସତ୍୍ ହେଲେ ଦୁଇଟି ସତ୍୍ବସ୍ତୁର ଧାରଣା ଜନ୍ମିବ । ଏହାଦ୍ବାରା
ଅଦୈତବାଦ ବିପନ୍ନ ହୁଏ । ମାଯା ସର୍ବୋତଭାବେ ଅସତ୍୍ ମଧ୍ଧ ନୁହେଁ । କାରଣ
ଅସତର ଛଳନା ନ ଥାଏ । ତେଣୁ କୁହାହୋଇଥାଏ ମାଯା ବା ଶକ୍ତି ସତ୍୍ ଓ
ଅସତ୍୍ର ମଧ୍ଧବର୍ତ୍ତୀ କୌଣସି ଅନିର୍ବାଚନୀଯ ସ୍ଥିତି । ଏହି ମତରେ ଶକ୍ତି ଉପେକ୍ଷିତ ,
ମିଥ୍ଯା ବୋଲି ଗୃହୀତ ବସ୍ତୁରେ ଶକ୍ତିର ଖେଳା ଦୃଷ୍ଟ ହୁଏ । ନିତ୍ଯ ସତ୍ଯ
ବ୍ରହ୍ମରେ ଶକ୍ତିର ବିଦ୍ଯମାନତା ନାହିଁ ।

ସାଂଖ୍ଯ ଦର୍ଶନ ପୁରୁଷ ପ୍ରକୃତି ଉଭଯଙ୍କୁ ସମାନ ମୂଲ୍ଯ ଦେଇ ଦୈତ୍ଯବାଦୀ
ରୂପେ ନାମିତ ଏହି ମତରେ ପୁରୁଷର ଲକ୍ଷଣେ ପ୍ରକୃତି କ୍ରିଯାବତୀ । ପ୍ରକୃତିର
ପରିଣାମ ହିଁ ଜଗତ ପ୍ରପଞ୍ଚ ପ୍ରକୃତି ବନ୍ଧନରେ ପୁରୁଷ ଆବଦ୍ଧ । ପ୍ରକୃତି ବନ୍ଧନ
ନ ଖୋଲିଲେ ପୁରୁଷ ମୁକ୍ତ ହୋଇ ପାରିବ ନାହିଁ ।

ଏହି ସମାଧାନ ସୁନ୍ଦର ହେଲେ ମଧ୍ଧ ସୁଦୃଢ ନୁହେଁ । ଦୁଇଟି ଦୁର୍ବଳତାରେ
ଏ ମତ ମଧ୍ଧ ଅଦ୍ଭୁତ । ପ୍ରଥମରେ ପୁରୁଷ ବହୁତ୍ବ । ଦ୍ବିତୀଯରେ ପ୍ରକୃତିର ଜଡତ୍ବ ।
ସାଂଖ୍ଯ ପୁରୁଷ ଏତ ନୁହେଁ ବହୁ । ଅସଂଖ୍ଯ ପୁରୁଷ ପ୍ରତ୍ଯେକ କିପରି ନିତ୍ଯ ଓ
ଶ୍ରେଷ୍ଠ ବସ୍ତୁ ଏହା ଭାବିଲେ ବିଚକ୍ଷଣ ମନ ବିଦ୍ରୋହ କରି ଉଠେ । ସାଂଖ୍ଯର
ପୁରୁଷ ଚୈତନ୍ଯମଯ । ପ୍ରକୃତି କିନ୍ତୁ ଅଚେତନା , ଜଡା । ଜଡର କର୍ତ୍ତୃତ୍ବ କେଉଁଠୁ
ଆସିବ । ତେଣୁ ପ୍ରକୃତି ଅକର୍ତ୍ତା । ଏହି ଦୁଇଟି ଅକର୍ତ୍ତା ମିଳନରେ ଅନ୍ଧ ଖଞ୍ଜ ଭଳି
ଆଶ୍ଚର୍ୟ୍ଯଭାବେ ଜଗତ କର୍ତ୍ତୃତ୍ବ ବୁଝିବାକୁ ୟାଇ ବୁଦ୍ଧି ବିଭ୍ରାନ୍ତ ହୋଇପଡେ ।
ରାତି ଦଶଟା ସରିକି । ଚାରିଆଡେ ଅନ୍ଧାର କିଟିକିଟି । ମଧୁପୁର ଗାଁ
ଠାକୁରାଣୀ ମା ମଙ୍ଗଳାଙ୍କ ଆସ୍ଥାନ ସେଇ ନିଛାଟିଆ ଝଙ୍କାଳିଆ ବରଗଛ ତଳର
ଅନ୍ଧାର ଗୋଟାଏ କୋଇଲା ଭଳି ଗଦା ହୋଇ ରହିଛି । ମଝିରେ ମଝିରେ
ପାଖ ପୋଖରୀରୁ ମାଛ ଡେଇଁବା ଶବ୍ଦ ଶୁଭୁଚି । ପୋଖରୀ ହୁଡାର ମଶାଣିରେ
ଦଳେ ଝିଣ୍ଟିକା ଏକାସାଙ୍ଗରେ ସୁର କରି କହୁଛନ୍ତି , ଛି ଛିରେ , ଛି ଛିରେ ,
ଛି ଛିରେ । ହଟାତ୍୍ ଗୋଟିଏ ବିଲୁଆ ରଡି ଛାଡି ପଚାରିଲା , କ୍ଯା ହୁଯା କ୍ଯା
ହୁଯା । ଦଳେ ବିଲୁଆ ସେମିତି ରଡି କରି ଛାଡି ଉତ୍ତର ଦେଲେ , ହତ୍ଯା ହୁଯା , ହତ୍ଯା
ହୁଯା । ସେମାନେ ବ୍ଯାକୁଳ ଭାବରେ ଏହା କିଛିକ୍ଷଣ ପ୍ରଚାର କରିବା ପରେ କେହି
ତାଙ୍କ କଥା ଶୁଣିବେ ନାହିଁ ଜାଣି ୟେମିତି ନିରୂପାଯ ଭାବରେ ତୁନି ହୋଇଗଲେ ।
ଗଛ କୋରଡରୁ ଗୋଟାଏ ବେଙ୍ଗ ମନ୍ତବ୍ଯ କଲା , କଠୋର କଠୋର । ଗଛ
ଉପରେ ଗୋଟାଏ ପେଚା କହିଲା , ହୁଁ ହୁଁ । ଚାରିଆଡେ ପୁଣି ନିସ୍ତବ୍୍ଧ ହୋଇଗଲା ।
ଗୋକୁଳା ଦେହଟା ଶୀତେଇ ଉଠିଲା । ମା' ମଙ୍ଗଳାଙ୍କ ସାମନାରେ ଅଧିଆପଡି
ନିଜ ମନକଥା କହୁ କହୁ ଛାତି ଭିତରଟା ତାର ଦମ୍୍କିନା ହେଲା । ତାର
ମନେହେଲା ଏମାନେ ସମସ୍ତେ ୟେମିତି ତାକୁଇ ଭର୍ତ୍ସନା କଲେ । ଆଖିରୁ ତାର
ପାଣିସୁଅ ଛୁଟି ମଙ୍ଗଳାଙ୍କ ପାଦତଳେ ଜମି ଅରାଏ ତିନ୍ତାଇ ସାରିଲିଣି । ମନଖୋଲି
ସବୁ ସତ ମା' ମଙ୍ଗଳାଙ୍କୁ କହିଦେବ ବୋଲି ଆସି ତଥାପି ସେ କିଛି କହିପାରୁ
ନାହିଁ । କହି ବସିଲାବେଳକୁ ନିଜ ଦୋଷ ଢାଙ୍କିବାକୁ ୟାଇ ୟେଉଁସବୁ କୈଫିଯତ
ବାଢୁଛି ସେଥିରେ ଛାଏଁ ଛାଏଁ ମିଛ ପଶିୟାଇ ସବୁ ଗୋଳମାଳ କରି ଦେଉଛି । //
କିଛି ସେ ସ୍ପଷ୍ଟ ବା ସିଧାକରି କହିପାରୁନାହିଁ । ଏଣେ ବୋଲି ତେଣେ ଚଟାଣି ହୋଇ
ୟାଉଛି ତା ଗୁହାରି । ଠିକ୍୍ ୟେମିତି ଦଇବ ଦଉଡି ମଣିଷ ଗାଈ ଭଳି ସେ
ଗୋଟାଏ ଘଟଣାରୁ ଉତ୍ପନ୍ନ ଆଉ ଗୋଟାଏ ଘଟଣାକୁ ଓଟାରି ହୋଇ ୟାଇ
କଲବଲ ହୋଇଛି । ଲକ୍ଷ କାମନା ଲକ୍ଷ ବାସନା ମନର ଗହନ ଅନ୍ଧକାର
ଭିତରେ ୟେମିତି ଛୁଟି ଚାଲିଛନ୍ତି । ଆଉ ସେଥିରୁ ୟେଉଁ ବିଷ ସମୁଦ୍ର ଉଦ୍୍ଭବ
ହେଉଛି ମଣିଷ ୟେମିତି ସେଥିରେ ପଡି ଆକୁ ପାକୁ ହେଉଛି , ତା ଗୋଡ ତଳକୁ
ତଳକୁ ୟାଉଛି । ଏଥିରୁ ୟେମିତି ଉଦ୍ଧାର ନାହିଁ । ଆକୁପାକୁ ହୋଇ ଦୌଡି
ଆସିଛି ସେ ମା' ମଙ୍ଗଳାଙ୍କ ପାଖକୁ ଠିକ୍୍ ବାଟ କଅଣ , ଏଥିରୁ ଉଧୁରିବା ବାଟ
କଅଣ ଜାଣିବା ପାଇଁ । ଏଥର ସେ ସବୁ କଥା ସଫା ସଫା କହିଦେବ ବୋଲି
ମଙ୍ଗଳାଙ୍କ ପାଦଛୁଇଁ ପ୍ରତିଜ୍ଞା କରି ପୁଣି ଥରେ ମୂଳରୁ ଶେଷୟାଏଁ ସବୁ କଥା
କହିୟିବାକୁ ଦମ୍ଭଧରି ବସିଲା ।

ଗୋକୁଳ ମାହାକୁଡ ଘର ମଧୁପୁରରେ । ଜାତିରେ ଗଉଡ । ବର୍ତ୍ତମାନ
ସେ ଗାଁରେ ଜଣେ ଗଣ୍ଯମାନ୍ଯ ଲୋକ । ତା ପୁଅ ଫଗୁଆ ଓରଫ ବ୍ରଜବିହାରୀ
ସହରରେ ରହି ଅର୍ଥନୀତିରେ ଏମ.ଏ ପଢୁଛି । ଚାରି ବଖରା ପକ୍୍କା ଘର ।
ଗୁହାଳରେ ଗୁହାଳେ ଗାଈ । ଚଳିବାକୁ ସେ ଓ ଫଗୁଆ ମା' ଦୁଇ ପ୍ରାଣୀ ମାତ୍ର
ଗାଁରେ । ହାତରେ ବେଶ କିଛି ଜମିଛି ।

କିନ୍ତୁ ଦିନେ ସେ ଥିଲା ଗାଁରେ ସବୁଠାରୁ ଗରିବ । ଗାଁ ମୁଣ୍ଡରେ ଥିଲା
ତାର ଅତି ସାନ ବଖରାଏ ଘର । ଗୁରୁଣ୍ଡି ଗୁରୁଣ୍ଡି ସେ ଘର ଭିତରକୁ ୟିବାକୁ
ପଡୁଥିଲା । କାନ୍ଥ ଆଉ ଦି ଦୁଆ ଉଠାଇ ଚାଳଟାକୁ ୟେ ଟିକିଏ ଟେକିଦେବ ସେ
କ୍ଷମତା ତାର ନ ଥିଲା । ମୂଲପାତି ଲାଗି ଅତି କଷ୍ଟେ ଦୁଃଖରେ ସେ ଚଳୁଥିଲା ।

ଏତିକିବେଳେ ପାଖ ଗାଁ ରସୁଲପୁରର ବାଖର ମିଆଁ ତାକୁ ଗୋଟିଏ କାଳି
ମାଈ ଛଡା ଧାରରେ ବିକିଲା । ବାଖର ଓ ଗୋକୁଳା ପରସ୍ପରକୁ ସମୁଦି ଡକାଡକି
ହୁଅନ୍ତି । ସମୁଦି ପାଖରୁ ଛଡାଟି ଆଣି ଗୋକୁଳା ଓ ଫଗୁଆ ମା ତାକୁ ବଡ
ଆଦରରେ ପାଳିଲେ । ତା ନା ରଖିଲେ ମାଳ । ସେ ଛଡା ୟେଉଁଦିନ ଗାଈ
ହେଲା ସେଇଦିନୁ ଗୋକୁଳା ବରାତ ଖୋଲିଗଲା । କାଳି ଗାଈ ହୋଇଥିବ ,
ଅଳପ ଖାଉଥିବ , ବେଶି ଦୁଧ ଦେଉଥିବ , ସେ ଦୁଧ ୟେମିତି ବହଳିଆ ସେମିତି
ମିଠା ହୋଇଥିବ ଇତ୍ଯାଦି କଥା ସୁବିଧାବାଦୀ ଅଳସୁଆର ଦିବାସ୍ବପ୍ନ ବୋଲି
କୁହାୟାଏ । ହେଲେ ଗୋକୁଳ କପାଳକୁ ସେ ସବୁ ସତ ହେଲା । ମାଳ ଦେଲା
ଏ ବେଳା ଚାରିସେର ସେବେଳା ଚାରିସେର ଦୁଧ ।

ତା ବୋଲି ଗୋକୁଳା ଓ ଫଗୁଆ ମା' ୟେମିତି ସୁବିଧାବାଦୀ ଅଳସୁଆ ନ
ଥିଲେ । ମାଳ ସେବାରେ ସେମାନେ ପ୍ରାଣପଣେ ଲାଗିଥାନ୍ତି ସେଇ ହେଲା
ସେମାନଙ୍କ ଆରାଧ୍ଧା ଦେବୀ , ଧର୍ମକର୍ମ , ପ୍ରାଣ ଓ ସୁଖ ସୌଭାଗ୍ଯଦାତ୍ରୀ ।
ସକାଳୁ ସେମାନେ ଲାଗିୟାନ୍ତି ତା ସେବାରେ । ସୁନ୍ଦରା ଫାଟିବା ମାତ୍ରେ ଦୁହେଁ
ମାଳକୁ ସାଷ୍ଟାଙ୍ଗ ଜୁହାର ହୋଇ ପଦାକୁ ଆଣି ଗୁହାଳ ସଫା କରିବା ବେଳଠୁଁ
ୟେଉଁ ସେବା ଆରମ୍ଭ ହୁଏ ତା ଶେଷ ହୁଏ ରାତି ଆଠଟାବେଳେ ୟେତେବେଳେ
ସେମାନେ ମାଳକୁ ଗୁହାଳରେ ବାନ୍ଧି ଘଷି ଧୂଆଁ ଦେଇ କଅଁଳିଆ ଘାସ ତା ମୁହଁ
ପାଖରେ ଭଲକରି ଥୋଇ ଅନେକ ବେଳୟା଎ଁ ଆଉଁସି ଦେଉଁ ଦେଉଁ ନାନା
ଭାବରେ ଗେହ୍ଲ କରି ଗୁହାଳ ଘର ଧଡା ଆଉଜାଇ ଦିଅନ୍ତି । ସକାଳ ସେବା
ସାରିବା ପରେ ଗୋକୁଳା ମାଳର ଚାରିଖୁରା ଧୋଇ ପାଣି ପେଟ ପଖାଳ
ଖାଇ ଦା' ଆଉ ବାହୁଙ୍ଗିଟାଏ ଧରି ବାହାରିୟାଏ ଘାସ କାଟିବାକୁ । ଭଲ ଘାସ
ଖୋଜୁ ଖୋଜୁ ସେ ତିନି ଚାରିକ୍ରୋଶ ବାଟ ବି ଚାଲିୟାଏ । ଫେରେ ଦି ପହର
ବେଳକୁ ପ୍ରକାଣ୍ଡ ଦୁଇବୋଝ ଘାସ ନେଇ । କେଉଁଠୁ ବିରି , କେଉଁଠୁ ସୋରିଷ
ପିଡିଆ , କେଉଁଠୁ ଭଲ କୁଣ୍ଡା ସେ ୟେମିତି ହେଲେ ଆଣି ବସ୍ତା ବସ୍ତା ନଦି
ରଖିଥାଏ । ୟେମିତି କାଣିଚାଏ ହେଲେ ବି ମାଳର ଖାଇବା ଊଣା ନ ହୁଏ । 
ଦୋଳପୂର୍ଣ୍ଣିମା ଦିନ ସେମାନେ ମହା ଧୂମଧାମରେ ମାଳର ପୂଜା କରନ୍ତି । ସେଦିନ
ବାବନାନ୍ନା ` ଗୋରୁ ମାହାତ୍ମ୍ଯ ' ପୁରାଣ ବୋଲି ବେଶ୍ କିଛି ପାଏ ଗୋକୁଳା
ଘରୁ । ପୁରାଣ ଶୁଣୁଶୁଣୁ ଦିହିଁଙ୍କ ଆଖିରୁ ଲୁହଧାର ଛୁଟେ । //
ଗୋକୁଳା କହିଲା , ଆଛା ସମୁଦି , ତୁମେ ଏଠି ରହକି , ମୁଁ ଟିକିଏ ତମ
ସମୁଦୁଣିକୁ ପଚାରି ଆସେ ।

ଗୋକୁଳା ଦୌଡିଲା ଘରକୁ । ଘରକୁ ୟାଇ ଦେଖେ ଫଗୁଆ ଆସି ପହଞ୍ଚିଛି ।
ଛାତିରୁ ତାର ଅତଡା ଖସିପଡିଲା । ବାପାକୁ ଦେଖି ଫଗୁଆ ରାଗରେ ତମତମ
ହୋଇ କହିଲା , ତମେ କେମିତି ଲୋକ ବାପା ଶୁଣେ ! ମୁଁ ଟଙ୍କା ନ ପାଇ ୟେତେ
ହଇରାଣ ଅପମାନ ହେଲିଣି । ଟଙ୍କା ନାହିଁ ତ ପୁଅକୁ ପଢଉଥିଲ କାହିଁକି ?
ମୋତେ କାଲି ଟଙ୍କା ଦାଖଲ କରିବାକୁ ପଡିବ । କାଲି ସକାଳୁ ୟିବି । ଦୁଇଶହ
ଟଙ୍କା ୟୋଗାଡ କରି ରଖ । ନ ହେଲେ ପୋଥିରେ ଡୋର । ବାସ , ଲାଗିୟିବା
ବାପ ପୁଅ ଜାତି ବେଉସାରେ ।

ଗୋକୁଳାକୁ ଲାଗିଲା ତାକୁ ଢାଏକିନା କିଏ ଏକ ଥାପଡ ମାରିଲା । ସେଇ
ମୁହୂର୍ତ୍ତରେ ସେ ସିଦ୍ଧାନ୍ତ କଲା ବାଖରାକୁ ବିକିଦେବ ମାଳକୁ । ଫଗୁଆମା'କୁ
ଚୁପ୍୍କରି ଡାକି ସେ ସବୁକଥା କହିଲା । ଫଗୁଆ ମା' କହିଲା , ମୁଁ ମାଇକିନିଆ
ମଣିଷ , ମୁଁ କି ଜାଣେ । ପୁଅ ତ ତମର ପାଠଶାଠ ପଢିଲାଣି , ବଡ ହେଲାଣି ,
ତାକୁ ପଚାରୁନା ।

ଗୋକୁଳା ଲଜ୍ଜାରେ ପୁଅକୁ ଏସବୁ କହିବାକୁ ରାଜି ନୁହେଁ । କିନ୍ତୁ
ମନା କରୁକରୁ ଫଗୁଆ ମା' ପୁଅକୁ ଡାକି ସବୁ କହିଦେଲା । ଫଗୁଆ କହିଲା ,
ନିଶ୍ଚଯ ବିକିଦିଅ । ଏଥିରେ ଭାବିବାର କଅଣ ଅଛି ? ବୃଥା ସେଣ୍ଟିମେଣ୍ଟାଲ
ହୁଅନାହିଁ ବାପା । ସମସ୍ତେ ବିକନ୍ତି । ବିକିବା କଥା । ତେବେ ତିରିଶକୁ ନୁହେଁ ,
ପଚାଶ ।
ଗୋକୁଳା ଅସହାଯ ଭାବରେ ଫଗୁଆମା' ଆଡେ ଚାହିଁଲା । ସେ କହିଲା ,
ମୋତେ ଚାହୁଁଚ ୟେ ମୁଁ କଅଣ କହିବି ? ପୁଅ ଆଉ ତମେ ୟାହା ବିଚାରୁଛ
କର ।

ଗୋକୁଳା ଆଉ ଅପେକ୍ଷା ନ କରି ପୁଣି ଦୌଡିଲା ବାଖର ମିଆଁ ପାଖକୁ ।
ବାଖର ପଚାରିଲା , ସମୁଦୁଣି କଅଣ କହିଲେ ?
ଗୋକୁଳା ମୁହଁରୁ ଖାଲି ବାହାରିଲା , ପଚାଶ ।

ବାଖର ହସିଦେଇ କହିଲା , ଯେ ବାତ୍୍ କହୁନ । ତମ ପାଖରେ ପୁଣି
ଦରଦାମ ? ଲିଅ ପଚାଶ ଧର । //
ବାଖର ଗୋକୁଳା ହାତରେ ଆଉ କୋଡିଏ ଧରେଇ ଦେଇ କହିଲା
ୟାଅ ସମୁଦି । କିଛି ଚିନ୍ତା କରନା । ଖୁଦା ହାଫିଜ୍୍ । ଖୁଦା ସବ୍୍ ଭଲା କରେଗା ।
ବାଖର ବେଗେ ବେଗେ ହଡା ଅଡେଇ ଚାଲିଗଲା । ଗୋକୁଳା ଫେରି
ଘରେ ପହଞ୍ଚିବା ବେଳକୁ ରାତି ଩ଅଟା । ଘରେ ପହଞ୍ଚୁ ନ ପହଞ୍ଚୁଣୁ ଦୂରରୁ
ଗୋଟାଏ ହୋ ହୋ ଶବ୍ଦ ଶୁଣି ସେ ଚମକି ପଡିଲା । ଚେମା ସଁ ସଁ ହୋଇ ଦୌଡି
ଆସି ଖବର ଦେଲା , ଗୋକୁଳା'ଇ , ତୁମ ମାଳକୁ ରସୁଲପୁରିଆ ବାଖର ମିଆଁ
ଚୋରେଇ ନେଇ ୟାଉଥିଲା ୟେ ହଗୁଡାଇ ତାକୁ ଅଟକାଇଲା । ଦୁହିଙ୍କ ଭିତରେ
କଥା କଟାକଟି ହଉ ହଉ ...
ଗୋକୁଳା ଆତଙ୍କିତ ହୋଇ ପଚାରିଲା , ବାଖର କଅଣ କହିଲା ?
ଚେମା କହିଲା , ବାଖର କହୁଚି ସେ ଜାଣେ ନାହିଁ ମାଳ କିମିତି ଆସିଲା ।
ସେ ଖାଲି କହିଲା ତା ଗୋରୁ ସେ ନେଇୟାଉଛି , ଏଥିରେ କାହାରି କିଛି
କହିବାର ନାହିଁ ।
ଗୋକୁଳା ଛାତିରୁ ଗୋଟାଏ ଶ୍ବସ୍ତିର ନିଃଶ୍ବାସ ବାହାରି ଆସିଲା । ଚେମା
କହିଲା , ଏଇ କଥା ନେଇ ରସୁଲପୁରିଆ ପଠାଣ ଆଉ ସବୁ ଗାଁ ବାଲାଙ୍କ ଭିତରେ
ଦଙ୍ଗା ଲାଗିଗଲାଣି ବଉଳେଇ ପାଟ ମଝିରେ । ତୁମେ ଚାଣ୍ଡେ ଆସ । ମୁଁ ୟାଉଛି
ତୁମେ ଗଲେ ୟା' ନିଷିପତି ହବ ।

ଗୋକୁଳା ଗୋଡ ଥରିବାକୁ ଲାଗିଲା ଏକଥା ଶୁଣି । ଫଗୁଆ ମା ଓ ଫଗୁଆକୁ
ସେ ଅସହାଯ ଭାବରେ ଚାହିଁଲା ପରାମର୍ଶ ପାଇଁ । ସେମାନେ ନୀରବ । କଅଣ
କରିବ ସେ ବର୍ତ୍ତମାନ କିଛି ବୁଦ୍ଧି ପାଇଲା ନାହିଁ । ଖାଲି ଆବାକାବା ହୋଇ
ଏଣେତେଣେ ଚାହୁଁଥାଏ । ଆଉ ତା ମନରେ ଖେଳି ୟାଉଥାଏ ରାଇଜ ଉପାଯ ।
ଗୋଟାଏ ପରେ ଗୋଟାଏ ଉପାଯ ତା ମନ ଉପରେ ଦୁଲଦାଲ ପଡୁଥାନ୍ତି ।
ପ୍ରତ୍ଯେକ ସହିତ କିଛି ନା କିଛି ୟୁକ୍ତି । ଗୋଟାକୁ ଧରି କିଛି ଗୋଟାଏ ସିଦ୍ଧାନ୍ତ
କରୁ ନ କରୁଣୁ ସେଟାକୁ ତଡି ଆଉ ଗୋଟାଏ ଉପାଯ ଆସି ପଡେ । ... ୟା
ହବାର ହେଇ ୟାଉ ସେଠି , ମୁଁ କାହିଁକି ସେଠିକି ୟିବି .. ମୁଁ କେମିତି ଜାଣିଲି
କଅଣ ହେଉଛି .. କିନ୍ତୁ ଶଳା ଚେମା ପରା ଖବର ମୋତେ ଦେଇଗଲାଣି ...
ୟାଉଛି ଘୋରିଘାରି ହୋଇ ଶୋଇବି ଜର ଆସିଲା କହି ... କିନ୍ତୁ ବାଖରକୁ ମାରି
ପକେଇବେ ୟେ ... ରସୁଲପୁରିଆ ପଠାଣଙ୍କ ଉପରେ ଇଯେ ସବୁ ହିନ୍ଦୁଙ୍କ ତ
ଅକକ୍ଷ ଅଛି ... ମରୁ ହ୍ଯାପ , ପଠାଣଟାଏ ତ ... ସେ ମୋତେ କାହିଁକି ଉସୁକାଉ
ଥିଲା କି ମାଳକୁ ବିକିଦବାକୁ .. ସଇତାନ ଶଳା ... ମୁଁ ତ ମନା କରୁଥିଲି ,
ସେଇ ତ ମୋତେ ବାଧ୍ଧ କଲା ... କିନ୍ତୁ ତା ଜୀବନ ଉପରେ ପଡିଲେ ସେ କଅଣ
ନ କହିବ , ନିଶ୍ଚେ କହିବ ... ତେବେ ମୁଁ ମଲି , ମୋତେ କଅଣ ଛାଡିଦେବେ ...
ୟଦି ବା ନ କୁହେ , ସମୁଦି ୟେମିତି ତା ସତ୍ଯ ସେ ରଖିବ , ଆଉ ମୁଁ ...
ମୁଁ ... ମାଳକୁ ଦେଇଚି ହାଣ ମୁହଁକୁ , ସମୁଦିକୁ ବି ଦେବି ... ମୁଁ ଶଳା ସାଇତାନ ... //
ଅଳକା ମୁହଁରୁ ତାର ସକଳ କଳଙ୍କ କାହାଣୀ ଶୁଣିଲା ପରେ ତା ସହିତ ଥିବା
ବିବାହ ପ୍ରସ୍ତାବକୁ ପ୍ରତ୍ଯାଖ୍ଯାନ କରିବା ପାଇଁ ସୁଧାଂଶୁର ସାହସ ନ ଥିଲା । ଅଳକା
ଭିନ୍ନ ଅନ୍ଯ ୟେଉଁମାନଙ୍କ ସହିତ ତାର ବିବାହ ପ୍ରସ୍ତାବ ଆସିଥିଲା , ସେମାନେ
ଆପାତତଃ ନିଜକୁ ଜଣେ ଅପାପବିଦ୍ଧା କୁମାରୀ କନ୍ଯାର ପ୍ରତ୍ଯଯ ତା
ମନରେ ସୃଷ୍ଟି କରିଥିଲେ । କିନ୍ତୁ ପ୍ରଥମେ ଏଇ ଅଳକା ... ହିଁ , ଓଡିଶୀ ନୃତ୍ଯ
ପଟ୍ଟଯସୀ ଅଳକା ଦାସ ତା ମନରେ କୁ ସଂସ୍କାର ଉପରେ ପ୍ରଚଣ୍ଡ ଆଘାତ
କରିଥିଲେ ।

ସେ ନିଜକୁ ନିଜେ ପ୍ରଶ୍ନ କରିଥିଲା , ୟଦି ସେ ଜଣେ ସୁନ୍ଦରୀ ପାପିନୀ
ନଟିନୀର ସରଳ ସ୍ବୀକାରୋକ୍ତି ଶୁଣିଲା ପରେ ତାକୁ ବିବାହ ନ କରେ , ତାହାହେଲେ
ଜଣେ ଆମେରିକା ୟାଇ ନ ଥିବା ୟୁବକ ଆଉ ତା ଭିତରେ ତଫାତ୍୍ କଅଣ ?

ସେଇ ଗୋଟିଏ ଆତ୍ମ - ଜିଜ୍ଞାସା ତାକୁ ହଠାତ୍୍ କେଉଁ ମଧ୍ଧୟୁଗୀଯ ନାଇଟ୍୍ର
ଦୁଃସାହସ ଆଣି ଦେଇଥିଲା । କଳଙ୍କିନୀକୁ ସୀମନ୍ତିନୀ କରିବାଠାରୁ ବଳି ବଡ
ପୌରୁଷ କିଛି ନାହିଁ - ଏମିତି ଏକ ଚିନ୍ତା ତାର ମନକୁ ଆଯତ୍ତ କରି ବସିଥିଲା ।
ଅଚିହ୍ନା ତୁଠର ଜଳରେ ପାଦ ବୁଡାଇବା ଅପେକ୍ଷା ଚିହ୍ନା ଘାଟରେ ଓହ୍ଲାଇବା
ଅଧିକ ନିରାପଦ ବୋଲି ସେ ନିଜ ମନକୁ ବେଶ ବୁଝାଇ ଦେଇଥିଲା ।

ଦିଲ୍ଲୀର ବିଜ୍ଞାନ ଭବନରେ ତାର ଚାକିରୀ । ରାଜଧାନୀ ଦିଲ୍ଲୀର ପରିବେଶ
ଭିତରେ ନିଜକୁ ଠିକ୍୍ ଖାପ ଖୁଆଇବାକୁ ହେଲେ ପତ୍ନୀ ଅଭିଜ୍ଞ ଏବଂ ବ୍ଯକ୍ତିତ୍ବସଂପନ୍ନା
ହେବା ଏକାନ୍ତ ଜରୁରୀ । ଅଳକା ଦାସ ତାର ପତ୍ନୀ ଭାବରେ ଏ ଦାଯିତ୍ବ
ଠିକ୍୍ ଭାବରେ ତୁଲାଇ ନେଉଥିଲା ।

କୁମାରୀ ଜୀବନର ଅଭିଜ୍ଞତା ତାକୁ ବିବାହିତା ଜୀବନରେ ଅନେକ
ପରିମାଣରେ ସମ୍ଭବତଃ ସ୍ବାମୀ - ସଚେତନ କରି ଦେଇଥିଲା । ସେଥିପାଇଁ ତାର
ସକଳ ଆବଶ୍ଯକତା ତିଳ ତିଳ କରି ପୂର୍ଣ୍ଣ କରିବା ପାଇଁ ସେ ନିଜକୁ ପ୍ରତି
ମୁହୂର୍ତ୍ତରେ ପ୍ରସ୍ତୁତ କରି ରଖୁଥିଲା । ଦାଂପତ୍ଯ ଜୀବନର ରଙ୍ଗମଞ୍ଚ ସମର୍ପିତ ପ୍ରଣଯର
ଓଡିଶୀ - ନୃତ୍ଯରେ ସବୁବେଳେ ଏପରି ଉଛ୍ବସିତ ହୋଇ ଉଠୁଥିଲା ୟେ ,
ସୁଧାଂଶୁ ନିଜ ପତ୍ନୀ - ନିର୍ବାଚନର ଦକ୍ଷତା ପାଇଁ ନିଜକୁ ନିଜେ ଖୁବ୍୍ ପ୍ରଶଂସା
କରୁଥିଲା ।
ଦିଲ୍ଲୀର ଅନ୍ଯ ଓଡିଆମାନେ ସେ ଦୁହିଁଙ୍କ ସୁଖୀ ଦାଂପତ୍ଯ ଜୀବନକୁ
ଇର୍ଷାତୁର ଚାହାଣୀରେ ଅନାଉଥିଲେ । ଅଣଓଡିଆ ବନ୍ଧୁ ମହଲରେ ମଧ୍ଧ
ସେମାନଙ୍କ ପାରିବାରିକ ସଂପର୍କ ଏକ ଆଦର୍ଶ ଭାବରେ ଆଲୋଚିତ ହେଉଥିଲା ।

ଅଳକାର ତିନି ପ୍ରେମିକଙ୍କ କଥା ଜାଣିଥିଲା ସୁଧାଂଶୁ । ୟେ ତାର କୁମାରୀ
ଗର୍ଭରେ ଚାରିମାସର ମାଂସ ପିଣ୍ଡୁଳାର ପିତୃତ୍ବ ପାଇଁ ଦାଯୀ - ସେହି
ଡାକ୍ତର ଅମିତାଭ ମିଶ୍ର ବର୍ତ୍ତମାନ ଲଣ୍ଡନରେ - ତାର ପତ୍ନୀ ମାଳିନୀ ଗୋପାଳପୁରର
ସମୁଦ୍ର କୂଳରେ ଏକାକିନୀ ବସି ବାଲିରେ ବାମ ଗୋଡର ପାଦକୁ ପୋତି
ଗୋଟିଏ ବାଲି ଘର ତା ଉପରେ ତିଆରି କରୁଥିବା , ସେ ଓ ଅଳକା ଗତବର୍ଷ
ଦେଖି ଆସିଥିଲେ । ମାଳିନୀ ଅଳକାକୁ ଚିହ୍ନିପାରି ନ ଥିଲା , କିନ୍ତୁ ତାକୁ ବେଶ୍୍
ଚିହ୍ନି ପାରିଥିଲା ଅଳକା । ସମୁଦ୍ର ବାଲିରେ ଗୋଡପୋତି ଘର ତିଆରି କରୁଥିବା
ସେଇ ମହିଳାଙ୍କ ପାଖରେ ୟେଉଁ ଛୋଟ ପୁଅଟି ଠିଆ ହୋଇ ଘରତୋଳା ଦେଖୁଥିଲା , ତାକୁ
ଚାହିଁଦେବା ମାତ୍ରେ ଅଳକାର ଆଖି କିପରି ଜଳକା ହୋଇ
ୟାଇଥିଲା , ସୁଧାଂଶୁ ତାହା ହିଁ ଲକ୍ଷ୍ଯକରି ତୃପ୍ତ ହୋଇଥିଲା ସେଦିନ ! //
ଅଳକାର ଦ୍ବିତୀଯ ପ୍ରେମିକ - ୟେ କି ତାର ସତୀତ୍ବକୁ ଛୁଇଁ ଦେଇଥିଲେ
ବୋଲି କହି ଅଳକା ସେଦିନ ଝାଳେଇ ୟାଇଥିଲା , ସେଇ କନ୍୍ଟ୍ରାକ୍ଟର ଭଦ୍ରଲୋକ
ବର୍ତ୍ତମାନ ବେଶି ସମଯ ପଣ୍ଡିଚେରୀରେ କଟାଉଛନ୍ତି । ଇନ୍୍କମ୍୍ଟ୍ଯାକସ ଡିପାର୍ଟମେଣ୍ଟ
ତାଙ୍କୁ ଫତୁଆ କରି ଦେଇଛି ବୋଲି କାହାଠାରୁ ଶୁଣିଆସି ଅଳକା ଦିନେ
ତାକୁ କହୁଥିଲା ।
ଅଳକାର ତୃତୀଯ ପ୍ରେମିକ , ୟେ କି ତାକୁ ଛୁଇଁବେ ଛୁଇଁବେ ବୋଲି କହି
ଛୁଇଁଲା ବେଳକୁ ହାତ ନେଇ ପକେଟରେ ଭର୍ତ୍ତି କରୁଥିଲେ , ସେଇ କବି ଜଣକ
ବର୍ତ୍ତମାନ କୌଣସି ଓଡିଆ ଦୈନିକ ସମ୍ବାଦପତ୍ରର ସାମ୍ବାଦିକ , ଏ ୟାବତ୍୍
ଅବିବାହିତ ।
ଆଜି ସକାଳେ ତାଙ୍କର ଫୋନ ଆସିଥିଲା ଦିଲ୍ଲୀ ଷ୍ଟେସନରୁ । ନାସନାଲ
ବୁକ୍୍ ଟ୍ରଷ୍ଟ ଦ୍ବାରା ଆଯୋଜିତ ଏକ ଆଞ୍ଚଳିକ ସାହିତ୍ଯକ - ଆଲୋଚନା ସଭାରେ
ୟୋଗଦେବା ପାଇଁ ସେ ଭାରତବର୍ଷର ରାଜଧାନୀରେ ପ୍ରବେଶ କରିବା ମାତ୍ରେ
ଅଳକାକୁ ଫୋନ କରିଥିଲା ।
ନିଜ ପତ୍ନୀର ପୂର୍ବତନ ପ୍ରେମିକ ସହିତ ଫୋନରେ କଥାବାର୍ତ୍ତା କରିବା
ୟେପରି ଅସ୍ବସ୍ତିକର ହେବ ବୋଲି ସୁଧାଂଶୁ ପ୍ରଥମେ ଅନୁମାନ କରୁଥିଲା , କବି
ସୁକାନ୍ତ ମହାନ୍ତି ସହିତ କଥାବାର୍ତ୍ତା କଲାବେଳେ ସେପରି କୌଣସି ଅସୁବିଧାର ସେ
ସମ୍ମୁଖୀନ ହେଲା ନାହିଁ ।
ସୁକାନ୍ତ କହୁଥିଲା , ମୁଁ ଷ୍ଟେସନପାଖ ହୋଟେଲ ଟୁରିଷ୍ଟରେ ରହୁଛି -
` ହିନ୍ଦୁସ୍ଥାନ ଟାଇମସ୍୍ ' ମିସେସ ରାଯଙ୍କ ଓଡିଶୀ ନୃତ୍ଯ ସଂପର୍କରେ ଏକ ସନ୍ଦର୍ଭ
ଲେଖିବାକୁ ମତେ ଅନୁରୋଧ କରିଛି ... ଇତ୍ଯାଦି ।
ଜମାଟ ବନ୍ଧା ଅନ୍ଧକାରର ଖଣ୍ଡ ଖଣ୍ଡ କଳା ମୁଗୁନିକୁ କାଟିକାଟି ରାତିର
ସୁଡଙ୍ଗ ଭିତରେ ଟ୍ରେନ ଛୁଟିଛି - ଅସଂଖ୍ଯ ୟାତ୍ରୀ ବୋଝେଇ ପାସେଞ୍ଜର
ଟ୍ରେନ ।
କୌଣସି ଡବାରେ ବିନ୍ଦୁ ମାତ୍ର ଆଲୁଅର ଚିହ୍ନବର୍ଣ୍ଣ ନାହିଁ , କେବଳ -
ଅନ୍ଧକାର - ଅନ୍ଧକାର ଓ ଅନ୍ଧକାର - ଅନ୍ଧକାର ଭିତରେ ଓ ବାହାରେ ,
ଏବଂ ଦେହର ଦେହଳୀ ଭେଦି ଅନ୍ଧକାର - କଳା କଳା ଊଇ ଭଳି କ୍ରମେ
କ୍ରମେ ଚରିୟାଏ ଚେତନାର ସମଗ୍ର ସତ୍ତାରେ ।
ଅନ୍ଧକାର - ଟେଲିଗ୍ରାଫ ତାରରେ ଲକ୍ଷ ଲକ୍ଷ କଳା ଅଙ୍ଗୁରର ପେନ୍ଥା
ଭଳି ଝୁଲିଛି ଏବଂ ଏକ ଭଯଙ୍କର - ଲୋମଶ କଳାଭାଲୁ ଭଳି
ଅନ୍ଧକାର - ତାର ଖର ନଖରେ କୁରି କୁରି ଚାଲିଛି ପୃଥିବୀକୁ , ଆଉ
ରାତିର ନିସ୍ତବ୍୍ଧ - ନିର୍ଜନତାକୁ ।
ଏଇ ଅନ୍ଧାର ଭିତରେ ତୃତୀଯ ଶ୍ରେଣୀର ସଶାଙ୍କ - ଜୀବନ ଉଲଙ୍ଗ
ବାସ୍ତବତାର ଦୁର୍ଦ୍ଦାନ୍ତ ` ହାଏନା ' କୁ ସାମନା କରି ଗୋଟାଏ ଭଯକାତର
ନିରୀହ ଶଶାଛୁଆ ଭଳି ଜୁଳୁଜୁଳୁ ଆଖିରେ ଅନାଇ ବସିରହିଚି ।
ଆଉ ନିର୍ଜନତାର ଇଥର ସମୁଦ୍ରରେ ଉଦ୍ଧତ ଝଡର ଡେଣା ପିଟିପିଟି
ଭଯ - ପ୍ରତାରଣା ଓ ଅବିଶ୍ବାସ ତିନୋଟି ରକ୍ତଚକ୍ଷୁ - କ୍ଷୁଧିତ ବାଜପକ୍ଷୀ
ଭଳି ଘୂରିଘୂରି ଉଡି ବୁଲୁଛନ୍ତି ଏଣେତେଣେ ।
ଟ୍ରେନ ଚାଲିଛି ... ଦିଗଛୁଆଁ - ଅନ୍ଧାରର ସୁଡଙ୍ଗ ଭିତରେ ଢଳି ଢଳି
ରାତିର ପାସେଞ୍ଜର ଟ୍ରେନ , ହୁଏତ ୟାତ୍ରା ଶେଷରେ ଭେଟିବାକୁ ଦୂର
ସୀମାନ୍ତରେ - ଗୋଟିଏ ଶୁଭ୍ର - ସତେଜ - ସକାଳର ଷ୍ଟେସନ ।
+>*
0 
﻿
ଫତୁରାନଦ.
03-08-12
Oriya
<ହେ ନୀରବ ସାଧକ , ସାହିତ୍ଯର ବଡପଣ୍ଡାମାନଙ୍କ ସ୍ବୀକୃତିକୁ
ଅପେଷା ନ କରି ଆପଣ ୟେପରି ନୀରବରେ ସାହିତ୍ଯ ସାଧନା କରି ଆସୁ~
ଅଛନ୍ତି ସେଥିରେ ମୋର ମସ୍ତକ ଆପଣଙ୍କ ସାଧନା ନିକଟରେ ନତ ହୋଇ~
ୟାଇଛି । ତାହାରି ନିଦର୍ଶନ ସ୍ବରୂପ ଏହି କ୍ଷୁଦ୍ର ପୁସ୍ତକଟି ଆପଣଙ୍କ ହସ୍ତରେ
ଅର୍ପଣ କଲି । ସାଦର ଗ୍ରହଣ କରିବେ ।

ଦନେଇଦାସ ସବୁବେଳେ ମୁହଁଟାକୁ ହାଣ୍ଡିପରି କରି
ବସିବାଟାକୁ କହ୍ନେଇ ଦାସ ମୋଟେ ପସନ୍ଦ କଲା ନାହିଁ । ଦିନେ ତାକୁ
ଏକାନ୍ତରେ ପାଇ ଏକା ଜିଗରଧରି ପଚାରିଲା - " ଆଚ୍ଛା ଦନେଇ ତୋର
କଅଣ ହୋଇଛି କହୁନୁ , ସବୁବେଳେ ଏମିତି ମୁହଁ ଭୁର୍କୁଣ୍ଡା କରି ବସିଛୁ ।
କଥା କଅଣ ? "
" ମୋତେ ଆଉ କିଛି ଭଲ ଲାଗୁନି ? "
" ଆରେ କାହିଁକି ଭଲ ଲାଗୁନି ତାହାର ଗୋଟାଏ କାରଣ ତ
ଥିବ ? "
" କଅଣ ମିଳିବ ସେ କାରଣରୁ ! କାରଣଟା ତ ଆଉ କାଢି
ହୋଇୟିବନି ! "
" ଆରେ କଅଣ କାରଣଟା କହୁନୁ , କାରଣଟା ଜାଣିଲେ ସିନା
ଛଡାନ୍ତେ । "
" ତାକୁ ମଣିଷ ଛଡେଇ ପାରିବନି , ଛଡେଇଲେ ଛଡେଇବ
ଭାଗ୍ଯ । "
" ଆଚ୍ଛା ତୁ କାରଣଟା କହିଲୁ । କିଛି ନ ହେଲେ ଗ୍ରହପୂଜା
କରେଇ , ଚଣ୍ଡୀ ମନ୍ଦିରରେ ବୋଦା , ମଙ୍ଗଳାଙ୍କ ଠେଇଁ କୁକୁଡା , ଆଣ୍ଠୁଆ
ଗୋପାଳଙ୍କ ପାଖରେ ଲହୁଣୀ , ରାବିଡି , ପେଡା , ଗୋପାଳନାଥଙ୍କ ଠେଇଁ
ଖୁଆଦିଆ ଛେନାଖିରି , ଗଣପତିଙ୍କୁ ପଲାଉ ଆଳୁ ପୋଟଳରସା ଦେଇ
ପାକିସ୍ଥାନକୁ ପାର୍ଶଲ କରି ପଠେଇଦେବା । ଏବେ କହିବୁଟି କାରଣଟା -
ଆରେ କହୁନୁ - ଏଁ - "

" ସତ କହୁଛି କହ୍ନେଇ - ଏ ଜୀବନପ୍ରତି ଗୋଟାଏ ତାତ୍ସଲ୍ଯଭାବ
ଆସିଗଲାଣି , ବହୁ ଜିନିଷରେ ହାତ ମାରିଲିଣି , ହେଲେ କେଉଁ ଗୋଟିକରେ
ବି ସଫଳତା ମିଳିଲା ନାହିଁ । ମୁଁ ସବୁଠାରୁ ପରାସ୍ତ । ଏ ୟୁଗରେ ୟଦି
ଜଣେ ଦଶଜଣଙ୍କ ଆଗରେ ନିଜର କିଛି ଗୋଟାଏ ସ୍ବାତନ୍ତ୍ର୍ଯ ଦେଖାଇ
ନ ପାରିବ ତେବେ ଜୀଇଁ ରହିବାରେ କି ଲାଭ !
" କଥାଟା ମୋତେ କେମିତି ଅବାଗିଆ ଅବାଗିଆ ଲାଗୁଛି ।
ମୋତେ ୟେମିତି ଜଣାୟାଉଛି ତୋର ଧୈର୍ୟ୍ଯର ଅଭାବ । କେଉଁଠି
ଟିକିଏ ବାଧା ପାଇଲେ ଭାଙ୍ଗିପଡୁଛୁ । ଆଚ୍ଛା ତୁ କଅଣ ହେବାକୁ ସବୁଠୁ
ଭଲ ପାଉ କହିଲୁ । "
" ସତ କହୁଛି - ମୋର ଭାରି ଇଚ୍ଛା ଥିଲା ଗୋଟାଏ କବି ହେବାକୁ ।
କହନା ଭାଇ ଦୁଇ ତିନି ରିମ୍୍ ଖଣ୍ଡେ କାଗଜ ଗାରେଇଲି , ବୋତଲେ
ସୁଲେଖା କାଳି ସାରିଲି , ପୋଷ୍ଟେଜରେ ରାଇଜ ଟଙ୍କା ସାରିଲି । ଅସନା
ସମ୍ପାଦକଗୁଡାକ ଏଡେ ଗଉଁଆ ହୋଇଛନ୍ତି ୟେ କେହି ଜଣେ ହେଲେ
ଖଣ୍ଡିଏ ହେଲେ କବିତା କାଢିଲେନି , ବିରକ୍ତ ହୋଇ ନକଲ କରି
ରଖିଥିବା ବେତାକୟାକ କବିତା ଚୂଲିରେ ମୁହାଁଇ ଦେଲି । " -
" ହା - ଚଣ୍ଡାଳଟା କଅଣ କଲୁରେ ! ମୋତେ ଟିକିଏ କହିଲୁନି ।
ୟୋଉଟା ଚାହିଁଥାନ୍ତୁ ସେଇଟା କଢେଇ ଦେଇଥାଆନ୍ତୁରେ । ହେଲା ନାହିଁ ତ
ଦିଅ ପୋଡି । ତୁ ତ କାହ୍ନୁ ସାନ୍ଯାଲ ବଡଭାଇ ବନିଗଲୁ । "
" ଆଉ ସେଗୁଡାକ କଅଣ ହୋଇଥାନ୍ତା ୟେ ? "
" ଦେଖୁଛି ତୋର ବହୁତ ଟ୍ରେନିଂ ପାଇବାର ଅଛି । "
" ଓଡିଆରେ ଏମ.ଏ. ପାଶ୍୍ କରିଛି । କବିତା ଲେଖିବାକୁ ପୁଣି
ଆହୁରି ଟ୍ରେନିଂ ଦରକାର ? "
" ଆ-ହା-ହା ବୁଝିଲୁ ଖମ୍ବଆଳୁଟା । ମୁଁ କଅଣ କହୁଛି ଲେଖିବା
ପାଇଁ ଟ୍ରେନିଂ ? //
ଆପଣଙ୍କର
ଉଚିତ ଥଲା ନାମ ଫଳକକୁ ଦେଖି ` ହାଁ ' କରି ରହି ନ ୟାଇ ଠକ୍୍ ଠକ୍୍
ଠକ୍୍ ଭିତରକୁ ପଶିଆସି ଥାଆନ୍ତେ - ଆଉ ଆମ୍ଭମାନଙ୍କୁ ପଚାରି ଥାଆନ୍ତେ -
ଆହେ ଏପରି ଆଶ୍ଚର୍ୟ୍ଯ-ଜନକ ନାମ ଫଳକ ଆମ୍ଭେ କୁତ୍ରାପି ଦେଖି~
ନାହୁଁ । ଏହାର ଅର୍ଥ ଆମ୍ଭେ ବୁଝିପାରୁନୁ କି ଏହା କେଉଁ ଭାଷା
ତାହା ମଧ୍ଧ ଜାଣିପାରୁନୁ । ତେବେ ଆପଣଙ୍କର କୌତୂହଳ ଆମେ
ନିବାରଣ କରି ଦେଇ ପାରିଥାଆନ୍ତୁ । "
ଗେଡୁଦାସେ ଉତ୍ସାହିତ ହୋଇ ପଚାରିଲେ - " ବାସ୍୍ ବାସ୍୍
ମୁଁ ତ ସେଇଆ ଚାହୁଁଥିଲି । ମୋ ମନ କଥାଟା ତ ଆପଣ କହି~
ଦେଲେଣି । ଟିକିଏ ବୁଝେଇ ଦେଲେ ଭାରି ଖୁସି ହୁଅନ୍ତି । "
ଲମ୍ବାକଲିଆ ଗେଡୁଦାସଙ୍କର କଥାକୁ ବହୁତ ବହୁତ ତାରିଫ
କରି ପକୁଡି ଦୁଇ ପ୍ଳେଟ ଓ ଦୁଇକପ ଚାହା ବରାଦ କରିଦେଲା । ତାହା
ମଧ୍ଧ ସଙ୍ଗେ ସଙ୍ଗେ ପାଳିତ ହୋଇଗଲା । ଦୁହେଁ ହାତ ଚଲେଇଲେ ।
ଲମ୍ବାକଲିଆ ଜଣକ ଟପାଟପ ପକୁଡି ଉଦରସ୍ଥ କରୁ କରୁ କହିଲା -
` ନାମ-ଫଳକରେ ଆପଣ ଦେଖିଲେ ` ଲଣ୍ଡଟକ ସାହିନ୍ଦର ' । ହଠାତ୍୍
ବୁଝିବାକୁ ଟିକିଏ କଷ୍ଟ ହେବ । ଆଜିକାଲିର ରକେଟ ୟୁଗରେ ସମଯ ଓ
ଦୂରତ୍ବର ତୀବ୍ର ସଂକ୍ଷିପ୍ତ କରଣ ଚାଲିଛି । ଆମର ଏ ଅନୁଷ୍ଠାନଟି ନାଷ୍ଟି
ସଂକୀର୍ଣ୍ଣତାରେ ଆବଦ୍ଧ ନୁହେଁ । ଆମ ଲଣ୍ଡନଠାରୁ ତୁମ କଟକ ୟାଏ ଏକ
ବିଶାଳ ସଂସ୍କୃତିକୁ କୋଳ କରିଛି । ଲଣ୍ଡନ କଟକ ଶବ୍ଦ ଦୁଇଟିକୁ
ସଂକ୍ଷିପ୍ତ କରିବା ପାଇଁ ମଝିରୁ ଦୁଇଟା ଅକ୍ଷର କାଟି ଫୋପାଡି ଦେଇ ପୁଣି
ଅଠାରେ ୟୋଡିଦେଇଛୁ । ଫଳରେ ସେଇଟା ହେଲା ଲଣ୍ଡଟକ ।
ସାହିତ୍ଯ ମନ୍ଦିରକୁ ଠିକ୍୍ ଏହି ପ୍ରକ୍ରିଯାରେ ସାହିନ୍ଦର କରି ଦେଇଛୁ ।
ପ୍ରାଚ୍ଯ , ଚାହାଟା ହେଲା ପାଶ୍ଚାତ୍ଯ " ଅପୂର୍ବ , ଅପୂର୍ବ
ସମ୍ମେଳନ - । "
ଏତିକିବେଳେ ଗୋଟିଏ ନଳୀପେଣ୍ଟିଆ ଆସି ଲମ୍ବାକଲିଆକୁ
କହିଲା - ନିଖ ସାହୁ ଦେଢଟଙ୍କା ମାଗୁଛି । ସେ ଅସମ୍ଭାଳ ହେଲାଣି ।

" ଇଡିଅଟ ସେଇଟା । ନାଣ୍ଡିଆ ୟାଇଛି ଶହେ ଟଙ୍କିଆ
ନୋଟ୍୍ଟା ଭଙ୍ଗାଇବାକୁ । ସେ ଆସିବା ୟାଏ ସବ୍୍ରାତ କରିପାରୁନି -
ରଫିଆନ , ଆଣ୍ଟିସୋସିଆଲ , କଞ୍ଜିନିଟାଲ ଇଡିଅଟ । "
" ତାକୁ ୟେତେ ବୁଝେଇଲେଣି ଶୁଣି ୟାଉନି । "
" ଏ ଆଣ୍ଟିସୋସିଆଲ ଏଲିମେଣ୍ଟଗୁଡାକ ଏଟିକେଟ ଜାଣିବେ
କୁଆଡୁ । ଆଜ୍ଞା ନାଣ୍ଡିଆ ଟଙ୍କା ଭଙ୍ଗେଇ ଆସିବାୟାଏ ଦୁଇଟା ଟଙ୍କା
ଦେବେଟି । ଶହେ ଟଙ୍କିଆ ନୋଟଟି ଭଙ୍ଗେଇ ବାଟରେ ଆସୁଥିବ
ଇଡିଅଟ୍୍ଟା ଟିକିଏ ହେଲେ ସବ୍୍ରାତ କରିପାରୁନି । "
ଚାହା ଶୋଷାଡୁ ଗେଡୁଦାସେ ` ହଉ ହଉ ନିଅନ୍ତୁ '
କହି ମନିବ୍ଯାଗରୁ ଦୁଇଟା ଟଙ୍କା କାଢିଦେଲେ । ଲମ୍ବାକଲିଆ ନଳୀ~
ପେଣ୍ଟିଆକୁ ତାହା ଦେଇ କହିଲା ୟା - ୟା - ତା ' ପଇସା ଦେଇଦେବୁ
ଆଉ ଦୁଇଟା ଭଲ ସିଗାରେଟ ୟା ନେଇ ଆସିବୁ ।
ସେ ଘରର ଦୁଆର ଡେଇଁଛି କି ନାହିଁ ଘରର ଗୋଟିଏ କଣରେ
ବସି ଗୋଟିଏ ପୁରୁଣା ଚିରା କାଗଜ ପଢୁଥିବା ଆଉ ଏକ ନଳୀପେଣ୍ଟିଆ
ଟେବୁଲ ଉପରେ ବିଧାଟାଏ ଦୁମକରି ପିଟିଦେଇ ବିଳବିଳେଇଲା -
" ଗୁଡ ନ୍ଯୁଜ , ହାପି ନ୍ଯୁଜ , ହ୍ଯାଟସ ଅଫ ଫର ସାତ୍ରେ । ସାବାସ୍୍ ,
ବଲିହାରି , ଚମତ୍କାର , କି ଆନନ୍ଦର ଦିନ କି ପବିତ୍ର ଦିନ ! "
ସମସ୍ତେ ତାରି ଆଡକୁ ବାଲୁବାଲୁ କରି ଚାହିଁଥାଆନ୍ତି । ଅତିରିକ୍ତ
ଗରମ ପଡିଥିବାରୁ ମୁଣ୍ଡ ବିଗିଡି ଗଲା କି ଆଉ । ଜଣେ ଦି ଜଣ ତା
ପାଖକୁ ଧାଇଁୟାଇ ପଚାରିଲେ - " କଣ ହୋ , କି ଗୁଡ୍୍ ନ୍ଯୁଜ ?
" ଆ ହା - ହା - ମୋତେ ଧନ୍ଯ , ମୁଁ ଗୁଡନ୍ଯୁଜଟା ପ୍ରଥମେ ଦେଇଛି ।
ଆମର ଆଦର୍ଶ , ଆମର ଧ୍ରୁବତାରା , ଆମର ପଥପ୍ରଦର୍ଶକ , ଆମର ଅତି
ପ୍ରିଯ ଜାହଁ । ପୋଲ ଶାସ୍ତ୍ରୀ ନୋବେଲ ପ୍ରାଇଜ ପାଇଛନ୍ତି । ଏକା ଶାସ୍ତ୍ରୀ
ନୁହନ୍ତି ଆମେ ସମସ୍ତେ ଏଥିରେ ଗୌରବାନ୍ବିତ ହୋଇଛୁ । " //
ନାଣ୍ଡିଆ ନିସ୍ପୃହ ଭାବରେ କହିଲା - " ଲେଖେଇ ତୁଲାପ କଥା ମୁଁ
ତ ମୁଁ , ମୋ ବାପ ଅଜା ଚୌଦପୁରୁଷ କେହି ଶୁଣି ନ ଥିଲୁ । ଆପଣ
ୟଦି ଜାଣିଥିବେ ତେବେ ଲେଖକ ଘଟୋତ୍କଚକୁ ଖୁଆନ୍ତୁ , ଆଉ ତାଙ୍କ
ପାଇଖାନାରୁ ଲେଖାଟି ଗୋଟେଇ ଆଣନ୍ତୁ । ମୋ ଦେଇ ସେ କାମ ହୋଇ ପାରିବ ନି । "
ବଇଷମ ସାମଲେ ଟେବୁଲ ଉପରେ ବିଧାଟା ମାରି କହିଲେ ,
" ଠିକ୍୍ ଅଛି । ଜୁଲାପ ଦେବା ଭାର ମୋ ଉପରେ । ବଛା ଲେଖାଗୁଡାକ
ପ୍ରେସକୁ ଦେଇ ଦିଅ । ମୁ ସାତ ଆଠଦିନ ବାଦ ଘଟୋତ୍କଚଙ୍କ ଲେଖା
ନେଇ ଦେବି । "
ଚାହାତକ ସୋଡ୍୍କି ନେଇ ସାରି ବଇଶମ ସାମଲେ ଗୋଟିଏ
ସିଗାରେଟ ଧରେଇଲେ । ତାପରେ ଗଳା ସାଫ୍୍ କରି ଆରମ୍ଭ କଲେ -
" ଜାଣିଲ ଘଟୋତ୍କଚ କାଲି ଉଚ୍ଚୈଶ୍ରବା ସାହିତ୍ଯ ସଂସଦରେ ମୁଖ୍ଯତଃ
ତମରି ଲେଖାର ଚର୍ଚ୍ଚା ହୋଇଥିଲା । ସତେ ଘଟୋତ୍କଚ ବାବୁ ତମ ଭାଗ୍ଯ
ଭାରି ତେଜ । ଏଡେ ବଡ ପ୍ରଶଂସାର ଜୁଆର କୌଣସି ଲେଖକ ଉପରେ
ଏଥିପୂର୍ବରୁ ମାଡିୟାଉନି । ଓଃ ! ପ୍ରଶଂସା ହୀରାକୁଦର ସବୁ ସ୍ଲୁଇସ୍୍
ୟେମିତି କୋସିୟାଇଥିଲା । ଜଣେ କହିଲେ ୟେ ପତ୍ରିକାଟିଏ ଦେଖିଲେ
ସେ ଆଗ ଘଟୋତ୍କଚଙ୍କ ନାମ ଖୋଜନ୍ତି ; ଥିଲେ ପତ୍ରିକାଟି କିଣନ୍ତି ଓ ଆଗ
ତମ ଲେଖାଟି ପଢନ୍ତି । ନ ଥିଲେ ପତ୍ରିକାଟି ଫୋପାଡି ଦିଅନ୍ତି । ଆଉ
ଜଣେ କହିଲେ - ଘଟୋତ୍କଚଙ୍କ ଲେଖା ୟଦି ତାଙ୍କ ହାବୁଡରେ ପଡେ
ତେବେ ୟେଡେବଡ ଝାଡା ତଲବ ଦେଖାଉ ପଛକେ ତାକୁ ପଢି ନ
ସାରି ପାଇଖାନା ୟାଆନ୍ତି ନାହିଁ । ଆଉ ଜଣେ କହିଲେ - ବାସ୍ତବିକ
ଓଡିଶା ବଡ ଭାଗ୍ଯବାନ ଯେ ଘଟୋତ୍କଚ ଭଳି ଲେଖକଟିଏ ଏଠି ଜନ୍ମ~
ଗ୍ରହଣ କରିଛନ୍ତି । ଆଉ ଜଣେ କହିଲେ - ହେଲେ ଘଟୋତ୍କଚଙ୍କ
ଦୁର୍ଭାଗ୍ଯ ୟେ ସେ ଏଠି ଜନ୍ମଗ୍ରହଣ କରିଛନ୍ତି , ତାଙ୍କ ପ୍ରତିଭା ପୂଜା ଏଠି
କିଏ କରୁଛି । ଆଉ କେଉଁ ରାଜ୍ଯ ହୋଇଥିଲେ କେଉଁ ଦିନଠାରୁ
ପଦ୍ମଶ୍ରୀ ହୋଇସାରନ୍ତେଣି । ଜଣେ କିନ୍ତୁ କହିଲା ୟେ କେବଳ ଏଇଥି
ଲାଗିତମ କଲମ ଶୁଖି ଶୁଖି ଆସୁଛି । ଓଃ ଘଟୋତ୍କଚ କି ନିର୍ଦ୍ଦଯ !
କେତେ ଭୋକିଲା ପାଠକ ତମ କଲମକୁ ଚାହିଁ ରହିଛନ୍ତି । ତମେ କିନ୍ତୁ
ନଅଙ୍କିଆଙ୍କୁ ଦୁଆର ମୁହଁରୁ ଘଉଡି ଦେଲା ପରି ନିରାଶ କରି
ଦେଉଛ -
ଏତିକିବେଳେ ଘଟୋତ୍କଚ ପଚାରିଲେ - ସେ ଲୋକଟି କିଏ
କିଏ ସେ ଭଦ୍ର ବ୍ଯକ୍ତି ?
ବଇଷମ ସାମଲେ ଉଁ ଉଁ ହୋଇ ଅଟକି ଗଲେ । ପୁଣି ଛେପ
ଢୋକି କହିଲେ - ହେଁ - ହେଁ ଏଇ ସେ ହେଉଛନ୍ତି - କଅଣ ତ ତାଙ୍କ
ନାଆଁ - ଏଇମ ଏଠା ପୋଲିସ ସାହେବ । ସେ ସାହିତ୍ଯ , ବିଶେଷ କରି
ତମ ଲେଖାର ଜଣେ ଉଚ୍ଚକୋଟୀର ଭକ୍ତ । ତମ ଠିକଣା ଜାଣିଥିଲେ
ସେ ଆସି ତମକୁ ଜୋରସୋରରେ ଲେଖିବାକୁ ଅନୁରୋଧ ଜଣାଇ
ଥାଆନ୍ତେ । ତାଙ୍କର ଭାରି ଆଶା ଏଥର ସବୁ ପୂଜାସଂଖ୍ଯାମାନଙ୍କରେ
ତମର ଲେଖା ସବୁ ୟେମିତି ବାହାରେ । ସେ ହୁଙ୍କାର ପତ୍ରିକାର ଜଣେ
ଆଗ୍ରହୀ ଗ୍ରାହକ । ସତ କହୁଛି ଘଟୋତ୍କଚ ବାବୁ ତମେ ନିତାନ୍ତ ପକ୍ଷେ
` ହୁଙ୍କାର ' କୁ ଗୋଟିଏ ଲେଖାଦିଅ ।
କିଛିକ୍ଷଣ ଗୁମ ହୋଇ ବସି ଘଟୋତ୍କଚ କହିଲେ , " ଆଚ୍ଛା ହେଉ ,
ମୁଁ ` ହୁଙ୍କାର ' ପାଇଁ ଲେଖାଟିଏ ଦେବି । ଟିକିଏ ଡେରି ହେବ ।
ଘଟୋତ୍କଚଙ୍କ ମଣ୍ଡନ କରି ହୁଙ୍କାର ପୂଜାସଂଖ୍ଯା ବାହାରିଗଲା
ବଇଷମ ସାମଲ ନାଣ୍ଡିଆକୁ କହିଲେ କେମିତିଆ ଜୁଲାପ ?
ନାଣ୍ଡିଆ କହିଲା - ଜୁଲାପଟା ଠିକ୍୍ ୟେ , ଟିକିଏ ମାତ୍ରାଧିକ୍ଯ
ହୋଇଛି । ଭଗବାନ କରନ୍ତୁ ତାର ଅନ୍ଯ ଉପସର୍ଗ ନ ବାହାରୁ ।
` ହୁଙ୍କାର ' ପତ୍ରିକା ଦେଖିବା ମାତ୍ରେ ଘଟୋତ୍କଚ ଗୋଟିଏ
ସମସ୍ଯା ସମାଧାନ ସୂଚକ ସ୍ବସ୍ତିର ନିଶ୍ବାସ ମାରିଲେ । ଘେଉରଚାନ୍ଦ
ଅଟାରେ ଅପମିଶ୍ରିତ କରୁଥିବା ଥାନାରେ ଦେଇ ଇନିସପେକଟର
ପାଖରେ କି ଅପଦସ୍ତ ନ ହୋଇଛି , ଆଜି ତାର ବଦଲା ନେବ । //
" ଆଜ୍ଞା ଆପଣ ୟାହା କହୁଛନ୍ତି ସବୁ ଠିକ୍୍ । "
ତେଣେ ସାହିତ୍ଯ ସଭାରେ ସମସ୍ତେ ରାମଚନ୍ଦ୍ରଙ୍କୁ ଶୂଦ୍ରଦ୍ବେଷୀ ବୋଲି
ସାବ୍ଯସ୍ତ କରି ତାଙ୍କର ନିନ୍ଦାବାଦ କରି ଲାଗିଥିଲେ । ରାମଚନ୍ଦ୍ରଙ୍କ ପାଇଁ
କେହିହେଲେ ଆହା ବୋଲି ପଦୁଟିଏ କହୁ ନ ଥାନ୍ତି । ରାମଚନ୍ଦ୍ରଙ୍କ
ବିରୁଦ୍ଧରେ ଏକ ନିନ୍ଦାସୂଚକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ପାଶ କରିବାର
ମସୁଧା ଚାଲିଥାଏ । କେବଳ ବିଜଯାନନ୍ଦ ସଭାପତିଙ୍କୁ କୁଣ୍ଢେଇ ପକେଇ ଚିଲେଇଲେ
" ଆଜ୍ଞା ଆପଣ ୟାହା କହୁଛନ୍ତି ସବୁ ଠିକ୍୍ । "
ସଭାପତି ବିଜଯାନନ୍ଦଙ୍କର ଉଚ୍ଚ ପ୍ରଶଂସା କରି କହିଲେ - " ୟାହା
ହେଉ ବିଜଯବାବୁ ଜଣେ ଉଚ୍ଚକୋଟିର ସାହିତ୍ଯକ । ଏହି ମତ ଦେବାକୁ
ତାଙ୍କୁ ବହୁସମଯ ଧରି ଗଭୀର ଭାବରେ ଚିନ୍ତା କରିବାକୁ ପଡିଲା । ଭୁଷ କରି
ନ ଭାବି ନ ଚିନ୍ତି କୌଣସି ଗୋଟିଏ ମତ ଦେବା ଅନୁଚିତ । ବିଜଯବାବୁ
ସମସ୍ତଙ୍କର ଆଦର୍ଶ ହେବା ଉଚିତ ।
ବିଜଯାନନ୍ଦ ବାବୁ କିନ୍ତୁ ପ୍ରକୃତିସ୍ଥ ହୋଇ ଲାଜରେ ସଭାପତିଙ୍କ
ଅନୁମତି ନେଇ ସଭା ଛାଡି ପଳେଇଲେ ।

ଶ୍ରୀ ଭଗବାନ ନାଯକ ବର୍ମା ଓ ଶ୍ରୀ ମୁରାରି ମୋହନ ଜେନାଙ୍କ
ସ୍ବାକ୍ଷରରେ ଏକ ନିମନ୍ତ୍ରଣ ପତ୍ର ରଣପା କବି ନୀଳମଣି ମାହାନ୍ନାଙ୍କ ପାଖରେ
ପହଞ୍ଚିଲା । ଚିଠି ଉପରେ ପତ୍ର ସନ୍ତକ ଦେଖିବାମାତ୍ରେ ମାହାନ୍ନାଏ ଚଟ୍୍କରି
ବୁଝିଗଲେ ୟେ ସେଇଟା ଉତ୍କଳ ସାହିତ୍ଯ ସମାଜର । ପତ୍ରର ବିଷଯବସ୍ତୁ
ନ ପଢି ସେ ଆଖି ବୁଜି , ବିଷଯଟି କଣ ହୋଇଥିବ କଳ୍ପନା ଜଳ୍ପନା
ଚଲେଇଲେ । ମୋତେ ବକ୍ତୃତା ଦେବାକୁ ଡାକି ନ ଥିବେ । କାରଣ
ସେମାନେ ଭଲକରି ଜାଣନ୍ତି ୟେ କେହି ବକ୍ତୃତା ଦେବାକୁ ଡାକିଲେ
ମୋତେ ଏକ , ଦୁଇର ତଲବ ଦେଖାଏ । ମୁଁ ଖୁବ୍୍ ଡେଙ୍ଗା ହୋଇଥିବାରୁ
ଗୋଟାଏ ଉଚ୍ଚଥାନରେ କିଛି ଗୋଟାଏ କରିବାକୁ ଥିବ ସେଥିଲାଗି ଡାକି~	
ପାରିଥିବେ । ନା । ସେଇଟା ପସନ୍ଦ ହେଉନି । ସେମାନେ ଉଞ୍ଚା ଟୁଲ ପକାଇ
କିମ୍ବା ଶିଡିଟାରେ ଚଢି କାମ କରିପାରିବେ । ତେଣୁ ମୋଭଳି ଗୋଟାଏ
ଜୀବନ ଶିଡିକୁ ଡାକିବେ କିଆଁ । ହୋଇପାରେ ସେଦିନ ଅନୁଷ୍ଠାନରେ
ଚାହା ଆଉ ପାନ ବହୁତ ବଳିପଡିବାର ସମ୍ଭାବନା ହୋଇୟିବ । ନାଃ ଏହା ବି
ମନକୁ ପାଉନି । ଆଜିକାଲି ୟେଉଁଠି ଚାହା , ପାନ ଥିବ ସେଠି ଲୋକଙ୍କର
ଭିଡ ୟଥେଷ୍ଟ ରହିବ । ଚାହା , ପାନରେ ମୋର ରେକର୍ଡ ଭାଙ୍ଗିବା ଭଳି
ବହୁତ ଲୋକ ଦେଖା ଦେଲେଣି । ତେବେ ଆଉ କଅଣ ହୋଇପାରେ ?
ହଁ । ହେଲା ହେଲା - ସାହିତ୍ଯ ସମାଜ ତରଫରୁ ଜଣେ ସିନେଟକୁ
ନିର୍ବାଚିତ ହୋଇ ଆସିବାର କଥା , ସେହି ବିଷଯରେ କିଛି ପରାମର୍ଶ କରିବା
ବୋଧହୁଏ ଦରକାର ପଡୁଛି । ଉଁ ହୁଁ ମନ ମାନୁନି ! ଏଥିପାଇଁ ଗୋଟାଏ
ନିମନ୍ତ୍ରଣ ପତ୍ର କିଆଁ ? ସିଧାସଳଖ ସେ ମୋତେ ପଚାରି ଦେଇପାରି
ଥାଆନ୍ତେ । ତା ବି ନୁହେଁ । ଆଉ ତେବେ କଅଣ , ଆଉ ତେବେ ଲେମ୍ବୁ । //
" ଆଃ , ଗୀତା ପଢିନ - ନବଦ୍ବାରପୁରେ ଦୈହୀ ନୈବ କୁର୍ବନ୍୍
ନ କାରଯନ୍୍ । ମଣିଷ ଦିହକେ ନଅଟା ଦ୍ବାର ଅଛି । 2 କାନ , 2 ଆଖି
2 ନାକ , 1 ପାଟି , 1 ପ୍ରସାବ ଦ୍ବାର ଓ 1 ମଳଦ୍ବାର । ଏମିତି ନଅଟା
ଦ୍ବାର ହେଲା ? "
" ହେଲା ୟେ , ମୁରାରି ତାକୁ ରୁନ୍ଧିଲା କେମିତି ? "
ଏମିତି ଭେଳିକି ଲଗେଇ ଦେଲା ୟେ 6 ଟା ଠାରୁ ମୂଷାଛୁଆ~
ଟାଏ ବି ହଲ ଭିତରୁ ପଦାକୁ ୟାଇପାରିଲା ନାହିଁ । ଖାଇବା , ହଗିୟିବା ,
ମୁତିବା ବିଲକୁଲ ବନ୍ଦ । 3 ଦ୍ବାର ଗଲା ? ମନ ଏତେ ଚିଟା ଧରିଗଲା ୟେ
ସମସ୍ତେ ଢୋଳେଇଲେ , ଦୁଇ ଆଖିକୁ କିଛି ଦିଶିଲା ନାହିଁ , ଦୁଇ କାନକୁ
କିଛି ଶୁଭିଲା ନାହିଁ ଓ ଦୁଇ ନାକ ପାଖରେ ସୁଗନ୍ଧ ହେଉଛି କି ଦୁର୍ଗନ୍ଧ
ହେଉଛି ବାରିପାରିଲେ ନାହିଁ । ଅର୍ଥାତ ନାକ ଭିତରେ ଗନ୍ଧ ପଶି~
ପାରିଲା ନାହିଁ । ଏମିତି 6 ଟା ଦ୍ବାର ବନ୍ଦ ହୋଇଗଲା । ସର୍ବମୋଟ
9ଟା ଦ୍ବାର ରୁଦ୍ଧ ହୋଇଗଲା କି ନାହିଁ । "
" ସାଢେ ଦଶଟା ପରେ 9 ଦୁଆର ୟାକ ପୁଣି ଖୋଲିଲା କି
ନାହିଁ ?
" ହେଁ ହେଲା ୟେ ସାଢେ ଦଶଟା ପରେ ବଜାର ସଉଦା କରି
ହେଲାନି । ବହୁତଆଡ ବୁଲିବାକୁ ପଡିଲା । ଘରେ ପହଞ୍ଚୁ ପହଞ୍ଚୁ ବାର ।
ଘରେ କି କି ଦୁର୍ଦ୍ଦଶା ହେଲା , ଏମାନଙ୍କଠାରୁ ଶୁଣ । "
ଜଣେ ଲାଜ ଲାଜ ହୋଇ କହିଲା - " ଆମ ଘରେ ଅତି କଡାକଡି
ହୁକୁମ ରାତି 9ଟା ପରେ ୟାଇ ହବନି କି ପଦାରେ ରହି ହେବନି ।
ସେଦିନ ରାତି ବାରଟାରେ ଆଉ କି କବାଟ ଫିଟେ । ଓପାସରେ ରାତି
ସାରା ପିଣ୍ଡାରେ କଟାଇବାକୁ ହେଲା । ସେ ବି ଓପାସ ଥିଲେ ବୋଲି
ପରେ କହିଲେ । "
ଆଉ ଜଣେ କହିଲା - " ସେ ତ ଘମାଘୋଟ ନିଦରେ ଶୋଇ
ପଡିଥିଲେ । କବାଟ କିଳା ହୋଇ ନ ଥିଲା । ତାଙ୍କୁ ଉଠେଇବାକୁ
ୟେମିତି ଟିକିଏ ହଲେଇ ଦେଇଛି - ଭା-ଭା-ଭା ରଡି ଛାଡି ମୋତେ
ରାମ୍ପୁଡି ବିଦାରି ପକେଇଲେ । କାମିଜିଟା ଟକୁରା ଟୁକୁରା ହୋଇଗଲା ।
ମୁହଁଟା ଲହୁ ଲୁହାଣ ହୋଇଗଲା । ତାଙ୍କ ବିକଟ ଚିତ୍କାର ଶୁଣି ପଡୋଶିଏ
ଧାଇଁ ଆସିଲେ । ସମସ୍ତେ ଭାବିଲେ ମୋ ଘରେ ଡକେଇତ ପସିଛି । ମୁଁ
ଭାବିଲି ତାଙ୍କ ଭିତରେ କିଛି ଗୋଟାଏ ଭୁତ କି ପ୍ରେତ ଅଲବତ ସବାର
ହୋଇଛି । ପାଞ୍ଚ ମିନିଟର ହିଂସ୍ରତାଣ୍ଡବ ନୃତ୍ଯ ପରେ ସେ ଟିକିଏ ଶାନ୍ତ
ହେଲେ । ଆଲୁଅ ଲାଗିଗଲା । ସେ ମୋତେ ଆଉ ପଡୋଶୀମାନଙ୍କ
ଭିଡ ଦେଖି ଟିକିଏ ପ୍ରକୃତିସ୍ଥ ହେଲେ । ପଡୋଶୀମାନେ ଏହାକୁ ଏକ
ଲଘୁକ୍ରିଯା ଭାବି ଛାଡି ପକାଇଲେ । ମୋ ମୁହଁକୁ ରକ୍ତାକ୍ତ ଦେଖି
ହାଉଳି ଖାଇଗଲେ , ଆଉ ସେବା ଶୁଶ୍ରୃଷା ଆରମ୍ଭ କରିଦେଲେ । ସବା~
ଶେଷରେ ମୁଁ ପଚାରିଲି ହଇହୋ ଏମିତି ଭା-ଭା ପାଟିକରି ରାମ୍ପୁଡି ପକେଇଲ
କାହିଁକି ? ଲାଜୁରା ହୋଇ ସେ କହିଲେ - " ସ୍ବପ୍ନ ଦେଖୁଥିଲି ଆମ ଗାଁଆରେ
ଗୋଟିଏ ଆଖୁକିଆରୀରେ ପଶି ଆଖୁଟାଏ ଖାଉଛି । ଗୋଟାଏ ଭାଲୁ
କେଉଁଠି ଥିଲା ବାହାରି ଆସି ମୋତେ ଆକ୍ରମଣ କଲା । ମୁଁ ଜୀବନ
ବିକଳରେ ଭାଲୁ ଭାଲୁ ପାଟି କରି ତାକୁ ରାମ୍ପୁଡି ପକେଇଲି । ଏମିତି ଘଟିବ
ବୋଲି କିଏ ଜାଣିଛି ? "
ଆଉ ଜଣେ କହିଲା - " ମୋର ଘରେ ପହଞ୍ଚୁ ପହଞ୍ଚୁ ରାତି ସାଢେ
ବାର ହୋଇଗଲା । ଦେଖିଲାବେଳକୁ ଘରଟା ଠିଆ ମେଲା । ସାଙ୍ଗଟା
ଘୁଙ୍ଗୁଡିରେ ଘର ଫଟାଉଥାଏ । ଆଲୁଅ ଲଗେଇ ଦେଖିଲୁ ଚୋର ମହା~
ପ୍ରଭୁ ବିଜେକରି ଘରେ କଳାକନା ବୁଲେଇ ଦେଇଛନ୍ତି । ସାଙ୍ଗ ମୁହଁରେ
ପାଣି ଇଡି ଉଠାଇଲି । ସେ ଉଠିସବୁ ଦେଖିଲା , ଶୁଣିଲା । ଶେଷରେ ଅସ~
ହାଯ ଭାବରେ କହିଲା - " ମୁଁ କଅଣ କରିବି । ମୁଁ ବହୁତ ରାତିୟାଏ
ତକେଇଲି । ଭାରି ନିଦ ମାଡିବାରୁ କବାଟଟା ଆଉଜେଇ ଦେଇ ଶୋଇ
ପଡିଲି । ମୁଁ ଥରେ ଶୋଇପଡିଲେ ମୋତେ ଡାକିଡୁକି କେହି ଉଠେଇ
ପାରିବନି । ସେଇଥିଲାଗି କବାଟଟା କିଳି ନ ଥିଲି । ଶଶୁର ପୁଅ ଚୋରତକ
ଏ କଥା ଜାଣିଲେ କେମିତି ? ତୁ ଏତେ ରାତିୟାଏ ପଦାରେ ରହିଲୁ କାହିଁକି
ୟେ ? ତୁ କଅଣ ଜାଣିନୁ ଏଇଟା କେଦାରେଶ୍ବରଙ୍କ ଆସ୍ଥାନ , ସବୁ ମାର୍କାମରା
ମଣିଷଗୁଡାକ ଏଇଠି ରୁଣ୍ଡ । " //
ଶ୍ରୋତା ଦୂର ଦୂର କରିଦିଏ ତେବେ ତ ପାଠୋତ୍ସବ ଭଣ୍ଡୁର ହୋଇୟିବ ।
ମୋ ପଦଟି ୟେ କେବଳ ସଭା ନିଷ୍୍ଫଳକାରୀ ସମ୍ପାଦକ ହେବ ତାହା
ନୁହେଁ , ସବୁ ଦୋଷତକ ମୋରି ମୁଣ୍ଡରେ ଲଦା ହେବ । କବିୟାକ ମୋ
ବେକରେ ଦାନ୍ତ ଲଗେଇ ଦେବେ । '
ଏହିସବୁ କାରଣ ୟୋଗୁ ସେ ନିଜ ପଦବୀରୁ ଇସ୍ତଫା ଦେବାକୁ
ଚାହିଁଲାରୁ ଏକ ନମ୍ବର ରିଜର୍ଭ ସମ୍ପାଦକ ତାଙ୍କୁ ପ୍ରବୋଧ ଦେଇ କହିଲେ
" ମାଭୈଃ । ମୁଁ ସମ୍ଭାଳି ନେବି । ତୁମର ଇସ୍ତଫା ଦେବା ଦରକାର ନାହିଁ
ଅଧିକ କିଛି ପଇସା ଖର୍ଚ୍ଚ ହୋଇୟିବ । "
ସଫଳର ସମ୍ପାଦକ କହିଲେ , " ସେଥିପାଇଁ ଚିନ୍ତା ନାହିଁ । ୟାହା
ଖର୍ଚ୍ଚ ହେବ ମୁଁ ୟୋଗେଇଦେବି । ମୋ ବିଭାଗଟା ସବୁଠୁ ବେଶି ଗୁରୁତ୍ବ~
ପୂର୍ଣ୍ଣ । ସବୁ ବିଭାଗରୁ କଟାକଟି କରି ମୋ ବିଭାଗକୁ ଅଧିକା ଆଣିବି ।
କେହି ଅମଙ୍ଗ ହେଲେ ସାଫ୍୍ ସାଫ୍୍ କହିଦେବି , ଦେଖ କବିତା ପାଠ
ବିଭାଗଟା ୟଦି ଭଣ୍ଡୁର ହୁଏ ତୁମେ ଦାଯୀ ହେବ , ମୁଁ ନୁହେଁ ।
କବି ସମ୍ମିଳନୀରେ କବିତାପାଠ ଭଣ୍ଡୁର ହେବା ଅର୍ଥ ସମସ୍ତ ସମ୍ମିଳନୀରେ
ନାଲିବତୀ ଜଳିବ । ଏହା କରିବାକୁ କେହି ଇଚ୍ଛା କରିବେ ନାହିଁ । ତେଣୁ
ୟଥେଷ୍ଟ ଟଙ୍କା ମିଳିବ । ତୁମେ ତୁମ କାମରେ ଆଗେଇ ୟାଅ । "
ରିଜର୍ଭ ସମ୍ପାଦକ କାମରେ ଆଗେଇ ଗଲେ । ମଝିରେ ମଝିରେ
ସଫଳିଆ ସମ୍ପାଦକ ରିଜର୍ଭକୁ କଅଣ କଅଣ ଭଲ କଲ ବୋଲି ପଚାରିବାରୁ ସେ
ଧମକେଇ ଦେଲା - " ଦେଖ ତୁମେ ଏମିତି ବାଟ ଓଗାଳି କାମକଲେ
ମୁଁ କିଛି ବୁଝିବିନି , ତୁମେ ସବୁ କର । " ବାସ୍୍ ଏତିକିରେ ସେ ଚୁପ
ରହିଲେ । ରିଜର୍ଭବାଲା ସବୁ ଖର୍ଚ୍ଚବାର୍ଚ୍ଚ ହିସାବ ସମ୍ମିଳନୀ ପରେ
ବୁଝାଇଦେବେ ବୋଲି କହି ଅଧିକରୁ ଅଧିକ ଜୋରରେ କାମ କରି
ଲାଗିଲେ । ସଫଳିଆ ବି ଟଙ୍କା ମୁଣିର ମୁହଁ ମେଲା କରିଦେଲା ।
କାମ କରେଇବା ଲୋକ ଠିକ୍୍ ଥିଲେ ସବୁ କାମ ଠିକ୍୍ ଠିକ୍୍
ହୋଇଥାଏ । ସମ୍ମିଳନୀର କର୍ମକର୍ତ୍ତାମାନେ ୟଥେଷ୍ଟ ସଂଖ୍ଯାରେ ଥିଲେ ।
ସୁତରାଂ ପ୍ରାକ୍୍ ସମ୍ମିଳନୀର କାର୍ୟ୍ଯଗୁଡାକ ଘଣ୍ଟାକଣ୍ଟା ପରି ଆଗଉଥାଏ ।
+>*
0 
﻿
ୟୋଗେନ୍ଦ୍
03-08-12
Oriya
ଭାରି
ଥଣ୍ଡା । ପାଣି ଥଣ୍ଡା , ପବନ ଥଣ୍ଡା । ଦୁହେଁ ଥରିବାକୁ ଲାଗିଲେ ।
କିନ୍ତୁ ସାହସ ହରାଇଲେ ନାହିଁ । ସେ ଦୁହିଁଙ୍କର ନାମ ଜର୍ଜ ଓ
ଉଇଲିଯମ । ଢେଉ ମାଡରେ ଦୁଇଜଣ ପରସ୍ପରଠାରୁ ଅଲଗା
ହୋଇ ଦୂରକୁ ଭାସିଗଲେ । ତା ପରଦିନ ସକାଳେ ଗୋଟିଏ
ଜାହାଜର କ୍ଯାପଟେନ ଜର୍ଜଙ୍କୁ ସମୁଦ୍ରରେ ଭାସୁଥିବାର ଦେଖି
ଜାହାଜ ଉପରକୁ ଉଠାଇ ନେଲେ । ଉଇଲିଯମଙ୍କୁ ଖୋଜିବା
ପାଇଁ ସମୁଦ୍ରରେ ଥିବା ଅନ୍ଯ ଜାହାଜଗୁଡିକୁ ଜଣାଇ ଦିଆଗଲା ।
ଏ ଖବର ପାଇବା ମାତ୍ରେ ଗୋଟିଏ ଜାହାଜର କ୍ଯାପଟେନ
ଡେକ୍୍ ଉପରକୁ ଆସି ଦୂରବୀକ୍ଷଣ ଆଖିରେ ଲଗାଇ ଚାରିଆଡକୁ
ଚାହିଲେ । ସେ ଦେଖିଲେ କିଛି ଦୂରରେ ସମୁଦ୍ର ପାଣି ଭିତରେ
ଗୋଟାଏ କିଛି ବୁଡୁଛି ଆଉ ଉଠୁଛି ।

ଜାହାଜର କ୍ଯାପଟେନ ଫ୍ରାନସିସ ସେହି ଜାଗାକୁ ଜାହାଜ
ନେଇଗଲେ । ସେ ଦେଖିଲେ ଉଇଲିଯମ ପାଣିରେ ବୁଡୁଛନ୍ତି
ଆଉ ଉଠୁଛନ୍ତି । କୌଣସିମତେ ତାଙ୍କୁ ଜାହାଜ ଉପରକୁ
ଉଠାଇ ନିଆଗଲା ।

ଉଇଲିଯମଙ୍କର ସାରା ଦେହ କ୍ଷତ ବିକ୍ଷତ । ଦେହରୁ ରକ୍ତ
ଝରି ପଡୁଛି । ଦେହ କାଗଜ ଭଳି ଧଳା । ଦେହରେ ଟିକିଏ
ହେଲେ ରକ୍ତ ନାହିଁ । ତାଙ୍କୁ ସାଙ୍ଗେ ସାଙ୍ଗେ ଡାକ୍ତରଖାନାକୁ ନିଆ
ଗଲା । ସେ କୌଣସିମତେ ବଞ୍ଚିଗଲେ । ଜାହାଜର କ୍ଯାପଟେନ
ଦେଖି ନ ଥିଲେ ଉଇଲିଯମଙ୍କୁ ହାଙ୍ଗର ଖାଇ ୟାଇଥାନ୍ତେ ।

ୟେତେବେଳେ ଉଇଲିଯମଙ୍କୁ ପଚରାଗଲା ସେ କହିଲେ -
ମୁଁ ପାଣିରେ ପଡି ଭାସି ୟାଉଥିଲେ । କୌଣସିମତେ ପହଁରି
ପହଁରି କୂଳରେ ଲାଗିବାକୁ ଚେଷ୍ଟା କଲି । କିନ୍ତୁ ସଞ୍ଜ ହେବା
ସଙ୍ଗେ ସଙ୍ଗେ ଚାରିଆଡ ଅନ୍ଧାର ହୋଇଗଲା । ଦଳେ ହାଙ୍ଗର
ଆସି ମୋତେ ଘେରିଗଲେ । ସେମାନେ ଖୁବ୍୍ ବଡ ନୁହଁନ୍ତି ।
ସେମାନେ ଭୋକିଲା ହେଟା ବାଘଭଳି ମୋ ଚାରିପାଖରେ ଘୂରି
ବୁଲିଲେ । ପ୍ରଥମେ ଟିକିଏ ଦୂରରେ ଥିଲେ । ତାପରେ ପାଖକୁ
ଲାଗି ଆସିଲେ । ମଝିରେ ଦୁଇ ତିନିଟା ହାଙ୍ଗର ମୋ
ଦେହରେ ଘଷି ହୋଇ ଚାଲିଗଲେ । ତାପରେ ଦୁଇଟା ହାଙ୍ଗର
ମୋ ପୋଷାକକୁ କାମୁଡି ଧରିଲେ । ମୋ ଅଣ୍ଟାରେ ଗୋଟାଏ ଛୁରୀ
ଥିଲା । ଛୁରୀରେ ମୁଁ ହାଙ୍ଗରମାନଙ୍କୁ ହାଣିବାକୁ ଲାଗିଲି ; କିନ୍ତୁ
ସେମାନଙ୍କର ଦେହରେ ଚମଡା ଏତେ ମୋଟା ୟେ ଛୁରୀରେ
କଟିଲା ନାହିଁ । ସେମାନେ ଟିକିଏ ଦୂରକୁ ଚାଲିୟାଇ ପୁଣି ପାଖକୁ
ଲାଗି ଆସୁଥାନ୍ତି । ତାପରେ ଦଳକୟାକ ହାଙ୍ଗର ମୋତେ
କାମୁଡିବାକୁ ଲାଗିଲେ ।

ତା ପରେ ଗୋଟାଏ ହାଙ୍ଗର ମୋ ଜଘଂରୁ ପୁଳାଏ ମାଂସ
କାମୁଡି ନେଇ ପଳାଇଲା । ମୋ ଦେହରୁ ରକ୍ତ ଝରି ପାଣି ଲାଲ
ହୋଇଗଲା । ରକ୍ତ ଗନ୍ଧ ପାଇ ହାଙ୍ଗର ଦଳ ଆହୁରି ଭୀଷଣ
ହୋଇ ଉଠିଲେ । ସେମାନେ ପାଗଳ ଭଳି ମୋର ସାରା ଦେହ
କାମୁଡିବାକୁ ଲାଗିଲେ । ଏମିତି ସାରା ରାତି କଟିଗଲା । ମୋତେ
ଜାହାଜକୁ ଉଠାଇ ଆଣି ନ ଥିଲେ ଅଳ୍ପ ସମଯ ପରେ ମୁଁ ମରି
ୟାଇଥାଆନ୍ତି ।

ୟେଉଁ ହାଙ୍ଗରମାନେ ଛୋଟ ଅର୍ଥାତ ପାଞ୍ଚ ଛଅ ଫୁଟ
ଲମ୍ବ ସେମାନେ ଦଳ ବାନ୍ଧି ରୁହନ୍ତି । ଆଉ ୟେଉଁମାନଙ୍କର ଲମ୍ବ
ଦଶ ଫୁଟରୁ ବେଶି - କୋଡିଏ ପଚିଶ ଫୁଟ ସେମାନେ ଦଳରେ
ନ ରହି ଏକା ବୁଲନ୍ତି । ବଡ ହାଙ୍ଗର ଛୋଟ ହାଙ୍ଗରମାନଙ୍କୁ ଧରି
ଖାଇୟାଏ ।

ଜିମ୍୍ ସବୁ ଶୁଣି ଭଯରେ ଥରି ଉଠିଲେ । କହିଲେ - ଆମ
ଜୀବନ ତରୀଟି ୟେବେ ଏଠାରେ ଓଲଟିପଡେ ତା ହେଲେ
କଅଣ ହେବ ?

ଜୋହାନ କହିଲେ - " ହାଙ୍ଗରମାନଙ୍କ ସହ ଲଢିବା ।
ଭଗବାନ ମଣିଷକୁ ବୁଦ୍ଧି ଓ ସାହସ ଦେଇଛନ୍ତି । ସେହି ସାହସ
ଓ ବୁଦ୍ଧି ଖଟାଇ ବିପଦ ସହିତ ଲଢିଲେ ନିଶ୍ଚଯ ବଞ୍ଚିୟିବା । ଆଉ
ଗୋଟାଏ କଥା ଶୁଣ ।

1960 ମସିହା ମେ ମାସ ନଅ ତାରିଖ । ମୁଁ ସେତେବେଳେ
ଆମେରିକାରେ ଥାଏ । ଆମେରିକାର ସଲ୍୍ଟ ଉପସାଗରର
ଗୋଟିଏ ଅଂଶ ଖୁବ୍୍ ନିର୍ଜନ ଆଉ ଭାରି ଚମତ୍୍କାର । ମୁଁ ସେଠାରେ
ବସି ଖରା ଖାଉଥିଲି । ଦଳେ ସ୍କୁଲ ପିଲା ପହଞ୍ଚିଗଲେ । ପିଲା~
ଗୁଡିକ ଭାରି ଭଲ । ସେମାନେ ମୋ ସାଙ୍ଗରେ ଖୁସି ଗପ ଆରମ୍ଭ
କରିଦେଲେ । ସେମାନେ ସମୁଦ୍ରରେ ଗାଧୋଇବାକୁ ଆସି ଥିଲେ ।
ସେମାନେ ଗୋଟିଏ ଗୋଟିଏ ଲାଇଫବେଲ୍୍ଟ ଦେହରେ ବାନ୍ଧି
ସମୁଦ୍ର ଭିତରେ ପଶିଲେ ।

ଟିକିଏ ପରେ ପିଲାମାନେ ପାଟି କରି ଉଠିଲେ ହାଙ୍ଗର ,
ହାଙ୍ଗର । ମୋ ହାତରେ ଗୋଟାଏ ବାଡି ଥାଏ । ମୁଁ ପାଣି
ଭିତରକୁ ଡେଇଁ ପଡିଲି । ଦେଖିଲି ଗୋଟାଏ ଦଶ ଫୁଟ ହାଙ୍ଗର
ଗୋଟିଏ ପିଲାର ଗୋଡକୁ କାମୁଡି ଧରିଛି । ମୋ ବାଡି ଅଗରେ
ଗୋଟାଏ ତେଣ୍ଟା ଲାଗିଥିଲା । ମୁଁ ସେଇ ତେଣ୍ଟାରେ ହାଙ୍ଗରଟାର
ପେଟକୁ ଭୁଷିବାକୁ ଲାଗିଲି । ୟାହା ହେଉ ହାଙ୍ଗର ସେ ପିଲାଟାକୁ
ଛାଡି ପଳାଇଗଲା । "

ଜିମ୍୍ ଏ କଥା ଶୁଣି ଅବାକ୍୍ । ଜୋହାନ କହିଲେ - " ମୁଁ
ହାଙ୍ଗରମାନଙ୍କ ସହିତ ୟୁଦ୍ଧ କରିଛି । ଦରକାର ହେଲେ ପୁଣି
ୟୁଦ୍ଧ କରିବି ।

ଜିମ୍୍ ପଚାରିଲେ , " ହାଙ୍ଗର ମଣିଷକୁ କାମୁଡୁଛନ୍ତି କାହିଁକି ? "

ଜୋହାନ କହିଲେ - " ଏହାର କାରଣ ବଡ ସହଜ ।
ହାଙ୍ଗରର ଖାଦ୍ଯ ମାଛ । ମଣିଷ ସମୁଦ୍ରରୁ ସବୁ ମାଛତକ ଧରି
ନେଉଛି । ଆଗେ ମଣିଷ ଡଙ୍ଗା ନେଇ ମାଛ ଧରୁଥିଲା । //
ଏଣୁ
ହାଙ୍ଗର ଖାଇବାପାଇଁ ସମୁଦ୍ରରେ ୟଥେଷ୍ଟ ମାଛ ରହୁଥିଲେ ।
ଏବେ କିନ୍ତୁ ମଣିଷ ଲଞ୍ଚ , ମୋଟର ବୋଟ , ଟ୍ରଲର ଓ ଜାହାଜ
ନେଇ ଗଭୀର ସମୁଦ୍ରକୁ ୟାଇ ମାଛ ଧରୁଛି । ହାଙ୍ଗରର ଖାଦ୍ଯ
ମାଛ କମିୟିବାରୁ ହାଙ୍ଗରମାନେ ଖାଦ୍ଯ ଖୋଜିବାପାଇଁ ଗଭୀର
ସମୁଦ୍ରରୁ କୂଳକୁ ଚାଲି ଆସୁଛନ୍ତି । ମଣିଷ କୂଳରେ ଗାଧୋଉଥିବା
ବେଳେ ହାଙ୍ଗର ହାବୁଡରେ ପଡୁଛି ।

ତୁମେତ ଶୁଣିଲେ ଆହୁରି ଆଶ୍ଚର୍ୟ୍ଯ ହେବ । ହାଙ୍ଗ ପେଟରୁ
ଟିଣ ଡବା , ବୋତଲ , ମଣିଷର ପୋଷାକ ବାହାରିଛି । ଥରେ
ଶିକାରୀମାନେ ଗୋଟିଏ ମସ୍ତବଡ ହାଙ୍ଗର ମାରିଥିଲେ । ତା
ପେଟରୁ ଗୋଟାଏ ମସ୍ତବଡ ବାଲଟି ବାହାରିଲା । ବାଲଟି ଭିତରେ
ଥିଲା ମାଛକଣ୍ଟା , ଘାସ , ଚଢେଇ ପର , ସମୁଦ୍ର ପକ୍ଷୀଙ୍କର ହାଡ
ଗୋଡ , ସମୁଦ୍ର କଇଁଚ ଖୋଳ , ପୁରୁଣା ଟିଣ ଡବା , ଅନେକ
ମେରୁଦଣ୍ଡର ହାଡ , ଗୋଟାଏ ଗୋରୁ ମୁଣ୍ଡ ।

ଜିମ୍୍ ଆଶ୍ଚର୍ୟ୍ଯ ହୋଇ ପଚାରିଲେ - " ଏତିକି ବୁଝିପାରୁ ନାହଁ । ସେମାନଙ୍କ
ପେଟରେ ଖୁବ୍୍ ଶକ୍ତିଶାଳୀ ହାଇଡ୍ରୋକ୍ଲୋରିକ ଏସିଡ ଅଛି ।
ୟାହା ହଜମ ନ ହୁଏ ପାଟି ବାଟେ ବାନ୍ତି କରି ବାହାର କରି
ଦିଅନ୍ତି । "

ଜୋହାନ ଖୁବ୍୍ ଜୋରରେ ହସି ଉଠିଲେ । କହିଲେ -
" ଆରେ ହାଙ୍ଗର ଖବର କାଗଜ ଓ ନଥିପତ୍ର ବି ଗିଳି ପକାଏ ।
ଗୋଟିଏ ହାଙ୍ଗର ଘଣ୍ଟାକୁ 40 ମାଇଲରୁ 70 ମାଇଲ ପର୍ୟ୍ଯନ୍ତ
ପହଁରିୟାଏ । ଅନେକ ପ୍ରକାର ହାଙ୍ଗର ଅଛନ୍ତି । ଏମାନଙ୍କ
ଭିତରେ ସବୁଠାରୁ ବଡ ହ୍ବେଲସାର୍କ । ଏମାନେ 60 ରୁ 70 ଫୁଟ
ଲମ୍ବ । ମସ୍ତବଡ ଜନ୍ତୁ , କିନ୍ତୁ ଭାରୀ ନିରୀହ । ସମୁଦ୍ରର ଖୁବ୍୍
ଛୋଟ ଛୋଟ ପ୍ରାଣୀ ଖାଏ । ଏମାନେ ସବୁ ସମୁଦ୍ରରେ ଦେଖା
ୟାଆନ୍ତି ।

ବକ୍୍ସିଂ ସାର୍କ ନାମରେ ଆଉ ଏକ ପ୍ରକାର ହାଙ୍ଗର
ଅଛନ୍ତି । ଏମାନଙ୍କର ଲମ୍ବ ପ୍ରାଯ ଚାଳିଶ ଫୁଟ । ଏମାନେ ବି ହ୍ବେଲ
ସାର୍କ ଭଳି ନିରୀହ । ସମୁଦ୍ରର ମାଛ ପ୍ରଭୃତି ଖାଇ ବଞ୍ଚେ ।

ତାପରେ ମ୍ଯାକେ ସାର୍କ । ଏମାନଙ୍କର ନାକ ଛୁଞ୍ଚିଭଳି
ମୁନିଆ । ଏମାନେ ଖୁବ୍୍ ବେଶି ପନ୍ଦର ଫୁଟ ପର୍ୟ୍ଯନ୍ତ ଲମ୍ବ
ହୁଅନ୍ତି । ଏମାନଙ୍କର ପିଠି ପାଉଁଶିଆ ଓ ପେଟ ଧଳା । ମହା
ପେଟୁ ଏମାନେ ମଣିଷର ୟମ । କିନ୍ତୁ ଏମାନଙ୍କର ଅସଲ ଖାଦ୍ଯ
ମାଛ । ଏମାନେ ସମୁଦ୍ରରେ ସବୁଆଡେ ବୁଲନ୍ତି ।

ମ୍ଯାକେରେଲ ସାର୍କ ନାମରେ ଆଉ ଏକ ଜାତିର ହାଙ୍ଗର
ଅଛନ୍ତି । ଏମାନେ ଦଶ ବାର ଫୁଟ ଲମ୍ବ । ଘଣ୍ଟାରେ ଷାଠିଏ
ସତୁରୀ ମାଇଲ ପହଁରି ୟାଇପାରନ୍ତି ।

ତାପରେ ହ୍ବାଇଟ ସାର୍କଙ୍କ କଥା ଶୁଣ । ହାଙ୍ଗରମାନଙ୍କ
ମଧ୍ଯରେ ଏମାନେ ଭାରୀ ଭଯଙ୍କର । ଏମାନେ ମଣିଷଖିଆ ହାଙ୍ଗର ।
ଏମାନେ ସମୁଦ୍ରରେ ସବୁଠାରୁ ସାଘାଂତିକ ଜୀବ । ଏମାନଙ୍କର ଲମ୍ବ
କୋଡିଏ ବାଇଶ ଫୁଟ । କେହି କେହି ଚାଳିଶ ପଞ୍ଚଚାଳିଶ ଫୁଟ
ଲମ୍ବ । ଏମାନେ ସବୁକିଛି ଖାଆନ୍ତି । ରାକ୍ଷସଭଳି ଏମାନେ
ପେଟୁ । ଥରେ ଦଶଫୁଟ ଲମ୍ବର ଗୋଟାଏ ହ୍ବାଇଟ ସାର୍କ ଧରା
ପଡିଲା । ତା ପେଟ ଭିତରୁ ଗୋଟାଏ ବଡ ମଣିଷର ଦେହ
ବାହାରିଲା ।

ଟାଇଗର ସାର୍କ ମଧ୍ଯ ବଡ ହିଂସ୍ର । ଏମାନେ ପ୍ରାଯ ତିରିଶ
ଫୁଟ ଲମ୍ବ । ଦେହରେ ଧଳାଗାର ଓ କଳା ଟୋପା ଥାଏ ।

ଛୋଟ ହାଙ୍ଗମାନଙ୍କ ଭିତରେ ଲେମନ ସାର୍କ ପ୍ରଧାନ ।
ଏମାନେ ଛଅ ସାତ ଫୁଟ ଲମ୍ବ ।

ଆଉ ଗୋଟିଏ ଜାତିର ହାଙ୍ଗର ଅଛନ୍ତି - ଏମାନଙ୍କୁ ଗ୍ରେଟବ୍ଲୁ
କୁହାୟାଏ । ଏମାନେ ପ୍ରାଯ ପନ୍ଦର ଫୁଟ ଲମ୍ବ । ୟେ କୌଣସି
ଜାହାଜ ପଛରେ ଏମାନେ ଦିନ ଦିନ ଧରି ଚାଲି ଥାଆନ୍ତି ।
ଜାହାଜରୁ ୟେଉଁ ମଇଳା ସବୁ ଫିଙ୍ଗି ଦିଆୟାଏ , ଏମାନେ ତାକୁ
ଖାଆନ୍ତି ।

ବ୍ଲୁ ସାର୍କ । ଏମାନେ ଲମ୍ବରେ ଖୁବ୍୍ ବେଶି ସାତ ଫୁଟ
ହୁଅନ୍ତି । ଏମାନେ ସବୁବେଳେ ଲୁଣୀ ପାଣିରେ ରହିବାକୁ ଭଲ
ପାଆନ୍ତି ନାହିଁ । ଏଣୁ ମିଠା ପାଣି ଭିତରକୁ ୟିବା ଆସିବା
କରନ୍ତି ।

ଆଟଲାଣ୍ଟିକ ମହାସାଗର ଦୁଇ ପାଖରେ ଡସ୍କି ସାର୍କ
ଦେଖା ୟାଆନ୍ତି । ଏମାନେ ଭାରୀ ଭଯଙ୍କର । ଏ ଜାତିର ବଡ
ହାଙ୍ଗରଗୁଡିକ ଲମ୍ବରେ ପ୍ରାଯ ଆଠ ଦଶ ଫୁଟ ।

ଏହାଛଡା ନିକାରାଗୁଯା ହାଙ୍ଗର , ସ୍ଯାର୍ଣ୍ଣ ସାର୍କ , ନାର୍ସ ସାର୍କ ,
ହାତୁଡି ମୁହାଁ ହାଙ୍ଗର ଗ୍ରୀନଲ୍ଯାଣ୍ଡ ସାର୍କ ତ ଅଛନ୍ତି । ଗ୍ରୀନଲ୍ଯାଣ୍ଡ
ସାର୍କର ଲମ୍ବ ପ୍ରାଯ 20 ଫୁଟ । //
ଏମାନେ ମେରୁ ଅଞ୍ଚଳର
ସମୁଦ୍ରରେ ରୁହନ୍ତି ।

ହାଙ୍ଗର ମାଛ ଜାତି ହେଲେ ବି ଅନ୍ଯ ମାଛଙ୍କ ଭଳି ଅଣ୍ଡା
( ବିହନ ) ଦିଏ ନାହିଁ । ଏମାନେ କୁକୁର ବିଲେଇ ଭଳି ଛୁଆ ଜନ୍ମ
କରନ୍ତି । ତେବେ ଏମାନଙ୍କ ମଧ୍ଯରୁ କେତେକ ଜାତିର
ହାଙ୍ଗର ଅଣ୍ଡା ଦିଅନ୍ତି । ହାଙ୍ଗର ଡିମ ଫୁଟି ଛୁଆ ବାହାରିବା
ପାଇଁ ଛଅ ମାସରୁ ନଅ ମାସ ଲାଗେ । ହାଙ୍ଗର ଅମର । ସେ
ବୁଢା ହୁଏ ନାହିଁ । କାରଣ ତା ଦେହରେ ଥିବା ପୁରୁଣା କୋଷ
ଗୁଡିକ ନଷ୍ଟ ହେବା ପୂର୍ବରୁ ପୁଣି ନୂଆ କୋଷ ତିଆରି ହୋଇ
ୟାଏ ।
ଆଉ ଗୋଟିଏ ମଜା କଥା ଶୁଣ - ସମସ୍ତେ ହାଙ୍ଗରକୁ
ଭଯ କରନ୍ତି । ମାନ୍ନାର ଉପକୂଳରେ ପିଲାମାନେ ମୁକ୍ତା ଆଣିବା
ପାଇଁ ସମୁଦ୍ରର ଷାଠିଏ ସତୁରୀ ଫୁଟ ଭିତରକୁ ଚାଲି ୟାଆନ୍ତି ।
ହାଙ୍ଗରକୁ ଦେଖିବା ମାତ୍ରେ ସେମାନେ ଏପରି ପାଟି କରନ୍ତି ୟେ ,
ହାଙ୍ଗର ସେମାନଙ୍କ ପାଟି ଶୁଣି ଭଯରେ ପଳାଇୟାଏ ।
ଏମାନେ ମନ୍ତ୍ର ପଢି ହାଙ୍ଗରକୁ ତଡନ୍ତି ।

ଏତିକିବେଳେ ଜିମ୍୍ ଚମକିପଡି ଦୂରକୁ ହାତ ବଢାଇଲେ ।
କହିଲେ - " ଆରେ ବାପରେ , ସେଇଟା କଅଣ ? "

ଜୋହାନ ଦେଖିଲେ ଆନେକ ଦୂରରେ ଗୋଟାଏ ବିରାଟ
ଜନ୍ତୁ ପାଣି ଉପରକୁ ମୁଣ୍ଡ ଟେକି ଉଠିଛି । ଏ ଜନ୍ତୁଟି ଦେଖିବାକୁ
ଠିକ୍୍ ସାପ ଭଳି କିନ୍ତୁ ତା ବେକ ତଳେ ଦୁଇଟି ଗୋଡ ଅଛି ।
ଏ ପ୍ରକାର ଜନ୍ତୁ ସେମାନେ ଜୀବନରେ କେବେ ହେଲେ ଦେଖି
ନ ଥିଲେ । ଜୋହାନ ଆଶ୍ଚର୍ୟ୍ଯ ହୋଇ କହିଲେ - " ଏଇଟା
ଗୋଟାଏ ଜଳ ରାକ୍ଷସ । ସୁୟୋଗ ପାଇଲେ ଆମ ଜୀବନ~
ତରୀଟିକୁ ଗିଳି ଦେବ ।

ସେତିକିବେଳେ ଦୂରରେ ଗୋଟିଏ ଜାହାଜ ଦେଖାଗଲା ।
ଜୋହାନ ଜୀବନତରୀ ଉପରେ ଠିଆ ହୋଇ ନିଜର ରୁମାଲ
ହଲାଇଲେ । ୟାହାହେଉ ଜାହାଜର କ୍ଯାପଟେନ ନିଜର ରୁମାଲଟିକୁ
ଦେଖିପାରି ଜାହାଜ ସେହି ଦିଗକୁ ଆଣିଲେ । ସେ ଜିମ୍୍ ଓ
ଜୋହାନଙ୍କୁ ନିଜର ଜାହାଜ ଉପରକୁ ଉଠାଇ ନେଲେ ।

ଜିମ୍୍ ଓ ଜୋହାନ କୌଣସିମତେ ବଞ୍ଚି ଫେରି ଆସିଲେ ।
ଗୋଟିଏ ମାସ କଟିଗଲା । ଜିମ୍୍ ସେହି ମୁକ୍ତା ଦ୍ବୀପ କଥା ଭୁଲି
ପାରିଲେ ନାହିଁ । କିପରି ଭାବେ ସେ ସମୁଦ୍ର ତଳୁ ମୁକ୍ତାଗୁଡିକ
ସଂଗ୍ରହ କରି ଆଣିବେ ସେହି କଥା ଚିନ୍ତା କରିବାକୁ ଲାଗିଲେ ।

ଜିମ୍୍ ଆଉ ଜୋହାନ ପୁଣି ଗୋଟିଏ ଜାହାଜ ତିଆରି
କରିବାରେ ଲାଗିପଡିଲେ । ଖାଲି ଜାହାଜଟିଏ ତ ତିଆରି କଲେ
ଚଳିବ ନାହିଁ , ସେମାନଙ୍କୁ ଗଭୀର ସମୁଦ୍ର ତଳେ ବୁଡିବାକୁ
ହେବ । ବୁଡାଳିମାନଙ୍କର କେତେ ପ୍ରକାର ୟନ୍ତ୍ର ଦରକାର ।
ଅମ୍ଳଜାନ ମୁଖା , ପାଣି ଭିତରେ ବ୍ଯବହାର କରିବା ଟର୍ଚ୍ଚ , ହାଙ୍ଗର
ମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ବନ୍ଧୁକ ଆଉ ଛୁରୀ
ଇତ୍ଯାଦି । ଏମିତି କେତେ ପ୍ରକାର ୟନ୍ତ୍ର ।

ୟାହାହେଉ ଜିମ୍୍ ଆଉ ଜୋହାନ ୟନ୍ତ୍ରପାତି ୟୋଗାଡ
କରିନେଲେ । ଗୋଟିଏ ଘର ଭିତରୁ ଦ୍ବାର ବନ୍ଦ କରି ବସିଲେ ।
କାଳେ କେହି ଦେଖିନେବ । ଦେଖିନେଲେ ସବୁ ସର୍ବନାଶ ।
ହୁଏତ ସେ ୟାଇ ମୁକ୍ତା ଦ୍ବୀପରେ ଆଗେ ପହଞ୍ଚି ୟାଇ ପାରେ ।
ଘର ଭିତରେ ୟନ୍ତ୍ରପାତି ୟୋଡାୟୋଡି ଚାଲିଲା । ଦୁହିଁଙ୍କ ମନର
ଆନନ୍ଦ କହିଲେ ନ ସରେ । ୟନ୍ତ୍ରଗୁଡିକୁ କିପରି ବ୍ଯବହାର
କରିବାକୁ ହେବ , ସେ କଥା ମଧ୍ଯ ସେମାନେ ଘର ଭିତରେ
ଆଭ୍ଯାସ କରିବାକୁ ଲାଗିଲେ । କାରଣ ୟନ୍ତ୍ରଗୁଡିକୁ ଭଲଭାବରେ
ୟୋଡିବା ଓ ଭାଙ୍ଗିବା , ପୋଷାକପତ୍ର ଭଲରୂପେ ବ୍ଯବହାର
କରି ନ ଶିଖିଲେ କେତେବେଳେ କି ବିପଦ ଦେଖାଦେଇ
ପାରେ ।

ସବୁ ଠିକ୍୍ ଠାକ୍୍ ହେବା ପରେ ପରେ ଦିନେ ରାତିରେ ଜିମ୍୍ ଓ
ଜୋହାନ ଜାହାଜରେ ସବୁ ମାଲ ଲଦିଲେ । ଦିନରେ ଗଲେ
ଲୋକେ ଦେଖି କାଳେ ସନ୍ଦେହ କରିବେ । ରାତି ପାହିବା ଆଗରୁ
ଜାହାଜ ଛାଡିଲା ।

ଜାହାଜ ତ ଛାଡିଲା ଜିମ୍୍ ଖାଲି ତରତର ହେଉ ଥାଆନ୍ତି
କିପରି ମୁକ୍ତାଦ୍ବୀପରେ ପହଞ୍ଚି ଲକ୍ଷ ଲକ୍ଷ ଟଙ୍କାର ମୁକ୍ତା ସଂଗ୍ରହ
କରି ଆଣିବେ । ଜୋହାନ ସେ କଥାରେ ରାଜି ହେଲେ ନାହିଁ ।
ସେ କହିଲେ - ଆଗ ସମୁଦ୍ରରେ କିପରି ବୁଡିବାକୁ ହେବ , ୟନ୍ତ୍ର
ପାତିଗୁଡିକ ବ୍ଯବହାର କରିବାକୁ ପଡିବ , ସେଗୁଡିକ ଶିଖି
ନେଲା ପରେ ମୁକ୍ତା ଦ୍ବୀପକୁ ୟିବା ।

ସମୁଦ୍ରରେ ୟେଉଁମାନେ ବୁଡନ୍ତି ସେମାନେ ୟେବେ ସବୁ
କାଇଦା କଟକଣା ଭଲ ଭାବରେ ନ ଶିଖି ଥାଆନ୍ତି , ତା ହେଲେ
ୟେକୌଣସି ସମଯରେ ଜୀବନ ଚାଲିୟିବ । //
ଦୁହେଁ ଗଭୀର
ସମୁଦ୍ରରେ ବୁଡିବାର କୌଶଳ ଓ ନିଯମ ଅଭ୍ଯାସ କରିବାକୁ
ଲାଗିଲେ । ସମୁଦ୍ରରେ ବୁଡିବାର ନିଯମ ଓ କୌଶଳ ଶିଖିବାରେ
ଦିନପରେ ଦିନ କଟିଗଲା । ୟନ୍ତ୍ରପାତିଗୁଡିକୁ ଭଲରୂପେ ଦେଖି
ସେମାନେ ମୁଖସ୍ଥ କରି ନେଲେ । ୟନ୍ତ୍ରଗୁଡିକ କିପରି ୟୋଡିବାକୁ
ଓ ଖୋଲିବାକୁ ହେବ ଏକଥା ଦୁହେଁ ମଧ୍ଯ ଅଭ୍ଯାସ କଲେ ।

ଘରେ ଅଭ୍ଯାସ ଶେଷ ହେଲା ପରେ ଜୋହାନ ଆଉ
ଜିମ୍୍ ସମୁଦ୍ରରେ ପହଞ୍ଚି ମାତ୍ର ଦଶ ଫୁଟ ଗଭୀର ଜଳରେ ବୁଡିବା
ଅଭ୍ଯାସ କଲେ । ପ୍ରଥମେ ଜୋହାନର ପାଳି ପଡିଲା । ବୁଡାଳିର
ସାଜ ପୋଷାକ ପିନ୍ଧି ସେ ସମୁଦ୍ର ଭିତରକୁ ଓହ୍ଲାଇଗଲା ।
ଉପରେ ଅକ୍୍ସିଜେନ ପମ୍ପ । ଏହି ଅକ୍୍ସିଜେନ ପମ୍ପରୁ ସମୁଦ୍ରର
ଗଭୀର ପାଣି ଭିତରେ ଥିବା ବୁଡାଳିମାନଙ୍କୁ ଅମ୍ଳଜାନ ୟୋଗାଇ
ଦିଆୟାଏ । ଜିମ୍୍ ଜାହାଜ ଉପରେ ସେହି ଅକ୍୍ସିଜେନ ପମ୍ପ
ପାଖରେ ଜଗି ରହିଲେ । ପମ୍ପଟି ଠିକ୍୍ ଭାବରେ ନ ଚାଲିଲେ ପାଣି
ଭିତରେ ଥିବା ବୁଡାଳି ଅମ୍ଳଜାନ ପାଇ ପାରିବେ ନାହିଁ ।
ଅମ୍ଳଜାନ ନ ପାଇଲେ ଶ୍ବାସ ବନ୍ଦ ହୋଇ ସେ ମରିୟିବ । ଏତିକି
ବେଳେ ଏଯାର ହୋସ୍୍ ଉପରେ ମଧ୍ଯ ଦୃଷ୍ଟି ରଖିବାକୁ ପଡେ ।
କାରଣ ଏହି ଏଯାର ହୋସ୍୍ ବା ପବନବାହୀ ନଳି ବାଟେ
ପବନ ୟାଇ ବୁଡାଳିର ମୁହଁରେ ଥିବା ମୁଖା ଭିତରେ ପହଞ୍ଚେ
ବୁଡାଳି ସେହି ପବନକୁ ନିଶ୍ବାସ ରୂପେ ଗ୍ରହଣ କରେ ।

ବୁଡାଳି ଦେହର ପୋଷାକ ସହିତ ଗୋଟିଏ ମୋଟା
ଦଉଡି ବନ୍ଧାଗଲା । ଏ ଦଉଡିଟିର ଗୋଟିଏ ପାଖ ବୁଡାଳିର
ପୋଷାକରେ ଓ ଅନ୍ଯ ପାଖ ଜାହାଜରେ ବନ୍ଧା ହୋଇଥାଏ ।
ଏ ଦଉଡିଟି ବନ୍ଧା ହେବାର କାରଣ କଅଣ ଜାଣ ? ବୁଡାଳି
ରହିବ ସମୁଦ୍ରର ଶହ ଶହ ଫୁଟ ପାଣି ତଳେ । ଧର କିଛି ବିପଦ
ଘଟିଗଲା । ବୁଡାଳି ଏ କଥା ଜାହାଜ ଉପରେ ଥିବା ଲୋକକୁ
ଜଣାଇବ କିପରି ? ତା ପାଖରେ ତ ଟେଲିଫୋନ ନାହିଁ ୟେ ସେ
ସେହି ଟେଲିଫୋନରେ ସବୁ କଥା ଜଣାଇଦେବ । ଏଣୁ ତା
ପୋଷାକ ସହିତ ବନ୍ଧା ହୋଇଥିବା ଦଉଡିଟି ଟୋଲିଫୋନ କାମ
କରେ ।

ବୁଡାଳି ୟେବେ ଦଉଡିଟିକୁ ଥରେ ଟାଣିଦିଏ ତାହେଲେ
ଜାହାଜରେ ଥିବା ଲୋକେ ଜାଣିବେ - ନିଶ୍ବାସ ନେବା ପାଇଁ ତାର
ଆହୁରି ପବନ ଦରକାର । ଦୁଇଥର ଦଉଡି ଟାଣିବାର ଅର୍ଥ -
ତଳେ ବୁଡାଳି ମୁକ୍ତା ଗୋଟାଇ ସାରିଲାଣି । ମୁକ୍ତା ଉପରକୁ ନେବା
ନିମନ୍ତେ ଝୁଡି ତଳକୁ ଖସାଇ ଦିଅ । ବୁଡାଳି ଦଉଡିକୁ ତିନିଥ଱
ଟାଣିଲେ , ଜାହାଜରେ ଥିବା ଲୋକେ ବୁଝିବେ , ସମୁଦ୍ର ତଳେ
ତାର କାମ ଶେଷ ହୋଇ ଗଲାଣି । ଏଥର ତାକୁ ଉପରକୁ ଉଠାଇ
ଆଣିବାକୁ ହେବ । ୟେବେ ବୁଡାଳି ଚାରିଥର ଦଉଡିକୁ ଟାଣେ
ତାହେଲେ ବୁଝାୟିବ , ସେ ଖୁବ୍୍ ବିପଦରେ ପଡିଛି ।

ଜୋହାନ ଓ ଜିମ୍୍ ପାଳି କରି ପ୍ରଥମେ ଦଶ ଫୁଟ ପାଣି ତଳେ
ବୁଡିବା ଅଭ୍ଯାସ କଲେ । ତାପରେ ସେମାନେ ଆହୁରି ଗଭୀର
ସମୁଦ୍ରରେ ବୁଡି ଆହୁରି ଅଧିକ ସମଯ ପାଣି ଭିତରେ ରହିଲେ । ଗଭୀର
ସମୁଦ୍ର ଭିତରେ ସେମାନେ ବିଚିତ୍ର ଗଛଲତା , କେତେ ପ୍ରକାରର
ମାଛ , କଙ୍କଡା ପ୍ରଭୃତି ଦେଖିବାକୁ ପାଇଲେ ।

ଶେଷରେ ଦିନେ ସକାଳୁ ଜୋହାନ ଆଉ ଜିମ୍୍ ଜାହାଜ
ଚଳାଇ ମୁକ୍ତା ଦ୍ବୀପ ଆଡକୁ ଚାଲିଲେ । ମନରେ କେତେ ଆଶା ।
ୟେବେ ସମୁଦ୍ର ତଳୁ ମୁକ୍ତାତକ ଘେନି ଆସିପାରନ୍ତି ତାହେଲେ
ଗୋଟିଏ ଦିନରେ କୋଟିପତି ହୋଇୟିବେ । କିଛିଦୂର ଗଲା~
ପରେ ଗୋଟିଏ ଦ୍ବୀପରେ ସେମାନଙ୍କର ଜାହାଜ ଲାଗିଲା । ଦୁଇ~
ଜଣରେ ତ କାମ ଚଳିବ ନାହିଁ । ଆହୁରି ଲୋକ ଦରକାର । ଏଣୁ
ଦ୍ବୀପରେ ୟେବେ ଲୋକ ଥାଆନ୍ତି ତାହେଲେ ଦୁଇ ତିନିଜଣ
ସାଙ୍ଗରେ ନେଇଗଲେ ।

ଦ୍ବୀପଟି ସମୁଦ୍ର ମଝିରେ ଗୋଟିଏ ଟାପୁ ଭଳି ଦେଖା~
ୟାଉଛି । ଚାରିଆଡେ ଜଙ୍ଗଲ । ଭିତରକୁ ୟିବାପାଇଁ ବାଟ
ନାହିଁ । ସମୁଦ୍ର କୂଳେ କୂଳେ ୟାଉୟାଉ ଜିମ୍୍ ହଠାତ୍୍ ଅଟକି
ଗଲେ । ସେ ଦେଖିଲେ , ଗୋଟିଏ ଗଛତଳେ କାଦୁଅ ଉପରେ
ବିରାଟ କୁମ୍ଭୀରଟାଏ ଶୋଇଛି । ଜୋହାନଙ୍କ ଦୃଷ୍ଟି ମଧ୍ଯ ଏହି
ବିରାଟ କୁମ୍ଭୀର ଉପରେ ପଡିଲା । ଦୁହେଁ ଆଗକୁ ୟିବାକୁ ସାହସ
କଲେ ନାହିଁ । ହଠାତ୍୍ ଏହି ଜନ୍ତୁଟାର ଦୃଷ୍ଟି ଜିମ୍୍ ଓ ଜୋହାନଙ୍କ
ଉପରେ ପଡିଲା । ସେ ତରବରରେ ଗଛ ଉପରକୁ ଚଢିଗଲା ।
ଜିମ୍୍ ଓ ଜୋହାନ ଦୁହେଁ ଆଶ୍ଚର୍ୟ୍ଯ ହେଲେ ।
+>*
0 
﻿
ଦେବେନ୍ଦ୍
03-08-12
Oriya
<କଲେଜ ଛାତ୍ରାବାସରେ ବୋମା ତିଆରି ! !
ଧ୍ବଂଶାତ୍ମକ କାର୍ୟ୍ଯକଳାପ
ଚଳାଇବା ଉଦ୍ଦେଶ୍ଯରେ ବୋମା ଓ
ହାତବୋମା ତିଆରି ନିମନ୍ତେ ଉଗ୍ର~
ପନ୍ଥୀମାନେ ଏଠାର କେତେକ
ଖ୍ଯତନାମା କଲେଜଛାତ୍ରାବାସ
କୋଠରୀମାନଙ୍କୁ ଘରୋଇ ଗୋଳା~
ବାରୁଦ କାରଖାନାରେ ପରିଣତ କରି
ସାରିଲେଣି ବୋଲି ଜଣାପଡିଛି । ଏହି
ଉଗ୍ରପନ୍ଥୀମାନଙ୍କ ମଧ୍ଧରୁ ଅଧିକଂଶ
ହେଉଛନ୍ତି ଗଣ୍ଡଗୋଳଗ୍ରସ୍ତ ରାଜ୍ଯ~
ମାନଙ୍କରୁ ଆସିଥିବା ଇଂଜିନିଯରିଂ ଓ
ବିଜ୍ଞାନର ଛାତ୍ର । ସହଜରେ ମିଳି~
ପାରୁଥିବା ରାସାଯନିକ ବିସ୍ଫୋରକ
ପଦାର୍ଥ ସାହାୟ୍ଯର ଶକ୍ତଶାଳୀ
ବୋମା ନିର୍ମାଣ କରିବାର କୌଶଳ
ସେମାନେ ହାସଲ କରିପାରିଛନ୍ତି ।

ସଂଘର୍ଷ ଓ ରାଜନୈତିକ ପ୍ରତି~
କ୍ରିଯା ଭଯରେ ଗୁଇନ୍ଦା ବିଭାଗର
ଲୋକେ ହଷ୍ଟେଲ ପରିସରମାନଙ୍କ
ଭିତରେ ପ୍ରବେଶ କରିବାକୁ ଅନିଚ୍ଛା
ପ୍ରଦର୍ଶନ କରୁଥିବାରୁ ସେମାନଙ୍କ
ଦୃଷ୍ଟି ଏଡାଇବା ଲାଗି କଲେଜ
ହଷ୍ଟେଲ କୋଠରୀସବୁ ଏତାଦୃଶ
କାର୍ୟ୍ଯ ଲାଗି ପ୍ରକୃଷ୍ଟ ସ୍ଥାନ ହୋଇଛି ।

ସମ୍ପାଦକୀଯ
ଏକ ଯୁଗୋଚିତ ଚିରନ୍ତନ ବାର୍ତ୍ତା ।
ଦିଲ୍ଲୀଠାରୁ ଅଦୂରବର୍ତ୍ତୀ ମେହେରାଉଲି ନାମକ ସ୍ଥାନରେ
" ଫୁଲ ଵାଲନ କି ସଯାର " ଉତ୍ସବରେ ୟୋଗଦେଇ ପ୍ରଧାନ
ମନ୍ତ୍ରୀ ଶ୍ରୀମତୀ ଗାନ୍ଧୀ ଗୋଟିଏ ଅତି ମୁଲ୍ଯବନ ତଥା ୟୁଗପୋୟୋଗୀ
କଥା କହିଛନ୍ତି । ସେ କହିଛନ୍ତି ୟେ , ଭାରତବର୍ଷର ସମସ୍ତ ସ୍ଥାନରେ ସବୁ
ଧର୍ମ ସମ୍ପ୍ରଦାଯର ଲୋକେ ଏକାଠି ମିଳମିଶି ବିଭିନ୍ନ ସାମାଜିକ ଓ ଧାର୍ମିକ
ଉତ୍ସବସବୁ ପାଳନ କରିବା ଉଚିତ ।

ପ୍ରଦାନମନ୍ତ୍ରୀଙ୍କର ଏ କଥାର ତାତ୍ପର୍ୟ୍ଯ ହେଲା - ବହୁ ଧର୍ମ , ଗୋଷ୍ଠୀ ,
ସମ୍ପ୍ରଦାଯ , ଜାତି , ଭାଷା ଓ ସଂସ୍କୃତିର ସମନ୍ବଯ କ୍ଷେତ୍ର ହେଲା ଭାରତବର୍ଷ
ଏବଂ ବିଭିନ୍ନ ପାର୍ଥକ୍ଯ ଭିତରେ ଭାବାତ୍ମକ ବା ଆବେଗାତ୍ମକ ସଂସ୍କୃ~
ତିକ ସଂହତି ଭିତରୁ ଭାରତବର୍ଷର ମହାନ୍୍ ଜାତିଯତା ଜନ୍ମ ନେଇଛି ।
ଆମେ ୟଦି ପରସ୍ପର ଭିତରେ ସାଂସ୍କୃତିକ ବା ସାମାଜିକ ବା ଧାର୍ମିକ
ଚେତନାର ଆଦାନପ୍ରଦାନ ନ କରୁ , ତେବେ ଏକାଦେଶରେ କାହିଁକି , ଏକା
ଗ୍ରାମରେ ବାସ କରୁଥିଲେ କି ଆମେ ପରସ୍ପରଙ୍କୁ ବୁଝିପାରିବା ନାହିଁ କି
ଭଲ ମଧ୍ଧ ପାଇପାରିବା ନାହିଁ । ଫଳରେ ପରସ୍ପର ପ୍ରତି ଆମର ସମ୍ମାନ
ବୋଧ ମଧ୍ଧ ରହିପାରିବ ନାହିଁ । ଭାରତବର୍ଷରେ ୟୁଗ ୟୁଗ ଧରି ବିଭିନ୍ନ
ସମ୍ପ୍ରଦାଯର ଓ ମତବାଦର ଲୋକେ ଏହି ସୂତ୍ରରେ ଏଠାରେ ରହି ଆସିଛନ୍ତି
ଓ ପରସ୍ପରକୁ ପ୍ରୀତି-ସମ୍ମାନରେ ପ୍ରଭାବିତ କରି ଏକ ମହାନ୍୍ ଜାତି ରୂପେ
ଗଢି ଉଠିଛନ୍ତି । କାଶ୍ମୀରଠାରୁ କୁମାରୀକା ପର୍ୟ୍ଯନ୍ତ ସବୁ ରାଜ୍ଯରେ ସବୁ ଜାତି ,
ଉପଜାତି , ଭାଷା ଓ ଧର୍ମର ଲୋକେ ରହିଆସିଛନ୍ତି ୟୁଗ ୟୁଗ ଧ଱ି । ବଡ ବଡ
ଗ୍ରାମ ଓ ସହରମାନଙ୍କରେ ସବୁ ଧର୍ମର ଲୋକେ ମଧ୍ଧ ପାଖାପାଖି ରହିଆସି~
ଛନ୍ତି । ହିନ୍ଦୁମାନଙ୍କର ରାଖୀଉତ୍ସବ , ଦଶହରା ଉତ୍ସବ , ହୋଲି ଉତ୍ସବ ଓ
ଦୀପାବଳି ଉତ୍ସବରେ ମୁସଲମାନ , ଖ୍ରଷ୍ଟୀଯାନ ସମ୍ପ୍ରଦାଯର ଲୋକେ ୟେପରି
ଆନନ୍ଦ ଆବେଶରେ ସହୟୋଗ କରି ଆସିଛନ୍ତି - ସେହିପରି ମୁସଲମାନ ଓ
ଖ୍ରୀଷ୍ଟିଯାନମାନଙ୍କର ଇଦ୍୍ , ମହରମ , ଖ୍ରୀଷ୍ଟମାସ ବା ଗୁଡଫ୍ରାଇଡେ
ଉତ୍ସବରେ ମଧ୍ଧ ହିନ୍ଦୁମାନେ ଖୁବ୍୍ ଆନ୍ତରିକତର ସହିତ ୟୋଗଦେଇ
ଆସୁଛନ୍ତି । ଏହା ବାଦ ମଧ୍ଧ ବିଭିନ୍ନ ଧର୍ମ ବା ସମ୍ପ୍ରଦାଯର ବିବାହ , ବ୍ରତ ,
ଶ୍ରାଦ୍ଧ ବା ୟେ କୌଣସି ପାରିବାରିକ ଉତ୍ସବରେ ବିଭିନ୍ନ ଧର୍ମ ସମ୍ପ୍ରଦାଯର
ବନ୍ଧୁବାନ୍ଧବମାନେ ପରସ୍ପରର ଗୃହର ଅର୍ଚ୍ଚିତ ଓ ଚର୍ଚ୍ଚିତ ହୋଇଆସିଛନ୍ତି ।

ମାତ୍ର ଦୁର୍ଭାଗ୍ଯର କଥା ୟେ , ବର୍ତ୍ତମାନ ଦେଶରେ ରାଜନୈତିକ ବିଭେଦ
ସାଙ୍ଗକୁ ଏହି ସବୁ ଧାର୍ମିକ , ସାମ୍ପ୍ରଦାଯିକ ଓ ସାମାଜିକ ବିଭେଦ~
ସବୁ ପୁଣି ମୁଣ୍ଡ ଟେକିଲେଣି । ଅବଶ୍ଯ ଭାରତବର୍ଷର ପଡୋଶୀ ରାଷ୍ଟ୍ର
ମାନଙ୍କରେ ଓ ବିଶ୍ବର ଅନ୍ଯ କେତେକ ରାଷ୍ଟ୍ରରେ ଦୁର୍ଭାଗ୍ଯ ଜନରକ ଭାବେ
ଏହି ବିଭେଦାତ୍ମକ ଧାର୍ମିକ ମନୋବୃତ୍ତି ପୁଣି ଜାଗ୍ରତ ହୋଇଛି ଏବଂ ଏହା
ବର୍ତ୍ତମାନ ବିଭିନ୍ନ ଧର୍ମ ସମ୍ପ୍ରଦାଯ ବାସୀଙ୍କ ମନରେ ଉଦ୍୍ବେଗର କାରଣ
ହୋଇଉଠିଛି । ବିଭେଦାତ୍ମକ ପ୍ରତିକ୍ରିଯା ସବୁବେଳେ ଲୋକମାନଙ୍କର
ମନରେ ସନ୍ଦେହ , ସଂଶଯ , ଆଶଙ୍କା , ଅବିଶ୍ବାସ , ଇର୍ଷା ଓ ହିଂସା ଭାବକୁ
ଉଦ୍ରେକ କରିଥାଏ ଏବଂ ଘୋର ଦୁଃଖର କଥା ୟେ , ବର୍ତ୍ତମାନ ` ଧର୍ମ '
ନାମରେ ବିଚ୍ଛିନ୍ନତାବାଦୀ ମନୋଭାବ ଅତି ଉଗ୍ର ହୋଇଉଠୁଛି ।
ସାମ୍ପ୍ରଦାଯିକ ସଂକୀର୍ଣ୍ଣତା ଅଧିକ ଅଧିକ ତୀବ୍ର ହୋଇଉଠୁଛି ।

ପ୍ରତି ଧର୍ମର ସବଳ ଉଦ୍ଦେଶ୍ଯ ହେଲା - ମନୁଷ୍ଯ ଭିତରେ ମହାନ୍୍ ,
ଉଦାରଭାବଗୁଡିକ ସୃଷ୍ଟି କରିବା ବା ଜାଗ୍ରତ କରିବା । ସ୍ନେହ , ପ୍ରୀତି ,
ତ୍ଯାଗ , କ୍ଷମା , ସହିଷ୍ଣୁତା , ସତ୍ଯ , ନ୍ଯାଯ , ଭକ୍ତି , ବିଶ୍ବାସ - ଏସବୁ ସର୍ବଧର୍ମର
ମୂଳନୀତି । ଆମଭିତରେ ସାମୂହିକଭାବେ ଏହି ମହାନ୍୍ ଭାବଗୁଡିକର
ଉଦ୍୍ବୋଧନ ଉଦ୍ଦେଶ୍ଯରେ ହିଁ ଆମର ସମଗ୍ର ସାମାଜିକ ଓ ଧାର୍ମିକ ଉତ୍ସବ
ପଳିତ ହୋଇଥାଏ । ସେଥିଲାଗି ସବୁ ଧର୍ମର ସବୁ ପ୍ରକାର ଉତ୍ସବ
ବା ପର୍ବପର୍ବାଣୀ ଏହି ପବିତ୍ର ଉଦ୍ଦେଶ୍ଯ ପ୍ରଚ୍ଛନ୍ନ ବା ପ୍ରକଟ ଭାବରେ
ରହିଥାଏ । ସବୁ ଧର୍ମସମ୍ପ୍ରଦାଯର ଲୋକେ ବିଭିନ୍ନ ଧାର୍ମିକ ବା ସାମାଜିକ
ଉତ୍ସବରେ ଏକତ୍ର ହୋଇପାରିଲେ - ଏହି ମହାନ୍୍ ଭାବ ଗୁଡିକ ବିଭିନ୍ନ
ଭାବରେ ଓ ବିଭିନ୍ନ ରୀତିରେ ସମସ୍ତଙ୍କ ଅନ୍ତର ଭିତରକୁ ପ୍ରବେଶ କରିଥାଏ ।
ଫଳରେ ଆମେ ଏକ ମହାନ୍ ଧାର୍ମିକ ଓ ସାମାଜିକ ବୁଝାମଣା , ସହିଷ୍ଣୁତା
ଓ ଆନ୍ତରିକ ସମ୍ପ୍ରତ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀମତୀ ଗାନ୍ଧି ବର୍ତ୍ତମାନର ପରିସ୍ଥିତିରେ ଏହି ୟେଉଁ
କଥାଟି କହିଲେ - ତାହା କେବଳ ଆମ ଦେଶପାଇଁ ୟୁଗୋପୟୋଗୀ
ଏକ ବାର୍ତ୍ତା ନୁହେଁ ; ଏହା ମଧ୍ଧ ସବୁଦେଶ ପାଇଁ , ସବୁ ଜାତି ଓ ସମ୍ପ୍ରଦାଯ
ପାଇଁ ଏକ ଚିରନ୍ତନ ଧାର୍ମିକ ନିର୍ଦ୍ଦେଶ ମଧ୍ଧ । କାରଣ , କୌଣସି ଧର୍ମ
ବିଚ୍ଛିନ୍ନତାବାଦ ପ୍ରଚାର କରେ ନାହିଁ ; ବିଭେଦାତ୍ମକ ଭାବ ସୃଷ୍ଟି କରେ
ନାହିଁ । କେବଳ ମଣିଷ-ମଣିଷ ଭିତରେ ନୁହେଁ - ମନୁଷ୍ଯ ଓ ଇତର
ପ୍ରାଣୀ ଭିତରେ ଆତ୍ମିକ ୟୋଗାୟୋଗ ମଧ୍ଧ ସବୁ ଧର୍ମର ଲକ୍ଷ୍ଯ । //
ଚୋରାକାଠ ଚାଲାଣ ଘଟଣାର ସତ୍ଯାସତ୍ଯ
ସମ୍ପାଦକଙ୍କୁ ପତ୍ର ସ୍ତମ୍ଭରେ
ପ୍ରକାଶିତ ` ଜଙ୍ଗଲ ସମ୍ପଦ ସୁରକ୍ଷା
ବନାମ ଚୋରାକାଠ ଚାଲାଣ ' ସମ୍ବାଦ
ଉଦ୍ଦେଶ୍ଯମୂଳକ ଭାବେ ପତ୍ରପ୍ରେରକ
ପ୍ରକାଶ କରିଛନ୍ତି । ଆମ୍ଭେମାନେ ନିମ୍ନ
ସ୍ବାକ୍ଷରକାରୀ ଏହାର ଦୃଢ ପ୍ରତିବାଦ
କରିବା ସଙ୍ଗେ ସାଧାରଣଙ୍କ
ଅବଗତି ନିମନ୍ତେ ଆପଣଙ୍କ ସମ୍ବାଦ~
ପତ୍ର ଜରିଆରେ ନିମ୍ନଲିଖିତ ବିଷଯ
ଜଣାଉଛୁ ।

ଭଞ୍ଜନଗର କରତକଳରୁ
ଜବତ ହୋଇଥିବା 82 ଗୋଟି କାଠ
ପ୍ରକୃତରେ ପ୍ରଜାଙ୍କର ଘରପୋଡିକାଠ ,
ଏହା ସେମାନେ ବିନା ଖର୍ଚ୍ଚରେ
ଚିରଟ କରିବା ପାଇଁ ନେଇଥିଲେ ।
ସେଗୁଡିକ କୌଣସି ପ୍ରକାରେ ଚୋରା
କାଠ ନୁହେଁ । ଗତ 8 ତାରିଖରୁ
10 ତାରିଖ ମଧ୍ଧରେ ଧର୍ମଶାଳାଥାନା
ଅନ୍ତର୍ଗତ କୋରକ , ଚଢେଇଧରା ,
କବାଟବନ୍ଧ ଓ ବାଙ୍କିରେ ଥିବା
ଗୋପବନ୍ଧୁ କରତକଳ ଏବଂ
ତତସଂଲଗ୍ନ ପଡିଆ ଓ ନଦୀଗର୍ଭ~
ମାନଙ୍କରୁ ଧରାହୋଇଥିବା କାଠ
ଗୁଡିକ ନଯାଗଡ ଡିଭିଜନର ନୁହେଁ
ଏହା ତଦନ୍ତରୁ ଜଣା ପଡିଛି ।
ବ୍ଯକ୍ତିଗତ ମାଲିକାନାରେ ଥିବା ଗଛ
ଗୁଡିକ ଚାଲାଣ ପାଇଁ ଉକ୍ତ ବ୍ଯକ୍ତି~
ମାନେ ଜଙ୍ଗଲ ବିଭାଗୀଯ ଅନୁମତି
ପାଇବା ପାଇଁ ହକଦାର । ଏହିପରି
ଅନେକ ଗୁଡିଏ କେସ ତଦନ୍ତ ପାଇଁ
2 / 3 ବର୍ଷ ହେଲା ଅଟକି ରହିଥିଲା ,
ୟେଉଁଥିପାଇଁ ଜନସାଧାରଣଙ୍କ
ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଁ
ଥିଲା । ତେଣୁ ସେଗୁଡିକୁ ଭଲ ଭାବରେ
ତଦନ୍ତ କରି ସେମାନଙ୍କ ନାର୍ୟ୍ଯ ଗଛ~
ଗୁଡିକ ନେବାପାଇଁ ଅନୁମତି ଦିଆ~
ୟାଇଛି । ଏହା ମଧ୍ଧରୁ ଅନେକ ଗୁଡିଏ
ସରକାରଙ୍କ ନିର୍ଦ୍ଦେଶାନୁସାରେ ଅନୁ~
ମତି ଦିଆ ଯାଇଛି । ସୁଳିଆପ୍ଳାଣ୍ଟେ~
ସନରୁ ସରକାରଙ୍କ ନିଜ ତତ୍ତ୍ବା~
ବଧାନରେ ଗଛ ଗୁଡିକ କଟାୟାଇ
ବିକ୍ରି କରାୟିବା ପାଇଁ ଏକ ଖର୍ଚ୍ଚ
ଅଟକଳ କରାୟାଇ ସରକାରଙ୍କ
ସ୍ବୀକୃତି ନିମନ୍ତେ ପଠାୟାଇଛି ।
ଗୁନି ରିଜର୍ଭ ଜଙ୍ଗଲର ପଡିଥିବା
ଚାରିପଞ୍ଚ ଫୁଟିଆ ଗଛ ହଣାହୋଇ
ପଡିଥିବା କାଠ ଗୁଡିକ ସମ୍ପୃକ୍ତ ଠିକା~
ଦାରମାନଙ୍କର । ବର୍ଷାଦିନ ସକାଶେ
ଉକ୍ତ ଠିକାଦାରମାନେ କାଠଗୁଡିକ
ନେଇପାରି ନାହାନ୍ତି । ମାଛିପଡା
ଅନ୍ତର୍ଗତ ଭାଲୁଖୋଲା ଜଙ୍ଗଲରେ 50
ଏକର ସାଗୁଆନ ଗଛ ରୋପଣ କରା~
ୟାଇଛି । ଏହାର ସତ୍ଯତା ଉପରେ
ୟେ କୌଣସି ସମଯରେ ୟେ କେହି
ବ୍ଯକ୍ତି ତଦନ୍ତ କରିପାରନ୍ତି ।
1980 - 81 ମସିହା ମଧ୍ଧରେ ମହୀ~
ପୁର ରେଞ୍ଜରେ ପ୍ରଜାକାଠ ସରକାରଙ୍କ
ନିର୍ଦ୍ଧାରିତ ନିଯମାନୁସରେ ଦିଆ~
ୟାଇଛି । ୟେଉଁ ଦୁଇ ଜଣ ରେଞ୍ଜର
ଓ 14 ଜଣ ଫରେଷ୍ଟରଙ୍କ ବଦଳି
ହୋଇଛି , ସେମାନଙ୍କ ମଧ୍ଧରୁ ଅଧି~
କାଂଶ କାର୍ୟ୍ଯକାରୀ ହୋଇ ପାରିଲାଣି ।
ମାତ୍ର ଅଳ୍ପ କେତେଜଣ ସେମାନ~
ଙ୍କର ଅସୁବିଧା ହେତୁ କିଛି
ଦିନ ମାଗିଛନ୍ତି । ନଯା~
ଗଡରୁ କଠଚୋରି ହେବା କିଛି
ନୂଆ କଥା ନୁହେଁ । ବରଂ ଏହି ଏକ
ବର୍ଷ ମଧ୍ଧରେ ଏହି ଚୋରି ରୋକିବା
ପାଇଁ ବର୍ତ୍ତମାନ ଡି.ଏଫ.ଓ. ୟଥେଷ୍ଟ
ପଦକ୍ଷେପ ନେଇ ଅନ୍ଯୂନ 20 ଲକ୍ଷ
ଟଙ୍କାର ଚୋରା କାଠ ଜବତ କରି~
ଛନ୍ତି । ଗତ 50 ବର୍ଷ ମଧ୍ଧରେ ଏହା
ସର୍ବାଧିକ । - ସର୍ବଶ୍ରୀ ଜଗନ୍ନାଥ
ଦାସ , ଅଭିମନ୍ଯୁ ସାହୁ , ମହେଶ୍ବର
ପ୍ରଧାନ , ଅରକ୍ଷିତ ସ୍ବାଇଁ , ପ୍ରକାଶଚନ୍ଦ୍ର
ମିଶ୍ର ପ୍ରମୁଖ । //
ବାଲେଶ୍ବର ରୋଟାରୀକ୍ଳବ ସମ୍ପର୍କରେ
ଗୁରୁତର ଅଭିୟୋଗ
ବାଲେଶ୍ବର ବିଧାନସଭା ସଦସ୍ଯ
ଶ୍ରୀ ଅରୁଣ ଦେ ଓଡିଶାର ରାଜ୍ଯପାଳ ଓ
ଉଚ୍ଚ ସରକାରୀ କତ୍ତୃପକ୍ଷଙ୍କ ନିକଟକୁ
ବାଲେଶ୍ବରରେ ଥିବା ରୋଟାରୀ
କ୍ଳବର ପରିଚାଳନା ବିରୁଦ୍ଧରେ
ଉପୁଜିଥିବା ଗୁରୁତର ଅଭିୟୋଗ
ସମ୍ପର୍କରେ ଏକ ପତ୍ର ପଠାଇଛନ୍ତି ।

ରୋଟାରୀକ୍ଳବର ସଭ୍ଯ ଶ୍ରୀ
ମୃଣାଳକାନ୍ତି ଦେଙ୍କ ଅଭିୟୋଗ ଏବଂ
ଅରୁଣ ଦେଙ୍କ ପତ୍ରରୁ ଜଣାୟାଇଛି
ୟେ ରୋଟାରୀକ୍ଳବକୁ ୟେଉଁ ସର~
କାରୀ ଜମି ମିଳିଛି , ତାହା ଏପର୍ୟ୍ଯନ୍ତ
ରେଜେଷ୍ଟ୍ରି ହୋଇ ନାହିଁ । ରୋଟାରୀ
କ୍ଳବର ବର୍ତ୍ତମାନ ସେକ୍ରେଟାରୀ ଶ୍ରୀ
ପ୍ରଶାନ୍ତକୁମାର ଚାନ୍ଦ ବିଭିନ୍ନ ସମଯରେ
କ୍ଳବର ବିଭିନ୍ନ ପଦାଧିକାର କରି
ଆସିଛନ୍ତି । ସେ କୌଶଳ କ୍ରମେ
ରୋଟାରୀ କ୍ଳବକୁ ବାଦ ଦେଇ ବ୍ଳାଇଣ୍ଡ
ରିଲିଫ କମିଟିର ସଭାପତି ଭାବରେ
ତାହା ନିଜ ନାମରେ କରାଇ
ନେବାକୁ ୟାଉଥିଲେ । କ୍ଳବର
ପୂର୍ବତନ ସେକ୍ରେଟାରୀ ଶ୍ରୀ ଘୋଷାଲ
ଏହା ଜାଣିପାରି ବାଲେଶ୍ବର ତହ~
ସିଲଦାରଙ୍କ କୋର୍ଟରେ ଆବେଦନ
କରିବାରୁ ବର୍ତ୍ତମାନ ଏହାର ରେଜେଷ୍ଟ୍ରି
ବନ୍ଦ ଅଛି ।

ବିଦେଶରୁ ଆସିଥିବା ଶହ ଶହ
ଗାଣ୍ଠି ଲୁଗା , ଶହ ଶହ ଦାମିକା
କମ୍ବଳ କାହାକୁ କିପରି ଭାବରେ ଏବଂ
କେଉଁଠାରେ ଦିଆଗଲା , ଏଥିରେ
ସନ୍ଦେହ ପ୍ରକାଶ କରି ସଭ୍ଯମାନେ
ଶ୍ରୀ ଚାନ୍ଦଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ
କରିଛନ୍ତି ।

ଆହୁରି ମଧ୍ଧ ଜଣାୟାଇଛି ୟେ
ଶ୍ରୀ ଚାନ୍ଦ ବ୍ଳାଇଣ୍ଡ ରିଲିଫ କମିଟିର
ଚେଯାରମେନ ଭାବରେ ଚକ୍ଷୁ ଅସ୍ତ୍ରୋ~
ପଚାର କେନ୍ଦ୍ରକରି ବିଦେଶରୁ ବିପୁଳ
ଅର୍ଥ ଏବଂ ସର୍ବସାଧାରଣଙ୍କ ଠାରୁ
ଆଦାଯ କରି ଏହାର କୌଣସି ହିସାବ
ଏପର୍ୟ୍ଯନ୍ତ ଦେଇ ନ ଥିବାରୁ ସଭ୍ଯ~
ମାନେ ଅଭିୟୋଗ କରିଛନ୍ତି ।
ଅଡିଟ ରିପୋର୍ଟ କାର୍ୟ୍ଯକାରୀ କମିଟି
ଦ୍ବାରା ପ୍ରଥମେ ଗୃହୀତ ହୋଇ ନାହିଁ ।
କିନ୍ତୁ ଶ୍ରୀ ଚାନ୍ଦ ତାହା ମନମୁଖୀ
ଭାବରେ ପ୍ରକାଶ କରିଛନ୍ତି ।

ଶ୍ରୀ ଚାନ୍ଦ ରୋଟାରୀ କ୍ଳବରେ
ଏକ ଗୋଷ୍ଠୀ ସୃଷ୍ଟିକରି 5 ବର୍ଷ
ସଭାପତି 3 ବର୍ଷ ସମ୍ପାଦକ ଓ ପ୍ରାଯ
12 ବର୍ଷ ବ୍ଳାଇଣ୍ଡ ରିଲିଫ କମିଟିର
ଚେଯାରମେନ ରହିଲେଣି ।

ରୋଟାରୀ କ୍ଳବର ଟେଲିଫୋନକୁ
ଅପବ୍ଯବହାର କରାୟାଇ ଜଣକୁ
ଦିଆୟାଇଛି ।

ରୋଟାରୀ କ୍ଳବର ଜମି ଏ
ପର୍ୟ୍ଯନ୍ତ ରେଜେଷ୍ଟ୍ରି ହୋଇନାହିଁ ।
କିନ୍ତୁ ଏହା ଉପରେ ବିଦେଶୀ ଅର୍ଥ
ସାହାୟ୍ଯରେ ପ୍ରାଯ 2 ଲକ୍ଷ ଟଙ୍କା
ଦେଯରେ ଏକ ପ୍ରାସାଦ ନିର୍ମିତ
ହୋଇଛି । 3 ବର୍ଷ ହେଲା ଏ ପ୍ରାସାଦ
ନିର୍ମିତ ହୋଇଥିଲେ ମଧ୍ଧ ଏ ପର୍ୟ୍ଯନ୍ତ
ଦନ୍ତ ଏବଂ ଚକ୍ଷୁଚିକିତ୍ସା କେନ୍ଦ୍ର
ଖୋଲାୟିବାର ଥିଲେ ମଧ୍ଧ ତାହା
ଖୋଲାୟାଇ ନାହିଁ । କିନ୍ତୁ ସେ
ବାବଦରେ ଖର୍ଚ୍ଚ ହିସାବ ଦିଆୟାଇ
ବିଭିନ୍ନ ସ୍ଥାନରୁ ଅର୍ଥସଂଗ୍ରହ କରା~
ୟାଇଛି ବୋଲି କ୍ଳବର ବହୁ ପୁରୁଖା
ସଭ୍ଯ ଅଭିୟୋଗ କରିଛନ୍ତି ।

ଏହି ସବୁ କାରଣରୁ ରୋଟାରୀ
କ୍ଳବ ସଭ୍ଯମାନଙ୍କ ମଧ୍ଧରେ ଏବଂ
ଜନସାଧାରଣଙ୍କ ମଧ୍ଧରେ ଅସନ୍ତୋଷ
ସୃଷ୍ଟି ହୋଇଛି । ଏହାର ସତ୍ଯାସତ୍ଯ
ପ୍ରକାଶ କରିବା ପାଇଁ ରାଜ୍ଯପାଳ
ଜିଲ୍ଲାପାଳ ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କର
ଦୃଷ୍ଟି ଆକର୍ଶଣ କରାୟାଇଛି । ଏହାର
ଏକ ବିଧିବଦ୍ଧ ତଦନ୍ତ ପାଇଁ ସବୁ
ମହଲରୁ ଦାବୀ କରାୟାଉଛି ।

ପିଆଜ କିଲୋ 5 ଟଙ୍କା
ବାଲଶ୍ବର ବଜାରରେ ପିଆଜ କିଲୋ
ସାଢେ ତିନି ଟଙ୍କା , ବାଇଗଣ କିଲୋ
ଅଢେଇ ଟଙ୍କା , ପୋଟଳ ଓ ବିଲାତି
ବାଇଗଣ କିଲୋ ପାଞ୍ଚ ଟଙ୍କା ହେଲାଣି ।
ଏ ହେଲା ସହରର ଦରଦାମ
ପରିସ୍ଥିତି । ମଫସଲ ଅଞ୍ଚଳରେ ପିଆଜ
କିଲୋ ପାଞ୍ଚ ଟଙ୍କା ହେଲାଣି । ସବୁ ଜିନିଷର
ଦର ବୃଦ୍ଧି ହେଲାଣି । ସେଥିପାଇଁ
ଜନସାଧାରଣଙ୍କ ମଧ୍ଧରେ ଅସନ୍ତୋଷ
ବୃଦ୍ଧିପାଇଛି ।

ଭିତର କନିକାରେ
କୁମ୍ଭୀରଚାଷ
ଚଳିତ ବର୍ଷ ଭିତର କନିକା ଅଭଯା~
ରଣ୍ଯର ଜାଙ୍ଗମାଳଠାରେ ଥିବା ଲୁଣା
କୁମ୍ଭୀର ୟୋଜନାରେ 209 ଟି କୁମ୍ଭୀର
ଛୁଆ ଜନ୍ମ ହୋଇଛନ୍ତି । ଏହି ଛୁଆ~
ମାନଙ୍କୁ ମିଶାଇ 5 ଶହରୁ ଅଧିକ
କୁମ୍ଭୀରଙ୍କୁ ପାଳନ କରାୟାଉଛି ।
ଇତିମଧ୍ଧରେ କେତେକ ଛୁଆଙ୍କୁ
ଭିତର କନିକା ନଦୀ ନାଳମାନଙ୍କରେ
ଛଡା ୟାଇ ତାଙ୍କ ଉପରେ ଗବେ~
ଷଣା କରାୟାଉଛି । ଏହି କୁମ୍ଭୀର
ୟୋଜନାଦାଯିତ୍ବରେ ବର୍ତ୍ତମାନ
ଡଃ. ସୁଧାକର କର ଅଛନ୍ତି ।

କେନ୍ଦ୍ରାପଡା କଲେଜ
ଛାତ୍ରଙ୍କ ଗ୍ରାମ ୟାତ୍ରା
କେନ୍ଦ୍ରାପଡା କଲେଜ ଜାତୀଯ
ସେବାସଂସ୍ଥାର 25 ଜଣ ଛାତ୍ର ଗତ 1
ତାରିଖଠାରୁ ` ଗ୍ରାମୟାତ୍ରା ' ଅଭିୟାନ
ଆରମ୍ଭ କରିଥିଲେ ।

ଏହି ଅଭିୟାନରେ ସେ କେନ୍ଦ୍ରା~
ପଡାଠାରୁ ଚାନ୍ଦବାଲି ୟାଏ ୟାଇ~
ଥିଲେ । ଏହି ଗ୍ରାମ ୟାତ୍ରାର ନେତୃତ୍ବ
ଅଧ୍ଧାପକ ଶ୍ରୀ ଚିନ୍ତାମଣି ନାଯକ ,
ରଧାମୋହନ ସାହୁ , ନନ୍ଦ କିଶୋର
ପରିଡା ନେଇଥିଲେ ।

ଜାତିସଂଘ ଶରଣାର୍ଥୀ ହାଇକମିସନରଙ୍କୁ
1981 ର ନୋବେଲ ଶାନ୍ତି ପୁରଷ୍କାର
` ରଏଟର '
1981 ର ନୋବେଲ ଶାନ୍ତି ପୁରଷ୍କାର
ଜେନେଭାସ୍ଥିତ ଜାତିସଂଘର ଶରଣାର୍ଥୀ
ବିଭାଗୀଯ ହାଇକମିସନରଙ୍କ ପଦାଧୀ~
କାର ` ଉନହୋର ' ଙ୍କୁ ମିଳିବାର
ଘୋଷଣା କରାୟାଇଛି । ଏହି ସଂଗଠନ
3 ଯ ଥର ଲାଗି ଏହି ମର୍ୟ୍ଯାଦାଜନକ
ପୁରଷ୍କାର ଲାଭ କରିଛି । ଏ ବର୍ଷ
ଏ ବାବଦରେ ଏକ ନିଯୁତ କ୍ରାଉନ
ବା 2 ଲକ୍ଷ ଡଲାର ` ଏପର୍ୟ୍ଯନ୍ତ
ସର୍ବାଧିକ ' ମିଳିବ ବୋଲି 5 ଜଣିଆ
ମନୋନଯନ କମିଟି ଘୋଷଣା କରି~
ଛନ୍ତି ।

ବର୍ତ୍ତମାନ ଏହି ସଂସ୍ଥାର ହାଇ~
କମିସନର ପଦରେ ଅଛନ୍ତି ଡେନ~
ମାର୍କର ପୂର୍ବତନ ପ୍ରଧାନମନ୍ତ୍ରୀ ପଲ
ହାର୍ଟଲିଙ୍ଗ ।

ଏଠାରେ ଉଲ୍ଲେଖୟୋଗ୍ଯ ୟେ
ନୋବେଲ ଶାନ୍ତି ପୁରସ୍କାର 3 ଯ ଥର
ପାଇଁ ଲାଭ କରିବାରେ ` ଉନହୋର '
ହେଉଛି 2 ଯ ଆନ୍ତର୍ଜାତିକ ସଂଗଠନ ।
1917 , 1944 ଓ 1963 ରେ
ଆନ୍ତର୍ଜାତିକ ରେଡକ୍ରସ ସଂସ୍ଥା
ଏ ପୁରଷ୍କାର ପାଇଥିଲା । 1951 ରେ
ସ୍ଥାପିତ ହୋଇଥିବା ଉନହୋର
ସଂଗଠନଟି 1954 ପରେ ଏ ବର୍ଷ
ଏ ପୁରସ୍କାର ପାଇଛି । ଏହାର ପୂର୍ବ~
ବର୍ତ୍ତୀ ସଂଗଠନ ନାନସେନ ଇଣ୍ଟର
ନ୍ଯାସନାଲ 1938 ରେ ଏହି ପୁରସ୍କାର
ପାଇଥିଲା ।

ମନୋନଯନ କମିଟିର ଅଧ୍ଧକ୍ଷ
ଜନ ସାନ୍ମେସ କହିଛନ୍ତି ୟେ , ଜାତି~
ସଂଘର ଏହି ହାଇକମିସନର ସାରା
ପୃଥିବୀରେ ଶରଣାର୍ଥୀମାନଙ୍କ ଥଇଥାନ
କ୍ଷେତ୍ରରେ ବ୍ଯାପକ ଅତି ଉପାଦେଯ
କାର୍ୟ୍ଯ କରିଆସିଛି । ନାନା ରାଜ~
ନୈତିକ ଅସୁବିଧା ଓ ବିଘ୍ନ ମଧ୍ଧରେ
ଏହି ସଂଗଠନ ତାର କାର୍ୟ୍ଯ ସୂଚାରୁ
ରୂପେ ତୁଲାଇଆସିଛି ଓ ବିଶ୍ବ ଶାନ୍ତି
ପାଇଁ ନିରବଚ୍ଛିନ୍ନ ଭାବେ କାର୍ୟ୍ଯ କରି~
ଚାଲିଛି ।

ଏ ବର୍ଷର ନୋବେଲ ଶାନ୍ତି
ପୁରସ୍କାର ପ୍ରାପ୍ତି ନିମନ୍ତେ ମୋଟ 86
ଜଣ ବ୍ଯକ୍ତିଙ୍କ ନାମ ବିଚାରାଧୀନ ଥିଲା ।
ତନ୍ମଧ୍ଧରେ ଥିଲେ ପୋଲାଣ୍ଡର ସଲି~
ଡାରିଟୀର ଟ୍ରେଡ ଯୁନିଅନ ନେତା
ଲେଚ ଵାଲେସା , ବ୍ରିଟେନର ବହି~
ବ୍ଯାପାର ମନ୍ତ୍ରୀ ଲର୍ଡ କ୍ଯାରିଙ୍ଗଟନ
ଓ ଜିମ୍ବାଵେର ପ୍ରଧାନମନ୍ତ୍ରୀ ରବର୍ଟ
ମୁଗାବେ ପ୍ରମୁଖ ।

ପୁରସ୍କାର ଘୋଷଣା ପରେ
ଉନହୋର ହାଇକମିସନର ଶ୍ରୀ ହାର୍ଟ~
ଲିଙ୍ଗ କହିଛନ୍ତି ୟେ , ଏହାଦ୍ବାରା
ଶରଣାର୍ଥୀଙ୍କ ଥଇଥାନ କାର୍ୟ୍ଯର
ଗୁରୁତ୍ବକୁ ତଥା ଏହି ସଂଗଠନର
ମାନବତାବାଦୀ କର୍ୟ୍ଯକ୍ରମକୁ ହିଁ
ସ୍ବୀକୃତି ମିଳିପାରିଛି । //
ପ୍ରଧାନମନ୍ତ୍ରୀ ଓ ଅକାଳୀ ନେତାମାନଙ୍କ ମଧ୍ଧରେ
ପଞ୍ଜାବ ପ୍ରଶ୍ନ ଘେନି ଆଲୋଚନା ବୈଠକ ଆରମ୍ଭ
ପଞ୍ଜାବ ପରିସ୍ଥିତି ସମ୍ପର୍କରେ ପ୍ରଧାନ
ମନ୍ତ୍ରୀ ଶୀମତୀ ଇନ୍ଦିରା ଗାନ୍ଧୀଙ୍କ ସହିତ
ଅକାଳୀ ନେତାମାନଙ୍କର ଆଲୋଚନା
ଆଜି ଏଠାରେ ଆରମ୍ଭ ହୋଇଛି ।
ଅକାଳୀ ଦଳ ` ଲଙ୍ଗୋଵାଲ~
ଗୋଷ୍ଠୀ ' ର ସଭାପତି ସନ୍ଥ ହରଗୋବିନ୍ଦ
ସିଂ ଲଙ୍ଗୋଵାଲ , ପଞ୍ଜାବର ପୂର୍ବ~
ତନ ମୁଖ୍ଯମନ୍ତ୍ରୀ ପ୍ରକାଶ ସିଂ ବାଦଲ ,
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ.ଏସ.
ବର୍ଣ୍ଣାଲା , ଜି.ଏସ.ତୋହରା ଏବଂ
ବଳବନ୍ତ ସିଂହ ପ୍ରମୁଖ ଅକାଳୀ
ଏଥିରେ ୟୋଗଦେଇଛନ୍ତି ।

ଏହି ଆଲୋଚନା ବୈଠକ
ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଦୂତଭାବେ
କାର୍ୟ୍ଯ କରିଆସିଥିବା ଜନୈକ
କଂଗ୍ରେସ ` ଇ ' ଏମ.ପି. ଶ୍ରୀ ଅମରିନ୍ଦ୍ର
ସିଂହ , ଉପରୋକ୍ତ ଅକାଳୀ ନେତା~
ମାନଙ୍କୁ ନେଇ ଆଜି ପୂର୍ବାହ୍ନରେ
ପ୍ରଧାନମନ୍ତ୍ରୀଙ୍କ ବାସଭବନ ଠାରେ
ପହଞ୍ଚିବାପରେ ସୌହାର୍ଦ୍ଦପୂର୍ଣ୍ଣ
ପରିବେଶରେ ଆଲୋଚନା ଚାଲିଥିଲା
ବୋଲି ଖବର ମିଳିଛି । ଏ ଆଲୋ~
ଚନା ବୈଠକ ଆରମ୍ଭ ହେବା ପୂର୍ବରୁ
କେନ୍ଦ୍ରର ସ୍ବରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୈଲ ସିଂହ
ପ୍ରଧାନମନ୍ତ୍ରୀଙ୍କୁ ଭେଟି ପଞ୍ଜାବ ପ୍ରଶ୍ନ
ଘେନି କେତେକ ପରାମର୍ଶ କରି~
ଥିଲେ । ଏହା ବ୍ଯତୀତ ପଞ୍ଜାବ ମୁଖ୍ଯ~
ମନ୍ତ୍ରୀ ଶ୍ରୀ ଦରବାରା ସିଂହ ମଧ୍ଧ ଆଜି
ସକାଳେ ପୃଥକଭାବେ ପ୍ରଧାନମନ୍ତ୍ରୀଙ୍କୁ
ଭେଟି କେତେକ କଥାବାର୍ତ୍ତା କରି~
ଥିଲେ ।

ଆଜିର ଆଲୋଚନା ବୈଠ~
କରେ ପ୍ରଧାନମନ୍ତ୍ରୀଙ୍କୁ କ୍ଯାବିନେଟ
ନେଟୂ ସେକ୍ରେଟାରୀ ଶ୍ରୀ କୃଷ୍ଣ
ସ୍ବାମୀ ରାଓ ସାହେବ , ପ୍ରଧାନମନ୍ତ୍ରୀଙ୍କ
ପ୍ରଧାନ ସେକ୍ରେଟାରୀ ଡଃ.ପି.ସି.
ଆଲେକଜାଣ୍ଡାର ଏବଂ ସ୍ବରାଷ୍ଟ୍ରବିଭାଗ
ସେକ୍ରେଟାରୀ ଶ୍ରୀ ଟି.ଏନ.ଚତୁର୍ବେଦି
ପ୍ରମୁଖ ସହାଯତା କରୁଛନ୍ତି । ପଞ୍ଜାବ
ପ୍ରଶ୍ନ ଘେନି ପ୍ରଧାନମନ୍ତ୍ରୀ ରାଜ୍ଯର
କେତେକ ପ୍ରବୀଣ ହିନ୍ଦୁ ନେତାଙ୍କ
ସହିତ ମଧ୍ଧ ଆଜି ପରାମର୍ଶ କରିଥିବା
ପ୍ରକାଶ ।

ଲାଲା ଜଗତ ନାରାଯଣଙ୍କ ହତ୍ଯା~
କାଣ୍ଡ ସଂକ୍ରାନ୍ତରେ ଗତମାସ 20
ତାରିଖରୁ ଗିରଫ ହୋଇ ଅଟକବନ୍ଦୀ
ଥିବା ଅକାଳୀନେତା ସନ୍ଥ ଜର୍ଣ୍ଣାଲ
ସିଂହ ଭିନ୍ଦରଵାରେଙ୍କୁ ଗତକାଲି
ଜେଲରୁ ଛାଡିଦିଆୟାଇଛି। ଏହା
ଫଳରେ ଆଜିର ଆଲୋଚନା ବୈଠକ
ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି
ହୋଇଥିଲା । ଆଜି ପଞ୍ଜାବ ପ୍ରଶ୍ନ ଘେନି
ଆଲୋଚନାର ସୂତ୍ରପାତ ହେଉଛି ।
ପ୍ରଧାନମନ୍ତ୍ରୀ ତଙ୍କର ଆସନ୍ତା 10
ଦିନିଆ ବିଦେଶ ଗସ୍ତରୁ ଫେରିବା
ପରେ ପୁଣି ଏ ନେଇ ଆଲୋଚନା
ଚାଲିବ ବୋଲି ଜଣାପଡିଛି ।

ଆଜିର ବୈଠକ ପରେ
ଶ୍ରୀ ବାଦଲ ସାମ୍ବାଦିକମାନଙ୍କୁ କହି~
ଥିଲେ ୟେ , ସୌହାର୍ଦ୍ଦପୂର୍ଣ୍ଣ ପରି~
ବେଶରେ ଆଲୋଚନା ଚାଲିଥିଲା । ଶିଖ୍୍
ସମ୍ପ୍ରଦାଯର ସମୁଦାଯ ସମସ୍ଯାବଳୀ
ପ୍ରଧାନମନ୍ତ୍ରୀଙ୍କ ସମକ୍ଷରେ ଉପସ୍ଥାପନ
କରାୟାଇଥିଲା । ଏ ସମ୍ବନ୍ଧରେ
ପୁଙ୍ଖାନୁପୁଙ୍ଖ ଆଲୋଚନା ଚାଲିବ ଓ
ଏଥିପାଇଁ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ବିନି~
ୟୁକ୍ତ କରାୟିବ ବୋଲି ପ୍ରଧାନମନ୍ତ୍ରୀ
ସମ୍ମତି ହୋଇଛନ୍ତି । //
ସଂମ୍ପାଦକୀଯ -
ୟୋଜନାର ଆଭିମୁଖ୍ଯ ଓ ଅଗ୍ରଗତି
ଷଷ୍ଠ ପଞ୍ଚବାର୍ଷିକ ୟୋଜନା ପ୍ରଥମ ବର୍ଷଟି ପୂରଣ ହୋଇୟିବା
ପରେ ଅଗ୍ରଗତି ସମ୍ପର୍କରେ ସଂପ୍ରତି ସମୀକ୍ଷା କରାୟାଇ ଦେଖା ୟାଇଛି ୟେ ,
ପୂର୍ବ ବର୍ଷମାନଙ୍କରେ ଆମର ଜାତୀଯ ଅର୍ଥନୈତକ କ୍ଷେତ୍ରରେ ୟେଉଁସବୁ
ଅଧୋଗତି ଦେଖା ଦେଥିଲା , ସେଥିରୁ ତାହାକୁ ସୁଧୁରା ୟାଇ ପାରିଛି ।
1979 - 80 ଆର୍ଥିକ ବର୍ଷରେ ଦେଶର ସର୍ବାଧୀକ ବିକାଶ ହାର ଶତକଡା 4
ଦଶମିକ 5 ଭାଗ ଖସି ୟାଇଥିବାବେଳେ 1980 - 81 ରେ ତାହାକୁ
ସୁଧୁରାୟିବା ପରେ ଶତକଡା 7 ଭାଗ ଅଧିକ ବୃଦ୍ଧିହାର ହସଲ କରାୟାଇ
ପାରିଛି ।

ଆମ ଦେଶର କୃଷି ଉତ୍ପାଦନ କ୍ଷେତ୍ରରେ 19 ଶତାଂଶ ଓ ଶିଳ୍ପ
ଉତ୍ପାଦନ କ୍ଷେତ୍ରରେ 3 ଦଶମିକ 6 ଶତାଂଶ ରେକର୍ଡ ଉତ୍ପାଦନ ହାର
ହାସଲ କରାୟାଇ ପାରିଥିବା ମଧ୍ଧ ଏକ ଲକ୍ଷ୍ଯଣୀଯ ଅଗ୍ରଗତି ।

ଉକ୍ତ ପଞ୍ଚବାର୍ଷିକ ୟୋଜନାର ପ୍ରଥମ ବର୍ଷଲାଗି ବ୍ଯଯଅଟକଳ
15 , 109 କୋଟି ଟଙ୍କା ରଖାୟାଇଥିଲ ଏବଂ ତାହା ବ୍ଯଯିତ ହୋଇୟାଇ~
ଥିବା ବିଷଯ ପରିସଂଖ୍ଯାନରେ ଦର୍ଶାୟାଇଛି । କୁହାୟାଉଚି ୟେ , ପୂର୍ବ
ଆର୍ଥିକ ବର୍ଷ ତୁଳନାରେ ଉଲ୍ଲିଖିତ ବର୍ଷରେ ମଧ୍ଧ ପୁଞ୍ଜି ଆଯୋଜନର
ହାର ବୃଦ୍ଧିପାଇଛି । ତାହା ସତ୍ତ୍ବେ ସେହି ବର୍ଷର ଅର୍ଥନୈତିକ ଚିତ୍ରରେ
କେତେକ ଅସୁବିଧା ଜନକ ଏବଂ ନେତିବାଚକ ଅଗ୍ରଗତି ମଧ୍ଧ ଦେଖା~
ୟାଇଥିବା ସୂଚୀତ ହୋଇଛି ।

ଆଭ୍ଯନ୍ତରୀଣ ଓ ପବ୍ଳିକ ଅଣ୍ଡରଟେକିଙ୍ଗମାନଙ୍କରୁ ସରକାରୀ ବଜେଟ
ଲାଗି ଅତିରିକ୍ତ ସମ୍ବଳ ସଂଗ୍ରହ ୟେଉଁ ଲକ୍ଷ୍ଯ ଧାର୍ୟ୍ଯ କରାୟାଇଥିଲା ,
ତାହା ଆଶାନୁରୂପ ଭାବେ ହୋଇପାରି ନାହିଁ । ପରିଣତି ସ୍ବରୂପ ବଜେଟର
ଆର୍ଥିକ ବ୍ଯବସ୍ଥାରେ ଅକୁଳାଣ ପୁଞ୍ଜି ବ୍ଯବସ୍ଥା ( ଡେଫିସିଟ ଫାଇନାନ୍୍ସିଂ )
ଦେଖାଦେଇଛି ; ୟାହା ଫଳରେ ଦରଦାମ ପାଇକାରୀ ହାରରେ
ବୃଦ୍ଧି ପାଇବାକୁ ଲାଗିଲା । ଶତକଡା 21 ଦଶମିକ 4 ଭାଗ ଦରବୃଦ୍ଧି
ହୋଇଥିବା ବିଷଯ ସରକାରୀ ଭାବେ ସ୍ବୀକାର କରା ୟାଉଥିଲେ ହେଁ ଆମ~
ମାନଙ୍କର ଦୈନନ୍ଦିନ ଜୀବନୟାତ୍ରାକ୍ଷେତ୍ରରେ ତାହାର ୟେଉଁ ନିଷ୍ଠୁର
ପ୍ରତିଫଳନ ଦେଖାଦେଉଛି , ତାହା ସମସ୍ତେ ଅଙ୍ଗେ ନିଭାଉଛନ୍ତି ।

ଅର୍ଥନୀତିବିଦ୍୍ମାନେ ବାରମ୍ବାର ଅଣୟୋଜନା ବାବଦ ବ୍ଯଯକୁ
ସଙ୍କୁଚିତ କରାୟିବା ଲାଗି ଗୁରୁତ୍ବ ଆରୋପ କରୁଥିଲେ ହେଁ ; ପ୍ରଶାସନିକ
ତଥା ୟୋଜନାବିଦ୍୍ମାନେ ସେଥିପ୍ରତି ୟେତିକି ଦୃଷ୍ଟିଦେବା କଥା ତାହା
ହେଉନଥିବା ଫଳରେ ୟୋଜନାର ସୁଫଳ ୟେଉଁମାନଙ୍କ ଲାଗି ଉଦ୍ଦିଷ୍ଟ ,
ତାହା ସମାନଙ୍କ ନିକଟରେ ପହଞ୍ଚିବା ତ ' ଦୂରର କଥା , ସମାଜର
ଅପେକ୍ଷାକୃତ ସୁବିଧାଭୋଗୀ ଶ୍ରେଣୀଙ୍କ ନିକଟକୁ ତାହା ଚାଲିୟାଉଛି ।

ଆଶା କରାୟାଏ , ଚଳିତ ଷଷ୍ଠ ପଞ୍ଚବାର୍ଷିକ ୟୋଜନାର ଦ୍ବୀତିଯ
ବର୍ଷରେ ସ୍ଥୂଳତଃ ୟୋଜନାବିଦ୍୍ ଓ ପ୍ରଶାସନିକଙ୍କ ସ୍ତରରେ ଉପୟୁକ୍ତ
ୟତ୍ନ ଓ ସତର୍କତା ପ୍ରକାଶ ପାଇବ । ଚଳିତ ମୌସୁମୀ ସରକାରଙ୍କୁ ବିବିଧ
କ୍ଷେତ୍ରରେ ସଜାଗ କରାଇ ପାରିଛି । ଉତ୍ପାଦିତ ତେଲ , ସାରର ମୂଲ୍ଯ
ନିର୍ଦ୍ଦାରଣ , ତୈଳ , ଇସ୍ପାତ ଓ ସିମେଣ୍ଟ ଭଳି ବ୍ଯବହାର୍ୟ୍ଯ ସାମଗ୍ରୀ ଉତ୍ପାଦନ
କ୍ଷେତ୍ରରେ ଅଧିକରୁ ଅଧିକ ଅଗ୍ରଗତି ହାସଲ ହେଲେ ଆମ ଦେଶ ବୈଦେ~
ଶିକ ସୂତ୍ରରୁ ସାହାୟ୍ଯ , ସହାଯତା ଲାଭ କରିବାରେ ଅଧିକ ସମର୍ଥ ହୋଇ~
ପାରିବ । କଳାଧନ ଓ କୃତ୍ରିମ ମହଜୁଦ ଉଦ୍ଯମ ବିରୁଦ୍ଧରେ ସରକାର
କେତେକ ବ୍ଯବସ୍ଥା ଗ୍ରହଣ କରୁଥିବା ଦେଖାୟାଉଛି । କିନ୍ତୁ ଜାତୀଯ
ଅର୍ଥନୀତିର ଚିତ୍ର ବଦଳାଇବାକୁ ହେଲେ , ବିକାଶର ଧାରାକୁ ଅବ୍ଯାହତ
ରଖିବାକୁ ହବ । ଅଧିକ ପ୍ରଶାସନିକ ସକ୍ରିଯତା ବଳରେ ଏହି
କାର୍ୟ୍ଯ କରାୟିବା ସମ୍ଭବ ; ଅନ୍ଯଥା ନୁହେଁ ।
+>*
0 
﻿
ରାଧାନାଥ.
03-08-12
Oriya
<ଜଯନ୍ତୀଙ୍କ ନିର୍ବାଚନ ଗାଡି ଦୁର୍ଘଟଣା :
ମୁଖ୍ଯମନ୍ତ୍ରୀଙ୍କ ନିରାପତ୍ତାରକ୍ଷୀ ମୃତ
ଭୂବନେଶ୍ବର -
କଟକ ଲୋକସଭା ଆସନ ପାଇଁ ପ୍ରତି~
ଦ୍ବନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ
ଶ୍ରୀମତୀ ଜଯନ୍ତୀ ପଟ୍ଟନାଯକ କାଲି
ସାଲେପୁର ଅଞ୍ଚଳକୁ ପ୍ରଚାର
କରିବାକୁ ୟାଇଥିବାବେଳେ ତାଙ୍କ
ସହ ୟାଇଥିବା ଏକ ଜିପ ଛାଣିପୁର
କେନାଲ ବନ୍ଧରୁ ତଳକୁ ଓଲଟି ପଡି~
ବାରୁ ସେଥିରେ ଥିବା ମୁଖ୍ଯମନ୍ତ୍ରୀଙ୍କ
ନିରାପତ୍ତାରକ୍ଷୀ ଏ.ଏସ.ଆଇ.
ଶ୍ରୀ ରମେଶ ତ୍ରିପାଠୀଙ୍କର ମୃତ୍ଯୁ ଘଟିଛି
ଓ ଅନ୍ଯ କେତେକ ମହିଳା କର୍ମୀ
ଆହତ ହୋଇଛନ୍ତି ।

କାଲିପ୍ରାଯ ରାତି ସାଢେ 9ଟା
ବେଳେ ମୁଖ୍ଯମନ୍ତ୍ରୀଙ୍କ ସହଧର୍ମିଣୀ
ଶ୍ରୀମତୀ ପଟ୍ଟନାଯକ ନିର୍ବାଚନ ପ୍ରଚାର
ଶେଷ କରି ଫେରୁଥିବାବେଳେ ଏହି
ଦୁର୍ଘଟଣା ବଲଭପୁର ନିକଟରେ
ଘଟିଥିଲା । କେନାଲ ବନ୍ଧର ମୋଡ
ବୁଲିବାବେଳେ ଜିପ୍୍ଟି ନିଯନ୍ତ୍ରଣ
ହରାଇ କେନାଲ ଭିତରକୁ ଓଲଟି
ପଡିଥିଲା । ଜିପ୍୍ ତଳେ ଏ.ଏସ.ଆଇ.
ଶ୍ରୀ ତ୍ରିପାଠୀ ରହିୟିବାରୁ ଘଟଣା
ସ୍ଥଳରେ ତାଙ୍କର ମୃତ୍ଯୁ ଘଟିଥିଲା ।
ଜିପ ଡ୍ରାଇଭର ଫେରାରଥିବା
ଜଣାପଡିଛି । ବିଳମ୍ବିତ ରାତ୍ରିରେ
ରମେଶ ତ୍ରିପାଠୀଙ୍କ ଶବକୁ ଏକ
ପୁଲିସ ଭ୍ଯାନରେ ଏଠାକୁ ଅଣାୟାଇ
ଗୁଇନ୍ଦା ସଂସ୍ଥା କାର୍ୟ୍ଯାଳଯରେ ରଖା~
ୟାଇଥିଲା । ଶ୍ରୀ ତ୍ରିପାଠୀଙ୍କ ଘର
ଅନଗୁଳ ଅନ୍ତର୍ଗତ ପୁରୁଣାଗଡ
ଗ୍ରାମରେ । ମୃତ୍ଯୁ ବେଳକୁ ତାଙ୍କୁ
40 ବର୍ଷ ବଯସ ହୋଇଥିଲା । ତାଙ୍କର
3ଟି ଛୋଟ ପିଲା ଓ ସହଧର୍ମିଣୀ
ଅଛନ୍ତି ।

ନିର୍ବାଚନ ପ୍ରଚାର ବେଳେ ସର~
କାରୀ କଳର ଅପବ୍ଯବହାର ରୋକିବା
ଲାଗି ନିର୍ବାଚନ କମିଶନ ଆଚରଣ~
ବିଧି ନିର୍ଦ୍ଧାରଣ କରିବାବେଳେ
ତାହାର ଖିଲାପ କରି କଂଗ୍ରେସ ପ୍ରାର୍ଥୀ
ଶ୍ରୀମତୀ ପଟ୍ଟନାଯକ କିପରି ନିର୍ବା~
ଚନ ପ୍ରଚାର କାର୍ୟ୍ଯରେ ମୁଖ୍ଯମନ୍ତ୍ରୀଙ୍କ
ନିରାପତ୍ତା ରକ୍ଷୀ ଶ୍ରୀ ତ୍ରିପାଠୀଙ୍କୁ
ବ୍ଯବହାର କରିଥିଲେ , ସେଥି ନେଇ
ସାଧାରଣରେ ଆଲୋଚନା ହେଉଛି ।
କେତେକ ରାଜନୈତିକ ଦଳର ନେତା
ମଧ୍ଯ ଏଥି ନେଇ ପ୍ରଶ୍ନ ଉଠାଇଛନ୍ତି ।

ପ୍ରକାଶ ଥାଉକି ସାଲେପୁର
ଥାନାରେ 406।2-11-89 ରେ ଏକ
ଅପମୃତ୍ଯୁ ମାମଲା ରୁଜୁ କରାୟାଇଛି ।
ଏ.ଏସ.ଆଇ.ଙ୍କ ନାମ ପରିବର୍ତ୍ତନ
କରାୟାଇ ଏହି ମାମଲାରେ ଶ୍ରୀ ନୀଳ~
ମଣି ତ୍ରିପାଠୀ ରଖାୟାଇଛି ।

ବେନଜିର ସମର୍ଥକ -
ବିରୋଧୀଙ୍କ ସଂଘର୍ଷରେ 4 ମୃତ
କରାଚି -
ଅନାସ୍ଥା ପ୍ରସ୍ତାବରେ ପାକ୍୍ ପ୍ରଧାନମନ୍ତ୍ରୀ
ଶ୍ରୀମତୀ ବେନଜିର ଭୁଟ୍ଟୋ ବିଜଯୀ ହେବା
ପରେ ତାଙ୍କର ସମର୍ଥକ ଓ ବିରୋଧୀମାନଙ୍କ
ମଧ୍ଯରେ ଗତ କାଲି ସଂଘର୍ଷ ଓ ହିଂସାକାଣ୍ଡ
ସୃଷ୍ଟି ହୋଇ ଚାରି ଜଣଙ୍କର ମୃତ୍ଯୁ ଘଟିଛି
ଏବଂ ଅନେକ ଖଣ୍ଡିଆଖାବରା ହୋଇଛନ୍ତି ।
ଏହି ଦଙ୍ଗାଗୋଳ ମୁଖ୍ଯତଃ ଦକ୍ଷିଣ
ପାକିସ୍ଥାନରେ ଘଟିଛି । କରାଚି ବିମାନ~
ଘାଟୀ ନିକଟବର୍ତ୍ତୀ ଅଞ୍ଚଳରେ ଜଣେ
ବନ୍ଧୁକଧାରୀ ବ୍ଯକ୍ତିର ଗୁଳିମାଡରେ ଜଣେ
ଲୋକ ପ୍ରାଣ ହରାଇବା ସଙ୍ଗେ ସଙ୍ଗେ
ଛ' ଜଣ ଆହତ ହୋଇଛନ୍ତି । ଆହତଙ୍କ
ମଧ୍ଯରେ ଦୁଇ ଜଣ ପୁଲିସ ଓ ଜଣେ
ୟବାନ ଅନ୍ତର୍ଭୁକ୍ତ । ତା ଛଡା କରାଚିର
ସମ୍ବେଦନଶୀଳ ଲିଆରକାବାଦ ଜିଲାରେ
ମଧ୍ଯ ଦୁଇ ଜଣ ଲୋକଙ୍କର ଗୁଳିବିଦ୍ଧ ଶବ
ମିଳିଛି । ଏହି ଜିଲାରେ ସାନ୍ଧ୍ଯଆଇନ
ଜାରି କରାୟାଇଛି । ପାକିସ୍ଥାନର ସର୍ବବୃହତ
ସହର କରାଚିର ବିଭିନ୍ନ ସ୍ଥାନରେ ସୈନ୍ଯ~
ମାନଙ୍କୁ ମୁତଯନ କରାୟାଇଛି । ବୁଧବାର
ଦିନ ଅନାସ୍ଥାପ୍ରସ୍ତାବ ଉପରେ ଭୋଟ ହେବା
ପରେ ଶ୍ରୀମତୀ ବେନଜିରଙ୍କର ବିଜଯ
ସମ୍ବାଦ ପ୍ରଚାର ହେବା ମାତ୍ରେ କରାଚି
ସହରରେ ଉତ୍ତେଜନା ସୃଷ୍ଟି ହୋଇ ପରେ
ପରେ ଦଙ୍ଗାଗୋଳ ଲାଗିୟାଇଥିଲା ।

ସହରରେ ପୁଲିସ ପକ୍ଷରୁ ସଭା , ଶୋଭାୟାତ୍ରା
ଉପରେ ନିଷେଧାଦେଶ ଜାରି କରା~
ୟାଇଥିଲେ ମଧ୍ଯ ଏହାକୁ ଅମାନ୍ଯ କରି
ଶ୍ରୀମତୀ ଭୁଟ୍ଟୋଙ୍କର ପ୍ରାଯ 5 ହଜାର
ସମର୍ଥକ ସେ ଦିନ ମଧ୍ଯରାତ୍ରିରେ ଏକ
ବିଜଯ ଶୋଭାୟାତ୍ରା ବାହାର କରିଥିଲେ ।
ଫଳରେ ତାଙ୍କର ସମର୍ଥକ ଓ ବିରୋଧୀ
ମାନଙ୍କମଧ୍ଯରେ ହିଂସାକାଣ୍ଡ ଓ
ଦଙ୍ଗାଗୋଳ ସୃଷ୍ଟି ହୋଇଥିଲା । ପାକିସ୍ଥାନ
ପିପୁଲସ ପାର୍ଟିଠାରୁ ମୋହାଜିର କ୍ବାମୀ
ଗୋଷ୍ଠୀ ସମର୍ଥକ ପ୍ରତ୍ଯାହାର କରିନେବା
ପରଠାରୁ କରାଚି ଓ ହାଇଦରାବାଦ
ସହରରେ ଉତ୍ତେଜନା ଲାଗି ରହିଛି । //
ହୋନେକରଙ୍କ ପତ୍ନୀ ଓ 4 ଜଣ
ପୁରୁଖା ନେତା କ୍ଷମତାଚ୍ଯୁତ
ପୁର୍ବବର୍ଲିନ -
ପୂର୍ବଜର୍ମାନୀର ପୂର୍ବତନ ରାଷ୍ଟ୍ରମୁଖ୍ଯ
ତଥା ସର୍ବ କ୍ଷମତା ସଂପନ୍ନ ନେତା
ଏରିକ ହୋନେକରଙ୍କ ପତ୍ନୀ ମାରଗଟ
ହୋନେକରଙ୍କୁ ଦେଶର ଶିକ୍ଷାମନ୍ତ୍ରୀ
ପଦରୁ ବରଖାସ୍ତ କରାୟାଇଛି । ଏଥି~
ସହିତ ଶାସକ କମ୍ଯୁନିଷ୍ଟ ଦଳର
ଅନ୍ଯ 4 ଜଣ ନେତାଙ୍କୁ ମଧ୍ଯ ଅବ୍ଯାହତି
ଦିଆୟାଇଛି । ହୋନେକରଙ୍କୁ
ଗାଦିଚ୍ଯୁତ କରାୟିବା ପରେ ଦେଶରେ
ଶାସକଦଳରୁ ପୁରୁଖା ରକ୍ଷଣଶୀଳ
ନେତାମାନଙ୍କୁ ନିକାଲିବା ପାଇଁ ୟେଉଁ
ଅଭିୟାନ , ନୂଆ ନେତା ଇଗନ
କ୍ରେଞ୍ଜ ଚଳାଇଛନ୍ତି , ତାହାର ଫଳ~
ସ୍ବରୂପ ଗତକାଲି ଏହି 4 ଜଣଙ୍କୁ
ଶାସନ କ୍ଷମତାର ବଳଯ ମଧ୍ଯରୁ
ହଟାଇ ଦିଆୟାଇଛି । 1960 ଦଶ~
କରୁ ଶ୍ରୀମତୀ ମାରଗଟ ହୋନେକର
62 ବର୍ଷୀଯା ପୂର୍ବ ଜର୍ମାନୀ ରାଜ~
ନୀତିରେ ଜଣେ କ୍ଷମତାଶାଳୀ
ନେତ୍ରୀ ଭାବେ ଏପର୍ୟ୍ଯନ୍ତ ରହି ଆସି~
ଥିଲେ । ଗଣତନ୍ତ୍ର ଓ ନାଗରିକ
ଅଧିକାର ଦାବିକରି ପୂର୍ବଜର୍ମାନୀରେ
ୟେଉଁ ଅଭୂତପୂର୍ବ ଗଣ ଆନ୍ଦୋଳନ
ନିକଟରେ ସୃଷ୍ଟି ହୋଇଥିଲା , ତାହାକୁ
ସମ୍ଭାଳିବାରେ ଅକ୍ଷମ ହୋଇ
ଶ୍ରୀ ହୋନେକର ଉଭଯ ରାଷ୍ଟ୍ରମୁଖ୍ଯ
ତଥା କମ୍ଯୁନିଷ୍ଟ ଦଳର ମୁଖ୍ଯପଦରୁ
ଇସ୍ତଫାଦେବାକୁ ବାଧ୍ଯ ହୋଇ~
ଥିଲେ । ଶାସକ ପଲିଟିବ୍ଯୁରୋରେ
କେତେକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ
ଆଣିବା ପାଇଁ ଦେଶର ନୂଆନେତା
ଚଳାଇଥିବା ଅଭିୟାନରେ ଆଉ
କେତେକ ପୁରୁଣା ନେତାଙ୍କୁ ବାଦ
ଦିଆୟିବ ବୋଲି ସୂଚନା ମିଳୁଛି ।

ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର
ନୂଆଦିଲ୍ଲୀ -
ପ୍ରଧାନମନ୍ତ୍ରୀ ଶ୍ରୀ ରାଜୀବ ଗାନ୍ଧି ନିର୍ବାଚନ
ପ୍ରଚାର ପାଇଁ ବିଭିନ୍ନ ରାଜ୍ଯକୁ ଗସ୍ତ
ଆରମ୍ଭ କରିଛନ୍ତି । ଆସନ୍ତା 7 ତାରିଖରେ
ସେ ପଶ୍ଚିମବଙ୍ଗର କୁଚବିହାରଠାରେ
ତାଙ୍କର ପ୍ରଥମ ନିର୍ବାଚନ ସଭାରେ ୟୋଗ
ଦେବେ ବୋଲି ସରକାରୀ ସୂତ୍ରରୁ
ପ୍ରକାଶ । 7 ତାରିଖ ସକାଳେ ସେ
ଶିଲଂ ଅଭିମୁଖେ ୟାତ୍ରା କରିବେ ।
ସେଠାରେ ସେ ଏକ ନିର୍ବାଚନ ସଭାରେ
ଉଦ୍୍ବୋଧନ ଦେବା ପରେ ତ୍ରିପୁରା
ଗସ୍ତରେ ୟିବେ ।

ପ୍ରଧାନମନ୍ତ୍ରୀ ଶ୍ରୀ ଗାନ୍ଧି 11ଟା
ବେଳେ ଅଗରତାଲାରେ ପହଞ୍ଚିବେ ବୋଲି
ତ୍ରିପୁରା ପି.ସି.ସି. ମୁଖ୍ଯ ଶ୍ରୀ ରାଧିକା
ରଞ୍ଜନ ଗୁପ୍ତା କହିଛନ୍ତି । ଏହାପରେ
ନଭେମ୍ବର 8 ତାରିଖଠାରୁ ପ୍ରଧାନମନ୍ତ୍ରୀ
ଶ୍ରୀ ଗାନ୍ଧି ମହାରାଷ୍ଟ୍ରରେ ତାଙ୍କର ନିର୍ବାଚନ
ପ୍ରଚାର ଆରମ୍ଭ କରିବେ । ପ୍ରଥମେ ସେ
ମରାଠାଵାଡା ଅଞ୍ଚଳରେ ଏକ ନିର୍ବାଚନ
ସଭାରେ ୟୋଗ ଦେବେ । ଏହା ପରେ
ସେ 14 ତାରିଖ ଓ 20 ତାରିଖରେ
ମଧ୍ଯ ମହାରାଷ୍ଟ୍ରର ମୋଟ 8ଟି ନିର୍ବାଚନ
ମଣ୍ଡଳୀ ଗସ୍ତରେ ୟିବେ ବୋଲି ରାଜ୍ଯର
ମୁଖ୍ଯମନ୍ତ୍ରୀ ଶ୍ରୀ ଶରତ ପାଵାରଙ୍କ
ସୂତ୍ରରୁ ପ୍ରକାଶ ।

ରିଜର୍ଭ ବ୍ଯାଙ୍କ ଧର୍ମଘଟ
କଟକ -
ରିଜର୍ଭ ବ୍ଯାଙ୍କର ସମଗ୍ର ଦେଶରେ ଥିବା
22ଟି ୟାକ ଶାଖାର 6000 ରୁ ଉର୍ଦ୍ଧ୍ବ
ଅଫିସର ବ୍ଯାଙ୍କ ପରିଚାଳନା କର୍ତ୍ତୃ~
ପକ୍ଷଙ୍କର ଖାମଖିଆଲ ମନୋବୃତ୍ତି ୟୋଗୁ
ଆନ୍ଦୋଳନମୂଳକ ପନ୍ଥା ଗ୍ରହଣ କରିବାକୁ
ବାଧ୍ଯ ହୋଇଛନ୍ତି । ଅଫିସରଙ୍କର
ବେତନହାର ବୃଦ୍ଧି ଉପୟୁକ୍ତ ମହଙ୍ଗାଭତ୍ତା
ସୂତ୍ର ନିର୍ଦ୍ଧାରଣ , ପେନସନ ଅବସର ଗ୍ରହଣ
ବଯସ ସୀମାରେ ଥିବା ପାର୍ଥକ୍ଯ ଏବଂ
କାର୍ୟ୍ଯଦକ୍ଷତା ବୃଦ୍ଧିରେ
ସହାଯକ ସୁବିଧା ସୁୟୋଗ ଦାବି ପ୍ରତି
ବ୍ଯାଙ୍କ ପରିଚାଳନା କର୍ତ୍ତୃପକ୍ଷଙ୍କର ଉଦା~
ସୀନତାହିଁ ଏହି ଆନ୍ଦୋଳନାତ୍ମକ ପରିସ୍ଥିତିର
ମୁଖ୍ଯ କାରଣ ବୋଲି କର୍ମଚାରୀଙ୍କ ସୂତ୍ରରୁ
ପ୍ରକାଶ । ରିଜର୍ଭ ବ୍ଯାଙ୍କର ଅଫିସର
ସଂପ୍ରଦାଯ ନଭେମ୍ବର 3 , 1989 ଦିନ
ଧର୍ମଘଟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ତତ୍ପରେ ନଭେମ୍ବର 4 ତାରିଖରୁ ନିଯମା~
ନୁୟାଯୀ କାର୍ୟ୍ଯ ଏବଂ ନଭେମ୍ବର 10
ତାରିଖରେ ପୁନର୍ବାର ଧର୍ମଘଟ କରିବା
ପାଇଁ ନିଷ୍ପତ୍ତି ନିଆୟାଇଛି । ଭବିଷ୍ଯତରେ
ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର
କରାୟିବ ବୋଲି ବ୍ଯାଙ୍କ କର୍ମଚାରୀ ସଙ୍ଘ
ପକ୍ଷରୁ ପ୍ରକାଶ ।

ଗଙ୍ଗାରେ ଡଙ୍ଗା ବୁଡି
8 ଜଣଙ୍କ ପ୍ରାଣହାନି
ଘାଜିପୁର -
ଏଠାରୁ 30 କି.ମି. ଦୂରବର୍ତ୍ତୀ ଗଙ୍ଗା~
ନଦୀର ଦେଓଚାନ୍ଦପୁର ଘାଟ ନିକଟରେ
ଗତ ମଙ୍ଗଳବାର ଗୋଟିଏ ଡଙ୍ଗା
ବୁଡି 6 ଟି ଶିଶୁଙ୍କ ସମେତ ମୋଟ 8 ଜଣ
ପ୍ରାଣ ହରାଇଛନ୍ତି । //
ବେନଜିର ବର୍ତ୍ତିଗଲେ
ପାକିସ୍ଥାନର ଜାତୀଯ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ବେନ~
ଜିର ଭୁଟ୍ଟୋଙ୍କ ବିରୋଧରେ ବିରୋଧୀ ରାଜନୈତିକ ଦଳ ପକ୍ଷରୁ ଅଣା~
ୟାଇଥିବା ଅବିଶ୍ବାସ ପ୍ରସ୍ତାବ ଗତ ବୁଧବାର କାଟ ଖାଇଗଲା । 237 ସଦସ୍ଯ
ବିଶିଷ୍ଟ ପାର୍ଲାମେଣ୍ଟର କେବଳ 107 ସଦସ୍ଯ ଏହି ଅବିଶ୍ବାସପ୍ରସ୍ତାବ ସପକ୍ଷରେ
ଭୋଟ ଦେଲେ । ପ୍ରସ୍ତାବ ଗୃହୀତ ହେବା ଲାଗି ଆଉ 12ଟି ଭୋଟ ଦରକାର ଥିଲା ।
ଏହା ଫଳରେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଭୁଟ୍ଟୋଙ୍କର ବିଜଯ ହେଲା । ବିରୋଧୀ
ଇସଲାମୀ ଗଣତାନ୍ତ୍ରିକ ଦଳ ପକ୍ଷରୁ କୁହାୟାଇଥିଲା । ପ୍ରସ୍ତାବ ଆଗତ
ହେବାବେଳେ ବିଭିନ୍ନ ବିରୋଧୀ ଦଳର 98 ଜଣ ସଦସ୍ଯ ପ୍ରସ୍ତାବ ସପକ୍ଷରେ
ଦଣ୍ଡାଯମାନ ହେବାରୁ ପ୍ରସ୍ତାବ ଆଗତ କରାୟିବା ପାଇଁ ଅନୁମତି ମିଳିଗଲା ।
ବିରୋଧୀ ରାଜନୈତିକ ଦଳ ହେଉଛି ପଞ୍ଜାବର ଶାସନଭାର ଗ୍ରହଣ କରିଥିବା
ଇସଲାମୀ ଗଣତାନ୍ତ୍ରିକ ଦଳ । ଏହାର ଅସଲ ନେତା ହେଉଛନ୍ତି ପଞ୍ଜାବର
ମୁଖ୍ଯମନ୍ତ୍ରୀ ନଵାଜ୍୍ ସରିଫ । ଏହି ଦଳ ପାକିସ୍ଥାନର ସ୍ବର୍ଗତ ସାମରିକ
ରାଷ୍ଟ୍ରପତି ଜେନେରାଲ ଜିଆ-ଉଲ-ହକ୍୍ଙ୍କ ଦଳ ଓ ତାଙ୍କ ନୀତି ପ୍ରତି ଏହି
ଦଳର ଅକୁଣ୍ଠ ସମର୍ଥନ ରହିଛି । ପାର୍ଲାମେଣ୍ଟରେ ଶ୍ରୀମତୀ ଭୁଟ୍ଟୋଙ୍କ ବିରୋ~
ଧରେ ଏହି ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବର ପ୍ରଧାନ ପ୍ରବକ୍ତା ଓ ନେତା
ହେଉଛନ୍ତି ଗୁଲାମ ମୁସ୍ତାଫା ଜାଟୋଇ । ଶ୍ରୀମତୀ ଭୁଟ୍ଟୋ ଗାଦିଚ୍ଯୁତ ହେଲେ
ସେ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ । ଏହି ଗୁଲାମ ମୁସ୍ତାଫା ଜାଟୋଇ ଅତୀତରେ
ଶ୍ରୀମତୀ ଭୁଟ୍ଟୋଙ୍କ ପିତା ସ୍ବର୍ଗତ ଜୁଲଫିକର ଅଲି ଭୁଟ୍ଟୋଙ୍କର ଜଣେ ଅତ୍ଯନ୍ତ
ଅନୁଗତ ସହୟୋଗୀ ଥିଲେ । ତାଙ୍କ ଅନ୍ତେ ସେ ଏହି ପିପୁଲସ ପାର୍ଟିର
ଅଧ୍ଯକ୍ଷ ହେବେ ବୋଲି ଆଶା କରିଥିଲେ ; କିନ୍ତୁ ଶ୍ରୀମତୀ ଭୁଟ୍ଟୋ ଏହି ପଦ
ପାଇଁ ବିବେଚିତ ହେବାରେ ସେ ବିରୋଧୀ ଦଳରେ ୟୋଗ ଦେଇ ଏକ
ଉପନିର୍ବାଚନରେ ପାକିସ୍ଥାନ ପାର୍ଲାମେଣ୍ଟକୁ ନିର୍ବାଚିତ ହେଲେ । ବର୍ତ୍ତମାନ
ଶ୍ରୀମତୀ ଭୁଟ୍ଟୋଙ୍କୁ ହଟାଇ ସେ ପାକିସ୍ଥାନର ପ୍ରଧାନମନ୍ତ୍ରୀ ହେବା ପାଇଁ
ବ୍ଯଗ୍ର । ସେ ହେଉଛନ୍ତି ସିନ୍ଧୁ ପ୍ରଦେଶର ଅଧିବାସୀ । ଏହି ସିନ୍ଧୁ ପ୍ରଦେଶ
ହେଉଛି ଶ୍ରୀମତୀ ଭୁଟ୍ଟୋଙ୍କର ପ୍ରଦେଶ । ଏଠାରେ ତାଙ୍କ ପିପୁଲ୍୍ସ ପାର୍ଟି
ଅତି ପ୍ରଭାବଶାଳୀ । ଏହି ପ୍ରଦେଶର ଲୋକେ ପଞ୍ଜାବୀଙ୍କ ପ୍ରାଧାନ୍ଯ ବିରୋ~
ଧରେ ବରାବର ଆପତ୍ତି ଉଠାଇ ଆସୁଛନ୍ତି । ପଞ୍ଜାବ ହେଉଛି ପାକିସ୍ଥାନର
ବୃହତ୍ତମ ରାଜ୍ଯ ଓ ସମଗ୍ର ପାକିସ୍ଥାନ ଲୋକସଂଖ୍ଯାର ଶତକଡା 54 ଭାଗ
ହେଉଛନ୍ତି ପଞ୍ଜାବର ଅଧିବାସୀ । ତେଣୁ ଆମ ଭାରତରେ ଉତ୍ତର ପ୍ରଦେଶ
ଭଳି ପାକିସ୍ଥାନରେ ଏହି ପ୍ରଦେଶର ନେତା ପ୍ରାଯ ପାକିସ୍ଥାନର ପ୍ରଧାନମନ୍ତ୍ରୀ
ହୋଇଥାନ୍ତି । କେବଳ ସ୍ବର୍ଗତ ଜୁଲଫିକର ଅଲି ଭୁଟ୍ଟୋ ଏହି ପରମ୍ପରା
ଭାଙ୍ଗି ଦେଲେ । ତାଙ୍କ ପରେ ତାଙ୍କ କନ୍ଯା ଶ୍ରୀମତୀ ବେନଜିର ଏବେ ପୁଣି
ସେହି ଗାଦି ଦଖଲ କରିଛନ୍ତି । ପଞ୍ଜାବୀଙ୍କ ପକ୍ଷରେ ଏହା ଏକ ଘୋର
ଅସନ୍ତୋଷର କାରଣ ହୋଇଛି । ଏହା ବ୍ଯତୀତ ବହୁ ଇସଲାମୀ ମୌଳିକବାଦୀ
ସଂଗଠନ ଜଣେ ଆଧୁନିକା ମହିଳା ଗୋଟିଏ ଇସଲାମ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ
ହେବା ଘଟଣାକୁ ସହଜରେ ବରଦାସ୍ତ କରିପାରୁ ନାହାନ୍ତି । ତେଣୁ ଶ୍ରୀମତୀ
ବେନଜିର ଏହି ରକ୍ଷଣଶୀଳ ଇସଲାମୀ ସଂଗଠନ ଓ ଦଳମାନଙ୍କର ଚକ୍ଷୁଶୂଳ
ହୋଇଛନ୍ତି । ଏହି ସମସ୍ତ ଦଳ ଓ ସଂଗଠନର ମିଳିତ ଉଦ୍ଯମ ପ୍ରଧାନମନ୍ତ୍ରୀ
ଶ୍ରୀମତୀ ବେନଜିରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମଞ୍ଜୁର କରାଇ ନେବା ପାଇଁ
ଆବଶ୍ଯକ ସଂଖ୍ଯାଗରିଷ୍ଠ ଭୋଟ ସଂଗ୍ରହ କରିପାରିବେ ବୋଲି ଆଶା କରି~
ଥିଲେ । ଶେଷ ମୁହୂର୍ତ୍ତରେ ଏହା ହୋଇପାରିଲା ନାହିଁ । ପ୍ରଧାନମନ୍ତ୍ରୀ
ଶ୍ରୀମତୀ ଭୂଟ୍ଟୋ ଏଥିପୂର୍ବରୁ ଅଭିୟୋଗ କରୁଥିଲେ ୟେ ପାକିସ୍ଥାନରେ
କୋକେନ , ଅଫିମ ପ୍ରଭୃତି ମାଦକଦ୍ରବ୍ଯର ଚୋରା କାରବାରରେ ଲିପ୍ତ କେତେକ
ବଡବଡିଆ ଚୋରା କାରବାରୀ ଶ୍ରୀମତୀ ଭୁଟ୍ଟୋ ପ୍ରଧାନମନ୍ତ୍ରୀ ହୋଇ ଏହି
ଚୋରା ମାଦକଦ୍ରବ୍ଯ କାରବାର ବନ୍ଦ କରିବା ପାଇଁ ନେଇଥିବା ଦୃଢ ପଦକ୍ଷେପ
ହେତୁ ତାଙ୍କ ଉପରେ ଉତକ୍ଷିପ୍ତ । ସେମାନେ ବିରୋଧୀ ଦଳକୁ ସାହାୟ୍ଯ
କରୁଛନ୍ତି ଓ ଶ୍ରୀମତୀ ଭୁଟ୍ଟୋଙ୍କ ସମର୍ଥକମାନଙ୍କ ମଧ୍ଯରୁ ବେନଜିରଙ୍କୁ
କୋଟି କୋଟି ଟଙ୍କାର ଲୋଭ ଦେଖାଇ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ସମର୍ଥନ କରିବା ପାଇଁ ପ୍ରବର୍ତ୍ତାଇଛନ୍ତି । ବିରୋଧ ଦଳର ଅଭିୟୋଗ ୟେ
ସରକାରୀ ଦଳ କେତେକ ସଦସ୍ଯଙ୍କୁ ନେଇ ଅଲଗା ସ୍ଥାନରେ ଅଟକ
ରଖି ସେମାନେ ୟେପରି ତାଙ୍କ ବିରୋଧରେ ଭୋଟ ଦେଇ ନ ପାରିବେ ,
ତାର ଷଡୟନ୍ତ୍ର କରିଥିଲେ । ଏହି ଅଭିୟୋଗ ଓ ପ୍ରତଯଭିୟୋଗ ପରେ ଏବେ
ଅନାସ୍ଥା ପ୍ରସ୍ତାବ ଅଳ୍ପ ଭୋଟରେ କାଟ ଖାଇଗଲା ।

ଏହା ପରେ ୟେ ଶ୍ରୀମତୀ ଭୁଟ୍ଟୋ ଶାନ୍ତିରେ ନିଃଶ୍ବାସ ମାରିବେ
ତାହା ମନେହେଉ ନାହିଁ । ବିରୋଧୀ ଦଳ ନେତା ଗୁଲାମ ମୁସ୍ତାଫା ଜାଟୋଇ
କହିଲେଣି ୟେ ତାଙ୍କ ଦଳ ଏହା ପରେ ପୁଣି ଅନାସ୍ଥା ପ୍ରସ୍ତାବ ଆଣିବେ ଓ
ଶ୍ରୀମତୀ ଭୁଟ୍ଟୋଙ୍କୁ ଗାଦିଚ୍ଯୁତ ନ କଲା ୟାଏଁ ସେମାନେ ସ୍ଥିର ରହିବେ ନାହିଁ ।
ଶ୍ରୀମତୀ ଭୁଟ୍ଟୋଙ୍କ ସରକାର ଏକ ଅପାରଗ ଓ ଦୁର୍ନୀତିଗ୍ରସ୍ତ ବୋଲି
ଅଭିୟୋଗ କରି ଏହି ସରକାର ତାର ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରୁ ନାହିଁ
ବୋଲି କହିଛନ୍ତି । ଜନସାଧାରଣ ଏହି ସରକାରକୁ ରଖାଇ ଦେବେ ନାହିଁ
ବୋଲି ସେ ଘୋଷଣା କରିଛନ୍ତି । ଭାରତ ପାଖରେ ଶ୍ରୀମତୀ ଭୁଟ୍ଟୋ ଦୁର୍ବଳ
ମନୋଭାବ ଦେଖାଇ ଭାରତର ପ୍ରାଧାନ୍ଯ ବଢାଉଛନ୍ତି ବୋଲି ମଧ୍ଯ ବିରୋଧୀ
ଦଳ ପକ୍ଷରୁ ଅଭିୟୋଗ ହେଉଛି । ଶ୍ରୀମତୀ ଭୁଟ୍ଟୋ ଏହାର ଉତ୍ତରରେ ପାକି~
ସ୍ଥାନବାସୀ ଦେଶର ଭବିଷ୍ଯତ କ'ଣ ହେବ ସେ ସମ୍ପର୍କରେ ଚିନ୍ତା
କରିବା ପାଇଁ ନିବେଦନ କରି ତାଙ୍କର କାହା ବିରୋଧରେ କୌଣସି ତିକ୍ତତା
ବା ବିଦ୍ବେଷ ନାହିଁ ବୋଲି ପ୍ରକାଶ କରି ପାକିସ୍ଥାନ ଜନସାଧାରଣଙ୍କର
ତାଙ୍କଠାରେ ୟେତେ ଦିନ ପର୍ୟ୍ଯନ୍ତ ଆସ୍ଥା ରହିଥିବ , ସେତେ ଦିନ ପର୍ୟ୍ଯନ୍ତ ସେ
ନିଷ୍ଠାର ସହିତ ତାଙ୍କ ସେବା କରିୟିବେ ବୋଲି କହିଛନ୍ତି । ଏଥିରେ ପାକି~
ସ୍ଥାନରେ କ୍ଷମତା ପାଇଁ ଦୁଇ ଦଳ ମଧ୍ଧରେ ଲଢେଇ ଅଧିକ ପ୍ରବଳ ହେବ
ବୋଲି ଆଶଙ୍କା କରାୟାଉଛି । ଆମ ଦେଶ ଭାରତ ଦୃଷ୍ଟିରୁ ଶ୍ରୀମତୀ ଭୁଟ୍ଟୋଙ୍କ
ମନୋଭାବ ପୂର୍ବ ପାକିସ୍ଥାନୀ ନେତାମାନଙ୍କ ତୁଳନାରେ ଟିକିଏ ନରମ ଥିବା
ଭଳି ମନେ ହେଉଥିଲା । ଦୁଇ ଦେଶ ମଧ୍ଧରେ ସ୍ବାଭାବିକ ସମ୍ପର୍କ ପ୍ରତିଷ୍ଠା
ପାଇଁ ଶ୍ରୀମତୀ ଭୁଟ୍ଟୋ ଆଗ୍ରହ ଦେଖାଇଥିଲେ । କିନ୍ତୁ ବର୍ତ୍ତମାନ ପାକିସ୍ଥାନର
ପରିସ୍ଥିତି ୟେଭଳି ହେବାକୁ ବସିଲାଣି , ସେଥିରେ ଭାରତ ପାକିସ୍ଥାନଠାରୁ
କୌଣସି ନରମ ମନୋଭାବ ଆଶା କରିପାରିବ ନାହିଁ । ସିଆଚିନ ବରଫା~
ବୃତ ସମସ୍ଯା ସାଙ୍ଗକୁ କାଶ୍ମୀରରେ ପାକିସ୍ଥାନ ପ୍ରେରଣାରେ ୟେଉଁ ପାକିସ୍ଥାନୀ
ଓ ସେମାନଙ୍କ ସମର୍ଥନରେ କାଶ୍ମୀରୀ ମୁସଲମାନମାନେ ବିଦ୍ରୋହାତ୍ମକ
ହିଂସାକାଣ୍ଡ ଚଳାଇଛନ୍ତି , ସେହି ଦୌରାତ୍ମ ବଢିବ ସିନା କମିବାର ଆଶା
ଦେଖାୟାଉ ନାହିଁ । ସମ୍ବାଦ ପ୍ରକାଶ ପାଇଲାଣି ୟେ ପାକିସ୍ଥାନ ଅଧିକୃତ
କାଶ୍ମୀରରେ ପ୍ରାଯ କୋଡିଏ ହଜାର ପର୍ୟ୍ଯନ୍ତ କାଶ୍ମୀରବାସୀ ମୁସଲମାନଙ୍କୁ
ତାଲିମ ଓ ଅସ୍ତ୍ରଶସ୍ତ୍ର ଦିଆୟାଇ କାଶ୍ମୀର ଉପରେ ଆକ୍ରମଣ କରିବା ପାଇଁ
ପ୍ରସ୍ତୁତ କରି ରଖାୟାଇଛି । ଶ୍ରୀମତୀ ଭୁଟ୍ଟୋଙ୍କୁ ଗାଦିଚ୍ଯୁତ କରି ବିରୋଧୀ
ଦଳ କ୍ଷମତାକୁ ଆସିଲେ ଭାରତ ପ୍ରତି ବିପଦ ବୃଦ୍ଧି ପାଇବା ନିଶ୍ଚିତ । //
ଉତ୍କଳ ପାଠକ ସଂସଦର
ବାର୍ଷିକୋତ୍ସବ
କଟକ - ଉତ୍କଳ ପାଠକ
ସଂସଦର ପରାମର୍ଶଦାତା କମିଟି
ବୈଠକ ଗତ 27 ତାରିଖ ଶୁକ୍ରବାରଦିନ
ପ୍ରଫେସରପଡାସ୍ଥିତ ଡକ୍ଟର ସଦାଶିବ
ମିଶ୍ରଙ୍କ ବାସଭବନରେ ବସିଥିଲା ।
ଆଲୋଚନାପରେ ସ୍ଥିର ହେଲା ୟେ
ଏକବିଂଶତିତମ ବାର୍ଷିକ ଉତ୍ସବରେ ଉଦ୍୍~
ଘାଟନ ଫେବୃଆରୀ ମାସ 16 ଓ 17
ତାରିଖରେ ଓ ବାର୍ଷିକ ଉତ୍ସବ ମାର୍ଚ୍ଚ
ମାସ 16 ଓ 17 ତାରିଖରେ ଅନୁଷ୍ଠିତ
ହେବ । ଏହି ଉପଲକ୍ଷେ 7 ଜଣ ପ୍ରତିଭା~
ବାନ୍୍ ବ୍ଯକ୍ତିଙ୍କୁ ସମ୍ମାନିତ କରାୟିବ
ଏବଂ ସେମାନଙ୍କର ଜୀବନୀ ପୁସ୍ତକ
ଆକାରରେ ପ୍ରକାଶ ପାଇବ । " ଓଡିଶାର
ସାଂସ୍କୃତିକ ପରମ୍ପରା " ସଙ୍କଳନର
ଦ୍ବିତୀଯଭାଗ ପ୍ରକାଶିତ ହେବ । ଲୋକ
ନାଟ ଓ ଆଧୁନିକ କବିତା ଉପରେ
ଆଲୋଚନା , ପୁସ୍ତକ ପ୍ରଦର୍ଶନୀ , ଛାତ୍ର
ଛାତ୍ରୀମାନଙ୍କ ମଧ୍ଯରେ ବିଭିନ୍ନ ପ୍ରତି~
ୟୋଗିତା ଓ କଟକ ସହରର ହଜାର
ବର୍ଷ ପୂର୍ତ୍ତି ଉପଲକ୍ଷେ ପୁରାତନ
ପଦାର୍ଥର ଏକ ପ୍ରଦର୍ଶନୀ କରାୟିବ ।
ଏହି ବୈଠକ ସଂସଦର ସଭାପତି ଡଃ
ସଦାଶିବ ମିଶ୍ର ପରିଚାଳନା କରିଥିଲେ ।
ଆଲୋଚନାରେ ସର୍ବଶ୍ରୀ ଜଷ୍ଟିସ ହରିହର
ମହାପାତ୍ର , ଶ୍ରୀମତୀ ବୀଣାଦେବୀ ,
ଉଦଯନାଥ ଷଡଙ୍ଗୀ , ଶୁକଦେବ ସାହୁ ,
ଶୁଭନାରାଯଣ ସ୍ବାଇଁ , ନାରାଯଣ ମହାପାତ୍ର ,
ନଦିଯାବିହାରୀ ମହାନ୍ତି , ବୀଣାପାଣି
ମହାନ୍ତି , କାକଳୀ ପାଲ , ବରଦାପ୍ରସନ୍ନ
ପଟ୍ଟନାଯକ , ରାଧାଶ୍ଯାମ ମହାନ୍ତି ,
ନବକୀଶୋର ପଟ୍ଟନାଯକ , ବସନ୍ତ
କୁମାର ସାହୁ , ଅର୍ଜ୍ଜୁନଚରଣ ଦାଶ ,
ପ୍ରସନ୍ନକୁମାର ଦାଶ , ଚନ୍ଦ୍ରଶେଖର ପ୍ରଧାନ
ବ୍ରଜମୋହନ ମହାନ୍ତି , ସୁଭାଶଚନ୍ଦ୍ର
ମହାନ୍ତି ପ୍ରମୁଖ ଭାଗ ନେଇଥିଲେ । ଜଷ୍ଟିସ
ଶ୍ରୀ ହରିହର ମହାପାତ୍ର ବାର୍ଷିକ ଉତ୍ସବର
ସଫଳତା ପାଇଁ ସମସ୍ତଙ୍କର ସହୟୋଗ
କାମନା କରିଥିଲେ ।

ଜନତା ଦଳର କର୍ମୀ ସମ୍ମିଳନୀ
ପାଟକୁରା - ଗତ 22
ତାରିଖରେ ଗରଦପୁର ବ୍ଳକର ପଞ୍ଚବଟୀ
ବିଦ୍ଯାଳଯ ନିକଟରେ ଜନତାଦଳର ଏକ
କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ଏଥିରେ 3 ହଜାରରୁ ଉର୍ଦ୍ଧ୍ବ କର୍ମୀ ୟୋଗ
ଦେଇଥିଲେ । ଲୋକସଭା ନିର୍ବାଚନ ପାଇଁ
ପ୍ରାର୍ଥୀ ଶ୍ରୀ ରବି ରାଯଙ୍କୁ ସମ୍ବର୍ଦ୍ଧନା
କରାୟାଇଥିଲା ।

କୋରୁଆ କଲେଜ
ଛାତ୍ରସଂସଦ ନିର୍ବାଚନ
କୋରୁଆସ୍ଥିତ ଲୋକନାଥ ମହା~
ବିଦ୍ଯାଳଯର ଛାତ୍ରସଂସଦ ନିର୍ବାଚନରେ
ସର୍ବଶ୍ରୀ ରାମାକାନ୍ତ ଗୋଛାଯତ - ସଭାପତି ,
ବିଭୁପ୍ରସାଦ ପରିଡା - ଉପସଭାପତି , ଭଞ୍ଜ~
କିଶୋର ଲେଙ୍କା - ସାଧାରଣ ସମ୍ପାଦକ ,
ନରେଶ ସାମନ୍ତରାଯ - ସହକାରୀ ସମ୍ପାଦକ ,
ସୁରେଶ ଚନ୍ଦ୍ର ଜେନା - ସହକାରୀ କ୍ରୀଡା
ସମ୍ପାଦକ , ଦିଗମ୍ବର ସାହୁ - ନାଟ୍ଯ
ସମ୍ପାଦକ , ପ୍ରଦୀପ ନାଯକ - ଦିବ୍ଯାଧ୍ଯାଯୀ
ଛାତ୍ର ସମ୍ପାଦକ ରୂପେ ନିର୍ବାଚନ
ହୋଇଛନ୍ତି ।

ଦୁର୍ଗାପୂଜା ପାଳିତ
କଳାବୁଦା , ଗରଦପୁର , ଗୋବିନ୍ଦପୁର ,
ବାରୁଣୀ ନିକଟରେ ଦୁର୍ଗାପୂଜା ଅନୁଷ୍ଠିତ
ହୋଇୟାଇଛି । ଶାନ୍ତିକମିଟି ଓ ପୁଲିସ
ସହାଯତାରେ ଶାନ୍ତିପୂର୍ଣ୍ଣଭାବେ ଏହି ପୂଜା
ହୋଇଥିଲା । ବେଜାରୀ ଗ୍ରାମରେ ଲକ୍ଷ୍ମୀ~
ମୂର୍ତ୍ତୀ ଚିତ୍ରୋତ୍ପଳା ନଦୀରେ ବିସର୍ଜନ
କରାୟାଇଛି ।

ସିଣ୍ଡିକେଟ ବ୍ଯାଙ୍କର
କୃଷି ପ୍ରଶିକ୍ଷଣ ଶିବିର
କଟକ - ଗତ
21 ତାରିଖରେ ଶାଳିଜଙ୍ଗା ଗ୍ରାମରେ
ସ୍ଥାନୀଯ ସିଣ୍ଡିକେଟ ବ୍ଯାଙ୍କ ପକ୍ଷରୁ
ଆଗାମୀ ରବି ଫସଲ ଉପରେ ଏକ
କୃଷକ ତାଲିମ ଶିବିରର ଆଯୋଜନ
କରାୟାଇଥିଲା । ଏଥିରେ ସ୍ବାଗତ
ଭାଷଣ ଦେଇ ବ୍ଯାଙ୍କର ଗ୍ରାମ୍ଯ
ବିକାଶ ଅଧିକାରୀ ଶ୍ରୀ ଆଦିକନ୍ଦ
ମହାପାତ୍ର ବ୍ଯାଙ୍କର ବିଭିନ୍ନ ଉନ୍ନତି
ମୂଳକ କାର୍ୟ୍ଯ ସମ୍ପର୍କରେ ବିବରଣୀ
ଦେଇଥିଲେ । ପ୍ରଥମେ 1964
ମସିହାରୁ ଏହି ବ୍ଯାଙ୍କ ଛୋଟ ଚାଷୀ
ତଥା ସମାଜର ନିମ୍ନସ୍ତରର ଲୋକଙ୍କୁ
ସାହାୟ୍ଯ ଦେବା କାର୍ୟ୍ଯ ଆରମ୍ଭ
କରିଥିଲେ । ଋଣ ଆଦାଯରେ ଚାଷୀ~
ମାନେ ସହୟୋଗ କରିବା ପାଇଁ
ସେ ଅନୁରୋଧ କରିଥିଲେ । ଜଗତ~
ସିଂହପୁର କ୍ଷେତ୍ର ବିଶେଷଜ୍ଞ
ଶ୍ରୀ ଅରୁଣ କୁମାର ଚୌଧୁରୀ ଚାଷୀ~
ମାନଙ୍କୁ ବିଭିନ୍ନ ପ୍ରକାର ଉନ୍ନତ
କିସମ ବିହନ ଓ ତାର ଚାଷପ୍ରଣାଳୀ
ସମ୍ପର୍କରେ ଧାରଣା ଦେଇଥିଲେ ।
ଶ୍ରୀ ଟି.ସି.ଚୌଧୁରୀ ପ୍ଳାଣ୍ଟ ପ୍ରୋଟେକ~
ସନ ଅଫିସର ଫସଲ ସଂରକ୍ଷଣର
ବିଭିନ୍ନ ଦିଗ ଉପରେ ଆଲୋଚନା
କରିଥିଲେ । ପରିଶେଷରେ ଶ୍ରୀ ବୈଷ୍ଣବ
ଚରଣ ମହାପାତ୍ର ଫିଲଡ ଅଫିସର
ଧନ୍ଯବାଦ ଦେଇଥିଲେ । ଏହି
ଶିବିରରେ 250 ଚାଷୀ ୟୋଗ
ଦେଇଥିଲେ ।

ମୋବାଇଲ ଧରପଗଡ
ଗତ ମାସ 27 ତାରିଖରେ
ଖଣ୍ଡପଡା ବିଚାର ବିଭାଗୀଯ ମାଜି~
ଷ୍ଟ୍ରେଟ ଶ୍ରୀ ଭାଗିରଥି ପଣ୍ଡାଙ୍କ
ଅଧ୍ଯକ୍ଷତାରେ ଭ୍ରାମ୍ଯମାଣ ଅଦାଲତ
କରାୟାଇ ଖଣ୍ଡପଡା , ଗଳିସାହି
ଓ ବେଣାଗାଡିଆ ଅଞ୍ଚଳର କେତେକ
ବ୍ଯବସାଯୀଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ
କରିଥିବା ପ୍ରକାଶ ।
+>*
0 
﻿
ପରୀକ୍ଷିତ
03-08-12
Oriya
<ଶାନ୍ତ ସମର୍ପଣ
କାନ୍ତିର ମୁହଁକୁ ନିଷ୍ପନ୍ଦ ଚକ୍ଷୁ ତାରକାରେ ଚାହିଁ ଅନୁପମ ଏତିକି
କହିଲେ - ଦେଖିଲେ ତ , କେତେ ସହଜରେ ସବୁ ଘଟିଗଲା ?

ଏତେ ସହଜରେ ବାସ୍ତବରେ ପୃଥିବୀରେ କିଛି କେବେ ଘଟିନାହିଁ କି
ଭବିଷ୍ଯତରେ ଘଟିବ ନାହିଁ । ସହଜ ଗୋଟାଏ କଥା ଇତିହାସରେ
ନାହିଁ ।

ଘଟଣାଟା ଘଟିଗଲା ମନେହୁଏ ଆଃ , ଏତେ ସହଜ ! କିନ୍ତୁ ସତରେ
କଣ ସବୁ ଏତେ ସାବଲୀଳ , ନିର୍ଜଞ୍ଜଳ ?

ଅନୁପମର ଜୀବନ ୟେତେବେଳେ ଢଳ ଢଳ , ଅପର ପାରିର ଶୀତଳ
ଜଳକୁ ଢଳି ଆସୁଥିବା ଚନ୍ଦ୍ରବିମ୍ବ ପାହାନ୍ତିର ପରିଚିତ ସେତେବେଳେ କାନ୍ତି
ସଙ୍ଗରେ ଅନୁମପର ହୃଦଯ ୟୋଗାୟୋଗ ।

ସେଥିପାଇଁ ନାଟ ମନ୍ଦିର ନୁହେଁ , ସଙ୍କେତ ସ୍ଥଳ ନୁହେଁ , ଅଭିସାରିକାର
ରସୋଚ୍ଛଳ ହୃଦଯ ପ୍ରାଙ୍ଗଣ ନୁହେଁ , କେବଳ କାନ୍ତି ଓ ଅନୁପମ । ଦୁଇଟା ହୃଦଯର
ସଂଗୋପନ କାକଳି , ସମାଜର ଦୂରରେ । ଅଯୁତ ନେତ୍ରପାତର ଦୂରରେ , ବନାନ୍ତ
ଅଶ୍ବତ୍୍ଥ ମୂଳେ କେଉଁଟି କେମିତି ଦେଖା , ଟିକିଏ ଅନୁଭବ ।

" - ଆମ୍ଭେ ସଦା ପ୍ରଭୁ ୟୀଶୁଖ୍ରୀଷ୍ଟଙ୍କ ନାମ ସ୍ମରଣ କରି ଆଉ ଏଇ
ମଣ୍ଡଳୀ ଆଗରେ ତୁମ୍ଭ ଦୁହିଁଙ୍କୁ ସ୍ବାମୀ - ସ୍ତ୍ରୀ ଭାବରେ ବାନ୍ଧିଦେଲୁ । ଏଣିକି
ତୁମ୍ଭେ ଆଉ ପୁରୁଷ ପ୍ରତି ଆସକ୍ତ ହେବ ନାହିଁ । ତୁମ୍ଭେ ଆଉ କେଉଁ ନାରୀ ପ୍ରତି
ଆସକ୍ତ ହେବ ନାହିଁ । ଆଜିଠାରୁ ସୁଖରେ ଦୁଃଖରେ ଦୁହେଁ ଦୁହିଁଙ୍କ ପ୍ରତି
ଅନୁରକ୍ତ ରହିବ , ଆମେନ୍୍ ।

ତୁମ୍ଭ ମାଳାଟି ତାଙ୍କୁ ପିନ୍ଧାଇ ଦିଅ , ଆଉ ତୁମ୍ଭେ ବି ତୁମ୍ଭ ମାଳାଟି ତାଙ୍କୁ
ପିନ୍ଧାଇ ଦିଅ । ଅଙ୍ଗୁରୀଯ ଦୁଇଟି , ପରସ୍ପର ବିନିମଯ କର ।

ତାପରେ ଏହି ବିବାହ ରେଜିଷ୍ଟରରେ ଦସ୍ତଖତ କର । ଦୁଇ ପକ୍ଷର
ଦୁଇ ଜଣ ସାକ୍ଷୀ ବି ଦସ୍ତଖତ କରିବେ ।

ତାପରେ ଗୋଟିଏ ପ୍ରାର୍ଥନା ସଙ୍ଗୀତ ବୋଲାୟିବ । ଶେଷରେ ମୋର
ଅନୁରୋଧ ବରକନ୍ଯା ୟୀଶୁଙ୍କ ସମ୍ମୁଖରୁ ଗଲାବେଳେ ସମସ୍ତେ ଦଣ୍ଡାଯମାନ
ହେବେ ।

ପାଦ୍ରୀ ଏସବୁ କଥା କହି ବସି ପଡିଲେ । ବଡ ଶୁଷ୍କ ଓ ଗମ୍ଭୀର ତାଙ୍କର
ହାବ ଭାବ । ୟେପରି ମନେ ହେଉଥିଲା ସେ ଦୁଇ ଜୀବନକୁ ଏକ କରିବାକୁ ଆସି
ନାହାନ୍ତି ୟେ କୌଣସି ଅପରାଧୀର ଅପରାଧଜିନିତ ଶାସ୍ତିର ରାଯ ଶୁଣାଇ
ଦେଲେ ।

ସମଗ୍ର ଗୀର୍ଜା ନିଥର । ଦର୍ଶକଗଣ ଅନୁରୂପ ନିଶୁଷ୍କ ଓ ନିରାନନନ୍ଦ । ଏକ
ପାଖରେ ମଳିନ ଅଧୋବଦନ , ଅପର ପାଖରେ ପୁରୁଷ ଜନତା ପ୍ରାଣହୀନ
ପ୍ରସ୍ତପ ମୂର୍ତ୍ତି ।

ଉଲ୍ଲାସ ଓ ଆବେଦରେ ଲେଶହୀନ ଏଇ କଷ୍ଟ ଶ୍ବାସ - ରୁଦ୍ଧ ପ୍ରକୋଷ୍ଠରେ
ଅନୁପମ ଓ କାନ୍ତି କେବଳ ଭାବୁଥାନ୍ତି ... ଏଇ ତେବେ ବିବାହ ! ୟୁଗ୍ମ ଜୀବନର
ଆଦ୍ଯ ଶିହରଣ ?

ବାଳିକା ବଧୁଟୀ ଅତି ସୂକ୍ଷ୍ମ ଝୀନ ବସନରେ ଏକ ପ୍ରକାର ଉଲଗ୍ନା ।
କଣ୍ଠରେ ପୁରୁଷଦତ୍ତ ପ୍ରଥମ ପ୍ରେମୋପହାର ପୁଷ୍ପ ମାଳା , ଆଙ୍ଗୁଠିରେ ଅଙ୍ଗୁରୀଯ
ୟାହାର ଛୋଟ ପରିଧିଟିକିକ ଭିତରେ ରହିଗଲା ମରଣାବଧି ଦୁଃଖ ସୁଖ ଶୋଚନା
ଅନୁଶୋଚନା କେତେ ଅନାଗତ ତୀକ୍ଷ୍୍ଣ ଅନୁଭବ ।

ସ୍ବାମୀ ଭାବରେ ତରୁଣଟି ମସ୍ତକଟିକି ଏତିକି ଝୁଲାଇ ରଖିଛି ଗୀର୍ଜାର
ବେଦୀ ପାଖକୁ ଆସିବା ମୁହୂର୍ତ୍ତରୁ ୟେ ଏବେ ବି ସେ ଝୁଲା ମଥାଟି ଆଉ ଟେକି
ହୋଇ ନାହିଁ । ବଡ ସଙ୍କୁଚିତ ଓ ଲଜ୍ଯାକର ବ୍ଯାପାର ୟେ ସେ ଘଟାଉଚି ,
ଏଇ ଭଳି ଗୋଟାଏ ଅପରାଧବୋଧ ତାର ଦେହ ମନକୁ ଆଚ୍ଛନ୍ନ କରିଛି ।

ଅଧଘଣ୍ଟା ଭିତରେ ସବୁ ଶେଷ । ୟେ ଜୀବନର ବ୍ଯାପ୍ତିର ସମ୍ଭାବନା
ଏତେ ଥିଲା , ତାର ପ୍ରଥମ ବନ୍ଧନ ଅନୁରାଗ ମାତ୍ର ଅଧ ଘଣ୍ଟାଏ ଭିତରେ
ସୁରଭିର ଶେଷ ସ୍ତର ଭଳି ନିଃଶେଷ ହୋଇଗଲା ।

ସିନେମା ଟିଉନ୍୍ରେ ବନ୍ଧା ପ୍ରାର୍ଥନା ... ସଙ୍ଗୀତରେ ହୃଦଯ ଥରିଲା ନାହିଁ ।
ଏ ବିବାହରେ ୟାହାର ୟଦି କିଛି ଆପତ୍ତି ଥାଏ , ତେବେ ପ୍ରକାଶ କରନ୍ତୁ । ଏଥି~
ପାଇଁ ଦୁଇ ମିନିଟ୍୍ ସମଯ ଦିଆଗଲା ବୋଲି ପୁରୋହିତ କହିବା ବେଳେ ସୁରମାର
ଛାଡି ଉପରେ ଗୋଟାଏ ନୁହେଁ ଅସଂଖ୍ଯ ପାହାର ୟେପରି ଗଡିଗଲା ।

ତାର ତଳକୁ ମୁହଁ ଥିଲା ସତ , ଉପରକୁ ଥିଲା ଏକୋଇଶ ବର୍ଷ ମଧୁ
ବସନ୍ତର କେତେ ଆଶା , କେତେ ସ୍ବପ୍ନ ରଞ୍ଜିତ ଦୁଇଟି ଭସାଣିଆ ଆଖି ... ପ୍ରଭୁ
ୟୀଶୁ ! କେତେ ଦୁଃଖରେ ମୁଁ ଆଜି ଏ ରତ୍ନକୁ ପାଇବାକୁ ୟାଉଛି । ସ୍ବାଭାବିକ
ଗତି ପଥରେ ଏ ଆସିଥିଲେ ଏତେ ଚିନ୍ତା କରନ୍ତି କାହିଁକି , ଯାଙ୍କୁ ପାଇବା
ପାଇଁ କଣ୍ଟକିତ ଦୁର୍ଗମ ପଥରେ ଗୋଡ ଦେଇ କ୍ଷତ ବିକ୍ଷତ ହୋଇଛି । ଯାଙ୍କୁ
ହୃଦଯ କନ୍ଦରରେ ଗୋପନରେ ରଖିବା ପାଇଁ ଅସହନୀଯ କଷ୍ଟ ପାଇଛି । ମୋର
ପ୍ରେମକୁ ନିତ୍ଯ ନୂତନ ସମ୍ଭାରରେ ତାଙ୍କରି ରୁଚି ଓ କଳ୍ପନା ଅନୁୟାଯୀ ତାଙ୍କରି
ହୃଦଯ ରସାନୁଗାମୀ କରି କେତେ ପ୍ରକାର ସଜାଇ ଦେଇଚି ; ଅଥଚ ଏଇ
ଦୁଇ ମିନିଟ୍୍ ଭିତରେ କିଏ ୟଦି କହିଦିଏ ଆପତ୍ତି ଅଛି । କାରଣ ବ୍ରଜନାଥ ...

କୋଡିଏ ବର୍ଷ ତଳେ କଲିକତା ସହରର ବିଶ୍ବ ବିଦ୍ଯାଳଯ ପରୀକ୍ଷା
ହଲରୁ ଶେଷ ପ୍ରଶ୍ନ ପତ୍ରର ଉତ୍ତର ଦେଇ ୟେତେବେଳେ ଅନୁପମ ବାହାରି
ଆସନ୍ତି , ସେତେବେଳେ ପ୍ରାଯ ଅନ୍ଧକାର । ମହାନଗରର ବିଚିତ୍ର ରୂପ ଆଖିରେ
ପଡିଲା ଅନୁପମଙ୍କର । ଏତେ ଦିନ ସେ ଭଲ କରି ଦେଖି ନ ଥିଲେ , ପରୀକ୍ଷାର
ଚିନ୍ତା ଭବିଷ୍ଯତ୍୍ ଜୀବନର ସ୍ବପ୍ନ ... ସବୁ ୟେପରି ତାଙ୍କୁ ଥଳକୂଳ ଦେଇ ନ ଥିଲା
ଅନ୍ଯ ଭାବନା ପାଇଁ ।

ପରୀକ୍ଷା ଦେବା ପାଇଁ କଲିକତାରେ ରହଣି ସମଯରେ ସେ ୟେଉଁ ଭଡା
ଘରଟିରେ ରହୁଥିଲେ , ସେହି ଘର ଆଡକୁ ସେ ଚାଲିଲେ ।

ମୁଣ୍ଡ ଉପରୁ ବୋଝ ୟାଇଚି । ଦୂରନ୍ତ ଅଭିମାନରେ ସେ ଏତେ
ବାଟ ଚାଲି ଆସିଲେ । ଚନ୍ଦ୍ରିକା କହିଥିଲା , ମୁଁ ତ ଅଛି । ଚିରଦିନ ଏମିତି ଥିବି ;
ମାତ୍ର ଆମେ ଦୁହେଁ ନୀଜ ବାନ୍ଧିବା ପୂର୍ବରୁ ଦେଖି ନେବା ତୁମର ଜୀବନର ପ୍ରତିଷ୍ଠା
ସବୁ ପାଠ ପଢାପଢି ଶେଷ ହୋଇଛି କି ନାହିଁ , ଆଜି ଏମ.ଏ. ପରୀକ୍ଷାର
ଶେଷ ଦିନ । ସବୁ କାମ ଶେଷ ହୋଇଛି । ବାଗ୍୍ଦତ୍ତା ଚନ୍ଦ୍ରିକାର ପରାମର୍ଶ ଶେ
ଗ୍ରହଣ କରିଛନ୍ତି । ଏଣିକି ସବୁ ସୁଲଭ , ସବୁ ସହଜ ।

ଆଃ ଅପୂର୍ବ ଏ କଲିକତା ମହାନଗରୀ । ଏହାର ଆଲୋକ , ଏହାର
ବିପଣୀ , ଏହାର କର୍ଣ୍ଣମୁଖର ଜନତାର ସଞ୍ଚରଣ ଛନ୍ଦ ... ସବୁ ଅନୁପମଙ୍କୁ
ମୋହଚ୍ଛନ୍ନ କରୁଥିଲା ।

ଚନ୍ଦ୍ରିକା ଆସିଥିବ ; ପଚାରିବ ପରୀକ୍ଷାର ଭଲ ମନ୍ଦର କଥା । ସେଇ ତ
ଚିଠି ଲେଖି ଜଣାଇଥିଲା , ସେ ବଡ କ୍ଳାନ୍ତ । ଏଣିକି ନୀଡର ସ୍ବପ୍ନ ସଫଳ କରି~
ବାକୁ ହେବ । ତା ପରେ ପୌରୁଷ ୟେଉଁ ବାଟରେ ୟିବାର କଥା ୟିବ , ସବୁ ତ
ଜାଣି ହେବନି , ଭବିଷ୍ଯତରେ କଣ ଘଟିବ ।

ଅନୁପମ ବସ ଟ୍ରାମରେ ଆସିଲେ ନାହିଁ । ଚାଲି ଚାଲି ୟିବେ । ବାପା
ମାଆଙ୍କର ଅଶ୍ରୁସିକ୍ତ ବଦନ ଦେଖାଗଲା । ଗୋଟିଏ ବୋଲି ପୁଅ , ବଡ ଅମାନିଆ
ହୋଇଗଲା । ଆଗେ ଆଗେ ଅକାଟ୍ଯ ୟୁକ୍ତି ବାଢୁଥିଲେ ବାପା ମାଆ । ରକ୍ଷଣ~
ଶୀଳ ମନୋଭାବ , ଆଦି ସଂସ୍କାର ପୁଅ ଅସବର୍ଣ୍ଣ ବିବାହ କରିବ ? ଏ କଥା
କଣଅ କହିବହୁଏ ?

ଗଲା ପନ୍ଦର ବର୍ଷ ପାଣିପରି ବହିଗଲା । ଚନ୍ଦ୍ରିକା ଏ ଅନୁପମର ଏଇ
ଜୀବନ ଲୀଳା କେବଳ ଦ୍ବନ୍ଦ , ଦ୍ବିଧା ଓ ସଙ୍ଘର୍ଷ଱ ବିଷାଦ କାଳ । ଶାନ୍ତି ନାହିଁ ,
ସୁଖ ନାହିଁ , କେବଳ ଅନିଶ୍ଚିତତା ଭିତରେ ପାଠ ପଢା , ତରୁଣ ଜୀବନର ସ୍ବପ୍ନ
ବୁଣା ... ସବୁଥିରେ କେବଳ ଦିପଦଣ୍ଡି ରହିଲା ଦୁଇ ଅନ୍ତତ ବିଶ୍ବାସ ।

ଲୋକରୁ ଲୋକ ଜାଣିଲେ , ଦେଶ ଜାଣିଲା , ଆଜି ଭଳି ସବୁ କଥାକୁ
ଅନ୍ଯମନସ୍କ ହେବାର ସେତେବେଳେ ତ ଚଳଣି ନ ଥିଲା । ନାଗରିକ ଜୀବନର ଏ
ଆତ୍ମକୈନ୍ଦ୍ରିକ ଭାବ ଏତେ ନ ଥିଲା । ସହରୟାକ ବଣ ଜଙ୍ଗଲ ୟିମିତି ପୁରି
ରହିଥିଲା । ଲୋକେ ତାଙ୍କ କଥା ସାଙ୍ଗକୁ ଅପରର କଥାକୁ ସହାନୁଭୂତିର ସହିତ
ବିଚାର କରି ପରସ୍ପରର ମନ ଜଙ୍ଗଲକୁ ବି ପରିଷ୍କାର କରୁଥିଲେ ।

ଅନୁପମ ଚନ୍ଦ୍ରିକା ସମ୍ପର୍କ ସମସ୍ତଙ୍କର ସହନୀଯ ସ୍ତରକୁ ଆସିଗଲା ।
କେହି ସେଥିପାଇଁ ଉନ୍ମିଦ୍ର ରଜନୀ ଜଗିଲେ ନାହିଁ କି କୁତ୍ସାର କୁଣ୍ଡଳୀ ବୁଣିଲେ
ନାହିଁ । ହଁ ... ଏହା ସାଙ୍ଗେ ପଢୁଛନ୍ତି । ରାଜି ହୋଇଗଲେ । ବିଭା ହେବେ ।
ଖାଲି ୟା ଧର୍ମଟା ଅକଳ କରୁଛି । କାହିଁକି ? ସେ ୟାହା ଧର୍ମ ରଖି କଅଣ ବିଭା
ହୋଇ ପାରିବେ ନାହିଁ ? ଆଇନ୍୍ରେ ତ ସେଇଆ ଅଛି , ହେଲେ ପିଲାଟାର ପୁରୁଷ
ପଣିଆ , ସେମିତି ଶକ୍ତି ମେରୁଦଣ୍ଡ ଥିଲେ ସିନା ସେ କହିବ ଏଇ ଧର୍ମ ୟିମିତି
ଆମକୁ ଅଡୁଆରେ ନ ପକାଏ , ସାବଧାନ ! ପ୍ରେମ ହୃଦଯର ସମ୍ପତ୍ତି , ଧର୍ମ
ବିଶ୍ବାସରେ ଆଭା ... ଏ ଦୁଇଟାକୁ ଗୋଳମାଳିଆ ସବୁ ବିଭ୍ରାଟ କରିଦେଲେ ଦୁଇଟା
ଫୁଟି ଆସୁଥିବା ଜୀବନ ଛାରଖାର ହୋଇୟିବ । ୟାହା ଶେଷରେ ରହିୟିବ ସେଇ
ପାଉଁଶ ମୁଠାକ ଛାଡିରେ ଧରି ପୃଥିବୀର ସବୁ କଳସରେ ; ପୂରାଇଲେ ବି ତାହା
ନିଅଣ୍ଟ ହେବ ।

ଆଦ୍ଯ ସ୍ପର୍ଶରେ ଚନ୍ଦ୍ରିକା କହିଥିଲା ସେ କଥା ଆଜି ମନେ ପଡେ ...
ଏତେ ନିର୍ଭର ବିଶ୍ବାସ ଅନୁପମ , ଆମ ଜାତିରେ ଏକ ଅପବାଦ ରହିଛି , ଆମେ
ଝିଅମାନେ କେଉଁଠି କୌଶଳରେ ହିନ୍ଦୁ ପୁଅଙ୍କୁ ପ୍ରଲୋଭନ କରି ତାଙ୍କୁ କାବୁ
କରିଦେଇ ... ସେମାନଙ୍କୁ ଡୁବନ ନେବାକୁ ବାଧ୍ଧ କରୁ ତା ପରେ ବିବାହ
ଗୀର୍ଜାରେ - ତେଣିକି ଗୋଟାଏ ଆତ୍ମା ଆସେ ୟେ ଆମ ସମାଜର ଜଣେ
ସଦସ୍ଯ ଅନ୍ଯ ଧର୍ମରୁ ଆସିଲା ଏବଂ ତାର ପରିବାର ବୃଦ୍ଧିରେ ସମାଜର ବ୍ଯାପ୍ତି
ବି ଘଟିଲା ।

ତୁମେ କିନ୍ତୁ ଅନୁପମ ଏ ପଛରେ ୟଦି ଚିନ୍ତା କରୁଥାଏ , ମୁଁ ଭାବିବି
ତୁମେ ମହା ଦୁର୍ବଳ । ନାରୀର ପଣତ ପାଇଁ ତୁମ ଧର୍ମକୁ ଛାଡି ବାହାରି ଆସୁଛ
ଗୋଟାଏ ନପୁଂସକର ସ୍ବଭାବ ଧରି । ଛିଃ ଛିଃ ... କି ଅଧଃପତନ । ତୁମେ କଅଣ
ଭାବି ପାରୁନ ୟେ ଏତେ ଦୀର୍ଘକାଳ ହେବ ତୁମ ସଙ୍ଗେ ମିଳାମିଶାରେ ମୋ
ସମାଜ ପରୋକ୍ଷରେ କି ଭଳି ଆନନ୍ଦ ପାଇଚି ? ସେ ସମ୍ବାଦ ବୁଢିଛି ତାର
ଗୋଟିଏ ସଭ୍ଯ ସଂଖ୍ଯା ବଢିବ । ନିଶ୍ଚିତରେ ବଢିବ , କାରଣ ମୋ ଉପରେ
ନିର୍ଭର କରୁଛି ଅନେକ କଥା , ମୁଁ ମଙ୍ଗ ଚଳାଇ ନେବି ।

ଆଗରେ ଟ୍ରାମ୍୍ଟା ... ଆଉ ଟିକିଏ ଅସାବଧାନ ହୋଇଥିଲେ ଦୁର୍ଘଟଣା
ଘଟି ୟାଇଥାନ୍ତା । ଅନୁପମ ଚାଲୁଛନ୍ତି । ପାଦ ଦୁଇଟି ଆସି ସରସ ଗତି ପାଇଛି ।
ସେମାନେ ଚାହୁଁଛନ୍ତି ୟେତେଦୂର ପଥ ଥାଉ ପଛକେ , ସେମାନେ ଚାଲିୟିବେ ।

- ସତ ? ତୁମରି ପ୍ରଭୁ ନାଁରେ ଶପଥ କରି କହୁଛି ?

- ମୁଁ ଶପଥ କରି କହୁଛି ଅନୁପମ ! ମୁଁ ତୁମକୁ କଦାପି ଧର୍ମତ୍ଯାଗୀ
ହେବାକୁ କହିବି ନାହିଁ ।

- ତେବେ ଆଜି ଏଇ କଥା , ଏଇ ଅନନ୍ତ ଆକାଶ , ଏଇ ପ୍ରସାରିତ
ନକ୍ଷତ୍ରମାଳା , ଏଇ ଚାରିପଟ ଗଛଲତା ଓ ଆମ ଆଗରେ ପ୍ରବାହିତ ମହାନଦୀକୁ ମୁଁ
ଆଜି ସାକ୍ଷୀ ରଖି କହୁଛି - ଏ ଦୁଇ ହୃଦଯ ଏକ ନୀଡ ଧ୍ଧାନରେ ରହିଲା , ୟେତେ
ବେଳେ ଆମେ ପ୍ରସ୍ତୁତ ହୋଇୟିବା , ସେତେବେଳେ ନଇଁ ପଡିବା ଅନନ୍ତ ବ୍ରହ୍ମ
ଶକ୍ତି ନିକଟରେ , ସଂସ୍କାର କରିବା । ଜୀବନର ଶୁଭ ଅଶୁଭକୁ ଦୁହିଁଙ୍କର ସମ୍ବେ~
ଦନ ଆବେଦନ ତଳେ ଆମେ ନିର୍ମେଶ କରିବା । ଲୋଭ ନାହିଁ , ଅସାନ୍ତି ନାହିଁ ,
ଉଠ ଚନ୍ଦ୍ରିକା , ଆଉ ଥରେ ମନେ ପକାଇ ଦିଏ , ଲେଖିଦିଏ ଶତ ରେଖାରେ
ତୁମ ହୃଦ ପଟରେ ୟେ ମୁଁ ୟିବି , ତୁମେ ଆସିବ , ଆମର ମିଳନ ସ୍ଥଳ ହେଉ
ମଣିଷର ହୃଦଯ । ସେଠାରେ ନ ଥାଉ ଧର୍ମର ଦୌରାତ୍ମ୍ଯ ସାମାଜିକତାର
ଆକ୍ରୋଶ ବା ସମାନ ପତିଙ୍କର ରକ୍ତ ଚକ୍ଷୁ । ଆମ ଜନ୍ମର ଅନ୍ତରାଳରେ ଏତିକି
ସ୍ବାଧୀନତା କଅଣ ଆମର ନାହିଁ ?

ସତକୁ ସତ ଚନ୍ଦ୍ରିକା ଫାଟକ ଧରି ଛିଡା ହୋଇଥିଲେ । ସୃଷ୍ଟିର ଆଦ୍ଯ
ମୁହୂର୍ତ୍ତରୁ ନାରୀର ଏ ପ୍ରତୀକ୍ଷା ସଭ୍ଯତାର ତୋରଣ ଦେଇ ୟେତେ ଅନାବନା ବାଟ
ଦେଇ ଚାଲି ଆସିଲେ ବି ପ୍ରତୀକ୍ଷା ହିଁ ... ପ୍ରତୀକ୍ଷା ...

- କେମିତି କଲ ?
- ଭଲ କରିଛି ।
- ଆଜି ଏରସ୍୍ପ୍ରେସ ଟ୍ରେନ୍୍ରେ ଫେରିବା ପାଇଁ ବ୍ଯବସ୍ଥା କରି ଆସିଛି ।
- ଆଉ ଗୋଟାଏ ଦିନ ରହିଥିଲେ , ଭଲ ହୋଇଥାନ୍ତା । ମୁଁ ବଡ କ୍ଳାନ୍ତ ।
- ଆନେ ଦୁହେଁ ଫେରିୟିବା । ତା ଛଡା ଯା ଭିତରେ ଅନେକ କଥା
ଘଟି ୟାଇଛି । ତୁମକୁ କହିବି ; ମାତ୍ର ତୁମେ ସହି ପରିବ ତ ?

ଅନୁପମର ଛାଡି ଭିତରେ ଅଜ୍ଞାତ ଏକ ୟନ୍ତ୍ରଣା । ସେ ୟନ୍ତ୍ରଣାର ଉତ୍ସ
କେଉଁଠି , ତାହା କେବଳ ଶାରୀରିକ କି କେବଳ ମାନସିକ , ସେ ନିଜେ ବୁଝି~
ପାରିଲେ ନାହିଁ ।

ଏକସ୍୍ପ୍ରେସ ଟ୍ରେନରେ ହତଭାଗ୍ଯ ଅନୁପମ ଫେରି ୟାଇଛନ୍ତି । ଫେରି
ୟାଇଛନ୍ତି ଚନ୍ଦ୍ରିକା । ଆଖିରୁ ଲୁହଧାର ବହି ଶୁଖି ୟାଇଛି , ପୁଣି ଉଦ୍୍ଗତ ଅଶ୍ରୁର
ପ୍ରବାହ ।

ଏ କଅଣ ହେଲା ? ଦୀର୍ଘ ପନ୍ଦର ବର୍ଷର ଜୀବନ ନାଟ୍ଯର ଏଇ ତେବେ
ୟବନିକା ?

- ଶୁଣ ଅନୁପମ ! ମୋତେ କ୍ଷମା କରିବ । ତମେ ଧର୍ମ ନ ଛାଡିଲେ
ଏ ବିବାହ ଅସମ୍ଭବ । କେବଳ ଧର୍ମ ଛାଡିଲେହେବ ନାହିଁ , ନୂତନ ଧର୍ମର
ଅନୁରାଗ ତୁମର ୟେରି ଖୁବ୍୍ ବଢେ , ସେତକ ମୁଁ ଦେଖିବାକୁ ଚାହେଁ ।

ଅନୁପମ ଉତ୍୍କ୍ଷିପ୍ତ ଭାବରେ କହିଲେ -
ତୁମେ ଚନ୍ଦ୍ରିକା କହିଥିଲ ନାଁ ମୁଁ ଧର୍ମତ୍ଯାଗୀ ହେଲେ ତୁମେ ମତେ
କହିବ ମେରୁଦଣ୍ଡହୀନ ୟୁବକ ?

ହଁ କହିଥିଲି , କାରଣ ସେତେବେଳେ ମୁଁ ମୋର ପ୍ରଭୁଙ୍କୁ ପାଇ
ନ ଥିଲି ।

- ଏବେ ପାଇଛ ?
- ନିବିଡ ଭାବରେ ।
- ହଠାତ୍୍ ପାଇଲ ୟେ ?

- ନା , ହଠାତ୍୍ ନୁହେଁ , ତେବେ ଆଭାସ ପାଇଥିଲି ଏବେ ସଂପୂର୍ଣ୍ଣ
ଭାବରେ ୟୀଶୁ ଉଜ୍ଜ୍ବଳ ଗୋଲାକାର ଏକ ଆଲୋକ ପିଣ୍ଡ ତଳେ ଉଭା ହୋଇ
କହିଲେ - " ତୁ ଏକା ଆସି ପାରିବୁନି ମୋ ପଖକୁ , ତୋର ସାଥୀକୁ ମୋ ପାଖକୁ
ଆଣିବାକୁ ହେବ । ଏ ସେ ପଥ ଡୁବନର ପଥ । ମୋ ପାଖ ଶାନ୍ତ ସମର୍ପଣର
ପଥ । " ଏଇ ଶୁଣ , ଏତିକି କହୁ କହୁ ମୋର ଭାଷା ବି ବଦଳି ୟାଇଛି , ମୋର
ପ୍ରାର୍ଥନା , ମୋର ସ୍ତବ ମୁଁ କେଉଁ ଭାଷାରେ କହୁଛି , ମୁ ବୁଝି ପାରୁନି ।

ଟ୍ରେନ୍୍ ପ୍ରକେଷ୍ଠ ଭିତରେ ଚନ୍ଦ୍ରିକା ଅନର୍ଗଳ ଏକ ଦୁର୍ବୋଧ୍ଯ ଭାଷାରେ
କଣ ସତ କହୁଥାନ୍ତି । ସହୟାତ୍ରୀମାନେ ପଚାରିଲେ କଅଣ ହେଲା । ଅନୁପମ
କହିଲେ ସେ ଅସୁସ୍ଥ ।

ତା ହେଲେ ? କି ମୀମାଂସା ? ଚନ୍ଦ୍ରିକା ପଚାରିଲେ ... ସେତେବେଳକୁ
ଅରୁଣାଭା ପୂର୍ବ ଦିଗରେ ଝଲସି ଉଠିଲାଣି । ନୂତନ ପ୍ରଭାତର ଜନ୍ମ । ଅନୁପମର
ଦୀର୍ଘ ପନ୍ଦର ବର୍ଷର ଗୋଟାଏ ପୃଷ୍ଠା ୟିମିତି ଜୀବନ ଗ୍ରନ୍ଥରୁ ପ୍ରଭାତୀ ସମୀର
ସ୍ପର୍ଶରେ ହଠାତ୍୍ ଓଲଟି ଗଲା ।

ଅନୁପମ ଉଠିଲେ ମେରୁଦଣ୍ଡକୁ ସ୍ପର୍ଶ କଲେ ହାତ ବୁଲାଇ । ମସ୍ତକକୁ
ଅନୁମପ ସ୍ପର୍ଶ କଲେ । ଲଲାଟର ରେଖା କେତୁଟାକୁ ଗଣିଲା ଭଳି ଛୁଇଁଲେ ।
ଛାତିର ଶ୍ବାସ ସହିତ ସକାଳର ଶିଶିର ମିଶା ପବନ ସ୍ରୋତରୁ କିଛି ଢୋକିଲେ ।
ପୌରଷକୁ ସେ ସମ୍ବୋଧନ ଦେଲେ ...

ଉଠ , ଅନୁପମ , ଗୋଟାଏ ନାରୀ ତମକୁ ୟେପରି କବଳିତ ନ କରୁ ।
ୟେଉଁ ନାରୀ ପାଇଁ ଏଇ ଅନୁପମ ଦୀର୍ଘକାଳ ହେବ ଅସହ୍ଯ ମନୋବେଦନା
ଆଉ ସଂଘର୍ଷ ଭିତରେ ଗତି କରି ଆସିଛି , ୟାହାର ଏକମାତ୍ର କାମନା ଥିଲା
ପ୍ରେମମଯୀର ସମସ୍ତ ପ୍ରାର୍ଥନାକୁ ସେ ସଂଚିତ ରଖି ଘର କରିବ, ସଂସାର ବାନ୍ଧିବ ।
ପ୍ରେମାନୁଗତରେ ତାର ପ୍ରତ୍ଯେକଟି ଶିହରଣକୁ ନିଃସ୍ବ କରିନେବ , ସେଇ ନାରୀ
ପାଖରେ ଆଜି ଧର୍ମ ବଡ ହୋଇଗଲା , ପ୍ରେମ , ଆତ୍ମସମର୍ପଣ ସବୁ ତୁଚ୍ଛ
ହୋଇଗଲା ।

ତେଣୁ ଉଠ ଅନୁପମ , ଏଇ ଦୁଇଟା ହାତରେ ପରଦା ଖୋଲି ଦେଲା
ଭଳି ଖୋଲି ଦିଅ ନୂତନ ଜୀବନର ନୂତନ ସ୍ବାଦ । ଆଜି ଏହି ମୁହୁର୍ତ୍ତରେ
ଏକ ବିଷର୍ଣ୍ଣ ଚନ୍ଦ୍ରିକା ତୁମ ପାଖେ ଅର୍ଥହୀନ ଗୋଟାଏ ସାମାନ୍ଯ ତରୁଣୀ , ୟେ
ରୂପରେ ତାକୁ ଏତେ କାଳ ବିଶ୍ବର ସମସ୍ତ ସମବେଦନା , ପ୍ରେମ ଓ ଅନୁକମ୍ପାରେ
ସଜାଇ ଦେଇ ଏକ ଅପରୂପ ପ୍ରତିମୂର୍ତ୍ତି ଗଢି ଥିଲା , ତାହା ଚୂର୍ଣ୍ଣ ବିଚୁର୍ଣ୍ଣ ।

ସେ ରହିୟିବ ସ୍ମୃତିର ଚାରଣ ଭୂମିରେ ଗୋଟିଏ ଶିଖା । ତାକୁ ଛୁଇଁ
ନ ଛୁଇଁ ଅନୁପମ ପଥ ଚାଲିବ । ସେ ଜୀବନରେ ବଡ ହେଉ , ଉନ୍ନତ ହେଉ ଓ
ଏତିକି ତା ପ୍ରତି କଲ୍ଯାଣ ।

ଚନ୍ଦ୍ରିକା ଶୋଇ ପଡିଥିଲା । ତାର ଲଲାଟ ଉପରେ କେତୋଟି କୁନ୍ତଳକୁ
ସଜାଡି ଦେଇ ନିର୍ଦ୍ଦିଷ୍ଟ ଷ୍ଟେସନ ଆସିବା ପୂର୍ବରୁ ଅନୁପମ ଓହ୍ଲାଇ ୟାଇଥିଲେ
ଟ୍ରେନରୁ ।

ଶୁଭ ଶଙ୍ଖ ବାଜି ଉଠିଲା ଅନୁପମର ଅଙ୍ଗନରେ , ମାତ୍ର ଛଅ ମାସ ପରେ ...
ସେ ଆଉ ଏକ କାହାଣୀ । କେଉଁ ବୃକ୍ଷର ଛାଯା ଦେଖା ନାହିଁ । ଅନୁପମର
ଉତ୍ତପ୍ତ କପୋଳରୁ ଶୀତଳତା । ଜଳନ୍ତା କାଠ ଭଳି ସେ ଲଲାଟ ଏବେ ବି
ଜଳୁଛି ।

ହୁଏତ କାନ୍ତି ସେଇ ଉତ୍ତାପ ଉପରେ ପାଣି ଢାଳୁଛି । ଆଖୋଜା
ଅଲୋଡା ଏଇ ନାରୀ ; କିନ୍ତୁ ଟିକିଏ ବିଶ୍ବାସ ଟିକିଏ ପ୍ରୀତିର ପବନ ବାଜୁଛି
ଦେହରେ । ସେତିକି ୟାହା କାନ୍ତି ସହିତ ଅନୁପମର ସମ୍ପର୍କ ...

ଗୀର୍ଜାର ଶେଷ ଘଣ୍ଟା ବାଜି ଉଠିଲା । ବ୍ରଜନାଥ ପଛରେ ପରମା
ଆଗରେ - ପଛ ଜଣକ ଅପରାଧୀ , ପରାଜିତ , ସଙ୍କୁଚିତ ... ପ୍ରେମମୂର୍ତ୍ତି ... ଗୋଟାଏ
ବଂଶ , ଗୋଟାଏ ପରମ୍ପରା , ଗୋଟାଏ ବୁନିଆଦି ଓ ରକ୍ତଧାରା ୟେପରି ଅନ୍ଧକାର
ଗହ୍ବର ଭିତରେ ଠେଲି ହୋଇଗଲା , ଅନ୍ଯ ପକ୍ଷରେ ଆଉ ଗୋଟାଏ ପରମ୍ପରା ,
ଆଉ ଗୋଟାଏ ରକ୍ତଧାରା ଆଲୋକର ମଥାନ ଉପରକୁ ଭାସି ଆସିଲା ।

ଧର୍ମତ୍ଯାଗୀ ବ୍ରଜନାଥ ୟେତେବେଳେ ଅନୁପମର ପାଖ ଦେଇ ଚାଲି~
ଗଲେ ଅନୁପମ ୟିମିତି ଚକିତ ଭାବରେ ବୁଝିପାରିଲେ ... ଏଇ ଦେବ ମନ୍ଦିର
ଗୀର୍ଜାର ଶତ ସହସ୍ର ଇଟା , ପଥର , କାଠ ଓ କନ୍ଥରୁ ୟେପରି ଧ୍ବନି ବାହାରୁଛି ...
ଅନୁପମ ! ଦେଖ 1945 ରେ ୟାହା ସମ୍ଭବ ହୋଇ ପାରି ନ ଥିଲା , ଆଜି
ସମ୍ଭବ ହେଲା । ଧର୍ମ ଓ ପ୍ରେମ ଭିତରେ ବିଜିତ ବା ପରାଜିତ କିଏ ,
ତାହା ବୁଝିବାକୁ କାହାର ବେଳ ନାହିଁ । ପାଗଳ ଜନତା ଅଣନିଶ୍ବାସୀ
ଦଉଡାରେ ଏଗୁଡାକ ମରି ହଜି ୟାଇଛି ।

ସେଇ ଶବ୍ଦ ପୁଣି ଭାସି ଆସିଲା , କଅଣ କହୁଛ ଅନୁପମ ? ତୁମର ଆଦର୍ଶ
ଆଦର୍ଶରେ ରହିଗଲା । ଏବେ ଦେଖିଲ ତ ଦଳେ ଦଳେ ୟୁବକ ଧର୍ମ ଛାଡି
ଗୀର୍ଜାକୁ ଆସୁଛନ୍ତି , ଲୋଡିଛନ୍ତି ସାଥୀକୁ ... ଜୀବନ - ନାଟ୍ଯ ରୂପାଯିତ
ହେଉଛି ରଙ୍ଗଭୂମି ଉପରେ ଏମିତି ତୁମେ ବି ଇଚ୍ଛା କରିଥିଲେ ,
ଚନ୍ଦ୍ରିକାର କଥା ମାନି ନେଇଥିଲେ ତୁମେ ଆସିଥାନ୍ତ ଏଇ ଗୀର୍ଜାକୁ ଦସ୍ତ~
ଖତ କରିଥାଆନ୍ତ , ଚନ୍ଦ୍ରିକା ସ୍ତ୍ରୀ ଆଉ ତମେ ସ୍ବାମୀ ...

ଧଳା ମଟର ଖଣ୍ଡିକରେ ଦୁଇଟି ପୁଷ୍ପମାଳା ଭିତରେ ବ୍ରଜନାଥ ଓ
ପରମା ...

- କାନ୍ତି ! ମୋ ଦେହ ଭଲ ଲାଗୁନାହିଁ , ହଠାତ୍୍ କିମିତି ମୁଣ୍ଡଟା ...
- ଚାଲ ତେବେ ପୁରୁଣା ଗୀର୍ଜା । କେମିତି ଗୋଟାଏ ବାଷ୍ପ ବାହାରୁଛି
... ଚାଲ ...

ଧୀରେ ଧୀରେ ଉତ୍ସବର ଦର୍ଶକମାନେ ଚାଲି ୟାଇଥିଲେ । ଗୀର୍ଜା ପାଖ
ପୁଷ୍କରଣୀ ଢଳ ଢଳ ହୋଇ ଦିଶୁଥିଲା ଗୋଟାଏ ମାତ୍ର ପଦ୍ମ ... ମଳିନ ପ୍ରାଯ ।
+>*
0 
﻿
ପ୍ରଦ୍ଯୁମ
03-08-12
Oriya
<କର୍ଣ୍ଣାଟକ ନିର୍ବାଚନ କେବେ ?
କର୍ଣ୍ଣାଟକର ଜନତାଦଳ ସରକାରଙ୍କୁ ଭାଙ୍ଗିଦେଇ ସେଠାରେ
ପ୍ରାଯ 5 ମାସ ତଳେ ରାଷ୍ଟ୍ରପତି ଶାସନ ଜାରି କରାୟିବା ସମଯରେ
ସେଠାରେ ତୁରନ୍ତ ସାନି ନିର୍ବାଚନ କରାୟିବାକୁ କଂଗ୍ରେସ (ଇ) ଓ
ଜନତାଦଳ ସମେତ ସବୁ ରାଜନୈତିକ ଦଳ ଦାବି କରିଥିଲେ ମଧ୍ଧ
ଏବେ ସେଠାରେ ରାଷ୍ଟ୍ରପତି ଶାସନର ମିଆଦି ଆଉ 6 ମାସ ବୃଦ୍ଧି
କରାୟିବା ନିଶ୍ଚିତ ଜଣାପଡିଛି । ଅକ୍ଟୋବର 21 ରେ ସେଠାରେ ଚଳିତ
ରାଷ୍ଟ୍ରପତି ଶାସନର ମିଆଦ ବୃଦ୍ଧିପାଇଁ ସେ ଏ ପର୍ୟ୍ଯନ୍ତ କେନ୍ଦ୍ର
ସରକାରଙ୍କୁ ସୁପାରିଶ କରିନାହାନ୍ତି । କିନ୍ତୁ ଅକ୍ଟୋବର 21 ତାରିଖ
ପୂର୍ବରୁ ସେଠାରେ ସାଧାରଣ ନିର୍ବାଚନ ପାଇଁ କାହିଁକି ରାଜ୍ଯପାଳ
ପଦକ୍ଷେପ ଗ୍ରହଣ କରିଲେ ତାହାର କୌଣସି କାରଣ ଦର୍ଶାଇ ନାହାନ୍ତି ।
ଅପର ପକ୍ଷରେ ପ୍ରଧାନମନ୍ତ୍ରୀ ଶ୍ରୀ ରାଜୀବ ଗାନ୍ଧୀ ବରାବର କହୁଛନ୍ତି ୟେ ,
କର୍ଣ୍ଣାଟକରେ ନିର୍ବାଚନ କେବେ ହେବ ତାହା ରାଜ୍ଯପାଳଙ୍କ ନିଷ୍ପତ୍ତି
ଉପରେ ନିର୍ଭର କରୁଛି । କିନ୍ତୁ ଭାରତରେ ଥରେ ଗୋଟିଏ ରାଜ୍ଯରେ
ରାଷ୍ଟ୍ରପତି ଶାସନ ଜାରି ହେଲେ ସେଠାରେ ସାନି ନିର୍ବାଚନ କରିବା
ସମ୍ପୂର୍ଣ୍ଣ ଭାବେ କେନ୍ଦ୍ରୀଯ ନେତୃତ୍ବର ଏକ ସାଧାରଣ ଅଭ୍ଯାସ ।
ଜନତା ସରକାର ସମଯରେ ସମ୍ବିଧାନ ସଂଶୋଧନ ହୋଇ ରାଷ୍ଟ୍ରପତି
ଶାସନ ମିଆଦ 1 ବର୍ଷରୁ ଉର୍ଦ୍ଧ୍ବ ହୋଇପାରିବ ନାହିଁ ବୋଲି
ବ୍ଯବସ୍ଥା ଥିବାରୁ ୟାହା କିଛି ପ୍ରତିବନ୍ଧକ କେନ୍ଦ୍ର ନେତୃତ୍ବ ନିକଟରେ
ରହୁଛି । କର୍ଣ୍ଣାଟକ ନିର୍ବାଚନ ବିଳମ୍ବିତ କରିବା ପାଇଁ କେନ୍ଦ୍ରୀଯ
ନେତୃତ୍ବର ନିଷ୍ପତ୍ତିରୁ ହିଁ ଜଣାପଡୁଛି ୟେ , ସେଠାରେ ପରିସ୍ଥିତି
କଂଗ୍ରେସ (ଇ) ଦଳ ପାଇଁ ଅନୁକୂଳ ନାହିଁ ।

କର୍ଣ୍ଣାଟକରେ କଂଗ୍ରେସ (ଇ) ଦଳ ଭିତରେ ଥିବା ଗୋଷ୍ଠୀ
ବିବାଦ ଓ ପଶ୍ଚିମବଙ୍ଗପରି କର୍ଣ୍ଣାଟକ କଂଗ୍ରେସରେ ନେତୃତ୍ବର ଅଭାବ
ହିଁ କେନ୍ଦ୍ରୀଯ ନେତୃତ୍ବ ପାଇଁ ସବୁଠାରୁ ବଡ ସମସ୍ଯା ରୂପେ ଦେଖା~
ୟାଇଛି । ସେଠାରେ ପରିସ୍ଥିତିର ଉନ୍ନତି ଘଟିବ ଏବଂ କଂଗ୍ରେସ (ଇ) ର
ସ୍ଥିତି ଦୃଢ ହେବ ବୋଲି ଆଶାରଖି ରାଷ୍ଟ୍ରପତି ଶାସନ ମିଆଦ ବୃଦ୍ଧି
କରାୟାଇଛି । କିନ୍ତୁ ତାମିଲନାଡୁରେ ମଧ୍ଧ ଗତବର୍ଷ ସେହି କାରଣରୁ
ରାଷ୍ଟ୍ରପତି ଶାସନ ମିଆଦ ବୃଦ୍ଧି କରି ଶେଷରେ ଏକ ବର୍ଷ ମିଆଦ ଶେଷ
ହେବା ପୂର୍ବରୁ କେନ୍ଦ୍ରୀଯ ନେତୃତ୍ବ ବାଧ୍ଧ ହୋଇ ନିର୍ବାଚନ କରିଥିଲେ ।
ତାହାର ଫଳାଫଳ ୟାହା ହେଲା ସେଥିରୁ କେନ୍ଦ୍ରୀଯ ନେତୃତ୍ବର କୌଣସି
ଶିକ୍ଷା ଲାଭ ହୋଇଥିବା ଜଣାପଡୁ ନାହିଁ । ରାଷ୍ଟ୍ରପତି ଶାସନ ମିଆଦ
ବୃଦ୍ଧି କଂଗ୍ରେସ (ଇ) ଦଳର ଦୁର୍ବଳତା ପ୍ରମାଣ କରିବା ସଙ୍ଗେ ସଙ୍ଗେ
କ୍ଷମତାଲୋଭୀ କଂଗ୍ରେସ (ଇ) ନେତାମାନଙ୍କ ମଧ୍ଧରେ ଗୋଷ୍ଠୀ ବିବାଦ
ବୃଦ୍ଧିରେ ସହାଯକ ହେଉଛି । କାରଣ ରାଷ୍ଟ୍ରପତି ଶାସନକୁ ମଧ୍ଧ
କଂଗ୍ରେସ (ଇ) ଶାସନ ବୋଲି ବିଚାର କରାୟାଉଛି । ତାମିଲନାଡୁରେ
ଠିକ୍୍ ତାହା ହିଁ ହୋଇଥିଲା ଏବଂ କର୍ଣ୍ଣାଟକରେ ତାହାର ପୁନରାବୃତ୍ତି
ଘଟିବାର ସମ୍ଭାବନା ରହିଛି ।

କୋଣାର୍କ ଟି.ଭି. ରେ ସଙ୍କଟ
ରାଜ୍ଯ ସରକାରଙ୍କ ଗୋଟିଏ ବିଭାଗ ସହିତ ଅନ୍ଯ ବିଭାଗର
ସମ୍ପର୍କ ଓ ସମନ୍ବଯର ଅଭାବ ୟୋଗୁଁ ସରକାରୀ ଉଦ୍ଯୋଗରେ ପରି~
ଚାଳିତ କୋଣାର୍କ ଟି.ଭି. କମ୍ପାନୀ ଏକ ଗୁରୁତର ଆର୍ଥିକ ସଙ୍କଟର
ସମ୍ମୁଖୀନ ହୋଇଛି । ସରକାର କୋଣାର୍କ ଟି.ଭି.କୁ ଦେଇଥିବା
ବିକ୍ରିକରି ରିହାତିକୁ ଉଠାଇ ଦିଆୟାଇ ହଠାତ୍୍ ଏହା ଉପରେ
ଶତକଡା 13 ହାରରେ ବିକ୍ରିକର ଲାଗୁ କରାୟାଇଛି ?

ରାଜ୍ଯ ସରକାରଙ୍କ 1987 ଶିଳ୍ପନୀତି କୋଣାର୍କ
ଟି.ଭି. ବିକ୍ରିକର ଛାଡ ପାଇଥିଲା । କିନ୍ତୁ ଵେଷ୍ଟନ ଟି.ଭି.
ମାମଲାରେ ସୁପ୍ରିମକୋର୍ଟ ରାଯ ପରେ ଅବସ୍ଥା ବଦଳି ୟାଇଛି ।
1986 ଓଡିଶା ଶିଳ୍ପନୀତିରେ ଦିଆୟାଇଥିବା ବିକ୍ରିକର ଛାଡ
ପ୍ରତ୍ଯାହାର କରି ନିଆୟାଇଛି । 1988 ମାର୍ଚ୍ଚ 31 ତାରିଖରେ ବିକ୍ରିକର
ଛାଡ ମିଆଦ ପୂରିୟିବା ପରେ ମଧ୍ଧ କୋଣାର୍କ ଟି.ଭି. କମ୍ପାନୀ
ସରକାରଙ୍କଠାରୁ ସ୍ବତନ୍ତ୍ର ରିହାତି ପାଇବ ବୋଲି ଆଶା କରିଥିଲା ।
କିନ୍ତୁ ଗତବର୍ଷ ଜୁନମାସରେ ହଠାତ୍୍ ବିକ୍ରିକର , କେନ୍ଦ୍ରୀଯ ବିକ୍ରିକର
ଓ ଅତିରିକ୍ତ ବିକ୍ରିକର ନୋଟିସ ଦେବା ପରେ ଓଡିଶା ସରକାରଙ୍କ ଲାଭ~
ଜନକ ଏହି କ୍ଷୁଦ୍ରଶିଳ୍ପ ଉଦ୍ଯୋଗ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ
ହୋଇଛି । କାରଣ କୋଣାର୍କ ଟି.ଭି. ଏହି ହାରରେ ଖାଉଟିମାନଙ୍କ~
ଠାରୁ ଏହି ବିକ୍ରିକର ଆଦାଯ କରିନାହାନ୍ତି । ଏଣୁ ରାଜ୍ଯ ସରକାର
ବର୍ତ୍ତମାନ ଏହି କମ୍ପାନୀକୁ ସାହାୟ୍ଯ କରି ଟିକସ ଛାଡ ଘୋଷଣା ନକଲେ
କୋଣାର୍କ ଟି.ଭି.ରୁ ନିଜ ହାତରୁ 1 କୋଟି ଟଙ୍କା ଦେବାକୁ ପଡିବ ।
ଫଳ଱େ ଦୀର୍ଘ 16 ବର୍ଷ ହେଲା ସଫଳତାର ସହ ଚାଲିଥିବା ଏହି
ଟି.ଭି. କମ୍ପାନୀଟି ବନ୍ଦ ହୋଇୟିବାର ଆଶଙ୍କା ରହିଛି ।

ରାଜ୍ଯ ଶିଳ୍ପ ବିଭାଗ ଓ ଅର୍ଥବିଭାଗ ମଧ୍ଧରେ ସମନ୍ବଯର ଅଭାବ
ରହିଛି ୟେ ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇୟାଇଛି । ସରକାରୀ
ବିଭାଗଗୁଡିକ ମଧ୍ଧରେ ଏହିପରି ସମନ୍ବଯର ଅଭାବ ୟୋଗୁଁ ସାଧାରଣ
ନାଗରିକମାନେ ୟେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ସହଜରେ
ଅନୁମେଯ । //
ନେତାଙ୍କ ପଦ ସଂରକ୍ଷଣ
ପ୍ରତିଦିନ ସକାଳେ ଖବର
କାଗଜ ଦେଖିସାରିବା ପରେ ମୋ
ସାନଭାଇର ମନଟା ହତାଶାରେ
ଭରିୟାଏ । ତାର ସେଇ ହତାଶିଆ
ମୁହଁଟା ଦେଖିଲେ ମୁଁ ଭାରି ଦୁଃଖ
ପାଏ । ଏଗୁଡା କଣ ଠିକ୍୍
ହେଉଛି ! ଏତେ ଗୋଟାଏ କ'ଣ ?
ଦାରିଦ୍ର୍ଯ ସୀମାରେଖା ତଳେ
ତଫସିଲଭୁକ୍ତ ଲୋକ ବି ତ ଅଛନ୍ତି ।
ସେମାନେ କଣ ପାଇବେ ? କିଛି
ଅଧିକ ମୋହର ପାଇଁ ଜାଣିଶୁଣି
କିଛି ପିଲାଙ୍କ ଭବିଷ୍ଯତ ନଷ୍ଟ କରା~
ୟାଉଛି । ସତରେ ସେ କୁଳରେ
ଆମେ କାଇଁ ନ ଜନ୍ମିଲୁ । 30।40
ହଜାର ଚାକିରିରୁ ଗୋଟାଏ ଅନ୍ତତଃ
ମୋ ଭାଇକୁ ନିଶ୍ଚେ ମିଳି ୟାଇଥାନ୍ତା ।

କଥା ପ୍ରସଙ୍ଗରେ ଗୋଟିଏ
ପ୍ରଗତିଶୀଳ ସମ୍ବାଦ ପତ୍ରରେ ସମ୍ପା~
ଦକଙ୍କୁ ମୁଁ ପଚାରିଥିଲି ... ଆଚ୍ଛା
ଆଜ୍ଞା , ଆପଣ କଣ ଭାବୁଛନ୍ତି ?
ଏଇଟା ପ୍ରଧାନମନ୍ତ୍ରୀଙ୍କର ଗୋଟିଏ
ନିର୍ବାଚନ ଚାଲ ନୁହେଁ ? ତାପରେ
ଦେଖନ୍ତୁ , ବିରୋଧୀବାଲାଏ ବି
ନିର୍ବାଚନ ଆଗରେ ଥିବାରୁ ମୁହଁରେ
ସେଲୋଟେପ୍୍ ମାରି ବସିଛନ୍ତି ।

ସମ୍ପାଦକ ମହାଶଯ ମୋ କଥା
ଶୁଣି ତାଙ୍କ ସ୍ବଭାବସୁଲଭ ଭଙ୍ଗୀରେ
ଆଖିକୁ ବଡ ବଡ କରି ଈଷତ୍୍
ହସିଲେ । ତାପରେ ମୋ ଆଡକୁ
ଚାହିଁ କହିଲେ - ଦେଖ ବାବା ,
ଧର ଶହେଟି ଚାକିରି ପାଇଁ ବିଜ୍ଞାପନ
ବାହାରିଛି । ସେଥିପାଇଁ କମ୍୍ ସେ
କମ୍୍ ଲକ୍ଷେ ତଫସିଲବାଲା
ଦରଖାସ୍ତ କରିବେ । କିନ୍ତୁ ପାଇବେ
କେତେ କଣ ? ଶହେ । ତା' ହେଲେ
ବାକି ଅନେଶୋତ ହଜାର ନଶହ
ଜଣ ବେକାର ରହିଲେ ନା ନାହିଁ ?
ବେକାର ସମସ୍ଯା ସମାଧାନ
ହେଲା ?

ମୁଁ ମୁଣ୍ଡ ହଲାଇ ନାସ୍ତିବାଚକ
ସମ୍ମତି ଜଣାଇଲି । ସେ ପୁଣି ଆରମ୍ଭ
କଲେ - କିନ୍ତୁ ଏକ ଶହେଟି
ଚାକିରି ପାଇଁ ୟଦି ତଫସିଲଭୁକ୍ତ
ଲୋକଙ୍କଠୁ ଦରଖାସ୍ତ ଆହ୍ବାନ
କରାୟିବ ତେବେ ହୁଏତ କୁନ୍ଥେଇ
ମୁନ୍ଥେଇ ଶହେଟା ଲୋକ ଦରଖାସ୍ତ
ଦେବେ କି ନାହିଁ । ତା ହେଲେ କଣ
ହେଲା ? ଗୋଟିଏ ସଂପ୍ରଦାଯର
ଶହେରୁ ଶହେ ଚାକିରି ପାଇଲେ ।
ବେକାର ସମସ୍ଯା ତାଙ୍କର ସଂପୂର୍ଣ୍ଣ
ସମାଧାନ ହୋଇଗଲା । ତେଣୁ
ଜଣେ ପ୍ରଧାନମନ୍ତ୍ରୀଙ୍କ ଉପରେ
ଅୟଥାରେ କାହିଁକି ଚିଡୁଛି ?

ସମ୍ପାଦକ ମହୋଦଯଙ୍କ କଥା
ଶୁଣି ମୁଁ ତାଙ୍କୁ ସଙ୍ଗେ ସଙ୍ଗେ ପଚା~
ରିଲି - ଆଚ୍ଛା , ଆଜ୍ଞା , ଆମ ତଫସିଲ
ପ୍ରେମୀ ପ୍ରଧାନମନ୍ତ୍ରୀ ଏମିତି କାହିଁକି
କରୁନାହାନ୍ତି ?

କେମିତି ? ସମ୍ପାଦକ ମହାଶଯ
ଆଗ୍ରହର ସହିତ ପଚାରିଲେ । ମୁଁ
ଛେପ ଢୋକି କହିଲି - ୟଦି
ସଂରକ୍ଷଣ ବ୍ଯବସ୍ଥା ପ୍ରତି ଏତେ
ଦରଦ , ତେବେ ପ୍ରଧାନମନ୍ତ୍ରୀ ପଦଟା
ତଫସିଲବାଲାଙ୍କ ପାଇଁ ସଂରକ୍ଷିତ
କରି ଦେଉନାହାନ୍ତି କାହିଁକି ! ଏମ.
ଏଲ.ଏ. ଏମ.ପି. ଙ୍କ ପାଇଁ ତ ପୁଣି
ସଂରକ୍ଷିତ ଆସନମାନ ରହିଛି ।
ସେମିତି ପାର୍ଲାମେଣ୍ଟର ସଂଖ୍ଯା
ଗରିଷ୍ଠ ଦଳର ନେତା ୟିଏ ହେବେ ,
ସେ ତଫସିଲଭୁକ୍ତ ଜାତି ବା ଉପ~
ଜାତିର ହେବା ବାଞ୍ଛନୀଯ ।

ମୋ କଥା ଶୁଣି ସମ୍ପାଦକ
ମହୋଦଯ ଈଷତ୍୍ ହସିଲେ ।
ତାପରେ ବିସ୍ଫାରିତ ନଯନରେ
ମୋ ଆଡକୁ ଚାହିଁ କହିଲେ -
ଜନତାଦଳ ଭୋଟ ପାଇବା ପରେ ,
ଜଗଜୀବନ ରାମଙ୍କ କଥା ମନେ
ନାହିଁ ତୁମର ? ସେମାନେ କଣ ...
ସମ୍ପାଦକ ମହାଶଯ ଏତିକି କହି~
ଛନ୍ତି , ତାଙ୍କ ସାମ୍ନାରେ ଥୂଆହୋଇ
ଥିବା ଫୋନଟା ବାଜିଲା । ଆଉ ସେ
କଥା ବନ୍ଦକରି ଟେଲିଫୋନ
ରିସିଭରଟା ଉଠେଇଲେ ।

କ୍ରିକେଟ ଖେଳ ବିବାଦ :
ବାସନ୍ଦ ଖେଳାଳିଙ୍କ ପୁନର୍ବିଚାର ଆରମ୍ଭ
ଶୃଙ୍ଖଳାଗତ କ୍ରିଯାନୁଷ୍ଠାନ କମିଟି
ଦ୍ବାରା 6 ଜଣ କ୍ରିକେଟ ଖେଳାଳିଙ୍କୁ
ସମସ୍ତ ଜାତୀଯ ତଥା ଆନ୍ତର୍ଜାତିଯ
ମ୍ଯାଚ୍୍ ଗୁଡିକରୁ ଏକ ବର୍ଷ ପାଇଁ
ବାସନ୍ଦ କରାୟାଇଥିବା ନିଷ୍ପତ୍ତିକୁ
ପ୍ରତ୍ଯାହାର କରିବା ପାଇଁ ସମ୍ପୃକ୍ତ
ଖେଳାଳିମାନଙ୍କ ଦ୍ବାରା କରାୟାଇ~
ଥିବା ଆବେଦନକୁ ପୁନର୍ବିଚାର
କରିବା ପାଇଁ ସମ୍ପୃକ୍ତ
ଖେଳାଳିମାନଙ୍କ ଦ୍ବାରା କରାୟାଇ~
ଥିବା ଆବେଦନକୁ ପୁନର୍ବିଚାର
କରିବା ପାଇଁ ଭାରତୀଯ କ୍ରିକେଟ
କଣ୍ଟ୍ରୋଲ ବୋର୍ଡର ଏକ ଦୁଇ
ଜଣିଆ କାର୍ୟ୍ଯକାରୀ କମିଟି ଆଜି~
ଠାରୁ ଏଠାରେ ବସୁଛି ।

ଵେଷ୍ଟଇଣ୍ଡିଜି ଗସ୍ତ ସମଯରେ
ଚୁକ୍ତିର ଖିଲାପ କରି ଦଣ୍ଡିତ
ହୋଇଥିବା ଉକ୍ତ 6 ଜଣ
ଖେଳାଳିଙ୍କ ଦ୍ବାରା କରାୟାଇଥିବା
ଆବେଦନର ପୁନର୍ବିଚାର କରିବା
ଏହି ମିଟିଂର ଏକମାତ୍ର ଆଭିମୁଖ୍ଯ
ବୋଲି ବୋର୍ଡର ଅବୈତନିକ
ସମ୍ପାଦକ ଶ୍ରୀ ରଣବିର ସିଂ ପ୍ରକାଶ
କରିଛନ୍ତି ।

ବିଭିନ୍ନ ସଂଗଠନ ପକ୍ଷରୁ
ଆଗତ ସାଧାରଣ ସ୍ବାର୍ଥ ଜଡିତ
ମାମଲାର ଶୁଣାଣି ସମଯରେ
ସୁପ୍ରିମକୋର୍ଟର ଉପସ୍ଥିତ ଥିବା
ବୋର୍ଡର ପ୍ରତିନିଧି ଶ୍ରୀ ଅନିଲ
ଦିଵାନ , ସୁପ୍ରିମକୋର୍ଟର ମୁଖ୍ଯ
ବିଚାରପତି ଶ୍ରୀ ଇ.ଏସ. ଭେଙ୍କଟ~
ରାମାଯା , ବିଚାରପତି ଜେ.ଏନ.
ସିଂ ଓ ବିଚାର ପତି ଏସ.ନଟରାଜନଙ୍କୁ
ନେଇ ଗଠିତ ହୋଇଥିଲା । //
ଶାନ୍ତିବାହିନୀ ପ୍ରତ୍ଯାହାର ରାଜିନାମା
ଶୀଘ୍ର ସ୍ବାକ୍ଷରିତ ହେବ
ଭାରତୀଯ ଶାନ୍ତିରକ୍ଷା ବାହିନୀ
ପ୍ରତ୍ଯାହାର ସମ୍ପର୍କରେ ଭାରତ ଓ
ଶ୍ରୀଲଙ୍କା ଦିନେ ଦୁଇଦିନ ମଧ୍ଧରେ
ଏକ ରାଜିନାମାରେ ସ୍ବାକ୍ଷର କରିବେ
ଏବଂ ତାମିଲ ଆତଙ୍କବାଦୀଙ୍କ
ବିରୁଦ୍ଧରେ ଶାନ୍ତିବାହିନୀର କାର୍ୟ୍ଯାନୁ~
ଷ୍ଠାନ ବିରତି ବିଷଯ ଘୋଷଣା
କରିବେ ବୋଲି ବୈଦେଶିକ ମନ୍ତ୍ରୀ
ରଞ୍ଜନ ବିଜଯରତ୍ନେ ପ୍ରକାଶ
କରିଛନ୍ତି ।

ଗତକାଲି ଏଠାରେ ସାପ୍ତାହିକ
କ୍ଯାବିନେଟ ବୈଠକ ଶେଷରେ
ଶ୍ରୀ ବିଜଯରତ୍ନେ ସାମ୍ବାଦିକଙ୍କୁ
କହିଛନ୍ତି ୟେ , କେତେକ ଗୁରୁତ୍ବପୂର୍ଣ୍ଣ
ସମସ୍ଯାର ସମାଧାନ ହୋଇପାରି
ନଥିବାରୁ ରାଜିନାମା ହୋଇପାରି
ନାହିଁ । ଦୁଇ ସରକାରଙ୍କ ମଧ୍ଧରେ
ଆଲୋଚନା ଅବ୍ଯାହତ ରହିଛି ।

ବିଧାନସଭା ସଭ୍ଯ ପଦରୁ
ଶ୍ରୀ କାନୁନ୍୍ଗୋଙ୍କ ଇସ୍ତଫା !
ଗତକାଲି ରାଜ୍ଯ ବିଧାନସଭାର
ଗୋବିନ୍ଦପୁର ଜନତାଦଳ ସଦସ୍ଯ
ଶ୍ରୀ ତ୍ରିଲୋଚନ କାନୁନଗୋ ବିଧାନ~
ସଭା ସଦସ୍ଯ ପଦରୁ ଇସ୍ତାଫା
ଦେଇଛନ୍ତି । ସେ ତାଙ୍କର ଇସ୍ତାଫା
ପତ୍ର ବାଚସ୍ପତି ଶ୍ରୀ ପ୍ରସନ୍ନ କୁମାର
ଦାସଙ୍କୁ ତାଙ୍କ ଚେମ୍ବରରେ ପ୍ରଦାନ
କରିଥିବା ସାମ୍ବାଦିକମାନଙ୍କ ନିକ~
ଟରେ ଶ୍ରୀ କାନୁନଗୋ ଗତକାଲି
ବିଧାନ ସଭା ଲବିରେ ପ୍ରକାଶ କରି~
ଥିଲେ ।

ଇସ୍ତାଫା ପ୍ରଦାନର କାରଣ
ସମ୍ପର୍କରେ ସୂଚନା ଦେଇ
ଶ୍ରୀ କାନୁନଗୋ କହିଲେ ୟେ ,
ଗତକାଲି ବିଧାନସଭାରେ ସିମୁଳିଆ
ବିଧାଯକ ଶ୍ରୀ ପଦ୍ମଲୋଚନ ପଣ୍ଡା
ତାଙ୍କର ଭାଷଣ ପ୍ରସଙ୍ଗରେ
ଶ୍ରୀ ତ୍ରିଲୋଚନ କାନୁନଗୋ
ଭୁବନେଶ୍ବରରେ ଏକ ଦୁଇବଖରିଆ
କୋଠା ନିର୍ମାଣ କରିଛନ୍ତି ବୋଲି
ଅଭିୟୋଗ ଉଠାଇଥିଲେ ।

30 ବର୍ଷ ପରେ ନୁଜୋମାଙ୍କ
ସ୍ବଦେଶ ପ୍ରତ୍ଯାବର୍ତ୍ତନ
ନାମ୍ବିଆର କୃଷ୍ଣକାଯ ଜାତୀଯତା~
ବାଦୀ ନେତା ସାମ ନୁଜୋମା
30 ବର୍ଷ ନିର୍ବାସିତ ହୋଇ ରହିବା
ପରେ ଗତ ଗୁରୁବାର ଦିନ ବିପୁଳ
ସ୍ବାଗତ ସମ୍ବର୍ଦ୍ଧନା ମଧ୍ଧରେ ସ୍ବଗୃହକୁ
ପ୍ରତ୍ଯାବର୍ତ୍ତନ କରିଛନ୍ତି ।

ଶ୍ରୀ ନୁଜୋମାଙ୍କୁ ସ୍ବାଗତ
ଜଣାଇବା ପାଇଁ ତାଙ୍କର ହଜାର
ହଜାର ସମର୍ଥନ ଵାଣ୍ଡିହୋକ
ବିମାନ ବନ୍ଦରଠାରେ ନୃତ୍ଯ ଓ
ଗୀତ ଗାନ କରିଥିଲେ । ଆଗାମୀ
ନଭେମ୍ବର ମାସରେ ହେବାକୁ ଥିବା
ନିର୍ବାଚନରେ ` ସ୍ବାପୋ ' ବିଜଯୀ
ହେବ ବୋଲି ଆଶା କରାୟାଉଛି ।
60 ବର୍ଷ ବଯସ୍କ ଶ୍ରୀ ସାମ ନୁଜୋମା
ଲାଥୋପିଆ ଏଯାରଲାଇନ୍୍ସର
767 ବିମାନରୁ ଅବତରଣ କରିବା
ମାତ୍ରେ ନିଜ ଜନ୍ମଭୂମିକୁ ପ୍ରତ୍ଯାବର୍ତ୍ତନ
କରିଥିବାରୁ ଖୁବ ଆନନ୍ଦିତ
ବୋଲି କହିଥିଲେ । ଲାଲ , ସବୁଜ
ଓ ନୀଳ ରଙ୍ଗର ପୋଷାକ ପିନ୍ଧି
ତାଙ୍କର ସମର୍ଥକମାନେ ତାଙ୍କୁ
ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ
କରିଥିଲେ । //
ଖେଳ
ବିଚରା ଜନ୍୍ସନ୍୍
ପ୍ରକୃତରେ ଜନ୍୍ସନ୍ଙ୍୍ଙ୍କ କଥା ଭାବିବା ବେଳକୁ ଖୁବ୍୍ ଦୁଃଖ
ଲାଗୁଛି ନିଜକୁ । ତାଙ୍କ ଭଳି ଦୁର୍ଭାଗା ମଣିଷ ବୋଧହୁଏ ଦୁନିଆରେ
ଆଉ କେହି ନାହାନ୍ତି । ଡ୍ରଗ୍୍ସ ଖାଇ ଦୌଡିବା ଅପରାଧରେ ନ ଗଲା
ସିଓଲ୍୍ ଅଲିମ୍ପିକ୍୍ରେ ସେ ଜିତିଥିବା ସ୍ବର୍ଣ୍ଣପଦକ କାଢି ନିଆଗଲା , ଏବେ
ପୁଣି ସେ ରୋମ୍୍ରେ ହୋଇଥିବା ବିଶ୍ବ ଆଥ୍୍ଲେଟିକ୍୍ରେ ଭାଗ ନେବା
ବେଳେ ଷ୍ଟାନାଜୋଲ୍୍ ଖାଇଥିଲେ ବୋଲି ସଫେଇ ଦେବାକୁ , ତାଙ୍କ~
ଠାରୁ ସେ ରେକର୍ଡ ବି କାଢି ନିଆୟାଇଛି । ନିଜର ସଚୋଟପଣିଆ
ଦେଖେଇବାକୁ ୟାଇ ଜନ୍୍ସନ୍୍ ସବୁକିଛି ଚୁପ୍୍ଚାପ୍୍ ମାନିନେଲେ ,
ହେଲେ ପ୍ରତି ବଦଳରେ ତାଙ୍କୁ ମିଳିଲା କଣ ? ପୁରସ୍କାର ବଦଳରେ
ତିରସ୍କାର , ସତ୍ଯ ପ୍ରକାଶ କରିନେଇ ସେ ମସ୍ତବଡ ଭୁଲ କରି ବସିଛନ୍ତି ।
ସେ ତ ଏକା ଡ୍ରଗ୍୍ସ ଖାଇନାହାନ୍ତି , ଆହୁରି ଅନେକ ବି ଖାଇଛନ୍ତି
ୟେଉଁମାନଙ୍କୁ ଏ ୟାବତ୍୍ ଚିହ୍ନଟ କରାୟାଇ ପାରିନାହିଁ । ତେବେ ସେ
ସବୁଦଣ୍ଡ ଏକା ଭୋଗିବେ କାହିଁକି ? ହେଲେ କିଏବା ଶୁଣିଛି ତାଙ୍କ
ଅଭିୟୋଗ ? ଗଭୀର ମନସ୍ତାପ ଆଉ ହତାଶା ଭିତରେ ଏବେ ଦିନ
କାଟୁଛନ୍ତି ଜନ୍୍ସନ୍୍ । ବିଚରା !

କୁନି ଆଥଲେଟ
ଛୋଟ ଝିଅଟିଏ । ବଯସ ପ୍ରାଯ ସାତବର୍ଷ । ତା ନାଁ ହେଉଛି
ପାଯଲ ଗଡ୍୍ନି । ଏଇ ଛୋଟ ପିଲାଟି ଗୋଟେ ରେକର୍ଡ ସ୍ଥାପନ କରିଛି
ଯା ଭିତରେ । କଣ ଜାଣନ୍ତି ? ସେ ଦୁଇଘଣ୍ଟା ଚଉରାଳିଶ ମିନିଟ୍୍
ସମଯ ଭିତରେ କୋଡିଏ କିଲୋମିଟର ରାସ୍ତା ଅତିକ୍ରମ କରିଛି ଦୌଡି
ଦୌଡି । ଗଲା ନେହରୁ ଶତବାର୍ଷିକୀ ଗଣଦୌଡରେ ତାର ଏ ଦୌଡ
ଦେଖିବାକୁ ମିଳିଥିଲା । ରାଜୀବଜୀ ତାକୁ କାନ୍ଧ ଉପରକୁ ଟେକିନେଇ
ଫୁଲ ଉପହାର ଦେଇଥିଲେ । ତାକୁ ପଚାରିଲେ ସେ ଝିଅଟି କହେ , ବଡ
ହେଲେ ସେ ପି.ଟି. ଉଷା ପରି ବହୁତ ଦୌଡି , ବହୁତ ମେଡାଲ
ଜିତିବ । ଏତେ ଛୋଟ ବଯସରୁ ତାର ୟୋଗ୍ଯତା ୟଦି ଏମିତି ,
ତା ହେଲେ ବଡ ହେଲା ବେଳକୁ ତାହା କେଉଁଠି ପହଞ୍ଚିବ କହିଲେ ?
ସାବାସ୍୍ ପାଯଲ ।

ବୋଥାମଙ୍କ ମୁଣ୍ଡବ୍ଯଥା
ଇଂଲଣ୍ଡର ନାମୀ ଅଲରାଉଣ୍ଡର ଇଆନ ବୋଥାମ । ଏବେ
ତାଙ୍କର ମୁଣ୍ଡ ବିନ୍ଧିବା ଆରମ୍ଭ ହୋଇଛି । କାହିଁକି ଜାଣନ୍ତି ? ବୋଥାମ
ଭାବିଥିଲେ , ଗୋଟିଏ ରିବେଲ୍୍ ଗ୍ରୁପ ଦକ୍ଷିଣ ଆଫ୍ରିକା ଅଭିମୁଖେ
ଖେଳିବାପାଇଁ ବାହାରିୟିବା ପରେ ଆଗାମୀ ନେହରୁ କପ୍୍ ଏବଂ
ଵେଷ୍ଟଇଣ୍ଡିଜ୍୍ ଗସ୍ତପାଇଁ ସେ ଦଳର ପ୍ରତିନିଧିତ୍ବ କରିବା ଶତ ପ୍ରତିଶତ
ନିଶ୍ଚିତ । କ୍ଯାପଟେନ ନହେଲେ ବି ପୁରୁଖା ଅଭିଜ୍ଞ ଖେଳାଳି ଭାବରେ
ତାଙ୍କର ଭାଇସ କ୍ଯାପଟେନ୍୍ ହୋଇୟିବାର ଚାନସ ଅଛି । ମାତ୍ର
ଭାଗ୍ଯର ବିଡମ୍ବନା । ତାଙ୍କୁ ଶେଷପର୍ୟ୍ଯନ୍ତ ଦଳରେ ଅନ୍ତର୍ଭୁକ୍ତ କରାଗଲା
ନାହିଁ । ବୋଥାମଙ୍କ ସବୁ ପ୍ଳାନ ପ୍ରୋଗ୍ରାମ ଚଉପଟ । କ୍ରିକେଟ କମିଟିର
ଅଧ୍ଧକ୍ଷ ଟେଡ ଡେକସଟରଙ୍କୁ ସେ ଖାଲି ମନେମନେ ଗାଳି ଦେଉଛନ୍ତି
ୟାହା । ଆଉ ବା ସେ କଣ କରିପାରିବେ ଏଇନେ ? //
ପରିବାର କଲ୍ଯାଣ କାର୍ୟ୍ଯକ୍ରମକୁ
ଦୃଢ କରିବା ପାଇଁ ପରାମର୍ଶ
ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ତଥା
ଟୀକାଦାନ କାର୍ୟ୍ଯକ୍ରମକୁ ଦୃଢଭାବେ
କାର୍ୟ୍ଯକାରୀ କରିବା ପାଇଁ କେନ୍ଦ୍ର
ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ
ରାଷ୍ଟ୍ରମନ୍ତ୍ରୀ ଓ ଶ୍ରୀ ଆଲାମ
ରାଜ୍ଯମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଏହି କାର୍ୟ୍ଯକ୍ରମଗୁଡିକ ଦେଶରେ
ସହାଯକ କମ୍୍ ସେଥିପାଇଁ
ଆବଶ୍ଯକ ତଦାରଖ ବ୍ଯବସ୍ଥା ଲାଗୁ
କରିବା ଉପରେ ଶ୍ରୀ ଆଲାମ ଗୁରୁତ୍ବ
ଆରୋପ କରିଛନ୍ତି ।

କେନ୍ଦ୍ରୀଯ ସ୍ବାସ୍ଥ୍ଯ ଓ ପରିବାର
କଲ୍ଯାଣ ପରିଷଦ ସ୍ଥାଯୀ କମିଟି
ବୈଠକରେ ଉଦ୍୍ବୋଧନ ଦେଇ
ଶ୍ରୀ ଆଲାମ ଏହା କହିଛନ୍ତି । ଏହି
ବୈଠକରେ ହିମାଚଳପ୍ରଦେଶ ,
ଓଡିଶା , ଗୁଜରାଟ , ମଣିପୁର ,
ରାଜସ୍ଥାନ ଓ ମେଘାଳଯର ସ୍ବାସ୍ଥ୍ଯ
ମନ୍ତ୍ରୀମାନେ ପରିବାର ନିଯୋଜନ
ୟୋଜନାର ବିଭିନ୍ନ ଦିଗ ଉପରେ
ଆଲୋଚନା କରିଥିଲେ ।

ଗଞ୍ଜାମ ଓ କବିସୂର୍ୟ୍ଯନଗର ବ୍ଳକରେ
କୂଅ ଖୋଳାରେ ଦୁର୍ନୀତି
କେନ୍ଦ୍ର ସରକାରଙ୍କ ଜୀବନଧାରା
କଥା ପ୍ରିଡଗଵେଲ ୟୋଜନାରେ
ବିଭିନ୍ନ ଗ୍ରାମାଞ୍ଚଳର ଗରିବ ଚାଷୀଙ୍କୁ
ଅନ୍ତର୍ଭୁକ୍ତ କରାୟାଇ ସେମାନଙ୍କ
ଜମିରେ କୂଅ ଖୋଳାଇବା ପାଇଁ
3 ହଜାର ଟଙ୍କା ଲେଖାଏଁ
ଅନୁଦାନ ଅର୍ଥ ୟୋଗାଇ ଦିଆୟାଉ~
ଥିବା କାର୍ୟ୍ଯକ୍ରମ ହାତକୁ ନେଇ
ବ୍ଳକ ଉନ୍ନଯନ ଅଫିସର ଓ
ଜୁନିଅର ଇଞ୍ଜିନିଅରମାନେ
କୋଳାହଳ ସୃଷ୍ଟି କରିଥିବା
ସଙ୍ଗେ ସଙ୍ଗେ ଦୁର୍ନୀତି ନିବାରଣ
ବିଭାଗ ଏବଂ କେନ୍ଦ୍ର ଗୁଇନ୍ଦା ବିଭାଗ
ପକ୍ଷରୁ ଏହାର ବିଧିବଦ୍ଧ ତଦନ୍ତ
କରାୟିବାକୁ ଦାବି କରିଛନ୍ତି ।

ଜୀବନଧାରା ୟୋଜନାରେ
ଖୋଲା ୟାଇଥିବା କୂଅଗୁଡିକରେ
ବିଦ୍ଯୁତ ପମ୍ପ ସଂୟୋଗ କରାୟିବା
ପାଇଁ ସର୍ଭେ କରାୟିବା ବେଳେ ଏହି
କାର୍ୟ୍ଯକ୍ରମ ଏକ ପ୍ରହସନରେ ପରିଣତ
ହୋଇଥିବାର ବିଦ୍ଯୁତ୍୍ ବିଭାଗ
ଇଞ୍ଜିନିଅରମାନେ ଜାଣି ପାରିଛନ୍ତି ।

ବିଶ୍ବର ଅର୍ଦ୍ଧେକ ପୋଲିଓ ରୋଗୀ
ଭାରତରେ
ଭାରତ ବର୍ଷ ମଧ୍ଧରେ 2 ଲକ୍ଷ 73
ହଜାର ଶିଶୁ ପୋଲିଓ ରୋଗରେ
ଆକ୍ରାନ୍ତ ଏବଂ ସମଗ୍ର ପୃଥିବୀରେ
ଥିବା ପୋଲିଓ ରୋଗୀଙ୍କ ମଧ୍ଧରୁ
ଅର୍ଦ୍ଧେକ କେବଳ ଭାରତବର୍ଷରେ
ଅଛନ୍ତି ବୋଲି ପୂର୍ବତନ ରୋଟାରୀ
ଗଭର୍ଣ୍ଣର ଶ୍ରୀ ଗୋବିନ୍ଦଚନ୍ଦ୍ର ସେନା~
ପତି ଏଠାରେ ପ୍ରକାଶ କରିଛନ୍ତି ।

ଗତ 5 ତାରିଖ ଦିନ ରୋଟାରୀ
କ୍ଳବ ପକ୍ଷରୁ ସ୍ଥାନୀଯ ବାରିପଦା
କ୍ଳବ ପ୍ରାଙ୍ଗଣରେ ସଭାପତି ଶ୍ରୀ ବିଜଯ
କୁମାର ଅଗ୍ରଵାଲ ଅଧ୍ଧକ୍ଷତାରେ
ପୋଲିସ ଏବଂ ଅନ୍ଯାନ୍ଯ
ଶିଶୁରୋଗ ସମ୍ପର୍କୀଯ ଏଇ
ଆଲୋଚନା ଚକ୍ର ଅନୁଷ୍ଠିତ
ହୋଇଥିଲା ।

ଏହି ଆଲୋଚନା ଚକ୍ରରେ
ପୂର୍ବତନ ରୋଟାରୀ ଗଭର୍ଣ୍ଣର
ଶ୍ରୀ ଗୋବିନ୍ଦ ଚନ୍ଦ୍ର ସେନାପତି ଏବଂ
ମଯୁରଭଞ୍ଜ ଜିଲ୍ଲା ମୁଖ୍ଯ ଚିକିତ୍ସା~
ଧିକାରୀ ଡାକ୍ତର ସୁଶାନ୍ତ କୁମାର
କରି ୟଥାକ୍ରମେ ମୁଖ୍ଯ ଅତିଥି ଏବଂ
ମୁଖ୍ଯବକ୍ତା ଭାବେ ୟୋଗ ଦେଇ
କହିଲେ ୟେ , ଆଗାମୀ 2005
ମସିହା ସୁଦ୍ଧା ବିଶ୍ବରୁ ପୋଲିଓ
ଏବଂ ଅନ୍ଯାନ୍ଯ ମାରାତ୍ମକ ଶିଶୁ~
ରୋଗଗୁଡିକୁ ସଂପୂର୍ଣ୍ଣ ଭାବେ
ନିଶ୍ଚିହ୍ନ କରିବା ପାଇଁ ଲକ୍ଷ୍ଯ ରଖି
ଆନ୍ତର୍ଜାତିକ ରୋଟାରୀ ସଂସ୍ଥା ବିଭିନ୍ନ
ପ୍ରକାର କାର୍ୟ୍ଯମାନ ଗ୍ରହଣ
କରିଅଛି । ଏହି ମାରାତ୍ମକ ତଥା
ଭଯାବହ ରୋଗଗୁଡିକ ସମ୍ପର୍କରେ
ସମସ୍ତ ଜନସାଧାରଣଙ୍କୁ ସଚେତନ
କରାଇବା ପାଇଁ ଶ୍ରୀ ସେନାପତି
ପ୍ରତ୍ଯେକ ରୋଟାରୀଆନମାନଙ୍କୁ
ୟତ୍ନବାନ ହେବା ନିମନ୍ତେ ପରାମର୍ଶ
ଦେଇଥିଲେ ।
+>*
0 
﻿
ସୌମ୍ଯ...
03-08-12
Oriya
<ନକଲି ଚିତାଭସ୍ମ ଘଟଣାର
ତଦନ୍ତ ପାଇଁ ଦାବୀ
ସ୍ବର୍ଗୀଯା ପ୍ରଧାନମନ୍ତ୍ରୀ ଶ୍ରୀମତୀ
ଇନ୍ଦିରା ଗାନ୍ଧୀଙ୍କ ପ୍ରତି ଜନସାଧାରଣ
ଶେଷ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପାଇଁ
ସ୍ଥାନୀଯ ମ୍ଯୁନିସିପାଲିଟି ଚେଯାରମ୍ଯାନ
" ନକଲି ଚିତାଭସ୍ମ " ଆଣି ଜିଲ୍ଲା କଂଗ୍ରେସ
(ଇ) କାର୍ୟ୍ଯାଳଯରେ ରଖିବା ଘଟଣାର
ତଦନ୍ତ କରିବାକୁ ଗଞ୍ଜାମ ୟୁବ
କଂଗ୍ରେସ (ଇ) ସଭାପତି ଶ୍ରୀ ଶିବଶଙ୍କର
ସାହାନୀ ଦାବୀ କରିଛନ୍ତି ।

ଆନ୍ଧ୍ର ସରକାରଙ୍କ ଶୁଭଦୃଷ୍ଟି
ଶ୍ରୀକାକୁଲମରୁ ଆନ୍ଧ୍ର ସରକାରଙ୍କ
ତରଫରୁ ଡେପୁଟି ଲାଇବ୍ରେରିଆନ
ସ୍ଥାନୀଯ ଓଡିଆ ୟୁବକ ପାଠାଗାର
ପରିଦର୍ଶନ କରି ଫେରିଛନ୍ତି ।

ଡେପୁଟି ଲାଇବ୍ରେରିଆନ ତାଙ୍କ
ପରିଦର୍ଶନ ସମଯରେ ପାଠାଗାରର
ବିଭିନ୍ନ ଉପାଦେଯ କାଗଜପତ୍ର ତନ୍ନ ତନ୍ନ
କରି ଦେଖିବା ସଙ୍ଗେ ସଙ୍ଗେ 3
ଘଣ୍ଟା ପାଠାଗାର କର୍ମକର୍ତ୍ତାଙ୍କ ସହ
ଆଲୋଚନା କରିଥିଲେ । ଓଡିଆ ୟୁବକ
ପାଠାଗାରକୁ ଓଡିଶାର ମୁଖ୍ଯମନ୍ତ୍ରୀ ଦଶ
ହଜାର ଟଙ୍କା ସାହାୟ୍ଯ ଦେଇ ଥିବାରୁ
ଭୂଯସୀ ପ୍ରଶଂସା କରି ତଦନୁରୂପ
ସାହାୟ୍ଯ ଆନ୍ଧ୍ର ସରକାରଙ୍କ ତରଫରୁ
ୟୋଗାଇ ଦେବା ପାଇଁ ପ୍ରତିଶ୍ରୁତି
ଦେଇଥିଲେ । ତାଙ୍କ ସହିତ ପାଠାଗାର
ସମ୍ପାଦକ ଅଶୋକ କୁମାର ପଟ୍ଟନାଯକ
ଲାଇବ୍ରେରିଆନ୍ ପ୍ରଦୋଷ କୁମାର
ତ୍ରିପାଠୀ ଓ ପାଠାଗାରର ଅନ୍ଯ
କର୍ମକର୍ତ୍ତାମାନେ ଆଲୋଚନା କରିଥିଲେ ।

ରାଧାକାନ୍ତ ୟୁବ ପରିଷଦର କର୍ମକର୍ତ୍ତା ନିର୍ବାଚନ
ଗତ
ସପ୍ତାହରେ ବାଲିଅନ୍ତା ରାଧାକାନ୍ତ
ୟୁବପରିଷଦର କର୍ମକର୍ତ୍ତା ନିର୍ବାଚନ
ହୋଇୟାଇଛି । ଏଥିରେ ଶ୍ରୀ ବ୍ରଜ
ଜେନା - ସଭାପତି , ଅଲେଖ
ଦଳାଇ - ସଂପାଦକ ଏବଂ ଶ୍ରୀ ନିରଞ୍ଜନ
ଜେନା - କୋଷାଧ୍ଧକ୍ଷ ରୂପେ ନିର୍ବାଚିତ
ହୋଇଛନ୍ତି । ଉକ୍ତ ପରିଷଦ ରାଜ୍ଯ
ସରକାରଙ୍କ ସ୍ବୀକୃତି ଲାଭ କରିଛି ।

ଶସ୍ଯ ସଂରକ୍ଷଣ ଓ ଔଷଧ ବଣ୍ଟନ
ଭଦ୍ରକ
କଲେଜ ଜାତୀଯ ସେବା ସଂସ୍ଥା
ଆନୁକୁଲ୍ଯରେ ଏବଂ କେନ୍ଦ୍ର
ସରକାରଙ୍କର ଶସ୍ଯ ସଂରକ୍ଷଣ
ଅଭିୟାନ , ( ଖାଦ୍ଯ ବିଭାଗ )
ଭୁବନେଶ୍ବରଙ୍କ ସହାଯତାରେ
ଦୋଳସାହି ସରକାରୀ ହାଇସ୍କୁଲଠାରେ
ଏକ ଦୁଇଦିନିଆ ଶିବିର ଚଳିତ ମାସ
ତା 10 ଏବଂ 11 ରିଖରେ ଅନୁଷ୍ଠିତ
ହୋଇଥିଲା । ଉକ୍ତ କାର୍ୟ୍ଯକ୍ରମରେ 35
ଜଣ ସ୍ବେଚ୍ଛାସେବୀଙ୍କୁ ଶସ୍ଯ ସଂରକ୍ଷଣ
ଅଭିୟାନ , ଖାଦ୍ଯ ବିଭାଗ ଅଫିସର
ଶ୍ରୀୟୁକ୍ତ ରାଜା ହୋସେନ ଏବଂ ତାଙ୍କ
ସହକର୍ମୀ ଶ୍ରୀ ବି.ଆର.ସୋରେନ ତାଲିମ
ପ୍ରଦାନ କରିଥିଲେ । ତା ପରେ ଉକ୍ତ
ସ୍ବେଚ୍ଛାସେବୀମାନେ ବିଭିନ୍ନ ଦଳରେ
ବିଭକ୍ତ ହୋଇ ଦୋଳସାହି , ଚୁଆମାଳ ,
ଅଲିନଗର , ଜିତାନଗା ପ୍ରଭୃତି ଗ୍ରାମର
1300 ଲୋକଙ୍କୁ ବୈଜ୍ଞାନିକ
ପ୍ରଣାଳୀରେ ଶସ୍ଯ ସଂରକ୍ଷଣ ପଦ୍ଧତି
ବିଷଯରେ ପରାମର୍ଶ ଦେବା ସଙ୍ଗେ
ସଙ୍ଗେ ପ୍ରାଯ 500 କୃଷକଙ୍କୁ ମୂଷା ଓ
ପୋକ ମାରିବା ପାଇଁ ଓଷଧ ବଣ୍ଟନ
କରିଥିଲେ । ସ୍ବେଚ୍ଛାସେବୀମାନେ ମଧ୍ଧ
ମୂଷା ଔଷଧର ବିନିୟୋଗ ପ୍ରଣାଳୀ
ଚାଷୀମାନଙ୍କୁ ପ୍ରଦର୍ଶନ କରିଥିଲେ ।

ଶ୍ରୀ ରାଧାରାଣୀଙ୍କ
ପାଦଦର୍ଶନ
ସାକ୍ଷୀଗୋପାଳ ଶ୍ରୀ ଗୋପୀନାଥଜୀଉ
ମନ୍ଦିରରେ ଅଁଳା ନବମୀ ଉତ୍ସବ
ମହାସମାରୋହରେ ପାଳନ
କରାୟାଇଛି । ଏହି ଉତ୍ସବରେ ପ୍ରାଯ 60
ହଜାର ଦର୍ଶକ ଶ୍ରୀ ରାଧାରାଣୀଙ୍କ
ପାଦଦର୍ଶନ କରିଥିଲେ । ଶାନ୍ତିଶୃଙ୍ଖଳା
ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ଯାପକ
ବ୍ଯବସ୍ଥା କରା ୟାଇଥିଲା । ଏକାଦଶୀ
ୟାତ୍ରାଦିନ ମଧ୍ଧ ବହୁ ଜନସମାଗମ
ହୋଇଥିଲା । //
ପ୍ରଥମ ବର୍ଷରେ ମାରୁତିର ଲାଭ
1 କୋଟି 70 ଲକ୍ଷ ଟଙ୍କା
1983-84 ପ୍ରଥମ ବର୍ଷରେ ମାରୁତି
ଉଦ୍ଯୋଗ ଲିମିଟେଡ 1 କୋଟି 70 ଲକ୍ଷ
ଟଙ୍କା ଲାଭ କରିଥିବା ଜଣା ୟାଇଛି ।
ଆସନ୍ତା କାଲି ଇନ୍ଦିରା ଗାନ୍ଧୀଙ୍କ
ଜନ୍ମଦିବସରେ ଏହି କାରଖାନା ପକ୍ଷରୁ
ବଜାରକୁ ଭ୍ଯାନ୍୍ ଓ ଡିଲକ୍ସ କାର
ଛଡାୟିବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ
ପାଇଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା
ଗାନ୍ଧୀ , 1983 ଡିସେମ୍ବର 14 ତାରିଖ
ଦିନ ଗୁରୁଗାଓଁଠାରେ ଏହି କାରଖାନା
ଉଦ୍୍ଘାଟନ କରିଥିଲେ । ଗତ ଅକ୍ଟୋବର
ଶେଷ ସୁଦ୍ଧା ଏହି କାରଖାନାରୁ 7100
କାର ଉତ୍ପାଦିତ ହୋଇ ପାରିଥିଲା ।

କଂଗ୍ରେସ ନିର୍ବାଚନ ଶ୍ଳୋଗାନ
ଇନ୍ଦିରାଜୀଙ୍କ
ଅନ୍ତିମ ଇଚ୍ଛା " ବୁନ୍ଦ ବୁନ୍ଦ ସେ ଦେଶକି ରକ୍ଷା " ( ଇନ୍ଦିରା
ଗାନ୍ଧୀଙ୍କ ଶେଷ ଇଚ୍ଛା ଥିଲା ଶେଷ ରକ୍ତ ବିନ୍ଦୁ ପର୍ୟ୍ଯନ୍ତ
ଦେଶର ସଂହତି ପାଇଁ ଢାଳି ଦେବା । )

ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏହା
ହେଲା କଂଗ୍ରେସ ( ଇ ) ର ଗୋଟିଏ ଶ୍ଳୋଗାନ । ଇନ୍ଦିରା
ଗାନ୍ଧୀଙ୍କ ପୂର୍ଣ୍ଣ ପ୍ରତିଶ୍ରୁତି ଥିବା ପୋଷ୍ଟରରେ ଏହା
ଛପାୟିବ ।

ଆଉ ଗୋଟିଏ ଶ୍ଳୋଗାନ ହେଲା " କଂଗ୍ରେସ
ଲାଓ , ଦେଶ ବଚାଓ " ( କଂଗ୍ରେସକୁ ଭୋଟ ଦିଅନ୍ତୁ ।
ଦେଶକୁ ରକ୍ଷା କରନ୍ତୁ ) । ଏହି ଶ୍ଳୋଗାନଟି
ଇନ୍ଦିରା ଗାନ୍ଧୀଙ୍କ ନିମ୍ନଲିଖିତ ଉକ୍ତିରୁ ଉଦ୍ଧୃତ
କରାୟାଇଛି ," ଦେଶର ଐକ୍ଯ ଓ ସଂଘତି ରକ୍ଷା
କରିବା ଆମର ମୁଖ୍ଯ ଉଦ୍ଦେଶ୍ଯ ଏବଂ କଂଗ୍ରେସ (ଇ)
ଏହି ଉଦ୍ଦେଶ୍ଯ ସାଧନ କରିବାର ବାହନ । "

ଚିଲିରେ 6000 ଗିରଫ
ଚିଲିରେ ସାମରିକ
ବାହିନୀ କ୍ଷମତା ଦଖଲର 9 ଦିନ
ମଧ୍ଧରେ ପ୍ରାଯ 6000 ଲୋକଙ୍କୁ
ଗିରଫ କରିଥିବା ଜଣା ପଡିଛି । ସୈନ୍ଯ
ବାହିନୀ ଓ ସାମରିକ ପୋଲିସଙ୍କ
ସହାଯତାକ୍ରମେ ବିରୋଧୀ ରାଜନୈତିକ
ଦଳ ଓ ଛାତ୍ର ସଂଗଠନ ଗୁଡିକର ମୁଖ୍ଯ
ଥିବା ସାଣ୍ଟିଆଗୋର ଦୁଇଟି
ଜନବହୁଳ ସହର ଉପରେ ଚଢାଉ କରି
ବହୁ ଲୋକଙ୍କୁ ଅଟକ ରଖା ୟାଇଥିବା
ପ୍ରକାଶ ।

ଚିଲିରେ ସାମରିକ ସରକାର
ବ୍ଯକ୍ତି ସ୍ବାଧୀନତାକୁ ସଂକୁଚିତ କରିଥିବା
ବେଳେ ସରକାରଙ୍କ
ଜେନେରାଲ ସେକ୍ରେଟେରୀ କହିଛନ୍ତି
ୟେ , ସାମରିକ ଶାସନ ପ୍ରବର୍ତ୍ତନ
ପରଠାରୁ ଦେଶରେ ଶାନ୍ତି ବିରାଜମାନ
କରୁଛି । //
ଏ ବର୍ଷର ଶ୍ରେଷ୍ଠ ବିବେଚିତ ସମବାଯ ସମିତି
ଭୁବନେଶ୍ବର - ଏ ବର୍ଷ ରାଜ୍ଯର ବିଭିନ୍ନ ପ୍ରକାର ସମବାଯ ସମିତି
ମାନଙ୍କର ସଫଳ କାର୍ୟ୍ଯକାରିତାକୁ ସମୀକ୍ଷା କରାୟାଇ ରାଜ୍ଯ
ସମବାଯ ସମିତି ପକ୍ଷରୁ ଶ୍ରେଷ୍ଠ ସମିତି ମାନଙ୍କର ନାମ
ଘୋଷଣା କରାୟାଇଛି । ନଭେମ୍ବର 20 ତାରିଖରେ ପାଳିତ
ହେଉଥିବା ରାଜ୍ଯ ସ୍ତରୀଯ ସମବାଯ ସପ୍ତାହ ଉତ୍ସବରେ ନିମ୍ନୋକ୍ତ
ଶ୍ରେଷ୍ଠ ବିବେଚିତ ସମିତି ମାନଙ୍କୁ ପୁରସ୍କୃତ କରାୟିବ ।

ଏହି ଘୋଷଣାନାମା ଅନୁୟାଯୀ ରାଜ୍ଯର 17 ଟି କେନ୍ଦ୍ର
ସମବାଯ ବ୍ଯାଙ୍କ ମାନଙ୍କ ମଧ୍ଧରୁ କଟକ କେନ୍ଦ୍ର ସମବାଯ ବ୍ଯାଙ୍କ
ପ୍ରଥମ , ସମ୍ବଲପୁର ଜିଲ୍ଲା କେନ୍ଦ୍ର ବ୍ଯାଙ୍କ ଦ୍ବିତୀଯ ଓ କେନ୍ଦୁଝର କେନ୍ଦ୍ର
ସମବାଯ ବ୍ଯାଙ୍କ ତୃତୀଯ ସ୍ଥାନ ଲାଭ କରିଛନ୍ତି ଏବଂ ସୁନ୍ଦରଗଡ କେନ୍ଦ୍ର
ସମବାଯ ବ୍ଯାଙ୍କ ସ୍ବତନ୍ତ୍ର ପୁରସ୍କାର ପାଇବା ପାଇଁ ୟୋଗ୍ଯ ବିବେଚିତ
ହୋଇଛି । ନଗର ସମବାଯ ବ୍ଯାଙ୍କମାନଙ୍କ ମଧ୍ଧରେ କଟକ ନଗର
ବ୍ଯାଙ୍କ ପ୍ରଥମ , ବାରିପଦା ନଗର ବ୍ଯାଙ୍କ ଦ୍ବିତୀଯ ଏବଂ ବ୍ରହ୍ମପୁର ନଗର
ବ୍ଯାଙ୍କ ତୃତୀଯ ସ୍ଥାନ ଅଧିକାର ସହିତ ପୁରୀ ନଗର ବ୍ଯାଙ୍କ ସ୍ବତନ୍ତ୍ର
ପୁରସ୍କାର ଲାଭ କରିବାକୁ ସକ୍ଷମ ହୋଇଛି ।

ରାଜ୍ଯର ସମବାଯ ଭୂ-ଉନ୍ନଯନ ବ୍ଯାଙ୍କ ମାନଙ୍କ ମଧ୍ଧରେ
ବରଗଡ ଭୂ-ଉନ୍ନଯନ ବ୍ଯାଙ୍କ ଦ୍ବିତୀଯ ଓ ପାରଳାଖେମୁଣ୍ଡି ତୃତୀଯ ସ୍ଥାନ
ଅଧିକାର କରିଛନ୍ତି ।

ସମବାଯ ଗୃହନିର୍ମାଣ ସମିତିମାନଙ୍କ ମଧ୍ଧରେ ରାଜଧାନୀ
ଗୃହନିର୍ମାଣ ସମବାଯ ସମିତି ପ୍ରଥମ , ଜଯପୁର ଗୃହନିର୍ମାଣ ସମିତି
ଦ୍ବିତୀଯ ଏବଂ ପୁରୀ ଗୃହନିର୍ମାଣ ସମିତି ତୃତୀଯ ସ୍ଥାନ ଅଧିକାର
କରିଛି । ଆଞ୍ଚଳିକ ସମବାଯ ବାଣିଜ୍ଯ ସମିତିମାନଙ୍କ ମଧ୍ଧରେ ଜଯପୁର
ପ୍ରଥମ ଓ ବେତନଟୀ ଦ୍ବିତୀଯ ସ୍ଥାନ ଅଧିକାର କରିଛି ।

ତୈଳବୀଜ ଉତ୍ପାଦକ ସମିତି ମାନଙ୍କ ମଧ୍ଧରେ ପୁରୀ
ଜିଲ୍ଲାର ପୋପରଙ୍ଗା ତୈଳବୀଜ ଉତ୍ପାଦକ ସମିତି ପ୍ରଥମ , କଟକ
ଜିଲ୍ଲାର ହଂସୁରୀ ସମିତି ଦ୍ବିତୀଯ ଏବଂ କରାପଲ୍ଲୀ ତୈଳବୀଜ
ଉତ୍ପାଦକ ସମିତି ତୃତୀଯ ସ୍ଥାନ ଅଧିକାର କରିଛି ।

ଟସର ଓ ରେଶମ ସମବାଯ ସମିତିମାନଙ୍କ ମଧ୍ଧରେ
କେନ୍ଦୁଝର ଜିଲ୍ଲାର ତେଲକୋଇ ସମିତି ପ୍ରଥମ , ମଯୁରଭଞ୍ଜ ଜିଲ୍ଲାର
ବଇଁଚା ସମିତି ଦ୍ବିତୀଯ ଓ ଶ୍ଯାମସୁନ୍ଦରପୁର ସମିତି ତୃତୀଯ ସ୍ଥାନ
ଅଧିକାର କରି ପାରିଛି ।

ସେହିପରି ହସ୍ତତନ୍ତ ବୁଣାକାର ସହୟୋଗ ସମିତିମାନଙ୍କ
ମଧ୍ଧରେ ମଙ୍ଗଳା ତନ୍ତୁବାଯ ସମିତି ପ୍ରଥମ , ଅତାବିରା ତନ୍ତୁବାଯ
ସମିତି ଦ୍ବିତୀଯ ଓ ଅଢେଇଗୁଣ୍ଡି ସମିତି ତୃତୀଯ ସ୍ଥାନ ଲାଭ କରିଛି ।

ଦୁଗ୍୍ଧ ଉତ୍ପାଦକ ସମିତିମାନଙ୍କ ମଧ୍ଧରେ
କେନ୍ଦୁଝର ଜିଲ୍ଲାର ସିଲିସୁଆଁ ସମିତି ପ୍ରଥମ ଓ ନଯାଗଡର
ମାଛିପଡା ସମିତି ଦ୍ବିତୀଯ ସ୍ଥାନ ଅଧିକାର କରିବା ବ୍ଯତୀତ ବଡଗାଁ
ଦୁଗ୍୍ଧ ଉତ୍ପାଦକ ସମବାଯ ସମିତି ସ୍ବତନ୍ତ୍ର ପୁରସ୍କାର ପାଇବାକୁ ୟୋଗ୍ଯ
ବିବେଚିତ ହୋଇଛି ।

ପ୍ରାଥମିକ ମତ୍ସ୍ଯଜୀବୀ ସମବାଯ ସମିତି ମାନଙ୍କ ମଧ୍ଧରେ କଳିଙ୍ଗ
କର୍ଣ୍ଣଧାର ମତ୍ସ୍ଯଜୀବୀ ସମିତି ପ୍ରଥମ ଓ ଆଠଗଡ ମତ୍ସ୍ଯଜୀବୀ ସମିତି
ଦ୍ବିତୀଯ ସ୍ଥାନ ଅଧିକାର କରିଛନ୍ତି ।

ପ୍ରାଥମିକ ଶିଳ୍ପ ସମବାଯ ସମିତିମାନଙ୍କ ମଧ୍ଧରୁ ପୁରୀ ଜିଲ୍ଲାର
ଅମଣାକୁଦ କମାର ଶିଳ୍ପ ସମବାଯ ସମିତି ପ୍ରଥମ , କଟକ ଜିଲ୍ଲାର
କାର୍ତ୍ତେଶ୍ବର ବହୁମୁଖୀ ସମବାଯ ସମିତି ଦ୍ବିତୀଯ ସ୍ଥାନ ଓ
ବାଲେଶ୍ବର କର୍ମଚାରୀ ସମବାଯ ଛାପାଖାନା ତୃତୀଯ ସ୍ଥାନ ହାସଲ
କରିଛି । ସମବାଯ ଶୀତଳ ଭଣ୍ଡାର ମାନଙ୍କ ମଧ୍ଧରେ ପୁରୀର
ଉତ୍ତରାଯଣୀ , ବହୁଗ୍ରାମର ବାପୁଜୀ ଶୀତଳ ଭଣ୍ଡାର ଓ ଢେଙ୍କାନାଳ
ଜିଲ୍ଲାର ଭୁବନ ଶୀତଳ ଭଣ୍ଡାର ୟଥାକ୍ରମେ ପ୍ରଥମ , ଦ୍ବିତୀଯ ଓ ତୃତୀଯ
ସ୍ଥାନ ଅଧିକାର କରିଛନ୍ତି ।

ସମବାଯ ପାଇକରୀ ଖାଉଟି ଭଣ୍ଡାର ମାନଙ୍କ ମଧ୍ଧରେ
ରାଯଗଡା ଖାଉଟି ଭଣ୍ଡାର ପ୍ରଥମ , ପାରାଦ୍ବୀପ ଖାଉଟି ଭଣ୍ଡାର ଦ୍ବିତୀଯ
ଓ ନଯାଗଡ ଖାଉଟି ଭଣ୍ଡାର ତୃତୀଯ ସ୍ଥାନ ଅଧିକାର କରିବା ସହିତ
ରାଉରକେଲା ଖାଉଟି ଭଣ୍ଡାର ସ୍ବତନ୍ତ୍ର ପୁରସ୍କାର ପାଇବାକୁ ୟୋଗ୍ଯ
ବିବେଚିତ ହୋଇଛନ୍ତି ।

ସେବା ସମବାଯ ସମିତି ମାନଙ୍କ ମଧ୍ଧରେ ସମ୍ବଲପୁର
ଜିଲ୍ଲାର ଏ କଟାପିଲ ସମିତି , ବାଙ୍କୀର ଅଖଣ୍ଡେଶ୍ବର ସମିତି ଓ ଢଂସର
ସମିତି ୟଥାକ୍ରମେ ପ୍ରଥମ , ଦ୍ବିତୀଯ ଓ ତୃତୀଯ ସ୍ଥାନ ଅଧିକାର
କରିଛନ୍ତି ।

ଲ୍ଯାମ୍ପ ସମିତିମାନଙ୍କ ମଧ୍ଧରେ ସୁନ୍ଦରଗଡର ବିଶ୍ରା , ମଯୁରଭଞ୍ଜ
ଜିଲ୍ଲାର ବୃନ୍ଦାବନ ଚନ୍ଦ୍ରପୁର ଓ ଫୁଲବାଣୀ ଫିରିଙ୍ଗିଆ ଲ୍ଯାମ୍ପ ସମିତି
ୟଥାକ୍ରମେ ପ୍ରଥମ , ଦ୍ବିତୀଯ ଓ ତୃତୀଯ ସ୍ଥାନ ଲାଭ କରିଛନ୍ତି । //
ପିପିଲି ନିକଟରେ ସଶସ୍ତ୍ର ଡକାଯତି
ପିପିଲି - ଏଠାରୁ 10 କିଲୋ ମିଟର
ଦୂର ନୂଆଗୋଡି ଗ୍ରାମରେ 18 ତାରିଖ ରାତିରେ
ବାନାମ୍ବର ସାହୁଙ୍କ ଘରେ ଏକ ସଶସ୍ତ୍ର ଡକାଯତି
ହୋଇ ୟାଇଛି । ଡକାଯତମାନେ ବୋମା ଫୁଟାଇ ପ୍ରାଯ
8 ଭରି ସୁନା , 30 ଭରି ରୂପା ଅଳଙ୍କାର ଓ ନଗଦ
ପ୍ରାଯ ଦୁଇ ହଜାର ଟଙ୍କା ନେଇ ପଳାଇଛନ୍ତି ।

ଶ୍ରୀ ସାହୁଙ୍କ ଠାରୁ ପ୍ରକାଶ ୟେ , 18 ତାରିଖ
ରାତି ଗୋଟାଏ ବେଳେ ଡକାଯତମାନେ ଏକ ଢିଙ୍କି
ସାହାୟ୍ଯରେ ଦାଣ୍ଡ କବାଟ ଭାଙ୍ଗି ଘର ଭିତରେ
ପ୍ରବେଶ କରିଥିଲେ । ଶ୍ରୀ ସାହୁଙ୍କ ଚିତ୍କାରରେ ତାଙ୍କର
ବଡ ପୁଅ ବାସୁଦେବ ସାହୁ ଡକାଯତମାନଙ୍କୁ ପ୍ରତିହତ
କରିଥିଲେ । ତାଙ୍କ ମୁଣ୍ଡରେ ଲାଠି ପ୍ରହାର ବାଜିବା
ଫଳରେ ସେ ଅଚେତ ହୋଇ ପଡିଥିଲେ । ବାପା ଓ
ଭାଇଙ୍କୁ ସାହାୟ୍ଯ କରିବାକୁ ଆସି ବାନାମ୍ବର ସାହୁଙ୍କର
ଅନ୍ଯ ପୁଅ ଶ୍ରୀ ନିଧି ସାହୁ ବୋମା ଆଘାତରେ ଅଚେତ
ହୋଇ ପଡିଥିଲେ ।

ଉକ୍ତ ଗ୍ରାମର ପ୍ରାଯ 105 ଘର ଥିଲେ ମଧ୍ଧ
କୌଣସି ବ୍ଯକ୍ତି ଡକାଯତ ମାନଙ୍କର ମୁକାବିଲା
କରିବାକୁ ସାହସ କରି ନ ଥିଲେ । ନିର୍ବିଘ୍ନରେ
ଡକାଯତମାନେ ଜୋର ଜବରଦସ୍ତ ସ୍ତ୍ରୀ ଲୋକମାନଙ୍କ
କାନରୁ ଓ ବେକରୁ ଅଳଙ୍କାର ଛଡାଇ ନେଇଥିଲେ ।
ଡକାଯତ ଦଳର 7 ଜଣ ୟୁବକ ଥିଲେ ଏବଂ
ସେମାନେ ହାଫପ୍ଯାଣ୍ଟ , ଲୁଙ୍ଗୀ ଓ ଗେଞ୍ଜି ପିନ୍ଧିଥିଲେ । ଏ
ସମସ୍ତ କାର୍ୟ୍ଯ ପାଇଁ ସେମାନେ ଘଣ୍ଟାକରୁ ଅଧିକ ସମଯ
ନେଇଥିଲେ ବୋଲି ଶ୍ରୀ ସାହୁ କହିଛନ୍ତି ।

ଗଣିତଜ୍ଞ କମ୍ପ୍ଯୁଟରକୁ ଟପିଲେ
ନ୍ଯୁଯର୍କ - ଏଠାରେ ଜଣେ
28 ବର୍ଷ ବଯସର ଭାରତୀଯ ଗଣିତଜ୍ଞ ଖୁବ୍ ବଡ ବଡ
ମିଶାଣକୁ ଅତି କମ୍୍ ସମଯରେ କରିପାରୁ ଥିବାରୁ
ଆମେରିକାର ସବୁ ଖବରକାଗଜ ଗୁଡିକରେ ତାଙ୍କର
ପ୍ରଶଂସା କରା ୟାଇଛି । କାରଣ କମ୍ପ୍ଯୁଟର ମଧ୍ଧ ୟେଉଁ
ମିଶାଣ କରିବା ପାଇଁ ସମଯ ଦରକାର କରୁଛି , ସେହି
ମିଶାଣକୁ ସେ ଆଖି ପିଛୁଳାକେ କଷି ଦେଉଛନ୍ତି ।

ଏହି ଭାରତୀଯ ଗଣିତଜ୍ଞଙ୍କ ନାମ ଡକ୍ଟର
ନରେନ୍ଦ୍ର କରମରକର । ସେ ଏଠାରେ ` ବେଲ '
ଗବେଷଣାରେ ଗତବର୍ଷଠାରୁ କାମ କରୁଛନ୍ତି ।

ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ :
ଜାଗ୍ରତ ଓଡିଶା ସମର୍ଥକ ନିହତ
ସମ୍ବଲପୁର , ନିର୍ବାଚନ
ପୂର୍ବରୁ ବଲାଙ୍ଗୀର ଜିଲ୍ଲା ସାଲେଭଟ୍ଟା ନିକଟବର୍ତ୍ତୀ
ଲହୁରାମୁଣ୍ଡା ଗ୍ରାମରେ ହିଂସାକାଣ୍ଡ ଘଟି ଜଣେ ଲୋକର
ମୃତ୍ଯୁ ହୋଇଥିବା ସରକାରୀ ରିପୋର୍ଟରୁ ପ୍ରକାଶ ।

ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଲୋକ
` ଜାଗ୍ରତ ଓଡିଶା ' ଦଳର ସମର୍ଥକ ।

କିଛିଦିନ ପୂର୍ବେ ଜାଗ୍ରତ ଓଡିଶାର
ସମର୍ଥକମାନଙ୍କ ଆକ୍ରମଣରେ କଂଗ୍ରେସ ( ଇ ) ର ଜଣେ
ସମର୍ଥକ ଆହତ ହୋଇଥିବା ଘଟଣା ସହିତ ଏହି
ଘଟଣାର ସଂପର୍କ ରହିଛି ବୋଲି ସରକାରୀ ରିପୋର୍ଟରେ
କୁହା ୟାଇଛି ।

ଭ୍ରମ ସଂଶୋଧନ
ଆଗାମୀ ଲୋକସଭା ନିର୍ବାଚନରେ କେନ୍ଦ୍ରାପଡା
ନିର୍ବାଚନ ମଣ୍ଡଳୀରେ ଶ୍ରୀ ଲକ୍ଷ୍ମଣ ମଲ୍ଲିକ
କଂଗ୍ରେସ ( ଇ ) ଦଳରୁ ପ୍ରାର୍ଥୀ ହେବେ ବୋଲି
ଭୁଲକ୍ରମେ ସମ୍ବାଦ ପ୍ରକାଶିତ ହୋଇଥିଲା ।
କେନ୍ଦ୍ରାପଡାରୁ ଶ୍ରୀ ଭାଗବତ ପ୍ରସାଦ ମହାନ୍ତି ଏବଂ
ଜଗତସିଂପୁର ନିର୍ବାଚନ ମଣ୍ଡଳୀରୁ ଶ୍ରୀ ଲକ୍ଷ୍ମଣ ମଲ୍ଲିକ
କଂଗ୍ରେସ ( ଇ ) ଦଳରୁ ନିର୍ବାଚନ ଲଢିବା ସମ୍ଭାବନା
ରହିଛି ।

ଭଯାବହ ବିସ୍ଫୋରଣ
200 ବ୍ଯକ୍ତି ନିହତ
ମେକ୍୍ସିକୋ ସିଟି - ଏଠାରେ
ଥିବା ଏକ ପ୍ରାକୃତ୍ରିକ ଗ୍ଯାସ କାରଖାନାରେ କେତେକ
ପ୍ରଚଣ୍ଡ ବିସ୍ଫୋରଣ ଫଳରେ ବ୍ଯାପକ କ୍ଷଯକ୍ଷତି ଘଟିବା
ସଙ୍ଗେ ସଙ୍ଗେ ଅନ୍ଯୁନ 200 ବ୍ଯକ୍ତିଙ୍କର ପ୍ରାଣହାନି
ଘଟିଛି ଏବଂ ଶହ ଶହ ଲୋକ ଆହତ ହୋଇଛନ୍ତି ।

ଏହି କାରଖାନାରେ ଏକ ଭଯାବହ ଅଗ୍ନିକାଣ୍ଡ
ଘଟିବା ପରେ ଘନ ଘନ ପ୍ରଚଣ୍ଡ ବିସ୍ଫୋରଣ ୟୋଗୁଁ
ସହରର ବହୁ ଅଞ୍ଚଳ କମ୍ପି ଉଠିଥିଲା ଏବଂ ବହୁ ଦୂର
ପର୍ୟ୍ଯନ୍ତ ତାର ଶବ୍ଦ ଶୁଣାୟାଇଥିଲା । କାରଖାନାରୁ
ନିର୍ଗତ ବହଳ କଳାଧୂଆଁରେ ଆକାଶ ଛାଇ ୟାଇଥିଲା ।
+>*
0 
﻿
ସୌମ୍ଯ...
03-08-12
Oriya
<ଏକାନ୍ତ ଆରଣ୍ଯକ
ସେମାନେ ସମସ୍ତେ କଥା ହେଉଥିଲେ , ନିଜ ନିଜର ପରିଚଯ ଓ ଆଗମନ
ଉଦ୍ଦେଶ୍ଯ ବ୍ଯକ୍ତ କରୁଥିଲେ ସଂକ୍ଷେପରେ । କାରଣ ପ୍ରତ୍ଯେକ ପ୍ରତ୍ଯେକଙ୍କ
ନିକଟରେ ଥିଲେ ସଂପୂର୍ଣ୍ଣ ଅପରିଚିତ ।

ଜଣେ କହୁଥିଲେ , ମୁଁ ଜଣେ କଣ୍ଟ୍ରାକ୍ଟର । ସହରରେ ରହେ । ଏଠି ଫରେଷ୍ଟ
ଡିପାର୍ଟମେଣ୍ଟ ତରଫରୁ କେନ୍ଦୁ ଲିଫ୍ ପାଇଁ ଗୋଟିଏ ଗୋଡାଉନ୍ କଣ୍ଟ୍ରାକ୍ଟ ନେଇଛି ।
କାମ ଆରମ୍ଭ କରିବା ପୂର୍ବରୁ ଥରେ ସାଇଟ୍୍ଟା ଦେଖି ୟିବାକୁ କହିଥିଲି । କାର୍ ନେଇ
ଆସିଥିଲି ଫେରି ୟାଇଥାଆନ୍ତି । କିନ୍ତୁ ଏଇ ୟେଉଁ ବର୍ଷା ଛେଚୁଛି ଜଙ୍ଗଲ
ରାସ୍ତାରେ ଫେରି ହେବ ନାହିଁ । ଇଲ୍ ଲକ୍ ... ପ୍ରଥମରୁ ତ ଏଇ
ସିଚୁଏସନ୍ , ଶେଷରେ କ'ଣ ହେବ କେଜାଣି ? ପଦସ୍ଥ ସରକାରୀ ହାକିମଙ୍କ
ଠାରୁ ଆରମ୍ଭ କରି ମନ୍ତ୍ରୀ , ଏମ.ଏଲ୍.ଏ.ଙ୍କ ସହିତ ମୋର ଭଲ ଟର୍ମ ଅଛି । ଅନ୍ଯଠି
ସହରରେ ୟେ ମୋତେ କାମ ଅଭାବ ହୋଇଥାନ୍ତା , ତାହା ନୁହେଁ । ଖାଲି ଏଇ
ଲୋକାଲ୍ ଆଦିବାସୀ ମାନଙ୍କ ପାଇଁ ... ଟୁ ସସ୍୍ଟେନ୍ ଦେଯାର ଲାଇଭ୍୍ଲିହୁଡ୍ ।

ଦ୍ବିତୀଯ ଜଣକ କହୁଥିଲେ , ମୁଁ ଜଣେ ଅଧ୍ଧାପକ । ବଣ , ପାହାଡ ଭିତରେ ଶିକ୍ଷା
ସଭ୍ଯତା ଠାରୁ ଦୂରରେ ରହୁଥିବା ଆଦିମ ଅଧିବାସୀ ମାନଙ୍କ ସଂସ୍କୃତି ଉପରେ
ଗବେଷଣା କରୁଛି । ଏଠି କିଛିଦିନ ସ୍ଥାନୀଯ ଆଦିବାସୀମାନଙ୍କ ଗହଣରେ ରହିବାକୁ
ପଡିବ ମୋତେ , ହୁଏତ ଅସୁବିଧା ହେବ ଏ ଜଙ୍ଗଲ ଭିତରେ ଚଳିବାକୁ । ତଥାପି
ମନରେ ସାହସ ବାନ୍ଧିଛି । ଏଇ ଜଙ୍ଗଲ ଭିତରେ ପାହାଡ ଖୋଲରେ ତ ସର୍ବ ପ୍ରଥମ
ମାନବ ସଭ୍ଯତା ଗଢି ଉଠିଥିଲା ।

ତୃତୀଯ ଜଣକ ଆରମ୍ଭ କଲେ , ମୁଁ ପେଷାରେ ଜଣେ ଆଇନଜୀବୀ । ପାଞ୍ଚ ମାସ
ତଳେ ଜଣେ ପଦସ୍ଥ ଫରେଷ୍ଟ ଅଫିସରଙ୍କ ଗାଡି ତଳେ ଠିକ୍ ଏଇ ବଙ୍ଗଳା ସାମ୍ନାରେ
ଜଣେ ଆଦିବାସୀ ୟୁବକ ଆକ୍ସିଡେଣ୍ଟରେ ମରିଗଲା । ଘଟଣାଟି ବର୍ତ୍ତମାନ ଏମିତି
ମୋଡ ନେଇଛି ୟେ ଭଦ୍ରଲୋକଙ୍କ ଚାକିରି ଉପରେ ଆଞ୍ଚ ଆସିପାରେ । ଭଦ୍ରଲୋକ
ମୋର ବନ୍ଧୁ , କେସ୍୍ଟି ମୋ ହାତରେ । ତେଣୁ ଆକ୍ସିଡେଣ୍ଟ ସମ୍ପର୍କରେ ଆଉ ସେହି
ୟୁବକ ସମ୍ପର୍କରେ ମାନେ ସେ ପିଆ ପିଇ କରେ କି ନାହିଁ , ୟଦି କରେ ସେହି
ମୁହୂର୍ତ୍ତରେ ପିଇଥିଲା କି ନାହିଁ , ୟଦି ପିଇଥିଲା , କି ଅବସ୍ଥାରେ ଥିଲା ଇତ୍ଯାଦି
ଇତ୍ଯାଦିର ଗୋଟିଏ ଡିଟେଲ୍ ଇନଫରମେସନ୍ ମୁଁ ସଂଗ୍ରହ କରିବାପାଇଁ ଆସିଛି ।
ଅବଶ୍ଯ ମୋର ବନ୍ଧୁଙ୍କୁ ଘଣ୍ଟ ଘୋଡାଇ ରଖିବା ଭଳି ସଂକୀର୍ଣ୍ଣ ମନୋଭାବ ମୋର
ନାହିଁ ।

ଚତୁର୍ଥ ଓ ଶେଷ ଜଣକ ନିଜ ସମ୍ପର୍କରେ ବକ୍ତବ୍ଯ ପେଶ୍ କଲେ । ମୁଁ ଜଣେ
ଇଞ୍ଜିନିଅର୍ , ଓକିଲ ବନ୍ଧୁଙ୍କ ସାଙ୍ଗରେ ଆସିଛି । ଅବଶ୍ଯ ସାମାନ୍ଯ କାମ ଅଛି । ଏଇ
ବଙ୍ଗଳାର ଦୁଇ ଅଢେଇ କିଲୋମିଟର ପଶ୍ଚିମକୁ ଗୋଟିଏ ପାହାଡୀ ଝରଣା ଅଛି ।
ସେଠି ଗୋଟାଏ ଏମ.ଆଇ.ପି. କରିବାର ୟୋଜନା ସରକାର କରୁଛନ୍ତି । ୟୋଜନାଟି
ସଂପୂର୍ଣ୍ଣ ହେଲେ ଏଠିକାର ଆଦିବାସୀ ମାନଙ୍କ ଭାଗ୍ଯ ଖୋଲିୟିବ । ଇରିଗେସନର
ସୁବିଧା ହେଲେ ବର୍ଷ ତମାମ ସେମାନେ ଧାନ , ଗହମ ଠାରୁ ଆରମ୍ଭ କରି ବିଭିନ୍ନ
ପନିପରିବା ଚାଷ କରିବେ । ସେମାନଙ୍କ ଆର୍ଥିକ ଅବସ୍ଥାର ୟଥାର୍ଥ ଏଡଲଭେସନ୍
ସମ୍ଭବ ହେବ । ହୁଏତ ଆସନ୍ତା ଆର୍ଥିକ ବର୍ଷରେ ସରକାର ଏଥିପାଁଇ ପ୍ରାଥମିକ
ସ୍ତରରେ ବ୍ଯଯ ମଞ୍ଜୁର କରି ପାରନ୍ତି ।

କଣ୍ଟ୍ରାକ୍ଟର ଜଣକ ଉତ୍୍ଫୁଲ୍ଲିତ ହୋଇ କହି ଉଠିଲେ ... ଗଡ୍ ଇଜ୍ ଗୁଡ୍ ।
ରାତିଟା କେମିତି ଏଠି କଟୋଇବି ବଡ ଚିନ୍ତା ଥିଲା । ବଣ ପାହାଡ ଜାଗାତ , କିଛିଟା
ଭଯ ବି ଲାଗୁଥିଲା । ୟାହାହେଉ ଆଉ ଚିନ୍ତା ନାହିଁ ।

ବଙ୍ଗଳା ଚୌକିଦାର ମହନି ନାଏକ ଆସି ଠିଆ ହେଲା ବିନୀତ ଭାବରେ ।
କଣ୍ଟ୍ରାକ୍ଟର ବାବୁ କହିଲେ , ଏଠି ସବୁ ମିଳିବତ ? ଚାଉଳ , ଡାଲି , ଆଳୁ , ମସଲା
ମସଲି ... ? ନେ ଏ ଟଙ୍କା , ହଁ ୟେମିତି ହେଉ ଗୋଟିଏ ପକ୍ଷୀ , ଚକ୍ରଧର
ରଖ ... ବୁଝୁଛୁଟି ? ଦୁଇ ହାତ ପାପୁଲିକୁ ତଳ ଉପର କରି ବୁଝେଇ ଦେଲେ
କଣ୍ଟ୍ରାକ୍ଟର ବାବୁ ।

ଆଧୁନିକ ଓଡିଆ କବିତା ଦୁର୍ବୋଧ୍ଧ ବୋଲି ଆପଣ ସ୍ବୀକାର କରନ୍ତି କି ?
ରାଧାନାଥ , ମଧୁସୂଦନଙ୍କ ସମଯରୁ ଆଧୁନିକ ଓଡିଆ କବିତାର ୟେଉଁ ଧାରା
ଆମ ମାଟିରେ ପ୍ରଚଳିତ ଥିଲା , ତହିଁରେ କେତେକ ପରିବର୍ତ୍ତନ ଦେଖା ଗଲା
ସ୍ବାଧୀନତା ପରେ ପରେ । ଏହି ପରିବର୍ତ୍ତନ ମୁଖ୍ଯତଃ କବିତାର ଅଙ୍ଗ ଓ ଆତ୍ମାକୁ
ନେଇ ଘଟିଲା । ଓଡିଆ ପାଠକମାନେ ଚକିତ ଦୃଷ୍ଟିରେ ଏହାକୁ ଦେଖୁଥିଲେ ବି
ଏଥିପ୍ରତି ସଂପୂର୍ଣ୍ଣ ବିତସ୍ପୃହ ହୋଇ ନ ଥିଲେ । ଷାଠିଏ ଦଶକର ମଧ୍ଧ ଭାଗରୁ ଏହା
ଏପରି ଉତ୍କଟ ଆକାର ଧାରଣ କଲା ୟେ , କହିଲେ ନ ସରେ । ଆଧୁନିକତା ନାଁରେ
ବିଦେଶୀ କବିତାର ଅନ୍ଧ ଅନୁକରଣରେ ପ୍ରମତ୍ତ ହୋଇ ଉଠିଲେ ଆମ କବିକୁଳ ।
ଐତିହ ଓ ପରମ୍ପରା ବିସ୍ମୃତି ଗର୍ଭରେ ଆତ୍ମଲୀନ ହେଲା । ସାରଳା , ପଞ୍ଚସଖା ,
ଭୀମଭୋଇ ଅସାର ମନେ ହେଲେ । ବେଦ , ଉପନିଷଦ , ପୁରାଣ ଓ ଲୋକସଂସ୍କୃତି
ଆମ ମାନସିକ କ୍ଷୁଧା ଉପସମ କରିବାରେ ଅସମର୍ଥ ହେଲା । ମାନବିକ ମୂଲ୍ଯବୋଧ ,
ପ୍ରେମ ଓ କରୁଣାର ମହାମନ୍ତ୍ର ଆମକୁ ଆଉ ଆକର୍ଷିତ କରି ପାରିଲାନି । ଇତିହାସ ,
ଭୂଗୋଳ ପଛରେ ପଡି ରହିଲା । ` ବିଶ୍ବ-ବ୍ଯକ୍ତି ' ପରିବର୍ତ୍ତେ ` ବିଶ୍ବ-ବ୍ଯକ୍ତିତ୍ବ ' ପ୍ରାଧାନ୍ଯ
ଅଧିକ ଅନୁଭୂତ ହେଲା । ଆଙ୍ଗିକ ଓ ଆତ୍ମିକରେ ପରିବର୍ତ୍ତନର ଜୁଆର ଉଠିଲା । ଉଗ୍ର
ଅହଙ୍କାରରେ ପ୍ରଲୁବ୍ଧ , ପ୍ରଚଣ୍ଡ ପ୍ରଜ୍ଞା ଓ ବୌଦ୍ଧିକତାର ଆସ୍ଫାଳନରେ ଉଲ୍ଲସିତ ହୋଇ
ଆମ ସଂସ୍କୃତିର ପରମ୍ପରା ଭାଗବତ ଜୀବନଧାରା ଠାରୁ ବିଚ୍ଯୁତ ହୋଇଗଲେ
ଓଡିଆ କବିମାନେ । ପରୀକ୍ଷା ନିରୀକ୍ଷାର କଳରୋଳ ଭିତରେ ଓଡିଶାର କାବ୍ଯାକାଶ
ମୁଖରିତ ହୋଇ ଉଠିଲା । ଭାଷା ଓ ଭାବ ପ୍ରକାଶର ମାଧ୍ଧମ ସରଳ , ସହଜ ,
ସାବଲୀଳ ହେବା ପରିବର୍ତ୍ତେ ଜଟିଳ , କ୍ଲୀଷ୍ଟ ଓ ଦୁର୍ବୋଧ୍ଧ ହେଲା କ୍ରମଶଃ । ଓଡିଆ
କବିତା ଖାଲି ଦୁର୍ବୋଧ୍ଧ ନୁହେଁ । ଅବୋଧତାର ଅଭିୟୋଗର ଶୀକାର ହେଲା ।
କତିଃପଯ ପ୍ରଜ୍ଞାବାଦୀ , ବୌଦ୍ଧିକ ମୁଖାପିନ୍ଧା କବିଙ୍କ ପାଇଁ ଓଡିଆ କବିତା ଆନ୍ତର୍ଜାତିକ
ଚେତନାର ଗୌରବ ବହନ କଲା ସତ , କିନ୍ତୁ ନିଜର ଅନ୍ତରଙ୍ଗ ପାଠକ ଶ୍ରେଣୀଠାରୁ
କ୍ରମଶଃ ଦୂରେଇ ୟାଇ ବିଭିନ୍ନ ଗୋଷ୍ଠୀ , ସଂଗୋଷ୍ଠୀ ଓ ଡ୍ରଇଁରୁମ୍ ଭିତରେ ହିଁ
ଆତ୍ମଗୋପନ କଲା । ଭାଷାଗତ ଓ ଭାବଗତ ଜଟିଳତା ସହିତ ଉଦ୍ଭଟ ଚିତ୍ରକଳ୍ପ ଓ
ରୂପକଳ୍ପର ପ୍ରଯୋଗ ଓ ପ୍ରକାଶଭଙ୍ଗୀର ଅଭୂତପୂର୍ବ କୃତ୍ରିମତା ପାଇଁ ସମ୍ବେଦନଶୀଳ
ଏବଂ ବୃହତ୍ତର ପାଠକ ସମାଜକୁ ହରାଇ ବସିଲା । ଫଳରେ କବିତାର ପାଠକ ସଂଖ୍ଯା
ଦିନକୁ ଦିନ ସୀମିତ ଓ ଶଙ୍କୁଚିତ ହୋଇ କେବଳ କବିତା ଲେଖିବାକୁ ମନ ବଳାଇଥିବା
ବ୍ଯକ୍ତି ବିଶେଷଙ୍କ ଭିତରେ ରହିଲା । ଏହି ପରିବର୍ତ୍ତନ ଆମ ପାଠକଙ୍କ ପାଇଁ ଏକ
ନିଶ୍ଚିତ ଧକ୍କା , ଅବକ୍ଷଯର ପ୍ରଥମ ସୋପାନ । ଏକ ଅଶୁଭ ଲକ୍ଷଣ । ଓଡିଶା ମାଟିରେ
ପ୍ରଥମ ଥର ପାଇଁ ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ ଅନାମ ଗୋଷ୍ଠୀର
କବିମାନେ । //
ଦାରିଦ୍ର୍ଯର ସ୍ବାଦ
ସମୁଦ୍ର ବେଳା ପ୍ରାଯ ନିର୍ଜନ । ଡିସେମ୍ବର ସକାଳର କଅଁଳ ଖରା ବାଲି ହରିଣ
ପରି ପନ୍ତା ବାଲି ଉପରେ ଡେଇଁ ବୁଲୁଛି । ଅନ୍ଯମନସ୍କ ଭାବରେ ବଳିଆ ପଣ୍ଡା ଆଡେ
ବୁଲି ୟାଉଁ ୟାଉଁ ମୁଁ ଗୋଟାଏ ପାତଳା ଝାଉଁ ବଣ ପାଖରେ ଅଟକି ଗଲି । ଏକ ବିଚିତ୍ର
ଦୃଶ୍ଯ । ଶୁଖିଲା ନଡିଆ ବାହୁଙ୍ଗା ଆଉ ତାଳପତ୍ରରେ ତିଆରି ଗୋଟିଏ କୁଡିଆ
ଆଗରେ ବୁଢୀଟିଏ ଠିଆ ହୋଇ ହାଉ ହାଉ ବାହୁନୁ ଥିଲା । ତା'ର କଥା ଝାଉଁବଣର ସୁ
ସୁ ପବନ ଆଉ ସମୁଦ୍ରର ଗର୍ଜନ ଭିତରେ ଠିକ୍ ଶୁଣା ୟାଉ ନ ଥିଲା । ତାକୁ ଘେରି ଠିଆ
ହୋଇଥିଲେ ତିନି ଜଣ ହିପ୍୍ପୀ - ଦୁଇ ଜଣ ପୁରୁଷ ଓ ଜଣେ ମହିଳା । ସେମାନେ
ହାତ ହଲାଇ ବୁଢୀକୁ କଣ ବୁଝାଇବାକୁ ଚେଷ୍ଟା କରୁଥିଲେ ।

ମାତ୍ର ସେମାନେ ବୁଢୀକୁ ୟେତିକି
ବୁଝାଇବାକୁ ଚେଷ୍ଟା କରୁଥିଲେ , ବୁଢୀ ସେତିକି ହାଉ ହାଉ ହୋଇ ଚିତ୍କାର କରୁ
ଥିଲା । କୌତୁହଳୀ ହୋଇ ମୁଁ ସେଇ କୁଡିଆ ପାଖକୁ ଆସିଲି ଓ ବୁଢାକୁ ପଚାରିଲି କଥା
କଣ ? କାହିଁକି ସେ ହାଉ ହାଉ ହୋଇ ସେମିତି ବାହୁନୁଛି ? ବୁଢୀ ତେଲେଙ୍ଗା ମିଶା
ଓଡିଆ ଉଚ୍ଚାରଣରେ ଅଥବା ଓଡିଆ ମିଶା ତେଲେଙ୍ଗାରେ ୟାହା କହିଲା , ସେଥିରୁ
ବୁଝିଲି , ଏମାନେ ବୁଢୀକୁ ତା କୁଡିଆରୁ ବାହାରି ୟିବା ପାଇଁ କହୁଛନ୍ତି । ତା' ହାତ ଧରି
ସୁଦ୍ଧା ଟାଣୁଛନ୍ତି । ସିଏ ନିଆଶ୍ରୀ ବୁଢୀ , ନିରିମାଖୀ ମଣିଷ । ସିଏ ଏବେ କରିବ କ'ଣ ?
ମୁଁ ଇଷତ୍ ରୁକ୍ଷ କଣ୍ଠରେ ସେମାନେ ଏ ବୁଢୀଟା ଉପରେ କାହିଁକି ଏପରି ଜୁଲମ୍
କରୁଛନ୍ତି ବୋଲି ପଚାରିଲି । ହୀପ୍୍ପୀ ମାନଙ୍କ ମଧ୍ଧରେ ପୁରୁଷ ମାନେ ପିନ୍ଧିଥିଲେ
ଖଣ୍ଡେ ଖଣ୍ଡେ ତାଳି ପକା ଜିନ୍ ପ୍ଯାଣ୍ଟ ଓ ଟି- ଶାର୍ଟ । ମହିଳା ଜଣକ ପିନ୍ଧିଥିଲେ ଖଣ୍ଡେ
ଲାଲ ରଙ୍ଗର ସ୍କଟ୍ ଆଉ ଗୋଟାଏ ଲକ୍ଷ୍ନୌ ଚିକନ୍ କରା ଖଦଡ ପଞ୍ଜାବୀ । ଗଳାରେ
ସେମାନଙ୍କର ଲାଗିଥିଲା ବିଭିନ୍ନ ରଙ୍ଗର କାଚ ମାଳୀ । ମୁହଁର ଚେହେରା ତନ୍ଦ୍ରାଚ୍ଛନ୍ନ ।
କଣ୍ଠସ୍ବର ମଧ୍ଧ ସେହିପରି ଅବଶ । ଅନେକ ଚେଷ୍ଟା କରି ସେମାନଙ୍କ କଥାରୁ ବୁଝିଲି ,
ସେମାନେ ବୁଢୀକୁ କହୁଛନ୍ତି , ତା' କୁଡିଆ କିଛି ସମଯ ସେମାନଙ୍କୁ ଛାଡି ଦେବା ପାଇଁ ।
ସେମାନେ ସେଥିପାଇଁ ବୁଢୀକୁ ଦଶ ଟଙ୍କା ସୁଦ୍ଧା ୟାଚିଲେଣି । ମାତ୍ର ବୁଢୀ କୁଡିଆ ଛାଡୁ
ନାହିଁ , ଓଲଟି ଝଗଡା କରୁଛି । ସେମାନଙ୍କୁ ସେମାନଙ୍କର ଏ ବିଚିତ୍ର ଖିଆଲର କାରଣ
ପଚାରିଲି । ଜଣେ ମଧ୍ଧ ବଯସୀ ହିପ୍ପୀ ଉତ୍ତର ଦେଲା , ସେମାନେ ଚାହାଁନ୍ତି , ଏଇପରି
ଭଙ୍ଗା କୁଡିଆ ଭିତରେ ବସି ସମୁଦ୍ରର ଚେହେରା ଦେଖିବା ପାଇଁ ... ଏଇ ବୁଢୀ
ୟେପରି ଦେଖୁଛି । ସେମାନଙ୍କର ଏ ଖିଆଲ ମୋତେ ବିସ୍ମିତ କରିଦେଲା । ମୁଁ
ପଚାରିଲି , " କାହିଁକି ? " ଏଥର ମହିଳା ହିପ୍୍ପୀ ଜଣକ ଉତ୍ତର ଦେଲେ , ଆମେ ଚାହୁଁ
ଏଇପରି ଦାରିଦ୍ର୍ଯର ଏକ୍ସପେରିଏନସ୍ । ସେଥିପାଇଁ ତ ଆମେ ବୁଢୀକୁ ଟଙ୍କା ଦେବା ପାଇଁ
ତିଆର । କଥାଟା ବୁଝିଗଲି । ଡ୍ରଗ୍ ନିଶାରେ ସେମାନଙ୍କ ମନରେ ଚେଇଁଛି , ଏଇ ପରି
ବିଚିତ୍ର ଖିଆଲ । କିନ୍ତୁ ବୁଢୀ ଭାବୁଛି , ସେମାନେ ଆସିଛନ୍ତି ବୁଢୀକୁ କୁଡିଆରୁ
ବେଦଖଲ୍ କରିବା ପାଇଁ । ସ୍ବର୍ଗଦ୍ବାର ପାଖରେ ବସି ଭିକ୍ଷା ମାଗିବା ବୋଧହୁଏ ବୁଢୀର
ଜୀବିକା । ଏଇଠି ଖଣ୍ଡେ ଭଙ୍ଗା କୁଡିଆ ବାନ୍ଧି ରହିଛି । ଏମାନେ ତାକୁ କୁଡିଆରୁ ତଡି
ଦେଲେ , ସେ ଆଉ ୟିବ କୁଆଡେ ? ମୁଁ ସେମାନଙ୍କ ସାଙ୍ଗରେ ଦର କଷାକଷି
କରି କହିଲି , " ଏ କୁଡିଆ ପାଇଁ ଦଶ ଟଙ୍କାରେ ଚଳିବ ନାହିଁ । ଅନ୍ତତଃ କୋଡିଏ ଟଙ୍କା
ହେଲେ ଚଳିବ । " ମହିଳା ହିପ୍୍ପୀ ଜଣକ ତୀକ୍ଷ୍୍ଣ କଣ୍ଠରେ ସ୍ଖଳିତ ଇଂରାଜୀରେ
କହିଲେ ... ଆମେ ଏଇ ଦଶ ଟଙ୍କାରୁ ବେଶି ଦେଇ ପାରିବୁ ନାହିଁ ।
... " ଉଇ ଡୋଣ୍ଟ ହାଭ୍ ଏନି । " ତଥାପି ଦର କଷାକଷି ପରେ ପନ୍ଦର ଟଙ୍କା
ପାଇଁ ସେମାନେ ରାଜି ହେଲେ । କେତେ ସମଯ ବା ସେମାନେ ରହିବେ ଏଇଠି ?
ଘଣ୍ଟାଏ ଦୁଇଘଣ୍ଟା ପରେ ବୁଢୀ ପୁଣି ତାର କୁଡିଆକୁ ଫେରି ଆସି ପାରିବ । ଇଏ
ମନ୍ଦ କଣ ? ଏଇ କୁଡିଆ ପାଇଁ ଘଣ୍ଟାକୁ ପନ୍ଦର ଟଙ୍କା ଭଡା , ତଥାପି ଥ୍ରୀଷ୍ଟାର
ହୋଟେଲ୍ ଠାରୁ କମ୍ ନୁହେଁ । ସେମାନେ କିନ୍ତୁ ଭଡା ଦେଉ ନାହାଁନ୍ତି , କୁଡିଆ ପାଇଁ
ସେମାନଙ୍କର ଆଗ୍ରହ , ସେମାନେ ଝାଉଁ ବଣ ଭିତରେ ଏଇ କୁଡିଆ ଭିତରେ ବସି
ସମୁଦ୍ରର ଚେହେରା ଦେଖିବେ , ଆଉ ଅନୁଭବ କରିବେ , ତା ଭିତରୁ ସମୁଦ୍ରକୁ ଚାହିଁ
ଦେଖିବାର ଉପଲବ୍୍ଧି । ବୁଢୀକୁ ବୁଝାଇ ଦେଲି , ଆଜି ସକାଶେ ସେ କାହା ମୁହଁ ଚାହିଁ
ଉଠିଥିଲା କେଜାଣି , ଇଏ ତା ପକ୍ଷରେ ଗୋଟିଏ ପରମ ସୌଭାଗ୍ଯ । ଘଣ୍ଟାଏ ପାଇଁ
କୁଡିଆ ଛାଡି ଦେଲେ , ତାକୁ ମିଳିବ ପନ୍ଦର ଟଙ୍କା । କେତେ ଦିନ ଧରି ବୁଲି ବୁଲି ଭିକ
ମାଗିଲେ ସୁଦ୍ଧା ତାକୁ ଏତେ ଟଙ୍କା ମିଳନ୍ତା ନାହିଁ । ଏମାନେ ଘଣ୍ଟାଏ ଦୁଇଘଣ୍ଟା ପରେ
କୁଡିଆ ଛାଡି ଚାଲିୟିବେ । ମୋ କଥା ଶୁଣି ବୁଢୀର ମୁହଁ ହଠାତ୍ ଆନନ୍ଦରେ ଉଜ୍ଜଳ
ହୋଇ ଉଠିଲା । ମୋ କଥା ସତ ବୋଲି ତାର କାହିଁକି ପ୍ରତ୍ଯଯ ହେଲା ନାହିଁ । ସେ
ସାଙ୍ଗେ ସାଙ୍ଗେ ଦୁଇ ହାତ ପାପୁଲି ମେଲି କେମ୍ପା କେମ୍ପା ଆଙ୍ଗୁଠି ମେଲାଇ ଟଙ୍କା
ମାଗିଲା । ଜଣେ ହିପ୍୍ପୀ ପକେଟରୁ ପନ୍ଦର ଟଙ୍କା ନୋଟ୍ କାଢି ବୁଢୀ ହାତରେ ଦେଇ
ଦେଲେ ଓ ମୁଁ ସେମାନଙ୍କୁ ସାହାୟ୍ଯ କରିଥିବାରୁ ମୋତେ ମଧ୍ଧ ଧନ୍ଯବାଦ୍
ଦେଲେ । ବୁଢୀ କିନ୍ତୁ ତାର ଏଇ ଅପ୍ରତ୍ଯାଶିତ ସୌଭାଗ୍ଯକୁ ୟେପରି ବିଶ୍ବାସ
କରିପାରୁ ନ ଥିଲା । ଏତେ ଗୁଡାଏ ଟଙ୍କା ସେ ଆଗରୁ କେବେ ବୋଧହୁଏ ହାତରେ
ଧରି ନ ଥିଲା । ତାର ଆଶଙ୍କା ହେଉଥିଲା, ଏମାନେ ବୋଧହୁଏ ପୁଣି ଟଙ୍କା ଛଡାଇ
ନେଇୟିବେ । ସେଥିପାଇଁ ସେ ହାତରେ ଟଙ୍କା ପାଇବା ମାତ୍ରେ ସେଠାରୁ ତାର ବାଡି
ଓ ଟିଣ ଭିକ୍ଷା ପାତ୍ର ଧରି ଦଉଡି ଦଉଡି ପଳାଇଲା । ସେ ତିନି ଜଣ ହୀପ୍୍ପୀ ମଧ୍ଧ
କୁଡିଆ ଭିତରକୁ ପଶିଗଲେ ।

ଆବ୍ରାହମ୍ ଖେସ୍ , ଭାରତୀଯ ହକିର ଭବିଷ୍ଯତ
... ଗଣତନ୍ତ୍ରର ସୂତ୍ର ବାହାର କରିଥିବା
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍
ଲିଙ୍କନ୍ ନୁହେଁ ୟେ , ତା' ନାଁ ଶୁଣି ସମସ୍ତେ
ମନେ ରଖିବେ , ନ ହେଲେ ସ୍ମୃତିରେ ଜାବୁଡି
ରଖିବା ପାଇଁ ଚେଷ୍ଟା କରିବେ କାଳେ
ଭବିଷ୍ଯତରେ କାମରେ ଆସିବ । ମୁଁ କିନ୍ତୁ
ଜଣେ କ୍ରୀଡାପ୍ରେମୀ , ସ୍ବାଭିମାନୀ ଭାରତୀଯ
ହିସାବରେ ୟେଉଁଦିନୁଁ ତା ନାଁ ଶୁଣିଛି , ଅତି
ଆଦରରେ ତା ନାଁଟି ମନେ ରଖିଛି ।
ବ୍ଯବହାରିକ ଦୃଷ୍ଟି କୋଣରୁ ଆବ୍ରାହମ୍
ଖେସର ନାମ ମୋ ପାଇଁ ଆବ୍ରାହମ୍ ଲିଙ୍କନଙ୍କ
ଠାରୁ ବେଶି ଗୁରୁତ୍ବପୂର୍ଣ୍ଣ । ଆବ୍ରାହମ୍ ଖେସର
ଠିକଣା ସର୍ବଭାରତୀଯ ସ୍ତରରେ ଅତି
ନଗଣ୍ଯ । ଓଡିଶା ଭଳି ରାଜ୍ଯ । ... ସୁଦୂର
ମାଳ ଅଞ୍ଚଳ ଅଧିବାସୀଙ୍କ ଅଧ୍ଧୁଷିତ ଇଲାକା ।
ସୁନ୍ଦରଗଡ ଜିଲ୍ଲାର ଦୁର୍ଗମ୍ଯ , ଅଗମ୍ଯ ଏକ
ପାର୍ବତ୍ଯ ଶିଖର ବାମତେରା ଗ୍ରାମରେ
ଆବ୍ରାହମ୍ ଖେସ୍ ବାସ କରୁଥିଲା । ତା'
ବିଷଯରେ ମୁଁ ଏହି ଲେଖାର ଉପକ୍ରମ
ଲେଖିବାର କାରଣ ଏହି ୟେ , ବିଶ୍ବ ହକି
ଜଗତରେ ଦିନେ ପ୍ରଥମେ ସ୍ଥାନ ଦଖଲ
କରିଥିବା ଭାରତ ପୁଣି ଥରେ ସେହି ସ୍ଥାନରେ ଶ
ପହଞ୍ଚି ପାରିବ ୟଦି ଏହି ଆବ୍ରାହମ୍ ଖେସ୍
ଭଳି କେତେଜଣ ବ୍ଯକ୍ତିଙ୍କ ହାତରେ ଭାରତୀଯ
ହକିର ଭବିଷ୍ଯତ ଗଢିବାର ଦାଯିତ୍ବ ଛାଡି
ଦିଆୟାଏ ।

ଆମ ଦେଶରେ ପ୍ରତିଭାର ଅଭାବ
ନାହିଁ । ନିଷ୍ଠାପର ସଂଗଠକଙ୍କର ଅଭାବ ନାହିଁ ।
କିନ୍ତୁ ସମନ୍ବଯର ଅଭାବ । ପ୍ରଶାସନିକ
ସ୍ତରରେ କ୍ରୀଡାପ୍ରେମୀ ସଂଗଠକ ଓ ପ୍ରତିଭା
ମାନଙ୍କୁ ଆବିଷ୍କାର କରିବାର ଉଦ୍ଯମରେ
ଖଇଚା ରହିଥିବା ପରି ମନେ ହୁଏ ।

ଓଡିଶା ସରକାରଙ୍କ ଅଧୀନରେ
ସ୍ବାଧୀନୋତ୍ତର ଭାରତ ବର୍ଷରେ ବହୁ ଦିନ ଧରି
ଜଣେ ଦକ୍ଷ ପ୍ରଶାସକ ଭାବେ ଆଦିବାସୀ
ଅଧ୍ଧୁଷିତ ମାଳ ଜିଲ୍ଲା ମାନଙ୍କରେ କାର୍ୟ୍ଯ କରି
ଆସିଥିବା ଅବଧ ନାରାଯଣ ତିଵାରୀ ( ଅବସର
ପ୍ରାପ୍ତ ଆଇ.ଏ.ଏସ୍. ) ଙ୍କ ସହିତ କଥୋପକଥନ
ସମଯରେ ମୁଁ ୟେଉଁ କେତୋଟି କଥା ଶୁଣିଛି ,
ଭାରତୀଯ ହକିର ମାନରେ ଅଧୋଗତି
ବିଷଯରେ ଆଲୋଚନା କରିବାକୁ ୟାଇ
ତାଙ୍କରି ମୁହଁରୁ ଦିନେ ଏହି ଆବ୍ରାହମ୍ ଖେସ୍୍ଙ୍କ
ନାମ ଶୁଣିଥିଲି । ତିଵାରୀ ବାବୁଙ୍କ ପ୍ରଶାସନିକ
ଜୀବନର ଆଦ୍ଯ ସମଯର କଥା । ଓଡିଶା ଗାଁ
ଗହଳିର ମାନଚିତ୍ର ମାନସାଙ୍କ ଭଳି ସେ ତାଙ୍କ
କଥାବାର୍ତ୍ତା ସମଯରେ କହି ଚାଲିଥିବା ରାଜ୍ଯର
ଭୌଗଳିକ ବିବରଣୀ ସହିତ ସେ କିଭଳି
ଅଭ୍ଯସ୍ତ ସହଜରେ ଅନୁମାନ କରିହେଉଥାଏ ।
ସୁନ୍ଦରଗଡ ଜିଲ୍ଲାର ` ଏକ୍୍ମା ' ଗ୍ରାମ ପଞ୍ଚାଯତର
ବାଗ୍୍ଡେରା ଗ୍ରାମକୁ ( ସେ ବି.ଡି.ଓ. ଥିବା
ସମଯରେ ) ତାଙ୍କ ଦଳ ବଳ ନେଇ ଦିନେ ୟାଇ
କିପରି ପହଞ୍ଚି ଥିଲେ ସେହିଠାରୁ ତିଵାରୀବାବୁ
ତାଙ୍କ କଥା ଆରମ୍ଭ କଲେ । ପାହାଡ ଉପରେ
ଅବସ୍ଥିତ ଏହି ଆଦିବାସୀ ବହୁଳ ଗ୍ରାମର ଆର
ପଟେ ତଳେ ବିହାରର ମାଳଭୂମି ପାର୍ଶ୍ବସ୍ଥ
ସମତଳ ଅଞ୍ଚଳ । ଫୁଲପ୍ଯାଣ୍ଟ ପିନ୍ଧା ସାହେବୀ
ବାବୁ ମାନଙ୍କୁ ଗ୍ରାମର ଆଦିବାସୀ ପିଲା ଛୁଆ
ହଠାତ୍ ଦେଖି କାହିଁକି ଦୌଡିବାକୁ ଆରମ୍ଭ
କଲେ । କେହି ଜଣେ ହେଲେ ଧରା ଦେଲେ
ନାହିଁ । ତିଵାରୀବାବୁଙ୍କ କୌତୁହଳ ଦ୍ବିଗୁଣିତ
ହେଲା । ସେ ପୁଣି ତାଙ୍କ ଦଳବଳ ସହିତ
ଗ୍ରାମର ଆହୁରି ଭିତରକୁ ଚାଲିଲେ ।
ଶେଷରେ ଜଣେ ତ୍ରିପଣ୍ଡ କଳା ଲୋକଟିଏ
ଭଯ ଓ ଉତ୍ସୁକତା ମିଶ୍ରିତ ଚାହାଣୀରେ ତିଵାରୀ
ବାବୁଙ୍କ ଆଡେ ଅନାଇ ଛିଡା ହୋଇ ରହିଗଲା ,
ସେ ଆଉ ବିଳମ୍ବ ନ କରି ତା ହାତଟିକୁ ଧରି
ପକାଇ ହିନ୍ଦୀ ଭାଷାରେ ( ବିହାରର ନିକଟବର୍ତ୍ତୀ
ଅଞ୍ଚଳ ହୋଇ ଥିବାରୁ ସ୍ଥାନୀଯ ଅଧିବାସୀ ମାନେ
ପ୍ରାଯତଃ ବାହାରର ସହରୀ ଲୋକଙ୍କ ସହିତ
ହିନ୍ଦୀରେ କଥାବାର୍ତ୍ତା କରି ଥାଆନ୍ତି । ) ସେମାନେ
କାହିଁକି ଡରି ପଳାଉଛନ୍ତି ବୋଲି ତାକୁ ପ୍ରଶ୍ନ
କରିଥିଲେ । ଲୋକଟି ତାର ଉତ୍ତରରେ
କହିଥିଲା ୟେ , ଏଠାକୁ ସେ ପର୍ୟ୍ଯନ୍ତ କେହି
ସାହେବୀ ଲୋକ ( ସରକାରୀ ଅଫିସର ) ଆସି
ନ ଥିଲେ । ୟେଉଁ ନାଲି ଟୋପି ବାଲା ( ଲାଲ
ପଗ଼ଡିଆ ପୋଲିସ୍ ) ସୋମାନଙ୍କ ପାଖକୁ
ପ୍ରାଯତଃ ଆସିଥାଏ , ସେ କେବଳ ସେମାନଙ୍କ
ଠାରୁ କିଛି ନେବା ପାଇଁ ଆସେ ଓ ଡରାଇ
ଧମକାଇ ୟାଏ । ସ୍ବଭାବତଃ ତେଣୁ
ବାହାର ଲୋକଙ୍କୁ ଦେଖି ସେମାନେ ଡରି ୟାଇ
ପଳାଉଛନ୍ତି । ତିଵାରୀ ବାବୁ ଏଥିରେ ଭଯ
କରିବାର କିଛି କାରଣ ନାହିଁ , ସେମାନେ
ତାଙ୍କର ଭଲ ପାଇଁ ଆସିଛନ୍ତି ବୋଲି କହି
ତାଙ୍କର ମୁଖ୍ଯ ଅସୁବିଧା କଣ ଓ ତାଙ୍କର
ସର୍ବପ୍ରଥମେ କଣ ଦରକାର ବୋଲି ତା'ଠାରୁ
ଜାଣିବାକୁ ଚାହିଁ ଥିଲେ ; ଲୋକଟି ତାର ନାମ
ଆବ୍ରାହମ୍ ଖେସ୍ ବୋଲି ପରିଚଯ ଦେଇ
ୟାହା କହିଥିଲା , ସେଇଟି ହିଁ ମୋର ଏଠାରେ
ଆଲୋଚନାର ପ୍ରସଙ୍ଗ । ଆବ୍ରାହମ୍ ଭାରି
ଆନନ୍ଦିତ ହୋଇ ପ୍ରଥମେ ତାଙ୍କର ରାସ୍ତା ,
ଦ୍ବିତୀଯରେ ପାଣି ଓ ତୃତୀଯରେ ୟେଉଁ
ଜିନିଷଟିର ନାମ କହିଥିଲା ତା'ର ପ୍ରଥମ
ଦୁଇଟି ସହିତ କୌଣସି ସମ୍ପର୍କ ନ ଥିଲା ।
ଶେଷ କଥା ତା'ର 3 ନମ୍ବର ଫରମାସୀ
ଥିଲା , ଆମ ସମସ୍ତଙ୍କୁ ଗୋଟିଏ ଲେଖାଏଁ ହକି
ଷ୍ଟିକ୍ ଆବଶ୍ଯକ । ଏଥିରୁ ଆପଣମାନେ
ସୁନ୍ଦରଗଡ ଆଦିବାସୀମାନଙ୍କ ହକି ଖେଳ ପ୍ରତି
ଆଗ୍ରହ କଥା ସହଜରେ ଅନୁମାନ
କରିପାରିବେ ।

ଓଡିଶା ୟଦି ଆଜି ଭାରତୀଯ ୟୁବ
ହକିରେ ଶ୍ରେଷ୍ଠ ସାଫଲ୍ଯ ଅର୍ଜନ କରିଛି , ଏହା
କେବଳ ସୁନ୍ଦରଗଡର ସେହି ଆଦିବାସୀ
ମାନଙ୍କ ୟୋଗୁଁ । ସେମାନଙ୍କ ହକି ଖେଳ ପ୍ରତି
ପ୍ରଗାଢ ଆଗ୍ରହ ଓ ଉତ୍ସର୍ଗୀକୃତ ପ୍ରଚେଷ୍ଟା ୟୋଗୁଁ ।
ଆନ୍ତର୍ଜାତିକ ସ୍ତରରେ ଭାରତୀଯ ହକିର ସୁନାମ ,
ଆମମାନଙ୍କ ପାଇଁ ହକି ଖେଳର ଉନ୍ନତି
ଜାତିର ସ୍ବାଭିମାନର ଓ ସମ୍ମାନର ପ୍ରଶ୍ନ ହୋଇ
ପଡିଛି । ଆଜି ଆମ ଦେଶର ହକି ଦଳର ଏ
ଦୁର୍ଦ୍ଦଶା କାହିଁକି ? ଏଥିପାଇଁ ବହୁତ ଗୁଡିଏ
କାରଣ ରହିଛି , ସେ ସବୁ କାରଣ ପାଇଁ ଉଭଯ
ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ଯମ
ଆବଶ୍ଯକ । ଆନ୍ତର୍ଜାତିକ ହକିରେ ସବୁବେଳେ
ଖେଳିବା ନିଯମ କାନୁନ ପରିବର୍ତ୍ତନ ହୋଇ
ଚାଲିଛି । ଏହା ହକି ଖେଳୁଥିବା ଯୁରୋପୀଯ
ରାଷ୍ଟ୍ର ମାନଙ୍କୁ ସୁହାଉଛି । ସେମାନେ କୃତ୍ରିମ
ହକିରେ ପରିବର୍ତ୍ତିତ ନିଯମ କାନୁନ୍୍କୁ ଆଖି
ଆଗରେ ରଖି ` ଦ୍ରୁତ ହକି ' ( ଫାଷ୍ଟ ହକି ) ` ଲଙ୍ଗ
ପାସ ହକି ' ତାଲିମରେ ଅଭ୍ଯସ୍ତ ହୋଇ
ଆନ୍ତର୍ଜାତିକ ହକି ଖେଳିବାକୁ ଆସୁଛନ୍ତି ।
ସେମାନଙ୍କ ଶାରୀରିକ ଦକ୍ଷତା , ଶରୀର
ଗଠନକୁ ଏଭଳି ହକି ପୂର୍ଣ୍ଣ ଭାବେ ସୁହାଉଛି ।
ସେମାନଙ୍କ ଜାତୀଯ ଦଳକୁ ବର୍ଷାଧିକ କାଳ
ତାଲିମ୍ ଦିଆୟିବା ପରେ ସେମାନେ
ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟକୁ ଖେଳିବାକୁ
ଆସୁଛନ୍ତି । ବିଚକ୍ଷଣ ଓ ଦକ୍ଷ ଆନ୍ତର୍ଜାତିକ
ସ୍ତରୀଯ କୋଚ୍ ମାନେ ୟୋଜନାବଦ୍ଧ ଭାବେ
ହକିର ନୂତନ କୌଶଳ ସମ୍ପର୍କରେ
ସେମାନଙ୍କୁ ତାଲିମ ଦେଉଛନ୍ତି । ହକିର ଶ
କୌଶଳ ସମ୍ପର୍କରେ ସେମାନେ ଅବିରତ
` ନୂତନ କୌଶଳ ' ଆବିଷ୍କାର କରିବା ପାଇଁ
ପ୍ରଚେଷ୍ଟା କରୁଛନ୍ତି । ସେମାନଙ୍କ ଖେଳାଳି ମୁହଁ
ଚହାଁ ଚହିଁ ଅପେକ୍ଷା ଶୃଙ୍ଖଳା ଓ
ଅଧ୍ଧବସାଯରେ କଠିନ ପରୀକ୍ଷାର ସମ୍ମୁଖୀନ
ହେଉଛନ୍ତି । ତେଣୁ , ନୂତନ କୌଶଳ , ଖେଳାଳୀ
ସମନ୍ବଯ , ପେନାଲଟି କର୍ଣ୍ଣରରେ ବିଶେଷ
ଦକ୍ଷତା ଅର୍ଜନ ସେମାନଙ୍କ ହକିର ଗୋଟିଏ
ଲେଖାଏଁ ଦିଗ । ଆମ ଭାରତୀଯ ଦଳ
ପାରମ୍ପାରିକ ହକି କୌଶଳକୁ ଆଧାର କରି
ସବୁବେଳେ ଆନ୍ତର୍ଜାତିକ ହକି ଟୁର୍ଣ୍ଣାମେଣ୍ଟରେ
ଅବତୀର୍ଣ୍ଣ ହେଉଛନ୍ତି । ସେମାନଙ୍କର ଶାରୀରିକ
ଦକ୍ଷତା ଘେନି ବାଯୁମଣ୍ଡଳ ଓ ଭୌଗଳିକ
କାରଣ ଏକ ମୁଖ୍ଯ ପ୍ରତିବନ୍ଧକ ହୋଇଥିଲେ
ମଧ୍ଧ ୟେଉଁ ପ୍ରତିଭା ସମ୍ପନ୍ନ ହକି ଖେଳାଳି
ମାନଙ୍କୁ ଜାତୀଯ ସ୍ତରରେ ନିଆୟାଉଛି ,
ସେମାନଙ୍କୁ ବେଶି ଦିନ ତାଲିମ ଦିଆୟାଉ
ନ ଥିବାରୁ ସେମାନଙ୍କ ଭିତରେ ଉପୟୁକ୍ତ
ସମନ୍ବଯ ରକ୍ଷା ହୋଇ ପାରୁ ନାହିଁ । ମୁହଁ ଚୁହାଁ
ଚୁହିଁ ରାଜନୀତି ମଧ୍ଧ ଖେଳାଳି
ମନୋନଯନରେ ରହୁଛି । ଆମର ଆନ୍ତର୍ଜାତିକ
ଖ୍ଯାତି ସଂପନ୍ନ ହକି ଖେଳାଳି ଗର୍ଗତ ସିଂହ ,
ମହମ୍ମଦ ଶହୀଦ୍ ଏବେ ଏଥିଘେନି
ସାଧାରଣରେ ନିଜର ଅସନ୍ତୋଷ ପ୍ରକାଶ
କରିବା ପରେ କେଜାଣି କାହିଁକି ଭାରତୀଯ
ହକି ଦଳର କୋଚ୍ ଓ ମନୋନଯନକାରୀଙ୍କ
କାର୍ୟ୍ଯ ଘେନି ସାଧାରଣରେ ସନ୍ଦେହ ପ୍ରକାଶ
ପାଇଛି ଓ ଭାରତୀଯ ଦଳର ଆନ୍ତର୍ଜାତିକ
ହକିରେ ବାରମ୍ବାର ବିଫଳତା ପରେ , ଏହି
ସନ୍ଦେହ ଘନୀଭୂତ ହୋଇଛି । //
ଓଡିଶା କ୍ରିକେଟ୍ ଖେଳାଳୀଙ୍କ ସାଫଲ୍ଯ ଓ ସମସ୍ଯା
ଓଡିଶାରେ କ୍ରିକେଟ ଖେଳର
ବିକାଶ ପାଇଁ ସରକାର ସମସ୍ତ
ଆବଶ୍ଯକୀଯ ସୁବିଧା ତୁରନ୍ତ ୟୋଗାଇ
ଦେବାକୁ ଓଡିଶା କ୍ରିକେଟ ଦଳର
ଖେଳାଳୀମାନେ ଦାବୀ କରିଛନ୍ତି । ଗତ 5
ତାରିଖ ଦିନ କଟକ ବାରବାଟି
ଷ୍ଟାଡିଅମଠାରେ ଓଡିଶା କ୍ରିକେଟ୍
ଆସୋସିଏସନ୍ ପକ୍ଷରୁ ରଣଜୀ , ବିଜଯ
ମର୍ଚ୍ଚାଣ୍ଟ ଏବଂ ବିଜଯ ହଜାରେ ଦଳରେ
ୟୋଗ ଦେଇ କୃତୀତ୍ବ ଅର୍ଜନ କରିଥିବା
ରାଜ୍ଯର କ୍ରିକେଟ୍ ଖେଳାଳୀ ମାନଙ୍କୁ
ସମ୍ବର୍ଦ୍ଧନା ଦିଆୟିବା ଅବସରରେ
ସେମାନେ ଏହା ଦାବୀ କରିଛନ୍ତି ।
ଖେଳାଳୀମାନଙ୍କ ପକ୍ଷରୁ ପବନ କୁମାର
ଅଗ୍ରଵାଲ୍ , ରାଜ୍ଯ ଶିକ୍ଷା , କ୍ରୀଡା ଓ ୟୁବ
କଲ୍ଯାଣ ମନ୍ତ୍ରୀ ଶ୍ରୀ ୟଦୁନାଥ ଦାଶ
ମହାପାତ୍ରଙ୍କୁ ଏକ ସ୍ମାରକ ପତ୍ର ଦେଇ
କହିଛନ୍ତି ୟେ , ଚଳିତ ବର୍ଷ ଓଡିଶାର
କ୍ରିକେଟ୍ ଖେଳାଳୀମାନେ ବିଭିନ୍ନ
ମ୍ଯାଚ୍୍ରେ ୟେଉଁ ଉଲ୍ଲେଖନୀଯ କୃତୀତ୍ବ
ପ୍ରଦର୍ଶନ କରିଛନ୍ତି , ସେଥିରୁ ଓଡିଶା
ଖେଳାଳିମାନଙ୍କର ପାରଦର୍ଶିତା
ସହଜରେ ଅନୁମେଯ । 3 ବର୍ଷ ପରେ
ଓଡିଶା ପୂର୍ବାଞ୍ଚଳ ରଣଜୀ ରନର୍ସ-ଅପ୍
ହୋଇ ନକ୍-ଆଉଟ୍ ଖେଳିବାର
ୟୋଗ୍ଯତା ଅର୍ଜନ କରିଛି । 19 , 17
15 ବର୍ଷରୁ କମ୍ ପୃଥକ୍ ପୃଥକ୍ ପୂର୍ବାଞ୍ଚଳ
ଦଳରେ ଓଡିଶା ଖେଳାଳି ଅଧିନାଯକ
ଥିଲେ ଏବଂ ସଂଜୀବ ବିଶ୍ବାଳ 19
ବର୍ଷରୁ କମ୍ ବଯସ୍କ ଭାରତୀଯ ଦଳରେ
ଉପ ଅଧିନାଯକ ହୋଇ ବର୍ତ୍ତମାନ
ପାକିସ୍ଥାନ ଖେଳିବା ପାଇଁ ୟାଇଛନ୍ତି ।
ସେଠାରେ ସେ ପ୍ରଥମ ଟେଷ୍ଟ ମ୍ଯାଚରେ
ଶତକ ଅର୍ଜନ କରିଛନ୍ତି ।

ଓଡିଶାରୁ ୟଥାକ୍ରମେ 7 ଓ 6 ଜଣ
ଖେଳାଳିଙ୍କୁ ନେଇ ଗଠିତ ପୂର୍ବାଞ୍ଚଳ ଦଳ
ବିଜଯ ମର୍ଚ୍ଚାଣ୍ଟ ଓ ବିଜଯ ହଜାରେ ଟ୍ରଫି
ହାସଲ କରି ପାରିଛି ।

ଓଡିଶା କ୍ରିକେଟ୍ ଆସୋସିଏସନ୍
ବର୍ଷ ସାରା ଜଣେ ଅଭିଜ୍ଞ ଜାତୀଯ ସ୍ତରର
କୋଚ୍୍ଙ୍କୁ ଏଠାରେ ନିଯୋଜିତ ରଖିବା
ପାଇଁ ଖେଳାଳିମାନେ ନିବେଦନ କରିଛନ୍ତି ।
ବିଭିନ୍ନ ବଯସର ପିଲାଙ୍କୁ ଉନ୍ନତ ଖେଳ
ପଡିଆରେ ଖେଳ ଶିଖାଇବା ଓ ଖେଳାଳି
ମାନଙ୍କୁ ୟଥେଷ୍ଟ ବୃତ୍ତି ଓ ଭତ୍ତା ଦିଆୟିବା
ପାଇଁ ମଧ୍ଧ ଦାବୀ କରାୟାଇଛି ।

ଏହି ଉତ୍ସବରେ କୃଷିମନ୍ତ୍ରୀ ତଥା
ଓଡିଶା କ୍ରିକେଟ୍ ଆସୋସିଏସନର
ସଭାପତି ଶ୍ରୀ ରାସ ବିହାରୀ ବେହେରା
ଅଧ୍ଧକ୍ଷତା କରିଥିଲେ । ଶିକ୍ଷାମନ୍ତ୍ରୀ ତଥା
ଓଡିଶା ଅଲମ୍ପିକ୍ ଆସୋସିଏସନ୍୍ର
ସଭାପତି ଶ୍ରୀ ଦାସ ମହାପାତ୍ର ସରକାର
ଜିଲ୍ଲା ସ୍ତରରେ ଖେଳ ପଡିଆ ଓ
ଗ୍ରାମାଞ୍ଚଳରୁ ପ୍ରତିଭାଶାଳୀ ଖେଳାଳିଙ୍କୁ
ଚିହ୍ନଟ କରିବା ପାଇଁ ସବୁ ପ୍ରକାର ଉଦ୍ଯମ
କରୁଛନ୍ତି ବୋଲି କହୁଥିଲେ । ଅନ୍ଯମାନଙ୍କ
ମଧ୍ଧରେ ଓଡିଶା କ୍ରିକେଟ୍
ଆସୋସିଏସନର ସମ୍ପାଦକ ଶ୍ରୀ ବିଭୂତି
ଭୂଷଣ ଦାସ , ଓଡିଶା ଅଲିମ୍ପିକ୍
ଆସୋସିଏସନର ସମ୍ପାଦକ
ଶ୍ରୀ ଆଶୀର୍ବାଦ ବେହେରା ପ୍ରମୁଖ ଭାଷଣ
ଦେଇଥିଲେ । ଶେଷରେ କ୍ରିକେଟ୍
ଆସୋସିଏସନର ସହ ସମ୍ପାଦକ
ଶ୍ରୀ ପି.ଭି.ରମଣ ମୂର୍ତ୍ତି ସମସ୍ତଙ୍କୁ
ଧନ୍ଯବାଦ ଦେଇଥିଲେ ।

ଏହି ଉତ୍ସବରେ ଓଡିଶାର 25
ଜଣରୁ ଉର୍ଦ୍ଧ୍ବ କ୍ରିକେଟ୍ ଖେଳାଳିଙ୍କୁ ସମ୍ବର୍ଦ୍ଧିତ
କରାୟାଇଥିଲା ।

ଓଡିଶା ଜୁନିଅର କ୍ରିକେଟ୍ ଦଳ
ଚଳିତ ବର୍ଷ କଟକଠାରେ ବିଜଯ ମାର୍ଚ୍ଚାଣ୍ଟ
ଟ୍ରଫି ଓ କଲିକତାରେ ବିଜଯ ହଜାରେ
ଟ୍ରଫି ହାସଲ କରିଛି । କଟକଠାରେ
ତ୍ରିପୁରା ବିପକ୍ଷରେ 9 ଉଇକେଟ୍
ବିନିମଯରେ 611 ରନ୍ ସଂଗ୍ରହ କରି
ବିଜଯ ମର୍ଚ୍ଚାଣ୍ଟ ଟ୍ରଫିରେ ଜାତୀଯ ରେକର୍ଡ
ସୃଷ୍ଟି କରିଛି ।
+>*
0 
﻿
ଗିରିଧାରୀ
03-08-12
Oriya
<ଅମାର ଘରର କୀଟ
ଦେଖାୟାଇଛି ୟେ ପ୍ରାଯ 175 ପ୍ରକାର କୀଟ ଅମାର ଘରେ ଖାଦ୍ଯଶସ୍ଯ ସହ
ଦେଖାୟାଇଥାଆନ୍ତି । ସେମାନଙ୍କ ମଧ୍ଧରୁ ଅଳ୍ପ କେତୋଟି ପ୍ରକାର କୀଟ ବିଶେଷ କ୍ଷତି~
କାରକ । ସାଧାରଣତଃ ଭୃଙ୍ଗ ଏବଂ ଶଲଭ ଜାତୀଯ ପୋକ
ଅମାର ଘରେ ବିଶେଷ କ୍ଷତି ଘଟାଇ ଥାଆନ୍ତି । ସବୁ ପୋକମାନଙ୍କର ଖାଦ୍ଯାଭ୍ଯାସ ,
ସ୍ବାଭାବ ଏକ ପ୍ରକାରର ନୁହେଁ । କେତେକ ପୋକ ଶସ୍ଯ ମଧ୍ଧରେ ପ୍ରବେଶ କରି ଭିତରୁ
ଖାଦ୍ଯ ଖାଇ ବଢନ୍ତି । ସେପରି କୀଟଙ୍କୁ ଶସ୍ଯବିନ୍ଧା ବା ଅନ୍ତଃଭଞ୍ଜକ ବୋଲି କୁହାୟାଏ ।
ଆଉ କେତେକ ପୋକ ଶସ୍ଯକୁ ବାହାରୁ ଆକ୍ରମଣ କରି ଖାଆନ୍ତି । ସେମାନଙ୍କୁ ବାହ୍ଯ~
ଭଞ୍ଜକ ବୋଲାୟାଏ । ଅନ୍ତର୍ଭଞ୍ଜକ କିମ୍ବା ବାହ୍ଯଭଞ୍ଜକ ଦୃଷ୍ଟିରୁ ଅମାର ଘରର ପ୍ରଧାନ
କୀଟମାନଙ୍କୁ ଦୁଇ ଶ୍ରେଣୀରେ ବିଭକ୍ତ କରାୟାଏ ।

ଶସ୍ଯବିନ୍ଧା ପୋକ - ଭୃଙ୍ଗପୋକ
1 - ଚାଉଳ ଘୂଣି ବା ଚାଉଳ ଶୁଣ୍ଡା ପୋକ ।
2 - ଅମାର ଘୂଣି ବା ଅମାର ଶୁଣ୍ଡା ପୋକ ।
3 - ଶସ୍ଯବିନ୍ଧା କ୍ଷୁଦ୍ର ଭୃଙ୍ଗ ।
4 - ଡାଲିଜାତୀଯ ଶସ୍ଯଭୃଙ୍ଗ ।
ଶଲଭ - ଭମା ପୋକ ।

ବାହ୍ଯ ଭଞ୍ଜକ
ଭୃଙ୍ଗ 1 - କରତ ଦାନ୍ତୀ ଭୃଙ୍ଗ ।
2 - ନାଲି କୁଣ୍ଡାଭୃଙ୍ଗ ।
3 - ବିଭ୍ରାନ୍ତ କୁଣ୍ଡାଭୂଙ୍ଗ ।
4 - ମାର୍ଚ୍ଚାଣ୍ଟ ଭୃଙ୍ଗ ।
5 - କାଡେଲ୍୍ ।
6 - ତେପଟା ଶସ୍ଯଭୃଙ୍ଗ ।
7 - କଳଙ୍କରଙ୍ଗୀ ଶସ୍ଯଭୃଙ୍ଗ ।
8 - ଖପ୍ରା ଭୃଙ୍ଗ ।
ଶଲଭ
1 - ଭାରତୀଯ ଅଟାକଳ ପୋକ ।
2 - ଚାଫଳ ଶଲଭ ।

ୟେ କୌଣସି କୀଟ ଆକ୍ରମଣରୁ ଖାଦ୍ଯଶସ୍ଯ ରକ୍ଷା କରିବା ବା ସହଜରେ କୀଟ ଦମନ
କରିବାକୁ ହେଲେ କୀଟର ଜୀବନବୃତ୍ତାନ୍ତ , ଖାଦ୍ଯାଭ୍ଯାସ , ଶସ୍ଯଆକ୍ରମଣର ସାମ୍ଭାବ୍ଯ ସମଯ
ଜାଣିବା ଅତ୍ଯନ୍ତ ଦରକାର । ତେଣୁ କେତେକ ପ୍ରଧାନ କୀଟଙ୍କ ସମ୍ବନ୍ଧରେ ବିଶଦ
ଆଲୋଚନା ଆବଶ୍ଯକ ।
ଚାଉଳ ଘୁଣି ବା ଚାଉଳ ଶୁଣ୍ଡା ପୋକ
ଚାଳଘରେ ୟେତେ ପ୍ରକାର ପୋକ ଦେଖାୟାଆନ୍ତି , ଶୁଣ୍ଡପୋକ ସେମାନଙ୍କ
ମଧ୍ଧରେ ସବୁଠାରୁ ବେଶୀ କ୍ଷତି କରିଥାଏ । ଏମାନଙ୍କ ମୁଣ୍ଡରୁ ଶୁଣ୍ଡ ବାହାରି ଥିବାରୁ
ଏମାନଙ୍କୁ ଶୁଣ୍ଡା ପୋକ କୁହାୟାଏ । ଶୁଣ୍ଡର ଅଗ୍ରଭାଗରେ ପୋକର ପାଟି ଅବସ୍ଥିତ ।

1763 ଖ୍ରୀଷ୍ଟାବ୍ଦରେ ପ୍ରଥମେ ଚୀନ୍୍ ଦେଶରେ ଏହି ପୋକର ବର୍ଣ୍ଣନା କରାୟାଇ~
ଥିଲା । ଏବେ ଏହା ପୃଥିବୀର ପ୍ରତ୍ଯେକ ଦେଶରେ ଦେଖାୟାଏ । ଏମାନେ ଦୁଇ ପ୍ରକାରର ।
ଏକ ପ୍ରକାର ପୋକ ଉଡି ପାରନ୍ତି ନାହିଁ ଓ ଟିକିଏ ଶୀତଳ ଜଳବାଯୁ ଦରକାର କରନ୍ତି ।
ଅନ୍ଯଟି ଗ୍ରୀଷ୍ମ ଜଳବାଯୁରେ ଭଲ ବଢେ ଓ ଉଡିପାରେ । ଭାରତର ଏହି ଦ୍ବିତୀଯ ପ୍ରକାର
ଶୁଣ୍ଡାପୋକ ଦେଖାୟାଏ ।

ଏ ପୋକ ଧାନ , ଚାଉଳ , ଗହମ , ମକା , ୟବ ଓ ବାର୍ଲି ଇତ୍ଯାଦି ଶସ୍ଯକୁ
ନଷ୍ଟ କରେ । ସୂର୍ୟ୍ଯମୁଖୀମଞ୍ଜି , କନ୍ଦମୂଳ , ଧୂଆଁପତ୍ର ବା ମୋତିଚୁରମଞ୍ଜିରେ ଏ ପୋକ
ଲାଗିବାର ଦେଖାୟାଇଛି । ଶସ୍ଯ ସାମାନ୍ଯ ଖଣ୍ଡିଆ ହୋଇଥିଲେ ଏମାନେ ଅଣ୍ଡା ଦେବାକୁ
ସୁବିଧା ପାଆନ୍ତି । ମାଈପୋକ ଶସ୍ଯକୁ ସାମାନ୍ଯ ଖଣ୍ଡିଆ କରି ତା ମଧ୍ଧରେ ଗୋଟିଏ ଅଣ୍ଡା
ଦିଏ । ଅଣ୍ଡା ଦେଇସାରିବା ପରେ ତାକୁ ଏକ ଅଠାଳିଆ ପଦାର୍ଥଦ୍ବାରା ଘୋଡାଇ ଦିଏ ।
ସେ ଅଠାଳିଆ ପଦାର୍ଥ ଶୁଖିଗଲେ ଅଣ୍ଡା ସହଜରେ ଦେଖି ହୁଏ ନାହିଁ । ତେବେ ଏସିଡ୍୍
ଫୁଶ୍ଚିନ୍୍ ନାମକ ରଙ୍ଗରେ ଶସ୍ଯଟିକୁ ପକାଇଦେଲେ କେବଳ ସେ ଅଠାଳିଆ ପଦାର୍ଥଟି ନାଲିରଙ୍ଗ
ହୁଏ ଓ ଅଣ୍ଡାଥିବା ସ୍ଥାନ ଦେଖା ପଡିଥାଏ । //
ମାଈ ପୋକମାନେ ପ୍ରାଯ 500 ଅଣ୍ଡା ଦିଅନ୍ତି । ଶୂକପୋକ ଅନୁକୂଳ ପରିସ୍ଥତିରେ
3 ମାସ ମଧ୍ଧରେ ପୂର୍ଣ୍ଣତା ପ୍ରାପ୍ତ ହୁଏ । ସୀତ ଦିନଟା ଏଇ ଅବସ୍ଥାରେ କଟିୟାଏ । ବାଯୁ~
ମଣ୍ଡଳ ଉତ୍ତାପ ବଢିଲେ ଏମାନେ ଖୋସା ବାନ୍ଧନ୍ତି । ଖୋସାରୁ ପୂର୍ଣ୍ଣାଙ୍ଗ ପୋକ ବାହାରିବାକୁ
ପ୍ରାଯ 2 ସପ୍ତାହ ଲାଗେ । ବର୍ଷକ ମଧ୍ଧରେ ଗୋଟିଏ ମାତ୍ର ପୁରୁଷ ହୋଇପାରିବେ । ୟଦିଓ
ଏ ପୋକ ଅଧିକାଂଶ ସମଯରେ ତଳେ ପଡିଥିବା ଶସ୍ଯ ନଷ୍ଟ କରେ , ତଥାପି ୟଦି ଶସ୍ଯ ଏକାଠି
ଅନେକ ଦିନ ଧରି ପଡି ରହେ ଶୂକପୋକ ବହୁତ କ୍ଷତି କରିଥାଏ ।

କଳା ଚୂନିପୋକ -
ଏ ପୋକ ପୂର୍ବୋକ୍ତ ପୋକଠାରୁ ବିଶେଷ ଭିନ୍ନ ନୁହେଁ । ପୂର୍ଣ୍ଣାଙ୍ଗ ଚୂନି
ପୋକର ଦେହସାରା ଛୋଟ ଛୋଟ ଦାଗ ଥାଏ ଓ ହରିତ୍୍ବର୍ଣ୍ଣୀ ଚୂନିପୋରଭଳି ଚକ୍୍ଚକ୍୍
କରେ ନାହିଁ । ଏ ଦୁଇ ପ୍ରକାର ପୋକ ଏକ ସାଥିରେ ଦେଖାୟାଆନ୍ତି । ସେମାନଙ୍କର
ଖାଦ୍ଯାଭ୍ଯାସ ପ୍ରାଯ ସମାନ ।

ଛୋଟ ଚୂନିପୋକ -
ଅନ୍ଯ ଚୂନିପୋକମାନଙ୍କ ତୁଳନାରେ ଏ ପୋକ ଦେଖିବାକୁ ଛୋଟ । ପ୍ରାଯ
2 ରୁ 3 ମି.ମି. ଲମ୍ବ । ଶୁକପୋକ ହଳଦିଆମିଶା ମାଟିରଙ୍ଗ । ଖତରା ଅଟା ଓ ଶସ୍ଯରେ
ଏମାନେ ବେଶୀ ଲାଗନ୍ତି ।

କାଡେଲ୍୍ -
ପୂର୍ଣ୍ଣାଙ୍ଗ କୀଟ ଦେଖିବାକୁ କଳା , ଚେପ୍୍ଟା ଓ ଲମ୍ବାଳିଆ । ଆକାରରେ ଅନ୍ଯ
ପୋକମାନଙ୍କ ତୁଳନାରେ ଟିକିଏ ବଡ , ପ୍ରାଯ 8 ମି.ମି. ଲମ୍ବ । ମୁଣ୍ଡ ଓ ଛାତି ମଧ୍ଧରେ
ଥିବା ଫାଙ୍କ ବେକ ଭଳି ଦିଶେ । ପୂର୍ବେ କେତେକ ଦେଶରେ ଏହାକୁ ତନ୍ତପୋକ ବୋଲି
କହୁଥିଲେ , କାରଣ ଏ ପୋକ ତନ୍ତରୁ ସୂତା କାଟି ଦେଉଥିଲା । କେତେକ ବିଶ୍ବାସ କରନ୍ତି
ୟେ ଏ ପୋକର ଉତ୍ପତ୍ତି ଉତ୍ତର ଆମେରିକାରେ । 1758 ଖ୍ରୀଷ୍ଟାବ୍ଦରେ ପ୍ରଥମେ ଏହାର
ବୈଜ୍ଞାନିକ ନାମକରଣ କରାୟାଇଥିଲା ।

ଏହାର ଶୂକପୋକ ଅନ୍ଯ ଶସ୍ଯ ନଷ୍ଟ କରୁଥିବା ପୋକମାନଙ୍କ ତୁଳନାରେ
ଖୁବ୍୍ ବଡ ଓ 7 ମି.ମି. ଲମ୍ବ । ଶୂକପୋକର ପୃଷ୍ଠଭାଗରେ ଦୁଇ ଗୋଟି କଳାରଙ୍ଗର
ଦାଗ ଥାଏ । ଶୂକପୋକ ଦେଖିବାକୁ ପ୍ରାଯ ଧଳାରଙ୍ଗ । ପୃଥିବୀର ସବୁ ଦେଶରେ ଏ ପୋକ
ଦେଖାୟାଏ । ଅଟାକଳ , ଗୋଦାମଘର , ଅମାର , କାଠକୋଠି ଇତ୍ଯାଦିରେ ଥାଇ ଏହା
ଅଟା , କାଠ ଓ ଶସ୍ଯ ଜିନିଷ ନଷ୍ଟ କରିଥାଏ । ଗୋଟିଏ ଶସ୍ଯର ଅଙ୍କୁର ନଷ୍ଟ କରିବା
ପରେ ପୋକ ଆଉ ଗୋଟିଏ ଶସ୍ଯ ଆକ୍ରମଣ କରେ ଓ ଏହିପରି ଅନେକ ଶସ୍ଯ ନଷ୍ଟ
କରିଥାଏ । ଅମାରଘରେ ପୋକମାନଙ୍କ ମଧ୍ଧରେ ଏ ପୋକ ସବୁଠାରୁ ବେଶୀ ଦିନ
ବଞ୍ଚିବେନି । ବର୍ଷେ ବା ଦୁଇବର୍ଷ ବଞ୍ଚିବା ଅତି ସାଧାରଣ କଥା । ମାଈପୋକ ତା ଜୀବନ~
କାଳ ମଧ୍ଧରେ 1000 ପର୍ୟ୍ଯନ୍ତ ଅଣ୍ଡା ଦେଇଥାଏ । ଗୋଟି ଗୋଟି ହୋଇ ବା ମେଞ୍ଚା~
ମେଞ୍ଚା ହୋଇ ଅଣ୍ଡାଗୁଡିକ ଖାଦ୍ଯଶସ୍ଯ ମଧ୍ଧରେ ବିଛେଇ ହୋଇ ରହିୟାଏ ଓ ଅନୁକୂଳ
ପରିସ୍ଥିତିରେ 4 ରୁ 5 ଦିନ ମଧ୍ଧରେ ସେଥିରୁ ଶୂକପୋକ ବାହାରେ । ଶୂକ ଅବସ୍ଥା ସମ୍ପୂର୍ଣ୍ଣ
ହେବାରୁ 2 ମାସରୁ 14 ମାସ ପର୍ୟ୍ଯନ୍ତ ସମଯ ଲାଗିୟାଏ । ତାପରେ ଶୂକପୋକ କୋଷା~
ପୋକରେ ପରିଣତ ହୁଏ । ଗୋଟିପୋକ ସାଧାରଣତଃ ଫାଟ ବା କାଠଥିବା ଶସ୍ଯଜିନିଷ
କଣା କରି ତା ମଧ୍ଧରେ କୋଷା ବାନ୍ଧେ । ବିନା ଖାଦ୍ଯରେ ଶୂକପୋକ ଅନେକ ଦିନ
ପର୍ୟ୍ଯନ୍ତ ବଞ୍ଚିପାରେ । ଅମାରଘରର ଖାଦ୍ଯ ଶେଷ ହୋଇଗଲେ ମଧ୍ଧ ଏ ପୋକ ବଞ୍ଚି ରହେ
ଓ ନୂଆ ଶସ୍ଯ ରଖାଗଲେ ତାହା ନଷ୍ଟ କରିଥାଏ ।

ଶୂକପୋକ କୋଠିର କାଠପଟା ଇତ୍ଯାଦି କଣା କରି ରହିପାରେ । ତେଣୁ
ଶସ୍ଯ ନଷ୍ଟ କରିବା ସଙ୍ଗେ ସଙ୍ଗେ କୋଠି ମଧ୍ଧ କ୍ଷତିଗ୍ରସ୍ତ ହୋଇଥାଏ । ଏ ପୋକମାନଙ୍କ ଦ୍ବାରା
ସୃଷ୍ଟି ହୋଇଥିବା କଣାମାନଙ୍କରେ ଅନ୍ଯ କ୍ଷତିକାରକ ପୋକ ମଧ୍ଧ ଆଶ୍ରଯ ନେଇ ଥାଆନ୍ତି ।
ସମଯେ ସମଯେ ଏମାନଙ୍କର ସଂଖ୍ଯା ଏତେ ଅଧିକ ହୋଇୟାଏ ୟେ , ଏମାନେ ଦଳ ଦଳ
ହୋଇ ବସ୍ତା ଫାଙ୍ଖମାନଙ୍କରେ ଆଶ୍ରଯ ନେଇଥାଆନ୍ତି ।

କରତଦାନ୍ତୀ ଶସ୍ଯଭଙ୍ଗ
କରତଦାନ୍ତୀ ପୋକକୁ ଲିନେ ନାମକ ଜଣେ ଗବେଷକ ସୁରି ନାମକ ସ୍ଥାନରୁ 1767
ଖ୍ରୀଷ୍ଟାବ୍ଦରେ ପାଇ ତାର ବୈଜ୍ଞାନିକ ନାମକରଣ ସେହି ସ୍ଥାନ ଅନୁସାରେ କରିଥିଲେ ।
ପ୍ରଥମେ କରତଦାନ୍ତୀ ପୋକ ଗଛର ଶୁଖିଲା ବକ୍୍କଳା ଖାଇ ବଞ୍ଚୁଥିଲା । କିନ୍ତୁ ଏବେ ଏ
ପୋକ ସବୁ ପ୍ରକାର ଖାଦ୍ଯଶସ୍ଯ ନଷ୍ଟ କରୁଛି ଓ ପ୍ରାଯ ସବୁଦେଶରେ ଦେଖାୟାଉଛି । //
ଶଲଭ ଅବସ୍ଥାରେ ଓ ପୋକ କିଛି ଖାଏ ନାହିଁ ଓ ଶସ୍ଯର କୌଣସି କ୍ଷତି
କରିପାରେ ନାହିଁ । କେବଳ ଅଳ୍ପ ଦୂର ସ୍ଥାନରୁ ଉଡିୟାଇ ଅଣ୍ଡା ଦେଇଥାଏ । ଶୀତ
ଦିନରେ ଶସ୍ଯ କିଆରୀରେ ଅଣ୍ଡା ଦେବାକୁ ଏମାନେ ପସନ୍ଦ କରନ୍ତି ନାହିଁ । ତେଣୁ ଉଷ୍ମ ଓ
ଆର୍ଦ୍ର ଜଳବାଯୁ ଏମାନଙ୍କର ବଂଶବୃଦ୍ଧି ନିମନ୍ତେ ବିଶେଷ ସହାଯକ । ପୋକ ୟେଉଁ ଶସ୍ଯ
ମଧ୍ଧରେ ପ୍ରବେଶ କରେ , ତାର ପ୍ରାଯ ଶତକଡା 50-60 ଭାଗ ଖାଇ ଦେଇଥାଏ ।
ଗୋଟିଏ ପୋକ କେବଳ ଗୋଟିଏ ଶସ୍ଯ ନଷ୍ଟ କରେ । କିନ୍ତୁ ଶଲଭ ଏତେ ଡିମ୍ବ ଦିଏ
ୟେ , ଅଳ୍ପ ଦିନ ମଧ୍ଧରେ ଏମାନଙ୍କର ସଂଖ୍ଯା ଅଧିକ ହୋଇଥାଏ । ଏ ପ୍ରକାର ପୋକ
ଶସ୍ଯଥିବା ସ୍ଥାନରେ ବେଶୀ ତଳକୁ ୟାଇପାରନ୍ତି ନାହିଁ , କେବଳ ଉପର ସ୍ତରରେ ଥିବା
ଶସ୍ଯର ଅଧିକ କ୍ଷତି କରିଥାଆନ୍ତି ।

ଚାଉଳ ଶଲଭ -
ଚାଉଳଶଲଭର ଡେଣା ଦୁଇଟିର ଅଗ୍ରଭାଗର ଦୂରତ୍ବ 2 ସେ.ମି. ହେବ ।
ଦେଖିବାକୁ ଈଷ୍୍ତ ବାଦାମି ରଙ୍ଗା । ଶୂକପୋକ ପ୍ରାଯ 2 ସେ.ମି. ଲମ୍ବ ଓ ମାଟିଆ ମିଶା
ଧଳା । ଶସ୍ଯ ଛଡା ଶୂନ , ବିଶ୍କୁଟ୍୍ , ଚକଲେଟ୍୍ , ଶୁଖିଲା ଫଳ , ନାନାପ୍ରକାର ମଞ୍ଜି ମଧ୍ଧ
ଖାଇଥାଏ । ଖାଦ୍ଯ ଖାଇ ବଢିଲା ସମଯରେ ଏମାନେ ଉପରି ଭାଗରେ ବହଳିଆ ଜାଲବୁଣି
ତା ମଧ୍ଧରେ ରହି ଖାଦ୍ଯ ଖାଇଥାଆନ୍ତି । ମାଈ ପ୍ରଜାପତି 100-200 ପର୍ୟ୍ଯନ୍ତ ଅଣ୍ଡା
ଦିଏ । ଅଣ୍ଡାଠାରୁ ପ୍ରଜାପତି ହେବାପର୍ୟ୍ଯନ୍ତ ପ୍ରାଯ ଦେଢମାସ ସମଯ ଲାଗେ ।

ଭାରତୀଯ ଅଟାକଳର ଶଲଭ -
ଶଲଭ ଆକାରରେ ଅନ୍ଯମାନଙ୍କ ତୁଳନାରେ ସାମାନ୍ଯ ବଡ । ଡେଣା ଦୁଇଟିର
ଅଗ୍ରଭାଗର ଦୂରତ୍ବ ପ୍ରାଯ 3-4 ସେ.ମି. । ଅନ୍ଯ ଅମାର ଘରେ ପ୍ରଜାପତିଙ୍କ ମଧ୍ଧରେ
ଏହାକୁ ଚିହ୍ନି ହୁଏ । କାରଣ ଏହାର ଉପର ଡେଣାର ମଧ୍ଧ ଭାଗରେ ଧଳାରଙ୍ଗର ଗୋଟିଏ
ଦାଗ ଉଭଯ ପାଖର ଗାଢ ନାଲି ବାଦାମ ରଙ୍ଗକୁ ଅଲଗା କରୁଥାଏ । ତଳଡେଣା ଈଷତ
ଫିକା ମାଟିଆ ରଙ୍ଗ । ମାଈ ପ୍ରଜାପତି 100-200 ପର୍ୟ୍ଯନ୍ତ ଅଣ୍ଡା ଖାଦ୍ଯପଦାର୍ଥ ମଧ୍ଧରେ
ଦେଇଥାଏ ।

ଅଳ୍ପ ଦିନ ମଧ୍ଧରେ ଅଣ୍ଡାମାନଙ୍କରୁ ଧଳା ଧଳା ଶୂକ ବାହାରନ୍ତି । ଏମାନେ
ସମସ୍ତ ପ୍ରକାର ଶସ୍ଯ ଶସ୍ଯଜାତ ଦ୍ରବ୍ଯ ଓ ଶୁଷ୍କ ଫଳ ଖାଇ ବଞ୍ଚନ୍ତି ।

ଭୂମଧ୍ଧସାଗରୀଯ ଅଟା ଶଲଭ -
ଭୂମଧ୍ଧସାଗରୀଯ ଅଟା ପୋକର ଶଲଭ ଦେଖିବାକୁ ଅନ୍ଯମାନଙ୍କ ତୁଳନାରେ
ବଡ ଡେଣାର ଅଗ୍ରଭାଗର ଦୂରତ୍ବ 4-5 ସେ.ମି. ପର୍ୟ୍ଯନ୍ତ ହୁଏ । ଏହାର ତଳଡେଣାର
ରଙ୍ଗ ଗାଢ ମାଟିଆ , କିନ୍ତୁ ଉପର ଡେଣାଉପରେ କଳାରଙ୍ଗର ଢେଉଢେଉକା ଚିହ୍ନ ଅଛି ।
ପ୍ରଥମେ ଏହା ଇଉରୋପ ମହାଦେଶରେ ଦେଖା ଦେଇଥିଲା ଓ ପରେ ଅନ୍ଯ ଦେଶମାନଙ୍କୁ
ବ୍ଯାପି ୟାଇଥିଲା । ଏହାର ଶୂକପୋକ ନିଜଦେହରୁ ବାହାରୁଥିବା ସୂତାରେ ଜାଲ ତିଆରି
କରିଥାଏ ଓ ୟେଉଁଆଡେ ଚାଲିୟାଏ , ସେ ସୂତା ପଛପଟୁ ଲମ୍ବି ୟାଇଥାଏ । ଆମେରିକାରେ
ଦେଖାୟାଇଛି ୟେ , ଏ ପୋକ ମେସିନ୍୍ ମଧ୍ଧରେ ଆଶ୍ରଯ ନେଇ ମଇଳାଅଂଶ ଜମାଇ ଦିଏ
ଓ ମେସିନ୍୍ ଠିକ୍୍ କାମ କରିପାରେ ନାହିଁ । ଅନ୍ଯ ଅଟାପୋକଙ୍କ ଭଳି ଏ ମଧ୍ଧ ଶସ୍ଯ
ଶୁଷ୍କଫଳ , ମଞ୍ଜି ଓ ଅନେକ ପ୍ରକାର ଖାଦ୍ଯ ଖାଇପାରେ । ମାଈ ପ୍ରଜାପତି ଛୋଟ ଛୋଟ
ଧଳା ରଙ୍ଗର ଅଣ୍ଡା ଦିଏ । ଅଳ୍ପଦିନ ମଧ୍ଧରେ ଅଣ୍ଡାରୁ ଶୂକପୋକ ବାହାରେ । ପୂର୍ଣ୍ଣତାପ୍ରାପ୍ତ
ହୋଇଗଲେ ଏମାନେ 10-12 ମି.ମି. ଲମ୍ବ ହୋଇଥାଆନ୍ତି ଓ ଦେହ ଫିକା ଗୋଲାପି
ରଙ୍ଗ ଦେଖାୟାଏ । ଦେହ ଉପରେ ଅନେକ କଳା ଦାଗ ଥାଏ । ଶୂକପୋକ କୋଷ
ବାନ୍ଧେ ଓ ଅଣ୍ଡାଠାରୁ ପ୍ରଜାପତି ହେବାପର୍ୟ୍ଯନ୍ତ 8-9 ସପ୍ତାହ ଲାଗିୟାଏ । //
ହିସାବ କରି ଦେଖାୟାଇଛି ୟେ ପ୍ରାଯ 13 ନିଯୁତ ଟନ୍୍ ଖାଦ୍ଯଶସ୍ଯ ପୋକମାନେ ବର୍ଷକ ମଧ୍ଧରେ
ଖାଇୟାଇଥାଆନ୍ତି ଓ ଅନୁପୟୁକ୍ତ ସାଇତା ୟୋଗୁ 100 ନିଯୁତ ଟନ୍୍ ଶସ୍ଯ ନଷ୍ଟ ହୋଇ~
ଥାଏ । ଗ୍ରୀଷ୍ମପ୍ରଧାନ ଦେଶମାନଙ୍କରେ କ୍ଷତିର ପରିମାଣ ଶୀତପ୍ରଧାନ ଦେଶମାନଙ୍କ ତୁଳନାରେ
ଅଧିକ । ଆମେରିକା ଭଳି ଉନ୍ନତ ଦେଶରେ ମଧ୍ଧ ଶସ୍ଯ ସାଇତି ରଖିବା ଅବସ୍ଥାରେ ବର୍ଷକୁ
ହାରାହାରି 7 ନିଯୁତ ଟନ୍୍ ମୂଷାମାନଙ୍କ ଦ୍ବାରା ଓ 8-12 ନିଯୁତ ଟନ୍୍ ପୋକମାନଙ୍କ ୟୋଗୁ
ନଷ୍ଟ ହୋଇଥାଏ । ଏହି ପରିସଂଖ୍ଯାନରୁ ଜଣାୟାଇଛି ୟେ ଦକ୍ଷିଣ ଆମେରିକାରେ କେତେକ
ଆମାରରେ ଶସ୍ଯ ଶତକଡା 20 ରୁ 25 ଭାଗ ପର୍ୟ୍ଯନ୍ତ ନଷ୍ଟ ହୋଇଥାଏ । ଆଫ୍ରିକା ମହାଦେଶ
ଓ ଦକ୍ଷିଣ ଏସିଆସ୍ଥିତ ଦେଶମାନଙ୍କରେ ଶତକଡା 30-50 ଭାଗ ପର୍ୟ୍ଯନ୍ତ ଶସ୍ଯ ଅମଳ
ପରଠାରୁ ଖାଦ୍ଯ ରୂପେ ବ୍ଯବହାର ପର୍ୟ୍ଯନ୍ତ ସମଯ ମଧ୍ଧରେ ନଷ୍ଟ ହେବାର କେତେକ କ୍ଷେତ୍ରରେ
ଦେଖାୟାଇଛି ।

ଏ ୟେଉଁ ହିସାବ ଦେଶ ପାଇଁ ଦିଆଗଲା , ତା ପ୍ରକୃତରେ ଚାଷୀ ଓ ବେପାରୀମାନଙ୍କ
ହାତରୁ ଚାଲିଗଲା । ୟଦି ଖାଦ୍ଯଶସ୍ଯ ନଷ୍ଟ ହୋଇ ନ ଥାନ୍ତା , ତେବେ ଲୋକେ ଏହା
ଖାଦ୍ଯ ରୂପେ ବ୍ଯବହାର କରିବା ପାଇଁ ପାଇଥାଆନ୍ତେ , ଚାଷୀ ବିକ୍ରଯ କରି ନିଜର
ଆବଶ୍ଯକୀଯ ଦ୍ରବ୍ଯ କ୍ରଯ କରିପାରନ୍ତି । ଅଧିକ ଅର୍ଥ ମିଳିଲେ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହୋଇ
ପାରନ୍ତା । ଅଧିକ ଖାଦ୍ଯ ହାତରେ ରହିଲେ ଆନ୍ତର୍ଜାତିର ବଜାରରେ ଭଲ କାରବାର
ହୋଇପାରନ୍ତା ।

ଶସ୍ଯର କ୍ଷତି ଘଟୁଛି କେତେବେଳେ ?
(କ) ଶଶ୍ଯ କ୍ଷେତ୍ରରେ : କେତେକ ପ୍ରକାର ଶସ୍ଯ ପାଚିଲା ଅବସ୍ଥାରେ ଶସ୍ଯ~
କ୍ଷେତ୍ରରେ ଥିବାବେଳେ କୀଟମାନଙ୍କ ଦ୍ବାରା ଆକ୍ରାନ୍ତ ହୋଇଥାଏ । 1967 ମସିହାର ଏକ
ହିସାବରୁ ଜଣାୟାଇଛି ୃୟେ ଶସ୍ଯ ଅମଳ ପୂର୍ବରୁ ମୂଷାମାନଙ୍କ ଦ୍ବାରା 20 ଭାଗ ପର୍ୟ୍ଯନ୍ତ ନଷ୍ଟ
ହେବାର ଦୃଷ୍ଟାନ୍ତ ଅଛି ।

(ଖ) ଅମଳବେଳେ ଓ ଶସ୍ଯ ନେବାଆଣିବା ସମଯରେ କେତେକ ପରିମାଣରେ
ନଷ୍ଟ ହୋଇଥାଏ ।

(ଗ) ଚାଷୀର ଅମାରଘରେ ଶତକଡା 1 ରୁ 100 ଭାଗ ପର୍ୟ୍ଯନ୍ତ ଶସ୍ଯ ନଷ୍ଟ ହେବା
ଦେଖାୟାଇଛି ।

(ଘ) ବ୍ଯବସାଯୀଙ୍କ ଗୋଦାମ ଘରେ ଖାଦ୍ଯଶସ୍ଯ ଅଳ୍ପ ସମଯ ପାଇଁ ସାଇତିବାକୁ
ପଡିଥାଏ । ଅନେକ କ୍ଷେତ୍ରରେ ଏ ପ୍ରକାର ସାଇତା ଅନିଶ୍ଚିତ କାଳ ଓ ଅବସ୍ଥାରେ ରହୁ~
ଥିବାରୁ କେତେକ ପରିମାଣର କ୍ଷତି ସହିବାକୁ ପଡିଥାଏ ।

ୟେଉଁ ଦେଶରେ ବାର୍ଷିକ ହାରାହାରି କେତେ ପରିମାଣରେ ଖାଦ୍ଯଶସ୍ଯ ନଷ୍ଟ ହୁଏ ,
ତାର ଗୋଟିଏ ତାଲିକା ପୂର୍ବରୁ ଦିଆୟାଇଛି । ୟଦିଓ ଓ ହିସାବ ସମ୍ପୂର୍ଣ୍ଣ ଠିକ୍୍ କି ନୁହେଁ , ତା
ସମ୍ବନ୍ଧରେ ବାଦାନୁବାଦ ଚାଲିଛି , ତଥାପି ଏ ହିସାବ ବୈଜ୍ଞାନିକ ପ୍ରଣାଳୀରେ ଆହରଣ
କରାୟାଇଛି । ଏହିପରି ବିଭିନ୍ନ ସମଯରେ ପ୍ରକାଶିତ କେତେକ ହିସାବ କିତାବ ଆମଦେଶ
ପାଇଁ ନିମ୍ନରେ ଦିଆଗଲା ।

ଖାଦ୍ଯପ୍ରାଣର ଅବନତି : ଖାଦ୍ଯଶସ୍ଯରେ ୟେତେ ପ୍ରକାର ପୋକ ଲାଗନ୍ତି ,
ସମସ୍ତେ ଏକ ପ୍ରକାରର କ୍ଷତି ଘଟାନ୍ତି ନାହିଁ । ଉଦାହରଣ ସ୍ବରୂପ ଚାଉଳଗୁଣ୍ଡା ପୋକ ଚାଉଳର
ଅଧିକାଂଶ ଶ୍ବେତସାର ଅଂଶ ଖାଇୟାଇଥାଏ । ଅଙ୍କୁର ଓ ଉପରିସ୍ଥ ସ୍ନେହସାର ଓ ଚର୍ବି~
ଅଂଶ ବିଶେଷ କ୍ଷତିଗ୍ରସ୍ତ ହୁଏ ନାହିଁ । ଅନ୍ଯ ଦିଗରେ ବିରି ମୁଗରେ ଲାଗୁଥିବା ପୋକ ଶସ୍ଯ
ମଧ୍ଧରେ ପ୍ରବେଶ କରି ଶତକଡା 50 ଭାଗ ଖାଇ ୟାଇଥାଏ । ବିରି ମୁଗଡାଲି ଜାତୀଯ
ଶସ୍ଯରେ ସ୍ନେହସାର ଥିବାର ଏଥିରେ ପୋକ ଲାଗିଲେ ଶତକଡା 12 ଭାଗ ସ୍ନେହସାର
ପୋକ ଖାଇୟାଆନ୍ତି । କେତେକ ପ୍ରକାର ପୋକ କେବଳ ଅଙ୍କୁର ଅଂଶ ଖାଇବାକୁ ଭଲ
ପାଆନ୍ତି । ତେଣୁ ଏପରି ପୋକ ଖାଦ୍ଯପ୍ରାଣ ବିଶେଷ ନଷ୍ଟ କରିଥାଆନ୍ତି । ଭାରତୀଯ ଅଟାକଳ~
ଶୁଲଭ ଶସ୍ଯର ଅଙ୍କୁର ଅଂଶକୁ ପ୍ରଥମେ ଖାଇୟାଏ । ଚାଉଳରେ ପୋକ ଲାଗିଲେ ଶତକଡା
10-15 ଭାଗ ଥାଯାମିନ୍୍ କମିୟିବାର ଦେଖାୟାଇଛି ।

ଖାଦ୍ଯ ଶସ୍ଯର ଉତ୍କର୍ଷତାର ଅବନତି : ଖାଉଟି ବା ଖାଦ୍ଯଶସ୍ଯ ବ୍ଯବସାଯୀ
ଶସ୍ଯ କିଣିଲା ବେଳେ କେତେଗୁଡିଏ ବିଷଯ ବିଚାରକୁ ନେଇଥାଏ । ସାଧାରଣତଃ ଶସ୍ଯର
ଆକାର , ରଙ୍ଗ , ଗନ୍ଧ , ଭଙ୍ଗାଅଂଶ ଓ ଅନ୍ଯାନ୍ଯ ମିଶ୍ରିତ ପଦାର୍ଥର ପରିମାଣ ବିଚାରକୁ ନିଆ~
ୟାଇଥାଏ । ଶସ୍ଯ ମଧ୍ଧରେ ପୋକ ଦେଖାଗଲେ ଶସ୍ଯର ଗୁଣରେ ପରିବର୍ତ୍ତନ ଦେଖାୟାଏ ।
ଅଧିକାଂଶ ପୋକ କଣାକରି ଶସ୍ଯ ଖାଇଥାଆନ୍ତି । କେତେକ ପ୍ରକାର ପୋକ ଲାଗିଲେ
ଶସ୍ଯରୁ ଏକ ପ୍ରକାର ଗନ୍ଧ ବାହାରେ । ଏପରି ମୂଲ୍ଯ କମିୟାଇଥାଏ । //
ବୃହଦାକାର ଖଣି ବା ଭୂମି ଭିତରେ ତିଆରି ଅମାର
ଦକ୍ଷିଣ ଆମେରିକାରେ ବୃହତ ଖଣିମାନ ବ୍ଯବହୃତ ହୁଏ । ଗୋଟିଏ ଖଣିର ଲମ୍ବ
120 ମିଟର , ଓସାର 12 ମିଟର ଓ ଉଚ୍ଚତା 5 ମିଟର ଥାଏ । ଖଣିର ତଳଭାଗ ଅଣ୍ଡାକୃତି
ଓ ଢାଲୁ । ସିମେଣ୍ଟନିର୍ମିତ ଦୁଇ କାନ୍ଥ ମଧ୍ଧରେ ଏକ ପ୍ରକାରର ଜଳନିରୋଧକ ଭର୍ତ୍ତି
କରାୟାଇଥାଏ । ଖଣିଉପରେ ଅର୍ଦ୍ଧଗମ୍ବୁଜାକାର ଛାତ ଥାଏ । ଏହି କାନ୍ଥ ମଧ୍ଧଦେଇ ବାଯୁ
ବା ଜଳ ପ୍ରବେଶ କରିପାରେ ନାହିଁ । ଶସ୍ଯ ୟଦି ଉପୟୁକ୍ତ ଭାବେ ଶୁଖାଇ ଏ ପ୍ରକାର
ଖଣିରେ ସାଇତା ୟାଇଥାଏ ତେବେ ତାହା ନିରାପଦରେ ରହିପାରେ । ଏପରି ଖଣିରେ
ବାଯୁଚାଳନା ଓ ବାଷ୍ପୀଯ ବିଷ ପ୍ରଯୋଗ ୟନ୍ତ୍ର ସାହାୟ୍ଯରେ କରାୟାଇପାରେ । ଶସ୍ଯ ଭର୍ତ୍ତି
କରିବା ବା ବାହାର କରିବା ୟନ୍ତ୍ରସାହାୟ୍ଯରେ କରାୟାଇଥାଏ ।

କେନିଷ୍ଟା ଓ ସାଇପ୍ରସ୍୍ ଦେଶରେ ବୃହତ୍୍ ଗମ୍ବୁଜାକାର ସିମେଣ୍ଟ କଂକ୍ରିଟ୍୍ ଅମାର
ତିଆରି କରି ଶସ୍ଯ ସାଇତି ରଖାୟାଏ । ଆମେରିକା ଓ ଅନ୍ଯାନ୍ଯ ପାଶ୍ଚାତ୍ଯ ଦେଶ~
ମାନଙ୍କରେ ଗୋରୁଗାଈଙ୍କ ଖାଦ୍ଯନିମନ୍ତେ ସୋଯାବିନ୍୍ ବା ମକାଗଛ ସାଇଲେଜ୍୍ ସାଇତିବା
ପାଇଁ ସିମେଣ୍ଟ , କଂକ୍ରିଟ୍୍ ଓ ଲୁହାଛଡରେ ତିଆରି ଅତି ଉଚ୍ଚ କୋଠି ବ୍ଯବହାର କରନ୍ତି ।
ଏପରି ଖାଦ୍ଯରେ ଅତ୍ଯଧିକ ଜଳୀଯାଂଶ ଥିବାରୁ ଅନ୍ଯ ଉପାଯରେ ସାଇତିବା ସମ୍ଭବ
ନୁହେଁ । ଏହା ନିବୁଜ ହୋଇଥିବାରୁ ଏଥିରେ କବକ ବା କୀଟ ବଂଶବୃଦ୍ଧି କରିବା ସମ୍ଭବ
ନୁହେଁ , କାରଣ ଏପ୍ରକାର କୋଠିସ୍ଥ ବାଯୁରେ ଅମ୍ଳଜାନ ଅଳ୍ପ ପରିମାଣର ଓ ଅଙ୍ଗାରକାମ୍ଳ
ଅଧିକ ପରିମାଣରେ ଥାଏ ।

ଭାରତୀଯ ଚାଷୀମାନଙ୍କ ପାଇଁ କେତେକ ଉନ୍ନତ ଅମାର
ଭାରତୀଯ ଗ୍ରେନ୍୍ ଷ୍ଟୋରେଜ୍୍ ଇନ୍୍ଷ୍ଟିଟ୍ଯୁଟ୍୍ ବା ଭାରତୀଯ ଶସ୍ଯସାଇତା ଅନୁଷ୍ଠାନ
ଓ ଭାରତୀଯ ଷ୍ଟାଣ୍ଡାର୍ଡ ଇନ୍୍ଷ୍ଟିଚିଉଟ୍୍ କେତେକ ପ୍ରକାର ଧାତବ କୋଠି ଆମ ଚାଷୀ ଓ
ବ୍ଯବସାଯୀଙ୍କ ନିମନ୍ତେ ଅନୁମୋଦନ କରିଅଛନ୍ତି । ଏଗୁଡିକ ଆକାରରେ ଛୋଟ ଓ ବଡ
ଘର ଭିତରେ ବା ବାହାରେ ବ୍ଯବହୃତ ହେବା ପାଇଁ ଉଦ୍ଦିଷ୍ଟ । ସେମାନଙ୍କ ମଧ୍ଧରୁ
କେତୋଟି ହେଲା : -

ଅନଜ ବିନ୍୍ -
ଘର ଭିତରେ 30 କୁଇଣ୍ଟାଲ୍୍ ପର୍ୟ୍ଯନ୍ତ ଶସ୍ଯ ସାଇତିବାପାଇଁ ଏଗୁଡିକ ଖୁବ୍୍
ଉପୟୋଗୀ । ଲୁହା ଚଦରରେ ତିଆରି ଏ ପ୍ରକାର ଗୋଲାକାର ବିନ୍୍ ବା କୋଠିରେ
ଉପେରେ ଥିବା ବାଟ ଦେଇ ଶସ୍ଯ ଭରାୟାଏ ଓ ତଳେ ଥିବା ବାଟ ଦେଇ ଶସ୍ଯ ବାହାର
କରାୟାଏ । ଲୁହାଚଦର ଖଣ୍ଡମାନ ନଟ୍୍ବୋଲ୍୍ଟ ଦେଇ ୟୋଡେଇ ହୋଇଥିବାରୁ ଏହା
ବାଯୁନିରୋଧକ ହୋଇଥାଏ । ଦରକାର ପଡିଲେ ନିବୁଜ କରାୟାଇ ପାରେ । ଏହି ବିନ୍୍ରେ
ଥିବା ଶସ୍ଯରେ ଗ୍ଯାସବିଷ ପ୍ରଯୋଗ କରାୟାଇପାରେ ଓ ଶସ୍ଯକୁ କୀଟ , ମୂଷା ବା ବାହ୍ଯ
ଆଦ୍ର ଜଳବାଯୁରୁ ରକ୍ଷା କରାୟାଇପାରେ ।

କିଶାନ କୋଠି
କିଶାନ କୋଠି ଘରଭିତରେ ରଖାୟାଏ ଓ ଅଳ୍ପ ଖର୍ଚ୍ଚରେ ତିଆରି
ହୋଇପାରେ ଏହି ବିନ୍୍ର ତରଳ ଅଂଶ ଏକ ଗୋଲାକାର ଲୁହାଚଦର ତିଆରି ଛୋଟ କୁଣ୍ଡ
ଭଳି । ଏହି କୁଣ୍ଡର ଉପରି ଅଂଶରେ ବାଉଁଶବାଡି ସିଧା ଱ଞ୍ଜିବା ପାଇଁ ବନ୍ଦୋବସ୍ତ ଥାଏ ।
ରବର ମିଶ୍ରିତ ତିଆରି ଏକ ପ୍ରକାର ମୁଣା ଏହି ବାଉଁଶବାଡିର ଭିତରପାଖରେ ରଖାଇ
ଶସ୍ଯ ବୁଣା ମଧ୍ଧରେ ଭର୍ତ୍ତିକରାୟାଏ । ଏପରି କୋଠିକୁ ଏକ ସ୍ଥାନରୁ ଅନ୍ଯ ସ୍ଥାନକୁ
ନିଆୟାଇପାରେ ।

କନକ କୋଠି
କନକ କୋଠିକୁ ସାଧାରଣତଃ ଘର ବାହାରେ ରଖାୟାଏ । ଏହା ଲୁହାଚଦରରେ
ତିଆରି । ଉପରେ ଗୋଟିଏ ଗୋଲାକାର ବାଟ ଶସ୍ଯ ଭର୍ତ୍ତିକରିବା ନିମନ୍ତେ ଥାଏ ।
କୋଠିର ତଳ ଅଂଶ କ୍ରମେ ସଂକୀର୍ଣ୍ଣ ହୋଇ ଉପର ଆକାର ହୋଇଥାଏ । ଏହି ଉପରର
ଶେଷଭାଗରେ ଗୋଟିଏ ବାଟ ଥାଏ , ୟାହାକୁ ଖୋଲା ବା ବନ୍ଦ କରାୟାଇପାରେ । ଏଥିରେ
10 ଟନ୍୍ ପର୍ୟ୍ଯନ୍ତ ଶସ୍ଯ ରହେ ।
+>*
0 
﻿
ଓଡିଶା ସର
03-08-12
Oriya
<ପୂର୍ଣ୍ଣ ସଂଖ୍ଯା

5.1 ପୂର୍ଣ୍ଣ ସଂଖ୍ଯା କାହିଁକି ସୃଷ୍ଟି ହେଲା :-
ଆମେ ସାମଗ୍ରିକ ସଂଖ୍ଯା ସହ ପରିଚିତ । ଏହା ଆମର ବହୁତ ଉପକାର
କରିଛି ଓ କରୁଛି । କିନ୍ତୁ ଜୀବନରେ ଅନେକ ପରିସ୍ଥିତି ଆସେ ୟେତେବେଳେ
କେବଳ ସାମଗ୍ରିକ ସଂଖ୍ଯା ସାହାୟ୍ଯରେ ହିସାବ କରି ହୁଏ ନାହିଁ । ମନେକର
ମୋ ପାଖରେ 50 ଟଙ୍କା ଅଛି ଓ ମୋତେ ଔଷଧ ପାଇଁ 55 ଟଙ୍କା ଖର୍ଚ୍ଚ
କରିବାକୁ ପଡିବ । ତେବେ କ'ଣ କରିବା ? ଜୀବନରକ୍ଷା ପାଇଁ ଔଷଧ ନିଶ୍ଚଯ
କିଣିବାକୁ ହେବ । ତେଣୁ 5 ଟଙ୍କା ଋଣ କରିବାକୁ ପଡିବ । ଏହି ପ୍ରକାର
ପରିସ୍ଥିତିର ମୁକାବିଲା ପାଇଁ ଏକ ନୂଆ ପ୍ରକାରର ସଂଖ୍ଯା ଉଦ୍ଭାବିତ ହୋଇଛି ।
ସେଗୁଡିକୁ ଋଣାତ୍ମକ ପୂର୍ଣ୍ଣ ସଂଖ୍ଯା କୁହାୟାଏ ।

ଏକ ଟଙ୍କା ଦରକାର ପଡିଲେ ଏକ ଟଙ୍କା ଋଣ କରିବା ଏବଂ ଏକ ଟଙ୍କା ଶୁଝି
ଦେଲେ ଆଉ ଧାର ରହିବ ନାହିଁ । ତେଣୁ ଗଣନ ସଂଖ୍ଯା 1 ପାଇଁ ସୃଷ୍ଟି ହୋଇଛି ଏକ
ଋଣାତ୍ମକ ପୂର୍ଣ୍ଣ ସଂଖ୍ଯା ୟାହାକୁ -1 ଭାବରେ ଲେଖାୟାଏ ଓ ୟାହାର ଧର୍ମକୁ
1+(-1)=0 ଦ୍ବାରା ପ୍ରକାଶ କରାୟାଏ । ଅର୍ଥାତ୍୍ ୟେଉଁ ସଂଖ୍ଯାରେ
1 ମିଶାଇଲେ ୟୋଗଫଳ ଶୂନ ହୁଏ ତାହାକୁ -1 କୁହାୟାଏ । ଏଠାରେ
1 ଓ -1 ପରସ୍ପର ବିପରୀତ । ସେହିପରି 2 ପାଇଁ -2 , 3 ପାଇଁ -3 ,
4 ପାଇଁ -4 ଇତ୍ଯାଦି ଋଣାତ୍ମକ ସଂଖ୍ଯା ସୃଷ୍ଟି ହୋଇଛି ।

ସେହିପରି ସାଧାରଣ
ଏକ ନିର୍ଦ୍ଦିଷ୍ଟ ଉଷ୍ଣତାକୁ 0 ଡିଗ୍ରୀ ରଖି , ତା'ଠାରୁ ଅଧିକ ଉଷ୍ଣତାକୁ ଧନାତ୍ମକ
ସଂଖ୍ଯାରେ ଓ ତା'ଠାରୁ କମ୍୍ ଉଷ୍ଣତାକୁ ଋଣାତ୍ମକ ସଂଖ୍ଯାରେ ପ୍ରକାଶ କରାୟାଏ ।

ଏହିପରି ଭାବରେ ପୂର୍ଣ୍ଣସଂଖ୍ଯା ଆମର ଧନ ଓ ଋଣ ସମସ୍ଯା ସମାଧାନ କରିବା
ସଂଗେ ସଂଗେ ଲାଭକ୍ଷତି , କିଣାବିକା ଓ ଦେବାନେବା ପ୍ରଭୃତି ଅନେକ ଭିନ୍ନ ଭିନ୍ନ
ପରିସ୍ଥିତିକୁ ପ୍ରକାଶ କରିବାରେ ସହାଯକ ହୋଇପାରୁଛି ।

5.2 ସଂଖ୍ଯା ରେଖାରେ ପୂର୍ଣ୍ଣ ସଂଖ୍ଯାମାନଙ୍କର ସଂସ୍ଥାପନ -
ଗଣନ ସଂଖ୍ଯା ପରି ଆମେ ବର୍ତ୍ତମାନ ପୂର୍ଣ୍ଣ ସଂଖ୍ଯାଗୁଡିକୁ ସରଳରେଖାରେ
ଦର୍ଶାଇବା ।

ପ୍ରଥମେ ଏକ ସରଳରେଖା ଅଙ୍କନ କରି ଏହାର ୟେକୌଣସି ବିନ୍ଦୁକୁ 0
( ଶୂନ ) ନାମରେ ନାମିତ କର । ଶୂନର ଡାହାଣକୁ ଗଣନ ସଂଖ୍ଯା ଚିହ୍ନଟ କର ।
( ଦ୍ବିତୀଯ ଅଧ୍ଧାଯ ଦେଖ ) ।

ଆମେ ଜାଣିଛେ , ଧନାତ୍ମକ ସଂଖ୍ଯା ଋଣାତ୍ମକ ସଂଖ୍ଯାର ବିପରୀତ । ତେଣୁ
ଋଣାତ୍ମକ ସଂଖ୍ଯାକୁ 0 ର ବାମ ପାଖରେ ସୂଚାଇବା ସ୍ବାଭାବିକ । ୟେହେତୁ
1 ର ବିପରୀତ -1 , ତେଣୁ 0 ର ଡାହାଣକୁ ୟେତିକି ଦୂରରେ 1 ଅବସ୍ଥିତ , 0 ର
ବାମ ପାଖକୁ ଠିକ୍୍ ସେତିକି ଦୂରରେ -1 ଅବସ୍ଥିତ ହେବ । ସେହିପରି -2 ,
-3 , -4 , ଇତ୍ଯାଦି ଋଣାତ୍ମକ ସଂଖ୍ଯାକୁ 0 ର ବାମ ପାଖରେ ଚିହ୍ନଟ
କରାୟାଇପାରେ ।

ପୂର୍ଣ୍ଣ ସଂଖ୍ଯାମାନଙ୍କ ବିପରୀତ ସଂଖ୍ଯା -

ତୁମେ ଜାଣିଲ ୟେ 1 ର ବିପରୀତ ସଂଖ୍ଯା ହେଲା -1 । ଏଣୁ -1 ର
ବିପରୀତ ସଂଖ୍ଯା 1 ଅଟେ ।

1 ର ବିପରୀତ ସଂଖ୍ଯାକୁ -(1) ବୋଲି ଲେଖାୟାଏ । //
ଅନୁପାତ ଓ ସମାନୁପାତ

6.1 ଅନୁପାତ
ଗୋଟିଏ ଫିତାର ଲମ୍ବ 14 ମିଟର ଏବଂ ଆଉ ଏକ ଫିତାର ଲମ୍ବ 7 ମିଟର ।
ଉଭଯ ଫିତାର ଲମ୍ବକୁ ଏବେ ତୁଳନା କରିବା । ଏହି ତୁଳନା ଦୁଇ ପ୍ରକାରେ
କରାୟାଇପାରେ ।
( i ) ଦୁଇଟି ଫିତାର ଲମ୍ବର ପାର୍ଥକ୍ଯ ( 14-7) ମି. ବା 7 ମି. ଅଟେ ।
ଅର୍ଥାତ୍୍ ବଡ ଫିତାଟି ଛୋଟ ଫିତାଠାରୁ 7 ମି. ଅଧିକ ଲମ୍ବ ଅଟେ ।
ଏହି ପ୍ରକାର ତୁଳନାକୁ ପାର୍ଥକ୍ଯ ଦ୍ବାରା ତୁଳନା ବୋଲି କୁହାୟାଏ ।

( ii ) ଆମେ ମଧ୍ଧ କହିପାରିବା ବଡ ଫିତାର ଲମ୍ବ , ସାନ ଫିତାର ଲମ୍ବର
14 ହରଣ 7 ବା 14/7 = 2 ଗୁଣ ଅଟେ । ଏ ପ୍ରକାର ତୁଳନାକୁ ଭାଗକ୍ରିଯା ଦ୍ବାରା
ତୁଳନା ବୋଲି କୁହାୟାଏ ।

ଏଠାରେ ଲକ୍ଷ୍ଯକର ୟେ ଉଭଯ ଫିତାର ଲମ୍ବ ମିଟରରେ ଦିଆୟାଇଛି ।
14 ମି. ଓ 7 ମି. - ଏ ଉଭଯ ରାଶି ସମଜାତୀଯ ଅଟନ୍ତି । ମାତ୍ର 14 ମିଟର ଓ
7 କିଲୋମିଟର ସମଜାତୀଯ ରାଶି ନୁହନ୍ତି । ଏଣୁ ଏମାନଙ୍କ ମଧ୍ଧରେ କୌଣସି ଅନୁପାତ
ବାହାରିବ ନାହିଁ । ଦୁଇଟି ସମଜାତୀଯ ରାଶିକୁ ଭାଗକ୍ରିଯାଦ୍ବାରା ତୁଳନା କରାଗଲେ ,
ଦୁଇଟି ରାଶିର ଗୋଟିଏ ଅନୁପାତ ମିଳେ ବୋଲି କୁହାୟାଏ । ଏଠାରେ ଆମେ
କହିପାରିବା ୟେ -
ବଡ ଫିତାର ଲମ୍ବ ସହ ସାନ ଫିତାର ଲମ୍ବର ଅନୁପାତ ହେଉଛି 14 ହରଣ 7
ବା 14/7 । ସାଧାରଣତଃ ` : ' ଚିହ୍ନଟି ଅନୁପାତ ଦେଖାଇବାରେ ବ୍ଯବହୃତ
ହୋଇଥାଏ ।

ଉପରୋକ୍ତ ଅନୁପାତଟିକୁ " 14:7 " ବୋଲି ଲେଖାୟାଏ ଏବଂ " 14 ରେ 7 "
ବୋଲି ପଢାୟାଏ ।

ଗୋଟିଏ ଛେଳିର ଓଜନ ଗୋଟିଏ ଠେକୁଆର ଓଜନର ୟଦି 8 ଗୁଣ ହୁଏ
ତେବେ ଛେଳିର ଓଜନ ସହ ଠେକୁଆର ଓଜନର ଅନୁପାତ 8:1 ବୋଲି
ଲେଖାୟାଏ ।

ସାଧାରଣଭାବରେ କହିଲେ , a ଓ b ରାଶି ଦ୍ବଯର ଅନୁପାତ a ହରଣ b ବା
a/b ହୁଏ , ୟଦି b is not equal to 0 ଏହି ଅନୁପାତକୁ a:b ଲେଖାୟାଏ ।

a:b ଅନୁପାତରେ a ଓ b କୁ ଅନୁପାତର ପଦ ବୋଲି କୁହାୟାଏ । a କୁ
ପୂର୍ବ ରାଶି ଓ b କୁ ଉତ୍ତର ରାଶି ବୋଲି କୁହାୟାଏ ।

100 ସହିତ 40 ର ଅନୁପାତକୁ 100/40 ରୂପରେ ଲେଖାୟାଇପାରେ ବୋଲି
ତୁମେ ଜାଣିଛ । ଏହା ଏକ ହରଣର ରୂପ ୟେଉଁଥିରେ 100 ହେଉଛି ଲବ ଓ
40 ହେଉଛି ହର । ଏହାକୁ ଲଘିଷ୍ଠ ଆକାରରେ ପ୍ରକାଶ କଲେ ମଧ୍ଧ ଏହାର
ମୂଲ୍ଯ ଅପରିବର୍ତ୍ତିତ ରହେ ବୋଲି ତୁମେ ଜାଣ । ତେଣୁ -

100:40 , 50:200 , 10:4 , 5:2 ଇତ୍ଯାଦିଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ
ଅନୁପାତକୁ ହିଁ ବୁଝାନ୍ତି । ଏଥିରୁ 5:2 ର ଆକାର ହେଉଛି ଲଘିଷ୍ଠତମ । ଏହାକୁ
ଅନୁପାତର ସରଳତମ ଆକାର କୁହାୟାଏ । ସାଧାରଣତଃ ଅନୁପାତ ଗୁଡିକ ସେମାନଙ୍କର
ସରଳତମ ଆକାରରେ ପ୍ରକାଶିତ ହୁଅନ୍ତି । ୟଥା -

ଅନୁପାତ 4a/2b ର ସରଳତମ ଆକାର 2a/b //
3. ଗୋଟିଏ ବଗିଚାରେ ଆମ୍ବ ଗଛ ସଂଖ୍ଯା 624 ଓ ନଡିଆ ଗଛ ସଂଖ୍ଯା 144
ହେଲେ ଆମ୍ବ ଗଛ ଓ ନଡିଆ ଗଛ ସଂଖ୍ଯାର ଅନୁପାତ କେତେ ?

4. ତୁମ ଗ୍ରାମରେ ପୁରୁଷ ସଂଖ୍ଯା 1125 ଓ ସ୍ତ୍ରୀ ସଂଖ୍ଯା 1250 । ପୁରୁଷ
ଓ ସ୍ତ୍ରୀ ସଂଖ୍ଯାର ଅନୁପାତ କେତେ ?

5. ଗୋଟିଏ ସ୍କୁଲର ବାଳକ ସଂଖ୍ଯା 72 ଓ ବାଳକ ସଂଖ୍ଯା 60 ।
( କ ) ବାଳକ ଓ ବାଳିକା ସଂଖ୍ଯାର ଅନୁପାତ କେତେ ?
( ଖ ) ବାଳିକା ଓ ବାଳକ ସଂଖ୍ଯାର ଅନୁପାତ କେତେ ?
( ଗ ) ବାଳକ ସଂଖ୍ଯା ଓ ସମୁଦାଯ ପିଲା ସଂଖ୍ଯାର ଅନୁପାତ କେତେ ?
( ଘ ) ବାଳିକା ସଂଖ୍ଯା ଓ ସମୁଦାଯ ପିଲା ସଂଖ୍ଯାର ଅନୁପାତ କେତେ ?

6. ରାମବାବୁଙ୍କ ମାସିକ ଆଯ ଟ 450.00 ଓ ମାସିକ ସଞ୍ଚଯ ଟ 125.00 ।
ତାଙ୍କର -
( କ ) ମାସିକ ସଞ୍ଚଯ ଓ ମାସିକ ଆଯର ଅନୁପାତ କେତେ ?
( ଖ ) ମାସିକ ଆଯ ଓ ମାସିକ ଖର୍ଚ୍ଚର ଅନୁପାତ କେତେ ?
( ଗ ) ମାସିକ ସଞ୍ଚଯ ଓ ମାସିକ ଖର୍ଚ୍ଚର ଅନୁପାତ କେତେ ?

7. ଗୋଟିଏ ସାଇକେଲ ଚଢାଳୀ 3 ଘଣ୍ଟାରେ 36 କି. ମି. ୟାଏ ଏବଂ ଗୋଟିଏ
ମଟର ସାଇକେଲ ଚଢାଳୀ 2 ଘଣ୍ଟାରେ 80 କି. ମି. ବାଟ ୟାଏ । ସେମାନଙ୍କ
ଗତି ବେଗର ଅନୁପାତ କେତେ ?

8. ଗୋଟିଏ କାର୍ୟ୍ଯାଳଯରେ ସ୍ତ୍ରୀ ଓ ପୁରୁଷ କର୍ମଚାରୀଙ୍କ ସଂଖ୍ଯାର ଅନୁପାତ
5:6 । ସେମାନେ ମୋଟରେ 110 ଜଣ ହେଲେ , ସେଠାରେ କେତେ
ଜଣ ପୁରୁଷ ଓ କେତେ ଜଣ ସ୍ତ୍ରୀ କାମ କରନ୍ତି ?

119 9. ବାଲି ଓ ସିମେଣ୍ଟ ମିଶ୍ରଣର ପରିମାଣ 140 କି. ଗ୍ରା. । ମିଶ୍ରଣରେ ବାଲି
ଓ ସିମେଣ୍ଟର ଅନୁପାତ 5:2 ହେଲେ , ବାଲି ଓ ସିମେଣ୍ଟର ପରିମାଣ
ସ୍ଥିର କର ।

10. ରାମବାବୁଙ୍କ ଆଯ ଓ ବ୍ଯଯର ଅନୁପାତ 7:5 । ରାମବାବୁଙ୍କ ଆଯ
ଟ 770.00 ହେଲେ ତାଙ୍କର ବ୍ଯଯ କେତେ ? ତାଙ୍କର ସଞ୍ଚଯ କେତେ ?

11. ଦୁଇଟି ଗାଡିର ବେଗର ଅନୁପାତ 2:3 । ପ୍ରଥମ ଗାଡିର ଗତି 3 ଘଣ୍ଟାରେ
150 କି. ମି. ହେଲେ , ଦ୍ବିତୀଯ ଗାଡି 2 ଘଣ୍ଟାରେ କେତେ ବାଟ ୟିବ ?

12. ଗୋଟିଏ ବିଦ୍ଯାଳଯର ବାଳକ ଓ ବାଳିକା ସଂଖ୍ଯା ମିଶି 840 । ବାଳକ
ଓ ବାଳିକାଙ୍କ ଅନୁପାତ 5:2 । ସେ ବିଦ୍ଯାଳଯରେ ୟଦି ଆଉ 120
ଜଣ ବାଳିକା ୟୋଗ ଦିଅନ୍ତି , ତେବେ ବାଳକ ଓ ବାଳିକାଙ୍କ ସଂଖ୍ଯାର
ଅନୁପାତ କେତେ ହେବ ?

14. ହରି 5 ଘଣ୍ଟାରେ 17 କି. ମି. ବାଟ ୟାଏ । ରାମ 3 ଘଣ୍ଟାରେ 34
କି. ମି. ବାଟୟାଏ । ସେମାନଙ୍କ ଘଣ୍ଟା ପ୍ରତି ବେଗର ଅନୁପାତ କେତେ ?

15. ହରିଶ 10.5 ଘଣ୍ଟାରେ 44 କି. ମି. ଓ ରମେଶ 3.5 ଘଣ୍ଟାରେ
22 କି. ମି. ଗଲେ , ସେମାନଙ୍କ ଘଣ୍ଟା ପ୍ରତି ବେଗର ଅନୁପାତ କେତେ ?

16. ରାମ ଓ ଶ୍ଯାମର ଘଣ୍ଟା ପ୍ରତି ବେଗର ଅନୁପାତ 3:5 । ରାମ 5 ଘଣ୍ଟାରେ
22.5 କି. ମି. ବାଟ ୟାଏ । ଶ୍ଯାମର ଘଣ୍ଟା ପ୍ରତି ବେଗ କେତେ ?
ଅର୍ଥାତ୍୍ 15 ଜଣ ଗୋଟିଏ କାମକୁ 1 ଦିନରେ କରନ୍ତି
1 ଜଣ ସେହି କାମକୁ 1 ଦିନ ଗୁଣନ 15 = 15 ଦିନରେ କରିବ ।
+>*
0 
﻿
ଗୋକୁଳାନନ
03-08-12
Oriya
<ରାଧାମୋହନ ବାବୁଙ୍କର ଏ କୋଷ୍ଠ-କାଠିନ୍ଯ ରୋଗଟା ଆଗରୁ ପ୍ରାଯ ନ ଥିଲା ।
ଖାଇବା ପିଇବାରେ ତ ସେପରି କିଛି ଗୋଳମାଳ ନାହିଁ , ତେବେ କାହିଁକି କେଜାଣି
ଆଜକୁ ପାଞ୍ଚମାସ ହେଲାଣି ବାରମ୍ବାର ଝାଡାଟା ତାଙ୍କର କବଚ କରୁଛି । ପ୍ରଥମେ ସେ ଏହା
ଉପରେ ସେତେ ଗୁରୁତ୍ବ ଦେଉ ନ ଥିଲେ । ମଝିରେ ମଝିରେ ଝାଡା ବଟିକା ବା ଜୁଲାପ~
ଖାଇ ଝାଡା ସଫା ନ ହେବାରୁ ତଳିପେଟଟାରେ ସବୁବେଳେ ବଥା ଲାଗିରହିଛି । ମଝିରେ ମଝିରେ
ଝାଡା ସହିତ ରକ୍ତ ପଡୁଛି , ଆଉ ବଡ ଦୁର୍ବଳ ଅନୁଭବ କରୁଛନ୍ତି ସେ । ରାଧାମୋହନ
ବାବୁ ଠିକ୍୍ କଲେ ପେଟଭିତରେ ବୋଧେ ଝାଡା ଗୁଡାକ ଶୁଖିୟାଇଛି । ଡାକ୍ତରଖାନା
ୟାଇ ଗୋଟାଏ ଡୁସ୍ ନେଇଗଲେ ସବୁ ଠିକ୍୍ ହୋଇୟିବ ।

ଡାକ୍ତରବାବୁ ରାଧାମୋହନ ବାବୁଙ୍କଠାରୁ ସମସ୍ତ ବିବରଣୀ ବୁଝିଲେ । ଡୁସ୍ ଦେଇ
ଝାଡା ସଫା କରାୟିବା ପରେ ମଳଦ୍ବାର ଦେଇ କଣ ଏକ ୟନ୍ତ୍ର ସାହାୟ୍ଯରେ ପରୀକ୍ଷା
କଲେ । ପରିଶେଷରେ ଡାକ୍ତରବାବୁ ୟାହା କହିଲେ ତାକୁ ବିଶ୍ବାସ କରିପାରିଲେ ନାହିଁ ,
ରାଧାମୋହନ ବାବୁ । ଏଇ ସାଧାରଣ ଝାଡାଟା ୟାହା ରୋକୁଥିଲା , ତାକୁ ଡାକ୍ତରବାବୁ
କହୁଛନ୍ତି କଣନା କର୍କଟରୋଗ ହୋଇଛି ! କିନ୍ତୁ ପେଟ ଭିତରର ଫଟୋ ଉଠାଇଲାପରେ
ଏବଂ ଅନ୍ଯାନ୍ଯ ପରୀକ୍ଷା ନିରୀକ୍ଷାରୁ ସଠିକ୍୍ ଭାବେ ନିରୂପଣ ହେଲା ୟେ ରାଧାମୋହନ
ବାବୁଙ୍କର ବୃହଦନ୍ତ୍ରର ଶେଷଭାଗ-ମଳଭାଣ୍ଡଟି କର୍କଟରୋଗରେ ଆକ୍ରାନ୍ତ ହୋଇପଡିଛି ।

ରାଧାମୋହନ ବାବୁଙ୍କ କ୍ଷେତ୍ରରେ ୟାହା ଘଟିଲା ଏହି ରୋଗରେ ଆକ୍ରାନ୍ତ ହେଉଥିବା
ଅଧିକାଂଶ ରୋଗୀମାନଙ୍କ କ୍ଷେତ୍ରରେ ତାହାହିଁ ଘଟିଥାଏ । ପାଉଁଶ ତଳେ ନିଆଁ ଭଳି
ସାଧାରଣ ଲକ୍ଷଣ ଭିତରେ ଲୁଚି ରହିଥାଏ ମାନବ ସମାଜର ଶତ୍ରୁ କର୍କଟରୋଗ । କେତୋଟି
ରୋଗମାନଙ୍କ ଭିତରୁ ଏହି ବୃହଦନ୍ତ୍ରର କର୍କଟରୋଗ ଗୋଟିଏ । ପ୍ରାଥମିକ ଅବସ୍ଥାରେ
ଲକ୍ଷଣଗୁଡିକ ଏପରି ମାମୁଲି ୟେ ସାଧାରଣ ଲୋକେ ଏହାକୁ ଗୁରୁତ୍ବ ନ ଦେବା ସ୍ବାଭାବିକ ।
ଗୁରୁତ୍ବ ଦେବାଭଳି ଲକ୍ଷଣ ପ୍ରକାଶ ପାଇଲା ବେଳକୁ ରୋଗ ପୂରାମାତ୍ରାରେ ତାର ଆସ୍ଥାନ
ଜମାଇ ସାରିଥାଏ । ଏହି ରୋଗର ଏକମାତ୍ର ଭଲଗୁଣ ଏହି ୟେ ଏହା ଖୁବ୍୍ ଶୀଘ୍ର ପାର୍ଶ୍ବବର୍ତ୍ତୀ
ତନ୍ତୁଗୁଡିକୁ ବ୍ଯାପିୟାଏ ନାହିଁ ଏବଂ ପେଟଭିତରେ ଥିବା ଅନ୍ଯାନ୍ଯ ଅଂଶ ୟଥା - ୟକୃତ ଓ
ଲସିକାଗ୍ରନ୍ଥୀକୁ ଶୀଘ୍ର ଆକ୍ରାନ୍ତ କରେନାହିଁ । ପ୍ରାଥମିକ ଅବସ୍ଥାରେ
ଏହି ରୋଗ ଚିହ୍ନଟ ହୋଇପାରିଲେ ଆରୋଗ୍ଯ ହୋଇୟିବାର ସମ୍ଭାବନା ଶତକଡା
ସତୁରି । ଏଣୁ ଏହି ରୋଗ ବିଷଯରେ ସବୁକଥା ଜାଣିରଖିବା ଆବଶ୍ଯକ ।

ଏହି ରୋଗ ସାଧାରଣତଃ 40 ବର୍ଷରୁ 65 ବର୍ଷ ବଯସ ସୀମା ମଧ୍ଧରେ ହୋଇଥାଏ ।
କ୍ବଚିତ୍୍ କ୍ଷେତ୍ରରେ ଏହା କମ୍୍ ବଯସରେ ହେବାର ମଧ୍ଧ ଦେଖାୟାଇଛି । ସ୍ତ୍ରୀମାନଙ୍କ
ଅପେକ୍ଷା ପୁରୁଷମାନଙ୍କ ମଧ୍ଧରେ ଏହି ରୋଗ ଅଧିକ ଏବଂ ଏହାର ଅନୁପାତ ପ୍ରାଯ 2 : 3 ।
କୌଣସି ନିର୍ଦ୍ଦିଷ୍ଟ ଖାଦ୍ଯ ୟୋଗୁଁ ଏହି ରୋଗ ଅଧିକ ପରିମାଣରେ ହେଉଥିବା ଜଣାପଡିଛି ।
ଏହି କାରଣରୁ ମଧ୍ଧ ଉନ୍ନତ ପାଶ୍ଚାତ୍ଯ ଦେଶମାନଙ୍କରେ ଏହି ରୋଗର ଅନୁପାତ ପ୍ରାଚ୍ଯ
ଦେଶଗୁଡିକ ଅପେକ୍ଷା ଅଧିକ । " ଅଲସରେଟିଭ କୋଲାଇଟିସ " ନାମକ ଏକପ୍ରକାର
ବୃହଦନ୍ତ୍ର ଚାରିପ୍ରକାରରେ ରୂପାନ୍ତରିତ ହୋଇଥାଏ । ୟଥା - ମୁଦିଆକୃତି ,
ନଳଆକୃତି , କ୍ଷତ ଆକୃତି ଏବଂ ଆବୁ ଆକୃତି ।

ମୁଦି ଆକୃତିରେ - ବୃହଦନ୍ତ୍ରର ଗୋଟିଏ ଛୋଟ ଅଂଶର ବ୍ଯାସ ସଙ୍କୁଚିତ
ହୋଇୟିବା ଫଳରେ ଏହା ଗୋଟିଏ ମୁଦି ଆକାର ଧାରଣ କରେ ।

ନଳ ଆକୃତିରେ - ଗୋଟିଏ ବଡ ଅଂଶର ବ୍ଯାସ ସଙ୍କୁଚିତ ହୋଇ ୟିବା
ଫଳରେ ତାହା ନଳ ଆକୃତି ଧାରଣ କରେ ।

କ୍ଷତ ଆକୃତିରେ - ବୃହଦନ୍ତ୍ରର ଭିତରପଟେ ଗୋଟିଏ ବଡକ୍ଷତ ସୃଷ୍ଟି
ହୋଇଥାଏ ।

ଆବୁ ଆକୃତିରେ - ସେହିପରି ବୃହଦନ୍ତ୍ରର ଭିତରପଟେ ଫୁଲକୋବି
ଆକୃତିର ଏକ ଆବୁ ସୃଷ୍ଟି ହୁଏ ।

ବୃହଦନ୍ତ୍ରର ସବୁ ଅଂଶରେ କର୍କଟରୋଗ ହେବାର ସମ୍ଭାବନା ଥିଲେ ମଧ୍ଧ , ବିଭିନ୍ନ
ଅଂଶରେ ଏହାର ଅନୁପାତ ଭିନ୍ନ ଭିନ୍ନ ହୋଇଥାଏ । ଆମେ ଜାଣୁ ୟେ ପେଟଭିତରେ
ବୃହଦନ୍ତ୍ର ଡାହାଣପଟ ତଳିପେଟଠାରୁ ଆରମ୍ଭ ହୋଇଛି । ଏହି ଅଂଶକୁ " ସିକିମ୍୍ " କହନ୍ତି । //
ନବଜାତ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ୟ୍ଯନ୍ତ ସମସ୍ତଙ୍କଠାରେ ଏହି ଅଣ୍ଡକୋଷ କର୍କଟରୋଗ
ହୋଇପାରେ । କିନ୍ତୁ 20 ବର୍ଷରୁ 40 ବର୍ଷ ବଯସ ମଧ୍ଧରେ ଅଣ୍ଡକୋଷର ଟ୍ଯୁମର
ସବୁଠାରୁ ଅଧିକ ସଂଖ୍ଯାରେ ଦେଖାୟାଏ । ହିସାବରୁ ଜଣାୟାଇଛି ୟେ ପୃଥିବୀର ସବୁଜାତି
ଲୋକଙ୍କ ମଧ୍ଧରେ ଊଣା ଅଧିକେ ଏହି କର୍କଟରୋଗ ଦେଖାୟାଏ । କିନ୍ତୁ ନିଗ୍ରୋମାନଙ୍କ
ଠାରେ ଅଣ୍ଡକୋଷ କର୍କଟରୋଗ କ୍ବଚିତ ଦେଖାୟାଇଥାଏ । ପୃଥିବୀର ଅନ୍ଯାନ୍ଯ ମହାଦେଶ
ଅପେକ୍ଷା ଏସିଆ ମହାଦେଶରେ ଏହି କର୍କଟରୋଗ ଅପେକ୍ଷାକୃତ କମ୍୍ ସଂଖ୍ଯାରେ
ଦେଖାୟାଏ । ଏହି ରୋଗ ବାମପଟ ଓ ଡାହାଣପଟ , ଉଭଯ ଅଣ୍ଡକୋଷରେ ଦେଖାଗଲେ
ମଧ୍ଧ ଡାହାଣପଟ ଏକାଧିକ ଲୋକ ଏହି ରୋଗରେ ଭୋଗୁଥିବାର ଦୃଷ୍ଟାନ୍ତ ବିରଳ ନୁହେଁ ।
ନିଗ୍ରୋମାନଙ୍କଠାରେ ଏହି ରୋଗରେ ସଂଖ୍ଯା ଅତି କମ୍୍ ଥିବାର ଜଣାୟାଏ । ଏହିସବୁ
କାରଣ ୟୋଗୁଁ ଅଣ୍ଡକୋଷ ଟ୍ଯୁମରର ପ୍ରକୃତ କାରଣ ଜଣା ନ ଥିଲେ ମଧ୍ଧ ଏହା ଜିନ୍୍ଗତ
ଦୋଷରୁ ହୋଇଥାଇପାରେ ବୋଲି ଅନୁମାନ କରାୟାଏ । ଅଧିକାଂଶ ରୋଗୀଙ୍କୁ ପଚାରିଲେ
ଜଣାପଡେ ୟେ ଟ୍ଯୁମର ଆରମ୍ଭ ହେବାର ଆଗରୁ ଅଣ୍ଡକୋଷରେ ୟେ କୌଣସି କାରଣରୁ ଆଘାତ
ଲାଗିଛି । କିନ୍ତୁ ଅଣ୍ଡକୋଷରେ ଆଘାତ ଟ୍ଯୁମର ଜନ୍ମାଇବାରେ ସାହାୟ୍ଯ କରେ ବୋଲି ନିର୍ଦ୍ଦିଷ୍ଟ
ଭାବେ ଜଣାପଡିନାହିଁ । ପରୀକ୍ଷାମୂଳକ ଭାବେ ମୁଷାମାନଙ୍କଠାରେ ବହୁଦିନ ଧରି ଇଷ୍ଟ୍ରୋଜେନ
ହରମୋନ୍୍ ଇଂଜେକସନ ଦ୍ବାରା ଅଣ୍ଡକୋଷର ଟ୍ଯୁମର ବୈଜ୍ଞାନିକମାନେ ଜନ୍ମାଇ
ପାରିଛନ୍ତି । ପୁଣି କେତେକ ପ୍ରକାରର ଅଣ୍ଡକୋଷ ଟ୍ଯୁମର ଦ୍ବାରା କେତେକ ହରମୋନ୍
ତିଆରି ହେଉଥିବାର ପ୍ରମାଣ ମଧ୍ଧ ମିଳିଛି । ଏହି ସବୁଥିରୁ ସନ୍ଦେହ କରାୟାଉଛି ୟେ
ମନୁଷ୍ଯ ଶରୀରରେ କୌଣସି ପ୍ରକାର ହରମୋନ ପ୍ରଭାବରେ ଅଣ୍ଡକୋଷ କର୍କଟରୋଗ
ହୋଇପାରେ ।

ଅଣ୍ଡକୋଷ କର୍କଟରୋଗର ଲକ୍ଷଣ -
ରୋଗର ଆରମ୍ଭରେ ଗୋଟିଏପଟ ଅଣ୍ଡକୋଷ କେବଳ ଆକାରରେ ବୃଦ୍ଧିପାଏ ।
ଅଳ୍ପଦିନ ବା ଅଳ୍ପ କେଇମାସ ମଧ୍ଧରେ ଏହା ଆକାରରେ ବଢି ବଢି ଅଣ୍ଡକୋଷର
ସାଧାରଣ ଆକାରଠାରୁ ଦୁଇ ତିନି ଗୁଣ ବଢିୟାଏ । ଅଣ୍ଡକୋଷର ଆକାର ବୃଦ୍ଧିହେତୁ
ସେହିପଟ କୋଷ ଓଜନିଆ ଜଣାପଡେ । କିନ୍ତୁ କୌଣସି ପ୍ରକାର ୟନ୍ତ୍ରଣା ହୁଏ ନାହିଁ ।
ଶତକଡା 30 ଭାଗ କ୍ଷେତ୍ରରେ କୋଷର କିମ୍ବା ତଳି ପେଟର ଓଜନ ହେତୁ ଟାଣି
ହେଲାଭଳି ଅଶ୍ବସ୍ତି ଲାଗେ ଓ ଅଣ୍ଡକୋଷଟିର ଉପରିଭାଗ ସମାନ କିମ୍ବା ଅସମାନ
ଜଣାପଡେ । ଅଣ୍ଡକୋଷଟିକୁ ହାତରେ ୟେତେ ଜୋର ଚାପଦେଲେ ମଧ୍ଧ କୌଣସି ପ୍ରକାର
ନଷ୍ଟ ହୁଏ ନାହିଁ , ୟାହାକି ଅପରସ୍ଥ ଅଣ୍ଡକୋଷରେ ଅନୁଭବ କରିହୁଏ । ଶତକଡା
10 ଭାଗ କ୍ଷେତ୍ରରେ ସେହିପଟ ଅଣ୍ଡକୋଷରେ ପାଣି ଜମିୟାଏ । କର୍କଟରୋଗ ୟଦି
ଅଣ୍ଡକୋଷକୁ ବ୍ଯାପିୟାଇ ପେଟ ଭିତରକୁ ମାଡିୟାଏ ତେବେ ଅଣ୍ଡକୋଷର ଫୁଲା
ସାଙ୍ଗକୁ ପେଟ ଭିତରେ ନାଭିର ଅଳ୍ପ ଉପରେ ଫୁଲାଟିଏ ପଦାକୁ ଜଣାପଡେ । ପେଟ
ଭିତର ଫୁଲାର ପ୍ରଭାବରେ ଜଳଉଦୁରୀ ଓ ପାଦଫୁଲା ମଧ୍ଧ ଦେଖାୟାଏ । କର୍କଟରୋଗ
ଛାତି ଭିତରକୁ ବ୍ଯାପିଗଲେ ଛାତିର ୟନ୍ତ୍ରଣା , କାଶ ଓ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ରୋଗୀ
ଅନୁଭବ କରେ । ଏହିସବୁ ହେଲା ଅଣ୍ଡକୋଷ କର୍କଟରୋଗର ଅତି ସାଧାରଣ ଲକ୍ଷଣ ।

ଅଣ୍ଡକୋଷ କର୍କଟରୋଗରେ କେତେକ ଅସାଧାରଣ ଲକ୍ଷଣମାନ ମଧ୍ଧ ପ୍ରକାଶ
ପାଇଥାଏ । ଏହିସବୁ ଲକ୍ଷଣମାନ ମନେ ରଖିବା ଉଚିତ । କାରଣ ଏହି ଲକ୍ଷଣ~
ଗୁଡିକର ଅଣ୍ଡକୋଷ ସହିତ କୌଣସି ସମ୍ପର୍କ ନାହିଁ । ତେଣୁ ରୋଗୀ ଅଣ୍ଡକୋଷ
କର୍କଟରୋଗ କଥା କଳ୍ପନା ମଧ୍ଧ କରି ନଥାଏ । ଡାକ୍ତରୀ ପରାମର୍ଶ ନକରି ଅବହେଳାରେ
ରହିଥାଏ । ଅଥଚ କର୍କଟ ରୋଗ ବଢି ବଢି ଚାଲେ । ଏହି ଅସାଧାରଣ ଲକ୍ଷଣ ୟୋଗୁଁ
ଚିକିତ୍ସକମାନେ ମଧ୍ଧ ଅନେକ ସମଯରେ ରୋଗ ନିର୍ଣ୍ଣଯରେ ଅସୁବିଧାରେ ପଡନ୍ତି । ଏହି
ଲକ୍ଷଣ ଗୁଡିକ ହେଲା -

ଅଣ୍ଡକୋଷ ଫୁଲି ଦରଜ ହେବା ୟାହାକୁ ସାଧାରଣରେ ` ଏକଶିରା ଗଡିବା '
ବୋଲି କୁହାୟାଏ । ଏହାର ଅତି ସାଧାରଣ କାରଣ ହେଉଛି ବାତଜ୍ବର । କିନ୍ତୁ
ଅଣ୍ଡକୋଷ କର୍କଟ ରୋଗ ଭଳି ଗୁରୁତର ରୋଗରେ ମଧ୍ଧ ଏପରି ହୋଇପାରେ । ସାଧାରଣ
ଔଷଧରେ ଏହି ଏକଶିରା ରୋଗ ଉପଶମ ନ ହେଲେ ଅଣ୍ଡକୋଷ କର୍କଟ ରୋଗର ସନ୍ଦେହ
ଜନ୍ମାଇଥାଏ ।

ଅଣ୍ଡକୋଷରେ ଭୀଷଣ ୟନ୍ତ୍ରଣା ହେତୁ ଅଳ୍ପସମଯ ମଧ୍ଧରେ ବଡ ଆକାରରେ
ଫୁଲିୟିବ । ଅଣ୍ଡକୋଷ ମଧ୍ଧରେ ରକ୍ତସ୍ରାବ ହୋଇ ଅଣ୍ଡକୋଷ କର୍କଟରୋଗରେ ଏହି
ଲକ୍ଷଣ ପ୍ରକାଶ ପାଏ । ଅଣ୍ଡକୋଷଟି ବିନା ଆଘାତରେ ଏପରି ହଠାତ୍୍ ୟନ୍ତ୍ରଣାସହ
ଫୁଲିଗଲେ କର୍କଟରୋଗ ସନ୍ଦେହ କରାୟାଏ ।

ଦୁଇପଟ ସ୍ତନ ଆକାରରେ ବୃଦ୍ଧି ପାଇବା ।
ଅଣ୍ଡକୋଷର ଫୁଲାଟି ଏତେ ଛୋଟ ଆକାର ହୋଇପାରେ ୟେ ରୋଗୀର
ଦୃଷ୍ଟି ଅଣ୍ଡକୋଷ ଫୁଲାଉପରେ ନପଡି ପେଟଭିତରର ବଡଫୁଲା ଉପରେ ପଡିଥାଏ ।
ଏପରିକି ଏହି ପେଟର ଫୁଲାପାଇଁ ହିଁ କେବଳ ସେ ଡାକ୍ତରଙ୍କ ପାଖକୁ ଆସିଥାଏ ।

ଛାତିରେ ୟନ୍ତ୍ରଣା , ନିଶ୍ବାସ ପ୍ରଶ୍ବାସରେ କଷ୍ଟ , କାଶରେ ରକ୍ତ ପଡିବା ଇତ୍ଯାଦି
ଅଣ୍ଡକୋଷ କର୍କଟ ରୋଗର ପ୍ରଥମ ଲକ୍ଷଣ ହୋଇପାରେ । ଫୁସଫୁସ କର୍କଟରୋଗରେ
ଆକ୍ରାନ୍ତ ହେବାୟୋଗୁଁ ଏ ପ୍ରକାର ଲକ୍ଷଣ ମାନ ପ୍ରକାଶ ପାଏ । //
ଏଣୁ ଏହାର ନିଦାନ ଓ ଚିକିତ୍ସା ପାଇଁ , ଶଲ୍ଯ
ଚିକିତ୍ସା ହେଉଛି - ଏକମାତ୍ର ପନ୍ଥା । ପ୍ରଥମାବସ୍ଥାରେ ଏହି ଚିକିତ୍ସା ପ୍ରଣାଳୀର
ଆଶ୍ରଯ ନେଇ , ବହୁରୋଗୀ ଆରୋଗ୍ଯ ଲାଭ କରୁଛନ୍ତି । ଶେଷାବସ୍ଥାରେ ଲକ୍ଷଣଗତ
ଚିକିତ୍ସା ୟଥା - କୃତ୍ରିମ ମଳଦ୍ବାର କରି ଭେଷଜ ଚିକିତ୍ସା ଦ୍ବାରା , କେତେଦିନ ରୋଗୀକୁ
ବଞ୍ଚାଇ ରଖିବା ଛଡା , ଅନ୍ଯ ପନ୍ଥା ଓ ଆଶ୍ରଯ ମିଳେନାହିଁ । ଏହି ରୋଗର ଖାଦ୍ଯପାନୀଯ
ସଙ୍ଗେ ସମ୍ବନ୍ଧ ଥିବା ତଥ୍ଯ ଆଧୁନିକ ଗବେଷଣାରୁ ଜଣାୟାଇଛି । ପାଶ୍ଚାତ୍ଯ ଦେଶର
ଲୋକେ ସାଧାରଣତଃ ଅଳ୍ପ ତନ୍ତୁବହୁଳ ଖାଦ୍ଯ ଖାଇବା ଦ୍ବାରା ମଳତ୍ଯାଗ
ଅଭ୍ଯାସର ସ୍ବଚ୍ଛଳତା ନଥାଏ , ଏଣୁ ସେଥିରୁ କେତେକାଂଶ ବୃହତ୍୍ ଅନ୍ତ୍ରନଳୀରେ
ଜମିରହି Chronic irritation କରି , ଏହି ରୋଗ ଜାତ କରାଏ । ଏଥିପାଇଁ
ଭାରତୀଯ ମାନଙ୍କ ଖାଦ୍ଯ Bulky ଓ ତନ୍ତୁବହୁଳ ଥିବାରୁ ମଳତ୍ଯାଗ ସ୍ବଚ୍ଛଳ
ଭାବେ ହୋଇଥାଏ । ଏହାରି ଫଳରେ ବୃହତ୍୍ ଅନ୍ତ୍ରନାଳୀରେ ଆଉ Stosis ହୁଏ
ନାହିଁ । ଏହି କାରଣ ୟୋଗୁଁ ଭାରତବର୍ଷରେ ଏହି ରୋଗୀମାନଙ୍କ ସଂଖ୍ଯା ଆନୁପାତିକ
ଭାବେ କମ୍୍ ସଂଖ୍ଯାରେ ପରିଲକ୍ଷିତ ହୋଇଥାଏ । ପ୍ରାକ୍୍ପ୍ରଣାଳୀର ସବୁଅଂଶର କର୍କଟରୋଗ
ଠାରୁ ଏହି ଅଂଶ ରୋଗର ଗତି ଶିଥିଳ ଓ ପ୍ରାଦୁର୍ଭାବ କମ୍୍ । ଏଣୁ ପ୍ରଥମାବସ୍ଥାରେ
ଏହାର ଉପୟୁକ୍ତ ଶଲ୍ଯଚିକିତ୍ସା ଦ୍ବାରା , ରୋଗକୁ ସଂପୂର୍ଣ୍ଣ ଆଯତ୍ତାଧୀନ କରାୟାଇ ପାରିବ ।

ମଳଦ୍ବାର କର୍କଟ ରୋଗ -
ଏହା ସାଧାରଣତଃ ବହୁ ପରିମାଣରେ ମଳଦ୍ବାରର ମଧ୍ଧମ ଅଂଶରେ ଜାତ
ହୁଏ । କୌଣସି ଘା' , ମଳକଣ୍ଟକ , ପେପିଲୋମା , ଏଡିନୋମା ଆଦି ରୋଗ ବର୍ଷ ବର୍ଷ
ଧରି , ଧାରାବାହିକ ସଘଂର୍ଷ ଦ୍ବାରା ଏହି ରୋଗର ସୃଷ୍ଟି ହୁଏ ବୋଲି , ବିଶେଷଜ୍ଞମାନଙ୍କ
ମତ । ପ୍ରଥମେ ମଳତ୍ଯାଗ ପ୍ରଣାଳୀରେ କଷ୍ଟବୋଧ ହୁଏ , ପରେ ପରେ ମଳ ସଙ୍ଗେ
ରକ୍ତ ଓ ପୂଜ ଧାରାବାହିକ ଭାବେ ସ୍ରାବ ହୁଏ । ରୋଗୀ ମଳତ୍ଯାଗ କରିବାକୁ
ଭଯଭୀତ ହୋଇପଡେ । ଶେଷରେ ସମ୍ପୂର୍ଣ୍ଣ ମଳବଦ୍ଧ ହେବା ୟୋଗୁଁ , ହଠାତ୍୍
ହସପିଟାଲର ଆବଶ୍ଯକତା ଉପଲବ୍୍ଧି କରେ । ଏହା ହେଉଛି , ଶେଷାବସ୍ଥା ଏବଂ
ଏପରି ସ୍ଥଳେ କୃତ୍ରିମ ମଳଦ୍ବାର କରି ରୋଗୀକୁ ସାମଯିକ ଓ ଲକ୍ଷଣଗତ ଚିକିତ୍ସା
ବ୍ଯତୀତ ଆଉ ବିଶେଷ ସାହାୟ୍ଯ କରିହୁଏ ନାହିଁ ।

ଏହି ରୋଗ ସାଧାରଣତଃ ବୃହତ୍୍ ଅନ୍ତ୍ରନାଳୀ ପରି ( Adenocarcinoma )
ନାମରେ ଅଭିହିତ କିନ୍ତୁ କେତେକସ୍ଥଳେ ଚର୍ମଜାତୀଯ ( Squamous Cell
Carcinoma ) କର୍କଟ ରୋଗ ମଧ୍ଧ ତଳ ଅଂଶରେ ଜାତ ହୁଏ । ପ୍ରଥମ ଶ୍ରେଣୀର
ରୋଗ ପାଇଁ ଶଲ୍ଯ ଚିକିତ୍ସା ଓ ଦ୍ବିତୀଯ ଶ୍ରେଣୀର ରୋଗରେ ରଞ୍ଜନରଶ୍ମି ଚିକିତ୍ସା
ପ୍ରଣାଳୀର ପ୍ରଯୋଗରେ ରୋଗୀ ପ୍ରାଯ ପୂର୍ଣ୍ଣ ଆରୋଗ୍ଯଲାଭ କରେ । ଏହାର ପ୍ରଥମାବସ୍ଥା
ଚିହ୍ନଟ ପାଇଁ ମୂଲ୍ଯବାନ ୟନ୍ତ୍ରପାତିର ଆବଶ୍ଯକତା କମ୍୍ । ଏଣୁ ଆଙ୍ଗୁଠି ସାହାୟ୍ଯରେ
କିମ୍ବା Proctoscope ୟନ୍ତ୍ର ଦ୍ବାରା , ସନ୍ଦିହାନ ବ୍ଯକ୍ତିର ରୋଗକୁ ଅତି ସହଜରେ
ନିଦାନ କରାୟାଇ ପାରିବ । ଏଥିପାଇଁ ରୋଗୀ ଓ ଘରୋଇ ଡାକ୍ତରଙ୍କ ସହୟୋଗ
ବହୁପରିମାଣରେ ଆବଶ୍ଯକ । କେତେକ ସ୍ଥଳେ ସାମୁହିକ ଭେଷଜ ଚିକିତ୍ସା ମଧ୍ଧ
ପ୍ରଯୋଗକରି , ଶଲ୍ଯ ଓ ରଞ୍ଜନରଶ୍ମି ଚିକିତ୍ସାର ଶକ୍ତି ଓ ଉପୟୋଗୀତାକୁ ବହୁ
ପରିମାଣରେ ବଢାଇ ଦିଆୟାଇ ପାରୁଛି ।

ୟକୃତ , ପିତ୍ତଗ୍ରନ୍ଥି ଓ ଆମାଶଯ ଗ୍ରନ୍ଥି କର୍କଟରୋଗ -
ୟକୃତରେ ସାଧାରଣତଃ - " Metastatic Cancer " ବହୁ ପରିମାଣରେ
ଦେଖାୟାଏ , ଅନ୍ତ୍ରନାଳୀ , ଜଠର , ମଳଦ୍ବାର , ସ୍ତନ ଓ ଅଣ୍ଡକୋଷ କର୍କଟରୋଗରୁ ଏହି
ଜୀବକୋଷ କାଳକ୍ରମେ ୟକୃତକୁ ଆକ୍ରାନ୍ତ କରିଥାଏ । ସେହିପରି ୟକୃତ ଜନିତ
କର୍କଟରୋଗ ( Primary cancer ) ଖୁବ୍୍ କମ୍୍ ସଂଖ୍ଯାରେ ଦେଖାୟାଏ ।
ପିଲାଙ୍କଠାରେ Hepatobletoma , ବଯସ୍କ ପୁରୁଷଠାରେ Hepetoma ଓ
ବଯସ୍କ ସ୍ତ୍ରୀଠାରେ Cholangip Carcinoma ନାମକ କର୍କଟ ରୋଗ
ହୋଇଥାଏ । ଉପରୋକ୍ତ ଦୁଇପ୍ରକାର କର୍କଟରୋଗର ଆଯତ୍ତାଧୀନ ଚିକିତ୍ସା ପ୍ରଣାଳୀ
ନାହିଁ କହିଲେ , ଅତ୍ଯୁକ୍ତି ହେବନାହିଁ । ତଥାପି ଆଧୁନିକ ଗବେଷଣା ଦ୍ବାରା , ସାମୁହିକ
ଭେଷଜ ଚିକିତ୍ସା , ଓ Primary Cancer କୁ କେତେକାଂଶରେ ଆଯତ୍ତାଧୀନ
କରିବାକୁ ସମର୍ଥ ହେଲାଣି ।

ପିତ୍ତଗ୍ରନ୍ଥି କର୍କଟରୋଗ ସାଧାରଣତଃ ନାରୀ ମାନଙ୍କଠାରେ ହୋଇଥାଏ । ଏହାର
ଗତିବିଧି ୟକୃତ କର୍କଟରୋଗ ସଙ୍ଗେ ସମାନ । ପ୍ରଥମାବସ୍ଥାରେ ନିଦାନ କରିବା କଷ୍ଟକର ।
ଉପର ଭାଗରେ ପେଟବ୍ଯଥା , ଧାରାବାହିକ ବାନ୍ତି , ଭୋକର କ୍ରମହ୍ରାସ ଓ ଦେହ ହଳଦିଆ
ବର୍ଣ୍ଣ ଧରିବା ହେଉଛି , ଏହି ରୋଗର ଲକ୍ଷଣ । ଲକ୍ଷଣଗତ ଶଲ୍ଯ ଚିକିତ୍ସା ଓ ଭେଷଜ
ଚିକିତ୍ସାରେ ରୋଗୀ କେତେ ମାସ ଦୁଃଖ ୟନ୍ତ୍ରଣା ବିହୀନ ଜୀବନ ୟାପନ କରିପାରେ । //
ଚକ୍ଷୁ ମନୁଷ୍ଯର ଶ୍ରେଷ୍ଠ ଇନ୍ଦ୍ରିଯ । ଦୃଷ୍ଟିଶକ୍ତି ସେହିପରି ମନୁଷ୍ଯର ଶ୍ରେଷ୍ଠ ଶକ୍ତି ।
ପୃଥିବୀର ଅନ୍ଯାନ୍ଯ ସଭ୍ଯ ଦେଶମାନଙ୍କ ତୁଳନାରେ ଭାରତବର୍ଷରେ ଦୃଷ୍ଟିହୀନ ବ୍ଯକ୍ତିଙ୍କର
ସଂଖ୍ଯା ସର୍ବାଧିକ । ଚକ୍ଷୁର ଗଠନ ଏପରି ସୂକ୍ଷ୍ମ ଓ କାର୍ୟ୍ଯକାରିତା ଏପରି ଜଟିଳ ୟେ
ଦୃଷ୍ଟିଶକ୍ତି ଥରେ ନଷ୍ଟ ହୋଇଗଲେ ତାହା ଅନେକ କ୍ଷେତ୍ରରେ ଆଉ ଫେରି ଆସେ
ନାହିଁ । ସେଥିପାଇଁ ଚକ୍ଷୁର ୟତ୍ନ , ସାଧାରଣ ଚକ୍ଷୁରୋଗଗୁଡିକର ଲକ୍ଷଣ ଓ ପ୍ରାରମ୍ଭିକ
ଚିକିତ୍ସା ବିଷଯରେ ସର୍ବସାଧାରଣଙ୍କର ସମ୍ଯକ ଜ୍ଞାନ ରହିବା ଉଚିତ । ସାଧାରଣ
ଚକ୍ଷୁ ରୋଗରେ ଆକ୍ରାନ୍ତ ହେଲେ ମନୁଷ୍ଯ ଦୃଷ୍ଟିଶକ୍ତିରହିତ ହୋଇଥାଏ । ଏହା
ବ୍ଯତୀତ ଚକ୍ଷୁଗୋଲକ ମଧ୍ଧରେ ମାରାତ୍ମକ କର୍କଟବ୍ଯାଧି ବିଷଯରେ ସଚେତନ
ହେବାକୁ ହେଲେ ବିଭିନ୍ନ ଦିଗରୁ ଏହି ରୋଗ ବିଷଯରେ ସାମ୍ଯକ ଧାରଣା
ରହିବା ବିଧେଯ ।

ଚକ୍ଷୁ ଏକ ଅମୂଲ୍ଯ ସମ୍ପଦ ହୋଇଥିବାରୁ ଅସ୍ଥିକୋଟର ମଧ୍ଧରେ ମସ୍ତକର ଉଭଯ
ଭାଗରେ ସୁରକ୍ଷିତ ହୋଇଥାଏ । ଆଖିର ତଳ ଓ ଉପର ଦୁଇପତା ଏହାକୁ ବାହ୍ଯ
ବିପଦରୁ ରକ୍ଷା କରନ୍ତି । ଚକ୍ଷୁ ଗୋଲକର ଅଭ୍ଯନ୍ତରର ସୂକ୍ଷ୍ମ ସ୍ନାଯୁପଟଳକୁ ବାହାର
ଭାଗରୁ କୃଷ୍ଣପଟଳ ଏବଂ ସ୍ବଚ୍ଛପଟଳକୁ ଘୋଡାଇ ରଖିଥାଆନ୍ତି । ଏହାଛଡା ଚକ୍ଷୁଗୋଲକର
ବର୍ହିଭାଗ ରକ୍ତନାଳୀ ମାଂସପେଶୀ ଓ ଅନ୍ଯାନ୍ଯ ତନ୍ତୁମାନଙ୍କ ଦ୍ବାରା ଆବୃତ ହୋଇ ରହିଥାଏ ।
ଚକ୍ଷୁ କର୍କଟ ଚକ୍ଷୁଗୋଲକର ଉପରୋକ୍ତ ତିନୋଟି ସ୍ତରରୁ କିମ୍ବା ଅସ୍ଥିକୋଟର ଭିତରେ
ଭରି ରହିଥିବା କୌଣସି ତନ୍ତୁରୁ ଆରମ୍ଭ ହୋଇପାରେ । କର୍କଟ ଅର୍ବୁଦଟି ଚକ୍ଷୁଗୋଲକର
ୟେଉଁ ସ୍ଥାନରୁ ଆରମ୍ଭ ହୋଇଥାଏ , ସେହି ଅନୁସାରେ ତାର ଲକ୍ଷଣ , ରୋଗ ନିରୂପଣ
ଏବଂ ଚିକିତ୍ସା ପ୍ରଣାଳୀ ଭିନ୍ନ ଭିନ୍ନ ହୋଇଥାଏ । ଏସବୁ ସତ୍ତ୍ବେ ମଧ୍ଧ କେତେକ ବିଶେଷ କାରଣ
ୟୋଗୁଁ ଚକ୍ଷୁର କର୍କଟରୋଗ ପ୍ରଥମ ଅବସ୍ଥାରେ ନିରୂପିତ ହୋଇପାରେ ନାହିଁ ।

1 - ବଯସ୍କ ବ୍ଯକ୍ତିଙ୍କ ବ୍ଯତୀତ କର୍କଟରୋଗ ଅତି ଅଳ୍ପ ବଯସ୍କ ଶିଶୁ , ଏପରିକି
ନବଜାତ ଶିଶୁର ଆଖିରେ ମଧ୍ଧ ଦେଖା ୟାଇପାରେ ।

2 - ଏହି କର୍କଟ ରୋଗ ଚକ୍ଷୁର ଅଭ୍ଯନ୍ତରରେ ଆରମ୍ଭ ହେଉଥିବାରୁ ପ୍ରଥମ ଅବସ୍ଥାରେ
ବାହାରକୁ ତାର କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ । ଏହା ୟନ୍ତ୍ରଣାହୀନ
ହୋଇଥିବାରୁ ରୋଗୀ କୌଣସି ଉପସର୍ଗ ଅନୁଭବ କରେନାହିଁ ।

3 - ଚକ୍ଷୁକର୍କଟର କେତେକ ପ୍ରାରମ୍ଭିକ ଲକ୍ଷଣ ୟଥା - ଦୃଷ୍ଟିଶକ୍ତି କମିୟିବା , ଆଖି
ଲାଲ ପଡିବା , ଚକ୍ଷୁ ଭିତରର ଚାପ ବୃଦ୍ଧି ପାଇ ମୁଣ୍ଡ ବିନ୍ଧିବା ଓ ଆଖିରୁ
ପାଣି ଗଡିବା ଇତ୍ଯାଦିକୁ ଅନେକ କ୍ଷେତ୍ରରେ ଚିକିତ୍ସକମାନେ ମଧ୍ଧ ସାଧାରଣ
ଚକ୍ଷୁ ରୋଗ ଭାବରେ ଚିକିତ୍ସା କରିଥାଆନ୍ତି । କର୍କଟ ଅର୍ବୁଦଟି ଚକ୍ଷୁଗୋଲକକୁ
ଫଟାଇ ବାହାରକୁ ଆସିଲେ ତାହାର ପ୍ରକୃତ ବିଶ୍ଳେଷଣ ହୁଏ ।

4 - କେତେକ କ୍ଷେତ୍ରରେ କର୍କଟ ଅର୍ବୁଦ ଚକ୍ଷୁର ଭିତର ଭାଗରେ ବଢି ବଢି
ସମ୍ମୁଖକୁ ପ୍ରକାଶ ପାଇବା ପୂର୍ବରୁ ତାହା ପଛ ଭାଗରେ ମସ୍ତିଷ୍କ ମଧ୍ଧକୁ
ବ୍ଯାପିୟାଏ । ଫଳରେ ଆକ୍ରାନ୍ତ ଚକ୍ଷୁଟିକୁ ଅସ୍ତ୍ର ଚିକିତ୍ସା ଦ୍ବାରା ବାହାର
କରିଦେଲେ ମଧ୍ଧ ମସ୍ତିଷ୍କକୁ ବ୍ଯାପିଥିବା କର୍କଟ ଜୀବକୋଷଗୁଡିକ କ୍ରମଶଃ
ବୃଦ୍ଧିପ୍ରାପ୍ତ ହୋଇ ରୋଗୀର ମୃତ୍ଯୁ ଘଟାନ୍ତି ।

ଚକ୍ଷୁକର୍କଟ ପ୍ରଥମ ଅବସ୍ଥାରେ ନିରୂପିତ ହୋଇପାରିଲେ ଓ ଆକ୍ରାନ୍ତ ଚକ୍ଷୁଟିକୁ
ଅସ୍ତ୍ର ଚିକିତ୍ସା ଦ୍ବାରା ଉଠାଇ ଦିଆୟାଇ ପାରିଲେ ରୋଗୀର ଜୀବନ ରକ୍ଷା ହୋଇଥାଏ ।
ମାତ୍ର ଦୁଃଖର କଥା , ବର୍ତ୍ତମାନ କର୍କଟ ରୋଗ ନିରୂପଣ ବୈଜ୍ଞାନିକ ପ୍ରଣାଳୀରେ
ବିଶେଷ ଉନ୍ନତି ହୋଇଥିଲେ ମଧ୍ଧ ଚକ୍ଷୁ କର୍କଟ ବିଷଯରେ ସର୍ବସାଧାରଣଙ୍କର ଅଜ୍ଞତା
ହେତୁ ଏହାକୁ ପ୍ରାଥମିକ ଅବସ୍ଥାରେ ଚିହ୍ନଟ କରାୟାଇ ପାରୁନାହିଁ । ତେଣୁ ବିଭିନ୍ନ
ପ୍ରକାର ଚକ୍ଷୁ କର୍କଟରୋଗରେ ରୋଗୀ ଉପଲବ୍୍ଧି କରୁଥିବା ବାହ୍ଯ ଲକ୍ଷଣଗୁଡିକ
ସର୍ବସାଧାରଣ ଜାଣିବା ଉଚିତ । ଏମାନଙ୍କ ମଧ୍ଧରୁ Retiobrastoma ଓ
Relanoma ହେଉଛି ପ୍ରଧାନ ଆଲୋଚ୍ଯ ବିଷଯ ।

ଚିକିତ୍ସା ଦୃଷ୍ଟିରୁ କର୍କଟକୁ ତାହାର ପ୍ରାରମ୍ଭିକ ଉତ୍ପତ୍ତିସ୍ଥଳ ଅନୁୟାଯୀ 7 ଭାଗରେ ବିଭକ୍ତ
କରାୟାଇଛି । //
ମୂତ୍ରଥଳୀର କର୍କଟରୋଗ -
ଆନିଲିନ , ଆରୋମାଟିକ ଆମିନ , ବେଞ୍ଚିଡିନ , ବିଟା-ନାପଥିଲ ଆମିନ , ବେଞ୍ଜର
ଏବଂ ଏହାର ବ୍ଯତ୍ପନ୍ନମାନଙ୍କର ସଂସ୍ପର୍ଶରୁ ହୋଇଥାଏ ।

ଚକ୍ଷୁର କର୍କଟରୋଗ -
ଆଉସେନିକ , ଆସ୍୍ଫାଲଟ , କ୍ରିଯୋସୋଟ , ଅଶୋଧିତ ଖଣିଜତୈଳ , ପିଚୁ ଓ
ରାଳର ସଂସ୍ପର୍ଶରୁ ହୋଇଥାଏ ।

କର୍କଟରୋଗ ଚିକିତ୍ସାର ଭିତ୍ତି -
ୟେହେତୁ ଏହା ସର୍ବାଙ୍ଗ ଜନିତ ରୋଗ ଏଣୁ ଭେଷଜ ଚିକିତ୍ସାର ଆବଶ୍ଯକତା ରହିଛି ।
କର୍କଟ ରୋଗର ପ୍ରଧାନ ଓ ସଫଳ ଚିକିତ୍ସା ହେଉଛି ଅସ୍ତ୍ରଚିକିତ୍ସା ଏବଂ ରଶ୍ମିଚିକିତ୍ସା ।
ୟେଉଁ କ୍ଷେତ୍ରରେ ଅସ୍ତ୍ରଚିକିତ୍ସା ପାଇଁ କୌଣସି ଅସୁବିଧା ଥାଏ ଏବଂ ୟେଉଁ କ୍ଷେତ୍ରରେ
ରଶ୍ମିଚିକିତ୍ସାରେ ରୋଗୀକୁ ସର୍ବାଧିକ ମାତ୍ରାରେ ବିକିରଣ ଦିଆ ସରିଲାଣି ସେହି କ୍ଷେତ୍ର~
ମାନଙ୍କରେ ସାଧାରଣତଃ ଭେଷଜ ଚିକିତ୍ସା ଆରମ୍ଭ କରାୟାଏ । ଭିଏନାର ବିଶିଷ୍ଟ କର୍କଟ
ରୋଗ ବିଶେଷଜ୍ଞ କର୍କଟ ରୋଗର ଭେଷଜ ଚିକିତ୍ସା ଆରମ୍ଭ କରାୟିବା ଉଚିତ ବୋଲି 
ମତ ଦେଇଛନ୍ତି ।

କର୍କଟରୋଗର ଭେଷଜ ଚିକିତ୍ସା ଗତ ଦଶନ୍ଧିରେ ଖୁବ୍୍ ଉନ୍ନତି ଲାଭକରିଛି ।
ୟଦିଚ ସଂକ୍ରାମକ ରୋଗ ଚିକିତ୍ସା କ୍ଷେତ୍ରରେ ସେପରି କୌଣସି ଚମକପ୍ରଦ ଔଷଧିର ଆବିଷ୍କାର
ଘଟିନାହିଁ ତଥାପି ଏ ରୋଗ ଚିକିତ୍ସାପାଇଁ କେତେଗୁଡିଏ ଭେଷଜ ଦ୍ରବ୍ଯର ଆବିଷ୍କାର
ହୋଇଛି । ସେଗୁଡିକ ମଧ୍ଧରେ ପ୍ରଧାନ ହେଉଛି , ଏଣ୍ଟିମେଟାବୋଲାଇଟିସ୍୍
ଏଲିକିଲେଟିଙ୍ଗ ଏଜେଣ୍ଟସ ହରମୋନସ , ନ୍ଯାଚୁରାଲ ପ୍ରୋଡକ୍୍ଟସ ଇତ୍ଯାଦି ପ୍ରଧାନ ।

ରୋଗ ଚିହ୍ନି ଶୀଘ୍ର ଚିକିତ୍ସା ଆରମ୍ଭ କଲେ ଉପରୋକ୍ତ ଭେଷଜ ଦ୍ରବ୍ଯସବୁର
ପ୍ରଯୋଗ ଏବଂ ଅନ୍ଯାନ୍ଯ ଚିକିତ୍ସା ଫଳରେ ଖୁବ୍୍ କମରେ 10 ପ୍ରକାର କର୍କଟରୋଗକୁ
ସମ୍ପୂର୍ଣ୍ଣ ଆଯତ୍ତ ବା ଆରୋଗ୍ଯ କରାୟାଇ ପାରିବ ବୋଲି ଆଜିକାଲି ଡାକ୍ତରମାନେ ଦାବୀ
କରୁଛନ୍ତି ।
ଏଗୁଡିକ ହେଲା -
1 - ସ୍ତ୍ରୀମାନଙ୍କର କୋରିଓ କାରସିନୋମା ।
2 - ରକ୍ତ କର୍କଟରୋଗ ।
3 - ଉଇଲମସ୍୍ ଟ୍ଯୁମର ।
4 - ଏଉଇଙ୍ଗସ୍୍ ସାରକେମା ।
5 - ରାବଡୋମ୍ଯୋ ସାରକୋମା ।
6- ପିଲାମାନଙ୍କ ଚକ୍ଷୁକର୍କଟରୋଗ ।
7 - ହଜକିନସ ଡିଜିଜ ।
8 - ଲିମ୍ପୋ ସାରକୋମା ।
9 - ବରକିଟସ ଲିମ୍ପୋମା ।
10 - ମାଇକୋସିସ ଫଙ୍ଗୋଇଡସ ।
11 - ବୃଷଣ କୋଷର କର୍କଟ ରୋଗ ।

କର୍କଟରୋଗ ଚିକିତ୍ସାର ଏକ ମୁଖ୍ଯ ଆବଶ୍ଯକତା ହେଉଛି ରୋଗାକ୍ରାନ୍ତ ସମସ୍ତ
ଜୀବକୋଷର ଧ୍ବଂସ ସାଧନ । ବୈଜ୍ଞାନିକ ସ୍କିପର ଏବଂ ତାଙ୍କ ସହୟୋଗୀମାନେ
ମୂଷାମାନଙ୍କର L - 1210 କର୍କଟରୋଗ ବିଷଯରେ ଅନୁଧ୍ଧାନ କରି ୟେଉଁ କେତେକ
ସିଦ୍ଧାନ୍ତରେ ପହଞ୍ଚିଛନ୍ତି , ତାହା କର୍କଟରୋଗ ଆଧୁନିକ ଚିକିତ୍ସା କ୍ଷେତ୍ରରେ ନୂତନ
ଦିଗନ୍ତ ଦେଖାଇଛି । ସେହି ସିଦ୍ଧାନ୍ତ ଗୁଡିକ ହେଲା -

1 - ରୋଗାକ୍ରାନ୍ତ ଗୋଟିଏ କର୍କଟ କୋଷ ଅସ୍ତ୍ର ଚିକିତ୍ସା ପରେ ରୋଗୀ ଦେହରେ
ରହିଗଲେ ତାହା ଭବିଷ୍ଯତରେ ବଂଶବୃଦ୍ଧି କରି ରୋଗୀ ମୃତ୍ଯୁର କାରଣ
ହୋଇପାରେ ।

2 - ଶରୀରର ସ୍ବାଭାବିକ ପ୍ରତିରକ୍ଷା ବ୍ଯବସ୍ଥା ଏ ରୋଗକୁ ନିଯନ୍ତ୍ରଣ କରିବାକୁ ମୋଟେ
ସାହାୟ୍ଯ କରେ ନାହିଁ ।

3 - ଭେଷଜ ଚିକିତ୍ସା ଫଳରେ ନିର୍ଦ୍ଦିଷ୍ଟ ସଂଖ୍ଯକ କୋଷ ନିଶିହ୍ନ ନ ହୋଇ
ସମୁଦାଯ କର୍କଟ ରୋଗାକ୍ରାନ୍ତ କୋଷର ନିର୍ଦ୍ଦିଷ୍ଟ ଶତାଂଶ ନିଶ୍ଚିହ୍ନ ହୁଏ ।
+>*
0 
﻿
ରାଜ୍ଯସ୍ବ
03-08-12
Oriya
<ଡାଏରିଆ ବା ତରଳ ଝାଡା ଆମ ଦେଶରେ ତଥା ଆମ ରାଜ୍ଯର
ଏକ ସାଧାରଣ ରୋଗ । ଅଧିକାଂଶ ବ୍ଯକ୍ତି ବିଶେଷତଃ ପିଲାମାନେ ଏହି
ରୋଗଦ୍ବାରା ଆକ୍ରାନ୍ତ ହୋଇଥାନ୍ତି । ପାଞ୍ଚବର୍ଷ ମଧ୍ଧରେ ଗୋଟିଏ ପିଲା ଏକାଧିକ
ଥର ଏହି ରୋଗରେ ପଡିଲେ ତାର ସ୍ବାସ୍ଥ୍ଯ ହାନୀହୁଏ ଓ ସେ ପରିପୃଷ୍ଟ
ଅଭାବରୁ ଦୁର୍ବଳ ହୋଇ ପଡେ । ଏହି ରୋଗଦ୍ବାରା ଆମ ଦେଶରେ ବର୍ଷକୁ
ପ୍ରାଯ 15 ଲକ୍ଷ ଶିଶୁଙ୍କର ମୃତ୍ଯୁ ହୋଇଥାଏ । ଆମ ରାଜ୍ଯରେ ଶିଶୁ ମୃତ୍ଯୁ
ହାର ସର୍ବ ଭାରତୀଯ ସ୍ତରଠାରୁ ଅପେକ୍ଷାକୃତ ଅଧିକ ହେବାର ଅନ୍ଯତମ
କାରଣ ହେଉଛି ଡାଏରିଆ । କିନ୍ତୁ ଏ ଧରଣର ଶିଶୁ ମୃତ୍ଯୁକୁ ସହଜରେ
ଏଡାଇ ଦିଆୟାଇପାରେ । କିନ୍ତୁ ଅଜ୍ଞତା ଓ ଅନ୍ଧ ବିଶ୍ବାସ ହେତୁ ଅର୍ଥାତ
ଲୋକେ ଏହାର ଉପାଯ ଜାଣି ନଥିବାରୁ ଏପରି ଏକ ଦଯନୀଯ ପରିସ୍ଥିତି
ଲାଗି ରହିଛି । ଏହାର ଚିକିତ୍ସା ପଦ୍ଧତି ସରଳ ହେଲେ ମଧ୍ଧ ପ୍ରତିଷେଧକ
ବ୍ଯବସ୍ଥା ପ୍ରତି ଗୁରୁତ୍ବ ଦେବା ଉଚିତ ।

ଜନସାଧାରଣ ବିଶେଷତଃ ମାଆ ମାନେ ୟଦି ଏହି ତରଳ ଝାଡା ରୋଗ
କାହିଁକି ହୁଏ , ଏହାକୁ କିପରି ପ୍ରତିରୋଧ କରିହେବ ଓ ଏହାର ସରଳ ଚିକିତ୍ସା
ପଦ୍ଧତି କଣ ସେ ବିଷଯରେ ଠିକ୍୍ ରୂପେ ଜାଣିଲେ ୟାଇ ଶିଶୁମାନଙ୍କର ଏହି
ଅକାଳ ବିଯୋଗକୁ ସହଜରେ ଏଡାଇ ଦିଆୟାଇ ପାରିବ ।

ଏହି କ୍ଷୁଦ୍ର ପୁସ୍ତିକା ମାଧ୍ଧମରେ ଜନସାଧାରଣ ବିଶେଷଭାବେ ମାଆ ମାନଙ୍କୁ
ତରଳ ଝାଡା ରୋଗର ପ୍ରତିରୋଧ ସଂପର୍କରେ ଅବଗତ କରାଇବା ସଙ୍ଗେ ସଙ୍ଗେ
ଏହି ରୋଗ ଦ୍ବାରା ପିଲା ଆକ୍ରାନ୍ତ ହେଲେ କମ କରିବା ଉଚିତ ସେ ସମ୍ବନ୍ଧରେ
ଆବଶ୍ଯକୀଯ ତଥ୍ଯ ପରିବେଷଣ କରିବା ଲାଗି ଉଦ୍ଯମ କରାୟାଇଛି ।

ତରଳ ଝାଡା ରୋଗ କଣ -
ୟେ କୌଣସି ବଯସ୍କଲୋକ ବା ପିଲାର ଦିନରେ ତିନି ବା ତା ଠାରୁ
ଅଧିକଥର ପତଳା ଝାଡା ହେଲେ ତାକୁ ଡାଏରିଆ ବା ତରଳ ଝାଡାରୋଗ
ହୋଇଛି ବୋଲି ବୁଝିବାକୁ ହେବ ।

ଏ ରୋଗ କେଉଁ କାରଣରୁ ହୁଏ -
କେତେକ ପ୍ରକାର ରୋଗ ଜୀବାଣୁ ଖାଇବା ଜିନିଷ , ପିଇବା ପାଣିରେ
ମିଶି ପେଟ ଭିତରକୁ ଗଲେ ଏହି ରୋଗ ହୋଇଥାଏ । ସାଧାରଣତଃ ଏହି
ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀର ମଳ଱େ ଏହି ଜୀବାଣୁ ଗୁଡିକ ବାହାରି
ଆସିଥାନ୍ତି ଏବଂ ଖାଦ୍ଯ ଦ୍ରବ୍ଯ , ଦୁଗ୍୍ଧ , ପିଇବା ପାଣି ସହିତ ମିଶି ସୁସ୍ଥ ଲୋକ
ବା ପିଲାର ପେଟରେ ପ୍ରବେଶ କରି ଏ ରୋଗ ସୃଷ୍ଟି କରନ୍ତି । ଧୂଳି , ମାଛି ବସା
ଖାଦ୍ଯ , ସଂକ୍ରମିତ ବାସନ କୁସନ , ମଇଳା ଲାଗିଥିବା ଆଙ୍ଗୁଠି ଓ ନଖ ଭିତରେ
ଦେଇ ଏହି ଜୀବାଣୁ ଗୁଡିକ ସୁସ୍ଥଲୋକ ଦେହରେ ପ୍ରବେଶ କରନ୍ତି । ପ୍ରବେଶ
କରିବାର କିଛି ସମଯପରେ ରୋଗୀଠାରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଏ ।

ତରଳ ଝାଡାର ପ୍ରଥମ ଲକ୍ଷଣ -
ଏହି ରୋଗରେ ଆକ୍ରାନ୍ତ ବ୍ଯକ୍ତି ବା ପିଲାର ଦୈନନ୍ଦିନ ଝାଡା ଅଭ୍ଯାସରେ
ବ୍ଯତିକ୍ରମ ଦେଖାୟାଏ ଓ ଝାଡା କଠିନ ବା ଅର୍ଦ୍ଧ ତରଳ ନ ହୋଇ ସମ୍ପୂର୍ଣ୍ଣ
ପତଳା ହୁଏ । ଏହି ଝାଡାରେ ପାଣିର ପରିମାଣ ଅଧିକ ଥାଏ ଓ ଝାଡା ଏକାଧିକ
ଥର ହେବା ଫଳ଱େ ରୋଗୀ କ୍ରମଶ ଦୁର୍ବଳ ହୋଇପଡେ । କାରଣ ରୋଗୀ
ଦେହରୁ ଝାଡାରେ ଜଳ ସହିତ ଲବଣାଂଶ ମଧ୍ଧ ବାହାରି ୟାଏ ଓ କ୍ରମେ
ଶରୀରରେ ଜଳ ଶୁଷ୍କତା ବା ଡି-ହାଇଡ୍ରେସନ ଅବସ୍ଥା ସୃଷ୍ଟି ହୁଏ । ଏହା
ଏକ ମାରାତ୍ମକ ବା ସଂକଟ ଜନକ ଅବସ୍ଥା । ଏହାର ଆଶୁ ପ୍ରତିକାର କରା ନ
ଗଲେ ରୋଗୀର ମୃତ୍ଯୁ ମଧ୍ଧ ଘଟି ପାରେ । //
ରୋଗାକ୍ରାନ୍ତ ବ୍ଯକ୍ତି ବା ପିଲାଠାରେ ନିମ୍ନଲିଖିତ ଲକ୍ଷଣ ଗୁଡିକ
ଦେଖାୟାଇଥାଏ -
1 - ( କ ) ଝାଡାର ଆରମ୍ଭରୁ ଚବିଶ ଘଣ୍ଟା ମଧ୍ଧରେ ରୋଗୀର ବା ପିଲାର
କେତେଥର ଝାଡା ହୋଇଛି ।
( ଖ ) ଏହି ଝାଡାର ପରିମାଣ ଘନତା ( କେତେ ପରିମାଣରେ ପତଳା )
ଓ ମଳ ସହିତ ନାଳ କି ରକ୍ତ ଅଂଶ ରହୁଛି କି ?
2 - ଝାଡା ସହିତ ବାନ୍ତି ହେଉଛି କି ? ପେଟରେ ଦରଜ କିମ୍ବା ବ୍ଯଥା ଅଛି କି ?
3 - ବେଶୀ ଶୋଷ ଲାଗୁଛି କି ? ରୋଗୀ ବିଶେଷ ଅବଶ ଅନୁଭବ
କରୁଛି କି ?
4 - ଜିଭ ଶୁଖି ୟାଉଛି କି ? ଚମ ଥଣ୍ଡା , ଶିଥିଳ ଏବଂ ଝାଳୁଆ ପଡି
ୟାଉଛି କି ? ଆଙ୍ଗୁଠି ଗୁଡିକ କୁଞ୍ଚିତ ହୋଇ ୟାଉଛି କି ?
5 - ଆଖି ଭିତରକୁ ପଶି ଗଲାଣି କି ?
6 - ଶରୀରର ଉତ୍ତାପ ସାଧାରଣ ସ୍ତରରୁ କମି ୟାଉଛି କି ?
7 - ରୋଗୀର ସ୍ବର କର୍କଶ ଓ ଗଳା ଚାପି ହୋଇ ୟାଉଛି କି ?
8 - ରୋଗୀର ନାଡି ଦ୍ରୁତ ବା ଦୁର୍ବଳ ହେବା ଆପଣ ଅନୁଭବ କରୁଛନ୍ତି
ଓ ରୋଗୀ ଶରୀରର ମାଂସପେଶୀ ଗୁଡିକ ଆକୁଞ୍ଚନ ଅନୁଭବ
କରୁଛନ୍ତି କି ?
9 - ଛୋଟ ପିଲାଙ୍କ ମୁଣ୍ଡରେ ଦୁକୁଦୁକି ଧିରେ ଧିରେ
ଭିତରକୁ ପଶି ୟାଉଛି କି ?
10 - ରୋଗୀର ପରିସ୍ରାର ପରିମାଣ କେତେ ହେଉଛି ? ଏହା ଧିରେ
ଧିରେ କମୁଛି ନା ସମ୍ପୂର୍ଣ୍ଣ ବନ୍ଦ ହୋଇ ଗଲାଣି ?
11 - ରୋଗୀର ନିଶ୍ବାସ ପ୍ରଶ୍ବାସ ଅବସ୍ଥା କିପରି ? ଏହା ତୀବ୍ର ଓ କଷ୍ଟ~
ଦାଯକ କି ? ରୋଗୀ ନିସ୍ତେଜ ହୋଇ ପଡି ରହିଛି ନା ମୂର୍ଚ୍ଛା
ଅବସ୍ଥାରେ ଅଛି ?

ଏହି ସମସ୍ତ ଲକ୍ଷଣ ଗୁଡିକ ହୁଏତ ଗୋଟିଏ ରୋଗୀ ଠାରେ ଏକ ସଙ୍ଗେ
ଦେଖିବାକୁ ମିଳି ନ ପାରେ , କିନ୍ତୁ ଏହି ଲକ୍ଷଣ ଗୁଡିକ ମଧ୍ଧରୁ ଅଳ୍ପ କେତୋଟି
ୟଦି ଲକ୍ଷ୍ଯ କରିବେ ତେବେ ରୋଗୀ ଆପଣଙ୍କର ବିଶେଷ ୟତ୍ନ ଆବଶ୍ଯକ
କରୁଛି ବୋଲି ବୁଝିବାକୁ ହେବ ।

ଏହି ରୋଗରେ କୌଣସି ବ୍ଯକ୍ତି ବା ଶିଶୁ ପୀଡିତ
ହେଲେ ଆପଣ କଣ କରିବେ ?
1 - ରୋଗୀ ୟାହା ନିତି ଦିନିଆ ଖାଦ୍ଯ ଖାଏ , ତାକୁ ସେ
ଖାଦ୍ଯ ଦେବା ବନ୍ଦ କରନ୍ତୁ ନାହିଁ ବା ତାକୁ କଦାପି ଖାଲି ପେଟରେ ରହିବାକୁ
ଦିଅନ୍ତୁ ନାହିଁ ।
2 - ପିଲା ୟଦି ମା କ୍ଷୀର ଖାଉଥାଏ ତାହା ମଧ୍ଧ ବନ୍ଦ କରିବା ଉଚିତ
ନୁହେଁ । ତରଳ ଝାଡା ବେଳେ ତା ପାଇଁ ସବୁଠାରୁ ଉତ୍ତମ ଖାଦ୍ଯ ହେଉଛି
ମା କ୍ଷୀର ।
3 - ରୋଗୀକୁ ଘରେ ମିଳୁଥିବା ତରଳ ଖାଦ୍ଯ ୟଥେଷ୍ଟ ପରିମାଣରେ
ଦିଅନ୍ତୁ ୟଥା - ପଇଡ ପାଣି , ପତଳା ପେଜ ବା ତୋରାଣି , ଲେମ୍ବୁ ସର୍ବତ ,
ଘୋଳ ଦହି , କମ୍୍ ପତି ପଡିଥିବା ଚା ଇତ୍ଯାଦି ।
4 - କେତେକ ରୋଗୀଙ୍କ ଝାଡା ସହିତ ବାନ୍ତି ମଧ୍ଧ ହୋଇଥାଏ । ବାନ୍ତି
ବାରମ୍ବାର ହେଉଥିଲେ ମଧ୍ଧ ରୋଗୀକୁ ପାନୀଯ ଦେବା ବନ୍ଦ କରିବେ ନାହିଁ ।
ଅଳ୍ପ ସମଯ ବ୍ଯବଧାନରେ ତାକୁ ବାରମ୍ବାର ପିଇବାକୁ ଦିଅନ୍ତୁ । ରୋଗୀ
ୟେତେ ପରିମାଣରେ ଓ ୟେତେଥର ପିଇବାକୁ ଚାହିଁବ ତାକୁ ସେତେଥର
ପିଇବାକୁ ଦିଅନ୍ତୁ । ଏହାଦ୍ବାରା ରୋଗୀ ଦେହରେ ଜଳ ଶୁଷ୍କତା ବା ଡି-ହାଇଡ୍ରେ~
ସନ୍୍ ପରି ସଂକଟ ଜନକ ଅବସ୍ଥା ସୃଷ୍ଟି ହେବ ନାହିଁ ।

ଜଳ ଶୁଷ୍କତା ନିବାରଣ ଦ୍ରବଣ
ୟଦି ଘରେ ଥିବା ପାନୀଯ ୟଥା - ପଇଡପାଣି , ଲେମ୍ବୁପାଣି , ସଜ ତୋରାଣୀ
ଆଦି ପିଆଇବା ଦ୍ବାରା ରୋଗୀର ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ
ନ ହୁଏ , ତେବେ ଗ୍ରାମର ସ୍ବାସ୍ଥ୍ଯ ସହାଯକଙ୍କ ଠାରୁ ବିନା
ମୂଲ୍ଯରେ ଓରାଲ ରିହାଇଡ୍ରେସନ୍୍ ସଲ୍୍ଟ ପ୍ଯାକେଟ ଆଣନ୍ତୁ । ଏହି ପ୍ଯାକେ~
ଟରେ ଗ୍ଳୁକୋଜ , ଲୁଣ ଓ ଖାଇବା ସୋଢା ଆବଶ୍ଯକ ଅନୁପାତରେ ରହିଥାଏ ।
ଏହାକୁ ପାଣିରେ ମିଶାନ୍ତୁ । ଏହି ଦ୍ରବଣ ଶରୀରରେ ଜଳ ଶୁଷ୍କତା ରୋକିବା
ଦିଗରେ ବିଶେଷ ସହାଯକ ହୁଏ । //
ପାନୀଯ ଜଳ ଶୁଷ୍କତା ନିବାରକ ଦ୍ରବଣ ବା ଓରାଲ
ରିହାଇଡ୍ରେସନ ସଲ୍ଯୁସନ ପ୍ରସ୍ତୁତ କରିବା ପାଇଁ ନିମ୍ନଲିଖିତ ଉପାଯ
ଅବଲମ୍ବନ କରାୟାଇପାରେ ।
ପ୍ରଥମେ ସାବୁନ ଓ ପାଣିରେ ଭଲ ଭାବେ ହାତଧୋଇ ନିଅନ୍ତୁ ।
ହାତର ନଖ ଗୁଡିକ ମଝିରେ ମଝିରେ କାଟି ଛୋଟ କରିଦେବା ଉଚିତ ।
ଏକ ଲିଟର ବିଶୁଦ୍ଧ ପାନୀଯ ଜଳ ମାପି କରି ନିଅନ୍ତୁ ଓ ଗୋଟିଏ ପରିଷ୍କାର
ପାତ୍ରରେ ରଖନ୍ତୁ । ଗୋଟିଏ ଓ.ଆର.ଏସ. ପ୍ଯାକେଟରୁ ସମସ୍ତ ଗୁଣ୍ଡ
ଏହି ପାଣିରେ ପକାନ୍ତୁ ଓ ସମ୍ପୂର୍ଣ୍ଣ ମିଳାଇୟିବା ପର୍ୟ୍ଯନ୍ତ
ଚାମଚରେ ଗୋଳାନ୍ତୁ ।

ଏହି ଦ୍ରବଣ ପିଆଇବା ପୂର୍ବରୁ ଚାଖି ଦେଖନ୍ତୁ । ଏହି ପାନୀଯ ବ୍ଯବହାର
ପାଇଁ ପ୍ରତିଥର ନୂଆକରି ପ୍ରସ୍ତୁତ କରନ୍ତୁ । ବାସୀ ପାନୀଯ ବଳିଥିଲେ ତାକୁ
ପିଇବାକୁ ନ ଦେଇ ଫିଙ୍ଗି ଦିଅନ୍ତୁ ।

ତରଳ ଝାଡାରେ ଆକ୍ରାନ୍ତ ଛୋଟ ଛୁଆ ଓ ବଡ ପିଲାମାନଙ୍କୁ 5 ରୁ
10 ମିନିଟ୍୍ ଅନ୍ତରରେ 2 ରୁ 4 ଚାମଚ ପାନୀଯ ଓ ବଯସ୍କମାନଙ୍କୁ ୟେତେ
ଗ୍ଳାସ ବା କପ୍୍ ପାନୀଯ ସେମାନେ ଚାହିଁବେ ସେତେ ପିଇବାକୁ ଦେଇ
ପାରନ୍ତି । ଝାଡା ହେଉଥିବାବେଳେ ୟଦି ଓ.ଆର.ଏସ. ପ୍ଯାକେଟ ନମିଳେ
ଚାରି ଚାମଚ ଚିନି ଓ ଅଧ ଚାମଚ ଗୁଣ୍ଡ ଲୁଣକୁ 450 ମିଲିଲିଟର ଅର୍ଥାତ
ଗୋଟିଏ ବଡ ଗ୍ଳାସ ପାଣିରେ ଚାମଚ ଦ୍ବାରା ଭଲକରି ଗୋଳାଇ ଏହି ଦ୍ରବଣ
ପ୍ରସ୍ତୁତ କରାୟାଇପାରେ ।

ଦଯା ପୂର୍ବକ ମନେ ରଖନ୍ତୁ ।
1 - ଡାଏରିଆ ବା ତରଳ ଝାଡା ଆରମ୍ଭ ହେବା ମାତ୍ରେ ହିଁ ପାନୀଯ ଦେବା
ଆରମ୍ଭ କରନ୍ତୁ ।
2 - ବାନ୍ତି ହେଉଥିଲେ ଘରେ ତିଆରି ସରବତ ପିଇବାକୁ ଦେବା ବନ୍ଦ
ନ କରି ଅଳ୍ପ ଅଳ୍ପ ପରିମାଣରେ ବାରମ୍ବାର ପିଇବାକୁ ଦେବା ଉଚିତ ।
3 - ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ଯ ଲାଭ କରିବା ପର୍ୟ୍ଯନ୍ତ ତାକୁ ଉକ୍ତ ପାନୀଯ
ପିଇବାକୁ ଦେଉଥାନ୍ତୁ ।
4 - ୟଦି ରୋଗୀକୁ ସାମାନ୍ଯ ଅଧିକ ପାନୀଯ ପିଇବାକୁ ଦିଆୟାଏ ତେବେ ମଧ୍ଧ
କିଛି କ୍ଷତି ନାହିଁ ।
5 - ପିଲାଟି କ୍ଷୀର ଖାଉଥିଲେ ମା କ୍ଷୀର ଦେବା ବନ୍ଦ କରନ୍ତୁ ନାହିଁ ।
6 - ଝାଡା ହେଲେ ମଧ୍ଧ ରୋଗୀ ତାଙ୍କର ନିତି ଦିନିଆ ଖାଦ୍ଯ ଖାଇବା ବନ୍ଦ
କରିବା ଉଚିତ ନୁହେଁ ।
7 - ରୋଗୀ ପିଜୁଳିଭଳି ମଞ୍ଜି ଜାତୀଯ ଖାଦ୍ଯ ଖାଇବା ଉଚିତ ନୁହେଁ । ରୋଗୀକୁ
ଏ ସମଯରେ ଲଘୁପାକ ଖାଦ୍ଯ ଦେଲେ ଭଲ । //
ଉଦରମଯ ରୋଗର ସଂକ୍ରମଣ କିପରି ରୋକାୟାଇ ପାରିବ ?
ଉଦରମଯ ରୋଗରେ ଆକ୍ରାନ୍ତ ବ୍ଯକ୍ତି ଅନ୍ଯ ଜଣେ ସୁସ୍ଥ ବ୍ଯକ୍ତିଙ୍କୁ
ସହଜରେ ସଂକ୍ରମିତ କରିପାରେ । ଅଧିକ ସଂକ୍ରମଣ ରୋକିବା ଲାଗି ନିମ୍ନଲିଖିତ
ପ୍ରତିଷେଧକ ବ୍ଯବସ୍ଥା ଗ୍ରହଣ କରିବା ଉଚିତ ।
1 - ରାନ୍ଧିବା , ଖାଇବା , ଖାଦ୍ଯ ପରିବେଷଣ ପୂର୍ବରୁ , ଏବଂ ଝାଡା ଫେରିବା
ପରେ ପାଣି ଓ ସାବୁନରେ ଭଲ ଭାବରେ ହାତ ଧୋଇ ନିଅନ୍ତୁ ।
2 - ଆଙ୍ଗୁଳିର ନଖ ଗୁଡିକ କାଟି ଛୋଟ କରି ଦିଅନ୍ତୁ ଏବଂ ୟଥା ସମ୍ଭବ
ସ୍ବାସ୍ଥ୍ଯରକ୍ଷା ବିଧି ପାଳନ କରନ୍ତୁ ।
3 - ବାସି , ପଚାସଢା ଖାଦ୍ଯ , ଦରସିଝା ଓ ଅଧୂଆ ପନିପରିବା ଏବଂ ଫଳ ,
ମଇଳା ଧୁଳି ପଡୁଥିବା ଓ ମାଛି ବସୁଥିବା ଥଣ୍ଡା ଖାଦ୍ଯ ପଦାର୍ଥ ଖାଆନ୍ତୁ
ନାହିଁ ।
4 - ପିଇବା ପାଇଁ ନଳକୂଅ ବା ଫୁଟା ଥଣ୍ଡା ପାଣି ହିଁ ବ୍ଯବହାର କରନ୍ତୁ ।
5 - ପରିଷ୍କାର ପାଣିରେ ବାସନ କୁସନ ସଫା କରନ୍ତୁ ।
7 - ଆପଣଙ୍କର ଘରଦ୍ବାର ଓ ଆଖ ପାଖ ପରିଷ୍କାର ରଖନ୍ତୁ । ୟାହା ଫଳ଱େ
ମାଛି ତାର ବଂଶ ବୃଦ୍ଧି କରିବା ପାଇଁ ପରିବେଶ ପାଇବ ନାହିଁ ।
8 - ପାଇଖାନାରେ ଝାଡା ବସନ୍ତୁ । ପାଇଖାନା ନ ଥିଲେ ଘରଠାରୁ ୟଥେଷ୍ଟ
ଦୂରରେ ଝାଡା ଫେରି ତାକୁ ସର୍ବଦା ମାଟିରେ ଘୋଡାଇ ଦିଅନ୍ତୁ ୟାହା
ଫଳ଱େ ତାହା ଉପରେ ମାଛି ବସି ପାରିବେ ନାହିଁ ।
9 - ଡାଏରିଆ ରୋଗୀର ମଳ ଲାଗିଥିବା ଲୁଗାପଟା ନଦୀ , ନାଳ , ପୋଖରୀ ବା
କୂଅ ନିକଟରେ ସଫା କରନ୍ତୁ ନାହିଁ ।

ମନେ ରଖନ୍ତୁ -
ବ୍ଯକ୍ତିଗତ ଭାବେ ସଫା ସୁତୁରା ରହିଲେ ଉଦରମଯ ରୋଗ ସହଜରେ
ପ୍ରତିରୋଧ କରାୟାଇ ପାରିବ ।
ଏରୋଗ ଜଣେ ରୋଗୀଠାରୁ ଅନ୍ଯ ଜଣେ ସୁସ୍ଥ ବ୍ଯକ୍ତିକୁ ସହଜରେ
ସଂକ୍ରମିତ ହୋଇପାରେ ।
ଡାଏରିଆ ବା ତରଳ ଝାଡା ଆରମ୍ଭ ହେବାମାତ୍ରେ ଘରେଥିବା ପାନୀଯ
ନେବା ଆରମ୍ଭ କରି ଦିଅନ୍ତି ।
ଘରେ ପ୍ରସ୍ତୁତ ପାନୀଯ ଦେବା ସତ୍ବେ ଏହା ଉପଶମ ନ ହେଲେ ଓ.ଆର.ଏସ.
ପ୍ଯାକେଟ ବା ଚିନି ଲୁଣ ସର୍ବତ ତିଆରି କରି ରୋଗୀକୁ ୟଥେଷ୍ଟ ପରିମାଣରେ
ଦିଅନ୍ତୁ । ଡାଏରିଆ ୟୋଗୁଁ ରୋଗୀର ମୃତ୍ଯୁ ହୁଏ ନାହିଁ ବରଂ ଜଳଶୁଷ୍କତା ହେତୁ
ମୃତ୍ଯୁ ହୋଇଥାଏ ।
ୟଦି ଆପଣଙ୍କ ଘରେ କିମ୍ବା ଗ୍ରାମରେ କାହାକୁ ଡାଏରିଆ ବା ତରଳ ଝାଡା
ରୋଗ ହୁଏ ତେବେ ଗ୍ରାମ ସ୍ବାସ୍ଥ୍ଯ ସ୍ବେଚ୍ଛାସେବୀଙ୍କୁ ଶୀଘ୍ର ଖବର ଦିଅନ୍ତୁ ।
24 ଘଣ୍ଟା ଏହି ପାନୀଯ ଦେବା ସତ୍ବେ ରୋଗୀର ଅବସ୍ଥାରେ କିଛି
ପରିବର୍ତ୍ତନ ନହେଲେ ବା ରୋଗୀର ଝାଡାରେ ନାଳ ଓ ରକ୍ତ ପଡୁଥିବା
ଆପଣ ଲକ୍ଷ କଲେ ଏହି ପାନୀଯ ନେବା ବନ୍ଦ ନ କରି ନିକଟସ୍ଥ ସ୍ବାସ୍ଥ୍ଯ
କେନ୍ଦ୍ରକୁ ୟାଇ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଓ ଚିକିତ୍ସାର ବନ୍ଦୋବସ୍ତ
କରନ୍ତୁ । //
ଭାସେକଟୋମୀ ବା ପୁରୁଷ ଅସ୍ତ୍ରୋପଚାର ପରେ ୟତ୍ନ
ପରିବାର ନିଯନ୍ତ୍ରଣ ପାଇଁ ପୁରୁଷ ଗର୍ଭନିରୋଧ ଅସ୍ତ୍ରୋପଚାର ବା ଭାସେକଟୋମୀ ଏବଂ ମହିଳା
ଗର୍ଭ ନିରୋଧ ଅସ୍ତ୍ରୋପଚାର ବା ଟ୍ଯୁବୋକ୍୍ଟୋମୀ ସବୁଠାରୁ ଅଧିକ ନିର୍ଭରୟୋଗ୍ଯ ଓ ସୁରକ୍ଷିତ ପଦ୍ଧତି
ଏହି ପଦ୍ଧତିଗୁଡିକ ବର୍ତ୍ତମାନ ସାରା ଦୁନିଆରେ ପରିବାରକୁ ସୀମିତ କରିବାକୁ ଚାହୁଁଥିବା ଦମ୍ପତିମାନଙ୍କ
ଦ୍ବାରା ଦିନକୁ ଦିନ ବିଶେଷଭାବେ ଆଦୃତ ହେବାରେ ଲାଗିଛି । ବିଭିନ୍ନ ଦେଶରେ ଗର୍ଭନିରୋଧକ
ଅସ୍ତ୍ରୋପଚାର ସମ୍ବନ୍ଧୀଯ ପରିମାଣକୁ ଲକ୍ଷ୍ଯକଲେ ଜଣାୟାଏ ୟେ ପ୍ରାଯ ସବୁ ଦେଶରେ ମହିଳାମାନେ
ଟ୍ଯୁବୋକ୍୍ଟୋମୀ ବା ମହିଳା ଅସ୍ତ୍ରୋପଚାର ପଦ୍ଧତିକୁ ବହୁଳ ଭାବେ ଗ୍ରହଣ କରି ନେଇଛନ୍ତି । କିନ୍ତୁ
ଭାସେକ୍୍ଟୋମୀ ଅଧିକ ଜନପ୍ରିଯ ହୋଇ ପାରି ନାହିଁ । ଏହାର ମୁଖ୍ଯ କାରଣ ହେଲା ଉଭଯ ପୁରୁଷ
ଓ ସ୍ତ୍ରୀମାନଙ୍କ ମଧ୍ଯରେ ବିଶେଷ ଆହେତୁକ ଭଯ ଦେଖା ୟାଉଛି ୟେ ପୁରୁଷ ଅସ୍ତ୍ରୋପଚାର ପରେ
ପୁରୁଷ ନଂପୁଷକ ହୋଇୟାଏ କିମ୍ବା ପୁରୁଷର ସ୍ବାସ୍ଥ୍ଯ ଉପରେ ଏହାର କୁପ୍ରଭାବ ପଡେ । ବୈଜ୍ଞାନିକ
ଦୃଷ୍ଟିକୋଣରୁ ବିଚାର କଲେ , ଏ ଧାରଣା ସଂପୂର୍ଣ୍ଣରୂପେ ଭ୍ରମ ଓ ଭିତ୍ତିହୀନ ।

ଭାସେକ୍୍ଟୋମୀ ହେଉଛି , ଏକ ଆଧୁନିକ ଶିକ୍ଷିତ ପୁରୁଷ ଦ୍ବାରା ଆଦୃତ , ୟାହା ସୁଚାଇ ଦିଏ ୟେ
ସେ ଜଣେ ଜାଗ୍ରତ ତଥା ୟତ୍ନଶୀଳ ସ୍ବାମୀ । ୟେଉଁ ପୁରୁଷ ଗର୍ଭନିରୋଧ ଅସ୍ତ୍ରୋପଚାର କରାଇ
ନିଅନ୍ତି , ସେ ନିଜ ସ୍ତ୍ରୀକୁ ବାରମ୍ବାର ଗର୍ଭବତୀ ହେବାର ଆଶଙ୍କା ଏବଂ ଗର୍ଭନିରୋଧକ ଉପାଯ
ଅବଲମ୍ବନ କରିବାର ଅସୁବିଧାରୁ ମଧ୍ଧ ରକ୍ଷା କରିଥାନ୍ତି । ଭାସେକ୍୍ଟୋମୀ ଅସ୍ତ୍ରୋପଚାର ହେଉଛି ଏକ
ସରଳ , ସାଧାରଣ ଅସ୍ତ୍ରୋପଚାର ପଦ୍ଧତି ଓ ଏଥିପାଇଁ ଅତି ବେଶିରେ 15 ରୁ 20 ମିନିଯ ସମଯ
ଲାଗିଥାଏ । ଏହି ଅପରେସନ ପରେ ଡାକ୍ତରଖାନାରେ ରହିବାକୁ ପଡେ ନାହିଁ । ଏହା ଏକ ଛୋଟ
ଅପରେସନ । ସମସ୍ତ ସରକାରୀ ଡାକ୍ତରଖାନା ଓ ପରିବାର କଲ୍ଯାଣ କେନ୍ଦ୍ରରେ ବିନା ମୂଲ୍ଯରେ ଏହି
ଅସ୍ତ୍ରାପଚାର କରାୟାଇଥାଏ । ସ୍ଥାନୀଯ ନିଶ୍ଚେଚତା ପ୍ରଯୋଗକରି ଏହି ଅପରେସନ କରାୟାଇଥାଏ ।
କେବଳ ମାତ୍ର ଅଣ୍ଡକୋଷର ଉପରିଭାଗ ଚର୍ମର ଦୁଇପାଖରୁ ଅଧଇଂଚି ଲେଖାଏଁ କଟାୟାଇ ପୁରୁଷର
ସନ୍ତାନ ଉତ୍ପାଦନକାରୀ ଶୂକ୍ରବାହୀ ନାଳୀକୁ କାଟି ବାନ୍ଧି ଦିଆୟାଏ ।

1964 ମସିହା ଠାରୁ 1971 ମସିହା ପର୍ୟ୍ଯନ୍ତ ଆମ ରାଜ୍ଯରେ ଏହି ଭାସେକ୍୍ଟୋମୀ ପଦ୍ଧତିଟି
ବିଶେଷ ଭାବେ ଆଦୃତ ଲାଭ କରିଥିଲା । କ୍ରମେ ଟ୍ଯୁବୋକ୍୍ଟୋମୀ ଅପରେସନ ସରଳିକରଣ
ଫଳ଱େ ଦମ୍ପତିମାନେ ଏହି ପଦ୍ଧତି ପ୍ରତି ଆକୃଷ୍ଟ ହେଲେ । କିନ୍ତୁ ଭାସେକ୍୍ଟୋମୀର କେତେ ଗୁଡିଏ
ସ୍ବତନ୍ତ୍ର ସୁବିଧା ସଂପର୍କରେ ଦମ୍ପତିମାନେ ଜାଣିବା ଉଚିତ ।
ସେଗୁଡିକ ହେଲା -
ଏହା ଏକ ସରଳ , ସହଜ ଓ ନିରାପଦ ପଦ୍ଧତି ।
ଏହି ଅପରେସନ ପରେ ଡାକ୍ତରଖାନାରେ ଆଦୌ ରହିବାର ଆବଶ୍ଯକତା ନାହିଁ ।
ଏ ଅପରେସନ ଗାଁ ଗହଳିରେ ମଧ୍ଯ କରାୟାଇପାରେ ।
ଏହି ଅପରେସନ ପାଇଁ ଅତିବେଶିରେ 15 ରୁ 20 ମିନିଟ ସମଯ ଲାଗେ ।
ସବୁଠାରୁ ବଡକଥା ହେଲା ଦମ୍ପତି ଚାହିଲେ ପୁନର୍ବାର ସନ୍ତାନଟିଏ ଚାହିଁଲେ , ଭାସେକ୍୍ଟୋମୀ
କ୍ଷେତ୍ରରେ ତାହା ଅପେକ୍ଷାକୃତ ଅଧିକ ସମ୍ଭବ ହୋଇଥାଏ ଓ ଅଳ୍ପ ୟତ୍ନରେ ଦୁଇଟି ୟାକ ଶୁକ୍ରବାହୀ
ନଳୀକୁ ପୁନର୍ବାର ୟୋଡି ଦିଆୟାଏ ।

ଅପରେସନ ପରବର୍ତ୍ତୀ ୟତ୍ନ -
ଅପରେସନଟି ସହଜ ଓ ସରଳ ହେଲେ ମଧ୍ଯ ଏଥିପାଇଁ ୟତ୍ନର ଆବଶ୍ଯକତା ରହିଛି ।
ଅପରେସନ ପରେ ସଙ୍ଗେ ସଙ୍ଗେ ଘରକୁ ନ ଫେରି ଉକ୍ତ ସ୍ଥାନରେ ଅତିକମରେ 2 ଘଣ୍ଟା ପର୍ୟ୍ଯନ୍ତ
ବିଶ୍ରାମ ନେବା ଉଚିତ । ତତ୍୍ପରେ ଡାକ୍ତରଙ୍କ ପରାମର୍ଶ ଅନୁୟାଯୀ ଔଷଧ ଇତ୍ଯାଦି ସଂଗରେ
ଧରି ଘରକୁ ଫେରିବା ଉଚିତ ।
ପଟି ବା ଡ୍ରେସିଂ ୟେପରି ଓଦା ନ ହୁଏ ସେଥିପ୍ରତି ଧ୍ଯାନ ଦେବେ ଏବଂ ସେ ସ୍ଥାନଟି ସର୍ବଦା
ପରିଷ୍କାର ରଖିବେ । ଡାକ୍ତରଙ୍କଠାରୁ ଆଣିଥିବା ଓଷଧ ନିଯମିତ ରୂପେ ଖାଇବା ଉଚିତ ।
ଡାକ୍ତରଙ୍କ କହିବା ଅନୁୟାଯୀ ନିର୍ଦ୍ଧିଷ୍ଟ ଦିନରେ ୟାଇ ସିଲାଇ ଖୋଲନ୍ତୁ । ୟଦି ମଝିରେ କୌଣସି
ଅସୁବିଧା ଅନୁଭବ କରନ୍ତି , ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ । ସିଲାଇ ଖୋଲା ନ ହେବା
ପର୍ୟ୍ଯନ୍ତ କଠିନ ପରାମର୍ଶ କରନ୍ତୁ ନାହିଁ ବା ସାଇକେଲ ଚଲାନ୍ତୁ ନାହିଁ ।

ଶ୍ରମିକ ବା ଶାରୀରିକ ପରିଶ୍ରମ କରୁଥିବା ବ୍ଯକ୍ତିମାନେ 6 ଦିନ ପରେ ତାଙ୍କର ଦୈନନ୍ଦିନ କାମ
ଆରମ୍ଭ କରି ପାରିବେ । ଏଥି ପାଇଁ ଆମ ରାଜ୍ଯର ବିଭିନ୍ନ ନିୟୁକ୍ତି ଦାତାମାନେ ଛଅ ଦିନ ସ୍ବତନ୍ତ୍ର
କାଜୁଆଲ ଛୁଟି ମଞ୍ଜୁର କରିଥାନ୍ତି । ସିଲାଇ ଖୋଲା ୟିବା ପରେ କ୍ଷତ ସ୍ଥାନ ଦରଜ କମି ଗଲା
ପରେ ସହବାସ କରାୟାଇ ପାରେ । କିନ୍ତୁ ପନ୍ଦର ଥର ସହବାସ କରିବା ପର୍ୟ୍ଯନ୍ତ ନିରୋଧ
ବ୍ଯବହାର କରିବା ଉଚିତ , କାରଣ ଶୂକ୍ରବାହି ନଳୀ ଓ ଶୂକ୍ରାଶଯରେ ଆଗରୁ ରହି ୟାଇଥିବା ଶୁକ୍ରାଣୁ
ବା ସ୍ଥାନ ଉତ୍ପାଦନକାରୀ ବୀଜ ରହିୟାଇଥିବାର ସମ୍ଭାବନା ଥାଏ । ଏହାପରେ ବୀର୍ୟ୍ଯରେ ଶୂକ୍ରାଣୁ
ଅଛି କି ନାହିଁ ଜାଣିବାପାଇଁ ପରିବାର କଲ୍ଯାଣ କେନ୍ଦ୍ର , ସରକାରୀ ଚିକିତ୍ସାଳଯରେ ବୀର୍ୟ୍ଯ
ପରୀକ୍ଷା ପରେ ଏହାର ସଫଳତା ଜଣାଗଲେ , ମନୁଷ୍ଯର ସାରା ଜୀବନ ପାଇଁ ଆଉ କୌଣସି
ଗର୍ଭନିରୋଧ ପଦ୍ଧତି ବ୍ଯବହାର କରିବା ଦରକାର ପଡେ ନାହିଁ ।

କେତେକଙ୍କ ମନରେ ଧାରଣା ୟେ ଏ ଅପରେସନ କଲେ ପୁରୁଷତ୍ବ ନଷ୍ଟ ହୋଇୟାଏ କିନ୍ତୁ ଏହା
ଆଦୌ ସତ୍ଯ ନୁହେଁ । ପୂର୍ବପରି ପୁରୁଷର ୟୌନଶକ୍ତି ଅତୁଟ ରହେ । ସହବାସ କରିବା ସମଯରେ
ପୂର୍ବପରି ବୀର୍ୟ୍ଯ ସ୍ଖଳନ ହୁଏ । କିନ୍ତୁ ବୀର୍ୟ୍ଯରେ ସନ୍ତାନ ଉତ୍ପାଦନକାରୀ ଶୂକ୍ରାଣୁ ନଥାଏ , ତେଣୁ
ଅବାଞ୍ଛିତ ଶିଶୁ ଜନ୍ମ ଆଶଙ୍କାରୁ ମୁକ୍ତ ହେବା ଦ୍ବାରା ସ୍ବାମୀ ସ୍ତ୍ରୀ ଉଭଯ ଏକ ସାବଲୀଳ ଜୀବନ ୟାପନ
କରିଥାନ୍ତି । ଫଳରେ ସେମାନେ ଏକ ସୁସ୍ଥ ଆନନ୍ଦମଯ ଜୀବନର ଅଧିକାରୀ ହୋଇ ସନ୍ତାନ ସନ୍ତତିଙ୍କ
ଅଧିକ ୟତ୍ନ ନେଇ ପାରନ୍ତି । //
ଟ୍ଯୁବୋକ୍୍ଟୋମୀ ବା ମହିଳା ଗର୍ଭନିରୋଧ ଅସ୍ତ୍ରୋପଚାର ପରେ ୟତ୍ନ
ଅଧିକ ସନ୍ତାନ ଚାହୁଁ ନ ଥିବା ଦମ୍ପତ୍ତିମାନଙ୍କ ପାଇଁ ଟ୍ଯୁବୋକ୍୍ଟୋମୀ ବା ମହିଳା ଗର୍ଭ
ନିରୋଧ ଅସ୍ତ୍ରୋପଚାର ଏକ ନିର୍ଭରୟୋଗ୍ଯ ସ୍ଥାଯୀ ପଦ୍ଧତି ଅଟେ । ଓଡିଶାର ଡାକ୍ତରମାନେ
ମିନିଲ୍ଯାପ ବା ବଟନହୋଲ ଅପରେସନ ପଦ୍ଧତିରେ ଆମ ଦେଶରେ ପ୍ରଥମ ପଥ ପ୍ରଦର୍ଶକ
ଅଟନ୍ତି । ଏହି ପଦ୍ଧତିର ସରଳୀକରଣ ସତ୍ତ୍ବେ ଏଥିପାଇଁ କେତେକ ସାମ୍ବିଧାନିକତା ଅବଲମ୍ବନ
କରିବା ନିତାନ୍ତ ଆବଶ୍ଯକ । କିନ୍ତୁ ଦେଖାୟାଉଛି ୟେ ଅପରେସନ କଲାବେଳେ ସ୍ବାମୀ ସ୍ତ୍ରୀ ଉଭଯ
ତଥା ସଂପୃକ୍ତ ସ୍ବାସ୍ଥ୍ଯକର୍ମଚାରୀମାନେ ଏଥିପ୍ରତି ଆବଶ୍ଯକ ଧ୍ଯାନ ଦେଉ ନ ଥାନ୍ତି । ଫଳ଱େ
କେତେକ କ୍ଷେତ୍ରରେ ଜଟିଳତା ଉପୁଜି ଥାଏ । ଏ ସଂପର୍କରେ ୟଦି ସମଯୋଚିତ ୟତ୍ନ ନିଆୟାଏ ,
ତେବେ ଆମେ ସହଜରେ ଏହି ଜଟିଳତାକୁ ଏଡାଇ ଦେଇ ପାରିବା ।

ଅପରେସନ ପୂର୍ବରୁ ସାବଧାନତା :
ଦୁଇଟି ସନ୍ତାନ ଲାଭ ସ୍ବାମୀ ଓ ସ୍ତ୍ରୀ ଉଭଯ ଏଥିପାଇଁ ନିଷ୍ପତ୍ତି ନେବା ଉଚିତ୍୍ ।
ଅପରେସନ ହେବା ପାଇଁ ନିଷ୍ପତ୍ତି ନେଲେ , ଉକ୍ତ ମହିଳା ଧନୁଷ୍ଟଙ୍କାର ପ୍ରତିଷେଧକ ଟୀକା
ନେବା ଆବଶ୍ଯକ ।

ଅସ୍ତ୍ରୋପଚାର ପରବର୍ତ୍ତୀ ୟତ୍ନ :
ଅସ୍ତ୍ରୋପଚାର ପରେ ଅନ୍ତତଃ ପକ୍ଷେ 6 ଘଣ୍ଟା ଡାକ୍ତରଖାନାରେ ବିଶ୍ରାମ ନେବା ଆବଶ୍ଯକ
ଏବଂ ସ୍ବାସ୍ଥ୍ଯକେନ୍ଦ୍ର ଛାଡିବା ପୂର୍ବରୁ ଡାକ୍ତରଙ୍କ ଉପଦେଶ ଅନୁୟାଯୀ ଆବଶ୍ଯକ ଔଷଧ ପତ୍ର
ନେଇ ଘରକୁ ୟିବା ଉଚିତ ।
ଅପରେସନ ପରେ ଅନ୍ତତଃ ପକ୍ଷେ ଘରେ ସାତ ଦିନ ପୂର୍ଣ୍ଣ ବିଶ୍ରାମ ନେବା ନିତାନ୍ତ ଆବଶ୍ଯକ ।
ଶାଶୁ , ସ୍ବାମୀ ବା ପରିବାରର ଅନ୍ଯ କୌଣସି ବ୍ଯକ୍ତି ଏହି ସମଯରେ ଅପରେସନ ହୋଇଥିବା
ମହିଳାଙ୍କ ୟତ୍ନ ନେବା ଉଚିତ ।
ସଂପୃକ୍ତ ସ୍ବାସ୍ଥ୍ଯକର୍ମୀ ଅପରେସନ କରାଇଥିବା ମହିଳାଙ୍କ ଘରକୁ ୟାଇ ତାଙ୍କୁ ଇଂଜେକସନ
ଦେବା , ଡ୍ରେସିଂ ହୋଇଥିବା ସ୍ଥାନକୁ ଦେଖି ବିହିତ ବ୍ଯବସ୍ଥା କରୁଛନ୍ତି । ବିଶେଷ ଅସୁବିଧା
କ୍ଷେତ୍ରରେ ଡାକ୍ତରଙ୍କ ଦ୍ବାରା ଚିକିତ୍ସା କରାଇବାର ବ୍ଯବସ୍ଥା କରାୟାଉଛି ।
ସ୍ବାସ୍ଥ୍ଯକର୍ମୀଙ୍କ ଅନୁପସ୍ଥିତିରେ କୌଣସି ଅସୁବିଧା ପରିଲକ୍ଷିତ ହେଲେ , ଅପରେସନ
ହୋଇଥିବା ମହିଳାଙ୍କ ସ୍ବାମୀ , ପ୍ରବର୍ତ୍ତକ ବା ତାଙ୍କର କୌଣସି ନିଜ ଲୋକଙ୍କ ଦ୍ବାରା ଡାକ୍ତରଙ୍କୁ
ଶୀଘ୍ର ଖବର ଦେଇ ଚିକିତ୍ସା କରାଇ ନେବା ବିଧେଯ ।
ସ୍ବାସ୍ଥ୍ଯକର୍ମୀ ଅପରେସନ ହୋଇଥିବା ମହିଳାଙ୍କୁ ପରିଦର୍ଶନ କରି ଉପୟୁକ୍ତ ଚିକିତ୍ସା ଓ
ପରାମର୍ଶ ଦେଇଥାନ୍ତି ।
ଅପରେସନ ସ୍ଥାନଟିକୁ ସିଲାଇ ନ ଖୋଲିବା ପର୍ୟ୍ଯନ୍ତ ଓଦା କରନ୍ତୁ ନାହିଁ ଏବଂ ଉକ୍ତ ଜାଗାଟିକୁ
ସର୍ବଦା ପରିଷ୍କାର ରଖନ୍ତୁ ।
ସିଲାଇ ଖୋଲିବା ପରଠାରୁ ଅପରେସନ ହୋଇଥିବା ମହିଳା ଧାରାବାହିକ ଭାବେ ଏକବର୍ଷ
ପର୍ୟ୍ଯନ୍ତ ଡାକ୍ତରଙ୍କ ସହିତ ସାକ୍ଷାତ କରି ଉପଦେଶ ନେବା ଉଚିତ ।
ଶିବିରରେ ଅସ୍ତ୍ରୋପଚାର କରାଗଲେ ଟ୍ଯୁବୋକ୍୍ଟୋମୀ ହୋଇଥିବା ମହିଳାଙ୍କର ବିଶେଷ
ୟତ୍ନର ଆବଶ୍ଯକତା ରହିଛି । ତେଣୁ ମହିଳାଙ୍କ ସ୍ବାମୀ ବା ମହିଳାଙ୍କ ସଙ୍ଗେ ଆସିଥିବା ବ୍ଯକ୍ତି ଓ
ଏହି ବିଶେଷ ୟତ୍ନ ସଂପର୍କରେ ସଚେତନ ରହିବା ବିଧେଯ ।
+>*
0 
﻿
ପୂର୍ଣ୍ଣଚ
03-08-12
Oriya
<ଜାହାଜ ଚଢିଛି ସେ ଠିକ୍୍ ଅବଧାରଣା କରି ପାରିବ । ଗ୍ରାମ ଅଞ୍ଚଳର ପିଲା
ଅନୁଭୂତି ଅଭାବ ୟୋଗୁଁ ସହର ଜୀବନ ସମ୍ବନ୍ଧରେ ଧାରଣା କରି
ପାରନ୍ତି ନାହିଁ । ଅନୁଭୂତି ସଂପନ୍ନ ଭାଷାହିଁ ଜୀବନ୍ତ ଭାଷା । ତାହା ବ୍ଯକ୍ତିତ୍ବ
ବିକାଶରେ ସାହାୟ୍ଯ କରେ ।

ସମାଜରେ ୟେଉଁ ସବୁ ମେଳା ମହୋତ୍ସବ , ଓଷାବାର , ପର୍ବ ପର୍ବାଣି
ପାଳିତ ହୁଏ , ସେ ସଂପର୍କରେ ଶିଶୁର ଅନୁଭୂତି ଲାଭ ହୁଏ । ମେଳା
ମହୋତ୍ସବରେ ୟେଉଁ ସବୁ ବିଧି ବିଧାନ , ସାଜସଜ୍ଜା , ଉପକରଣ ଓ
ଆସବାବ ପତ୍ର ଦରକାର ସେ ସବୁ ସମ୍ବନ୍ଧରେ ଶିଶୁ ପ୍ରତ୍ଯକ୍ଷ ଅଭିଜ୍ଞତା
ଲାଭ କରିବା ଦ୍ବାରା ତାର ତତ୍୍ସଂପର୍କିତ ଭାଷାଜ୍ଞାନ ସହଜଲଭ୍ଯ ହୁଏ ।
ସାମାଜିକ ପରିବେଶ ଭାଷା ଶିକ୍ଷାର ପ୍ରଧାନ ଅବଲମ୍ବନ । ନୂଆ ନୂଆ
ପରିସ୍ଥିତିରେ ପଡିଲେ ପିଲାମାନେ ନୂଆ ନୂଆ ଭାଷା ଶିକ୍ଷା କରିବେ ।
ପରିସ୍ଥିତିର ବିଭିନ୍ନତା ଭାଷା ଶିକ୍ଷାର ପରିସର ବୃଦ୍ଧି କରେ ଓ
ପିଲାମାନଙ୍କର ଶବ୍ଦଭଣ୍ଡାର ସମୃଦ୍ଧ କରେ । ତେଣୁ ଶିକ୍ଷକ ନୂଆ ନୂଆ
ପରିବେଶ ଓ ପରସ୍ଥିତି ସୃଷ୍ଟି କରି ତା ମଧ୍ଧରେ ପିଲାମାନଙ୍କ ପ୍ରତ୍ଯେକ୍ଷ
ଅଭିଜ୍ଞତା ଲାଭର ସୁୟୋଗ ସୃଷ୍ଟି କରିବା ଦରକାର । ତା ହେଲେ ୟାଇ
ପିଲା ମାନଙ୍କର ଶବ୍ଦଜ୍ଞାନ ଓ ଭାଷାଜ୍ଞାନ ସୁ-ପ୍ରତିଷ୍ଠିତ ଓ ଜୀବନ୍ତ ହେବ ।
ଅଭିଜ୍ଞତା ଲବ୍୍ଧ ଉନ୍ନତ ଅର୍ଥପୂର୍ଣ୍ଣ ଭାଷା ଉନ୍ନତ ବ୍ଯକ୍ତିତ୍ବ
ଗଠନର ସହାଯକ । ଭାଷାଜ୍ଞାନ ଅଭିଜ୍ଞତା ଦ୍ବାରା ପୁଷ୍ଟ ହୋଇଥିଲେ
ଶବ୍ଦ ଉଚ୍ଚାରଣ ମାତ୍ରେ ଅଭିଜ୍ଞତା ସଂପନ୍ନ ଚିତ୍ରଟି ପିଲାଙ୍କ ଛାତ୍ର-ଛାତ୍ରୀ ମାନେ
ସ୍କାଉଟ୍୍ ଗାଇଡ୍୍ ଭଳି ସମାଜ ସେବା ମୂଳକ ସତ୍୍ ଓ ମହତ୍୍ କାର୍ୟ୍ଯରେ
ଅଭିଜ୍ଞତା ହାସଲ କରନ୍ତି । ୟେଉଁ ଭାଷା ଛାତ୍ର-ଛାତ୍ରୀମାନେ ଶୁଣିବେ ତାହା
ପଛରେ ୟଦି ଉଚ୍ଚ ଆଦର୍ଶ , ମହାନ୍୍ ଚିନ୍ତା ଓ ସାଧୁ କାର୍ୟ୍ଯର ସଂପର୍କ ଥାଏ ,
ତା ହେଲେ ସେହି ଭାଷା ବ୍ଯବହାର କରି ଛାତ୍ର-ଛାତ୍ରୀଙ୍କର ବ୍ଯକ୍ତି
ଉନ୍ନତ ଓ ମହତ୍୍ ହେବ । କାରଣ ଉନ୍ନତ ଭାଷା ଉନ୍ନତ ଭାବର
ପ୍ରକାଶନ । ଉନ୍ନତ ଭାବ ଉନ୍ନତ କାର୍ୟ୍ଯପାଇଁ ଅଭିଳାଷ ଜନ୍ମାଏ ।
ଉନ୍ନତ ଭାଷା , ମହତ୍୍ ଓ ସତ୍୍ କାର୍ୟ୍ଯର ସମାହାର ହେଲେ ବ୍ଯକ୍ତିତ୍ବ
ଉନ୍ନତ ହେବ ।

ସାମାଜିକ ପରିବେଶ ମଧ୍ଧରେ ପ୍ରାକୃତିକ ଉପାଯରେ ଶିଶୁର
ଭାଷା ଶିକ୍ଷା ହୁଏ । ପରିବାର , ସାହି , ଗ୍ରାମ ଆଦି ପରିବେଶରେ କଥିତ ଭାଷା
ପିଲାମାନଙ୍କ ଭାଷାକୁ ଆଦ୍ଯରୂପ ପ୍ରଦାନ କରେ । ଗ୍ରାମ ବା ପରିବାର ମଧ୍ଧରେ
ପ୍ରଚଳିତ ଚଳଣି , ପର୍ବପର୍ବାଣି , ବିଧି ବ୍ଯବସ୍ଥା ବୃତ୍ତିଗତ ଆଚରଣ ଆଦି
ଭାଷା ଶିକ୍ଷାକୁ ପ୍ରତ୍ଯକ୍ଷ ଭାବରେ ପ୍ରଭାବିତ କରେ । ପିଲାମାନେ ପ୍ରାଯ
ପାଞ୍ଚ ବର୍ଷ ବଯସରେ ବିଦ୍ଯାଳଯକୁ ୟିବା ବେଳକୁ ପରିବାର , ସାହି
ଗ୍ରାମ ଆଦି ପରିବେଶରେ ପ୍ରଚଳିତ ଭାଷାର ପ୍ରଭାବରେ ସେମାନଙ୍କର ଭାଷାକୁ
ରୂପ ଦେଇ ସାରିଥାନ୍ତି । ବିଦ୍ଯାଳଯରେ ତାହା କେବଳ ମାର୍ଜିତ
ସଂସ୍କୃତି ଓ ଶୁଦ୍ଧ ହେବା କାର୍ୟ୍ଯ ବାକିଥାଏ । ବିଦ୍ଯାଳଯ ପରିସର ମଧ୍ଧରେ
କିପରି ପିଲାମାନଙ୍କର ଭାଷା କ୍ରମେ କ୍ରମେ ଶୁଦ୍ଧ ଓ ସଂସ୍କୃତ ହେବ
ସେଥିପ୍ରତି ଶିକ୍ଷକ ଦୃଷ୍ଟି ଦେବେ ।

ଅଭ୍ଯାସ ଦ୍ବାରା ଭାଷାଶିକ୍ଷା ପ୍ରତିଷ୍ଠିତ ହୁଏ । ଶୁଦ୍ଧ ଉଚ୍ଚାରଣ ଶିକ୍ଷା
ଭାଷାର ପ୍ରଥମ ଆବଶ୍ଯକତା । ଶବ୍ଦ ବାକ୍ଯର ଶୁଦ୍ଧ ରୂପର ପୁନରାବୃତ୍ତି
ଦ୍ବାରା ଅଭ୍ଯାସ ବୃଦ୍ଧି ପାଏ । ବହୁବାର ପୁନରାବୃତ୍ତି ବିରକ୍ତିକର ହେଲେ ମଧ୍ଧ
ତାହା କରଣୀଯ । ନୂତନ ଶବ୍ଦର ଶୁଦ୍ଧ ଉଚ୍ଚାରଣ ଓ ଶୁଦ୍ଧ ପ୍ରଯୋଗ ଶିକ୍ଷା
କରିବାକୁ ହେଲେ ତାର ବାରମ୍ବାର ପ୍ରଯୋଗ ଓ ବିଭିନ୍ନ ପରିସ୍ଥିତିରେ
ପ୍ରଯୋଗ ଓ ଉଚ୍ଚାରଣ ସର୍ବାଦୌ କାମ୍ଯ । ୟେପରି ଅଭ୍ଯାସ ଦ୍ବାରା ଅନ୍ଯ
ସମସ୍ତ କୌଶଳ ଆଯତ୍ତ ହୁଏ , ସେହିପରି ଭାଷାଶିକ୍ଷା ମଧ୍ଧ ଆଯତ୍ତ ହୁଏ ।
ଭାଷାଶିକ୍ଷା ଏକ କୌଶଳ । ଏହି କୌଶଳଟିକୁ ସୁ-ପ୍ରତିଷ୍ଠିତ କରିବାକୁ
ହେଲେ ନିରବଚ୍ଛିନ୍ନ ପୁନରାବୃତ୍ତି ଓ ଅଭ୍ଯାସ ପ୍ରଯୋଜନ । //
ପଠନ ଦ୍ବାରା ଆମେ ନୂତନ ଆବିଷ୍କାର , ଉଦ୍ଭାବନ , ତଥ୍ଯ , ସାମାଜିକ ପରିବର୍ତ୍ତନ
ଇତ୍ଯାଦି ସହିତ ପରିଚିତ ଓ ସଂପୃକ୍ତ ନ ହେଲେ ୟୁଗ ସହିତ ସମତାଳରେ
ଗତି କରିବା ସମ୍ଭବ ନୁହେଁ । ପଠନ ବ୍ଯତୀତ ପ୍ରଗତି ବ୍ଯାହତ ହେବ ଓ
ପ୍ରଗତୀଶୀଳ ଜ୍ଞାନ ଆହରଣ ଅସମ୍ଭବ ।
ମଣିଷର ଜୀବନ କାଳ ସୀମିତ । କିନ୍ତୁ ଜ୍ଞାନ ଅସୀମ । ତେଣୁ ସେ
ୟେତେ ଚେଷ୍ଟା କଲେ ମଧ୍ଧ ଜୀବନକାଳ ମଧ୍ଧରେ ଜ୍ଞାନର ସମସ୍ତ ବିଭାଗ ଓ
ଉପବିଭାଗ ଆଯତ୍ତ କରି ପାରିବ ନାହିଁ । ତଥାପି ସେ ନିରାଶ ନ ହୋଇ
ଜ୍ଞାନାର୍ଜନ ଉଦ୍ଯମ ଅବ୍ଯାହତ ରଖିବା ଉଚିତ । ତାର ପଠନ ସ୍ପୃହା
ୟେତେ ବଳବତ୍ତର ହେବ , ସେତେ ଅଧିକ ସେ ପଢିବ ଓ ଜ୍ଞାନର ପରିସୀମ
ସେତିକି ବଢିବ । ବ୍ଯକ୍ତି ଜ୍ଞାନୀ , ପଣ୍ଡିତ , ବିଦ୍ବାନ ହେବାକୁ ଇଛା କଲେ
ଶାସ୍ତ୍ର , ପୁରାଣ , ବିଜ୍ଞାନ ତଥ୍ଯ ସମ୍ବଳିତ ପୁସ୍ତକ ଆଦି ବହୁ ସଂଖ୍ଯାରେ ପଢିବା
ଦରକାର । ପଠନ ହିଁ ପାଣ୍ଡିତ୍ବ , ବିଦ୍୍ବତ୍ତା ଓ ଜ୍ଞାନ ଉପାର୍ଜନର ଶ୍ରେଷ୍ଠ
ସାଧନ ।
ଶୁଦ୍ଧ ଭାଷା ଓ ଉନ୍ନତ ଶୈଳୀ ଶିକ୍ଷା ନିମିତ୍ତ ପଠନ ଅପରିହାର୍ୟ୍ଯ ।
ବ୍ଯାକରଣ ସୂତ୍ର ଧରି କେହି କେବେ ଭାଷା ଶିକ୍ଷା କରେ ନାହିଁ । ଭାଷା ଶିକ୍ଷା
ଏକ କୌଶଳ । ଅଭ୍ଯାସ ଦ୍ବାରା ଭାଷା ଶିକ୍ଷା ହୁଏ । ଶୁଦ୍ଧ ଭାଷା ପ୍ରତିଷ୍ଠିତ ହୁଏ ।
ଭାଷା ଶୈଳୀ ଶିକ୍ଷା ନିମିତ୍ତ ଉଚ୍ଚାଙ୍ଗ ଲେଖା ପଢିବା ଆବଶ୍ଯକ । ପଠନ
ମାଧ୍ଧମରେ ବିଭିନ୍ନ କବି ଓ ଲେଖକଙ୍କ ଭାଷା ଶୈଳୀର ସଂସ୍ପର୍ଶରେ ଆସିଲେ
ତା ଦ୍ବାରା ପ୍ରଭାବିତ ହୋଇ ଶିକ୍ଷାର୍ଥୀ ନିଜର ସ୍ବତନ୍ତ୍ର ଶୈଳୀ ବିକାଶ
କରିବାରେ ସମର୍ଥ ହେବ । ଉପୟୁକ୍ତ ଆଦର୍ଶ ଲେଖାର ଅଭାବରେ ଉନ୍ନତ
ଲିଖନ ଶୈଳୀର ବିକାଶ ସମ୍ଭବ ନୁହେଁ । ୟେତେ ଅଧିକ ସାହିତ୍ଯିକ କୃତି
ଶିକ୍ଷାର୍ଥୀ ପଢିବ , ତାର ନିଜର ପ୍ରକାଶ ଭଙ୍ଗୀ ସେତେ ଉନ୍ନତ , ମାର୍ଜିତ ଓ
ସୁନ୍ଦର ହୋଇ ପାରିବ ।

ପଠନ ଶିକ୍ଷାର୍ଥୀର ଚିନ୍ତା ବିକଶିତ ଓ ଉନ୍ନତ କରେ । ୟେତେବେଳେ
କୌଣସି ଗୋଟିଏ ପ୍ରବନ୍ଧ ଶିକ୍ଷାର୍ଥୀ ପାଠକରେ ସେ ଆରମ୍ଭରୁ ଶେଷ ପର୍ୟ୍ଯନ୍ତ
ପ୍ରାବନ୍ଧିକର ଚିନ୍ତାଧାରା ଅନୁସରଣ କରି ଚାଲେ । ସେହିପରି ଗୋଟିଏ ଗଳ୍ପ ବା
ଉପନ୍ଯାସ ପଢିଲେ ବିଷଯବସ୍ତୁର ବିନ୍ଯାସ , ଗଳ୍ପର ଅଗ୍ରଗତି , ପରିଣତି
ଆଦି ବିଷଯରେ ଧାରଣା କରାୟାଏ । ଏ ପ୍ରକାର ପଠନ ଦ୍ବାରା କିପରି ଚିନ୍ତାର
ଧାରାବାହିକତା ରକ୍ଷା କରାୟାଏ , କିପରି ବଳିଷ୍ଠ ୟୁକ୍ତି ଦର୍ଶାୟାଏ ସେ
ବିଷଯରେ ଛାତ୍ର-ଛାତ୍ରୀମାନେ ତାଲିମ ପାନ୍ତି । ନିଜ କଥା ଓ ଲେଖାରେ
ସ୍ବାଧୀନ ଚିନ୍ତାର ବିକାଶ କରି ପାରନ୍ତି । ପଠନ ସହିତ ୟଦି ଶିକ୍ଷକ ପଠିତ
ପ୍ରସଙ୍ଗ ବିଷଯରେ କେତେକ ପ୍ରଶ୍ନ ପଚାରି ଉତ୍ତର ଆଦାଯ କରିବାର ବ୍ଯବସ୍ଥା
ରଖନ୍ତି , ତା ହେଲେ ଛାତ୍ର-ଛାତ୍ରୀ ମାନଙ୍କର ଚିନ୍ତା ବିକାଶରେ ତାହା
ସହାଯକ ହୁଏ ।

ପଠନ ଦ୍ବାରା ଶିକ୍ଷାର୍ଥୀ ଶବ୍ଦ ପ୍ରଯୋଗ କୌଶଳ ଶିକ୍ଷା କରେ ।
ଲେଖକ ବା କବିର ରଚନା ଶବ୍ଦର ବିଶେଷ ପ୍ରଯୋଗ ବ୍ଯତୀତ ଆଉ କଣ
ହୋଇପାରେ ? ମନୋମୁଗ୍ଧକର ସରସ ରଚନାକୁ ଶବ୍ଦ ୟାଦୁକରୀ ବୋଲି
କୁହାୟାଇ ପାରେ । ୟାଦୁକର ୟେପରି କାଉଁରୀ କାଠିର ସ୍ପର୍ଶ ଦ୍ବାରା ଦର୍ଶକକୁ
ଚମତ୍କୃତ କରେ , ସେହିପରି କବି ଶବ୍ଦ ପ୍ରଯୋଗ କୌଶଳ ଦ୍ବାରା ରସ
ସବୁବେଳେ ଗୋଟିଏ ଅର୍ଥରେ ପ୍ରଯୋଗ କରାୟାଏନା । କ୍ଷେତ୍ର ବିଶେଷରେ
ତାହା ଭିନ୍ନ ଭିନ୍ନ ଭାବ ପ୍ରକାଶ ନିମିତ୍ତ ଭିନ୍ନ ଭିନ୍ନ ଅର୍ଥରେ ପ୍ରୟୁକ୍ତ ହୁଏ ।
ସେହି ଏକା ଶବ୍ଦ ପ୍ରଯୋଗରେ ସାମାନ୍ଯ ପାର୍ଥକ୍ଯ ହେଲେ ବିପରୀତ ଭାବପ୍ରକାଶ
କରିପାରେ । ମନରେ ଆବେଗ , ଉତ୍କଣ୍ଠା , ବ୍ଯାକୁଳତା , ଆଶ୍ବସ୍ତି , ସନ୍ତୋଷ
ଆଦି ପ୍ରକାଶ ପାଇଁ ଶବ୍ଦର ସ୍ବତନ୍ତ୍ର ପ୍ରଯୋଗ ରହିଛି । ୟେଉଁମାନେ କୁଶଳୀ
କବି , ନାଟ୍ଯକାର , ଔପନ୍ଯାସିକ , ଗାଳ୍ପିକ ସେମାନେ ଶବ୍ଦ ପ୍ରଯୋଗ ଦ୍ବାରା
ପାଠକ ମନରେ ସଫଳତାର ସହିତ ରସ ସୃଷ୍ଟି କରି ପାରନ୍ତି । କବିର
ରଚନାରେ ପାଠକ ବିମୋହିତ ହୁଏ , ହସେ , କାନ୍ଦେ , ଉତ୍ସାହିତ ହୁଏ ,
ଆଶ୍ଚର୍ୟ୍ଯ ହୁଏ , ପୁଣି ଭଯଙ୍କର ପ୍ରତିକ୍ରିଯାଶୀଳ ହୁଏ । ସେହି ସମାନ ଶବ୍ଦ
ଗୁଡିକ ଜଣେ ଜଣେ କବିର ହାତରେ ବିଶେଷ ସୁନ୍ଦର ହୁଏନାହିଁ । କାହିଁକି ? //
ମନେ ରଖିବା କଥା ୟେ ଶିଶୁର ସ୍କୁଲ ଶିକ୍ଷା ଆରମ୍ଭ ହେବାର
ଛଅ ମାସ ମଧ୍ଧରେ ତାକୁ କୋଣସି ପୁସ୍ତକ ଦିଆୟିବ ନାହିଁ । ପ୍ରଥମ
ଛଅ ମାସ କେବଳ ଶିକ୍ଷକ ଏକ ଘରୋଇ ପରିବେଶ ମଧ୍ଧରେ ଶିଶୁ ସହିତ
କଥାବାର୍ତ୍ତା ଓ ଆଳାପ ଆଲୋଚନା କରିବେ । ପଠନ ଆରମ୍ଭ ହେବା
ପୂର୍ବରୁ ୟଥେଷ୍ଟ ମୌଳିକ କାର୍ୟ୍ଯ ହେବା ଦରକାର । ପଠନ ଆରମ୍ଭ ହେବା
ପୂର୍ବରୁ ୟଥେଷ୍ଟ ମୌଖିକ କାର୍ୟ୍ଯ ହେବା ଦରକାର । ଶିଶୁ ନିଜର
ଦୈନନ୍ଦିନ ଅନୁଭୂତି ବର୍ଣ୍ଣନା କରିବ , ବିଭିନ୍ନ ଖେଳର ବର୍ଣ୍ଣନା କରିବ ,
ଗଳ୍ପ ଶୁଣିବ , ଗଳ୍ପ କହିବ , ତା ସାଙ୍ଗମାନଙ୍କ ସହିତ ମିଶିବ , ଇତ୍ଯାଦି
ପ୍ରଥମ ଛଅ ମାସ ମଧ୍ଧରେ ହୋଇୟିବ ।
ଭାବର ସାଙ୍କେତିକ ପ୍ରକାଶ ଲିଖନ । ଲିଖିତ ଭାଷାରେ ଲେଖକର
ଭାବରାଜିକୁ ସଙ୍କେତରେ ପରିଣତ କରାୟାଇ ସଂରକ୍ଷିତ କରାୟାଏ ।
କେତେକଙ୍କ ମତରେ ଏହି ସାଙ୍କେତିକ ଭାଷାର ଧ୍ବନିମଯ ପ୍ରକାଶ ହିଁ ପଠନ ।
ଲେଖା ୟାଇଥିବା ଅକ୍ଷରଗୁଡିକୁ କେବଳ ଧ୍ବନିରେ ପରିଣତ କରିଦେଲେ
ପ୍ରକୃତ ପଠନ ହୋଇୟାଏ ନାହିଁ । ୟଦି ଲିଖିତ ଭାଷାର ଧ୍ବନିମଯ ପ୍ରକାଶ ବା
ଶବ୍ଦକରଣକୁ ପଠନ କୁହାୟାଏ , ତା ହେଲେ ସେ ପଠନରେ ପଠନର
ମୁଖ୍ଯ ଉଦ୍ଦେଶ୍ଯ ସାଧିତ ହେବନାହିଁ । ପଠନର ମୁଖ୍ଯ ଉଦ୍ଦେଶ୍ଯ
" ଅର୍ଥ ଅବଗତି ଓ ଭାବ ଗ୍ରହଣ " । ୟେଉଁ ପଠନରେ ପାଠକ ପଠିତାଂଶର
ଭାବ ଗ୍ରହଣ କରିପାରେ ନାହିଁ , ତାହାା ପଠନ ପଦବାଚ୍ଯ ନୁହେଁ । ଲେଖକ
କାହିଁକି ତା ଭାବକୁ ସାଙ୍କେତିକ ଭାଷାରେ ପରିଣତ କରି ଲିପିବଦ୍ଧ କରେ ?
ସେ ଏହି ଉଦ୍ଦେଶ୍ଯରେ ତାର ଭାବକୁ ଲିପିବଦ୍ଧ କରେ ୟେ , ୟେଉଁ ପାଠକ
ତାହା ପଢିବ ଓ ୟେଉଁମାନେ ସେ ପଢା ଶୁଣିବେ , ସେମାନେ ତାହା ବୁଝିବେ
ଓ ତାର ଭାବଗ୍ରହଣ କରିବେ । ୟଦି ପାଠକ ତାର ଭାବ ଗ୍ରହଣ ନ କରି
କେବଳ ଶବ୍ଦ କରି ଶୁଆ ଭଳି ତାକୁ ପଢିୟାଏ , ତା ହେଲେ ତାହା ପଠନ
ନୁହେଁ । ପ୍ରତ୍ଯେକ ଶବ୍ଦ , ବାକ୍ଯ ଓ ଅନୁଚ୍ଛେଦରେ ନିବନ୍ଧ ଭାବ ଉତ୍ତମରୂପେ
ବୁଝି ହୃଦଯଙ୍ଗମ କଲେ ଓ ତା ସହିତ ପିଲାର କଳ୍ପନା ଶକ୍ତି ବୃଦ୍ଧି ଲାଭ
କଲେ ପଠନର ପ୍ରକୃତ ଉଦ୍ଦେଶ୍ଯ ସାଧିତ ହୁଏ ।
ନୀରବ ପଠନ ସମଯରେ କୌଣସି ପ୍ରକାର ଅସ୍ପଷ୍ଟ ଗୁଞ୍ଜନ ବା
ଅନୁଚ୍ଚ ଶବ୍ଦକୁ ପ୍ରଶଯ ଦିଆୟିବ ନାହିଁ , ଏପରିକି ଫୁସଫୁସ ଶବ୍ଦ ହେବା
ମଧ୍ଧ ଉଚିତ ନୁହେଁ । ଅନେକ ବ୍ଯକ୍ତି ନୀରବ ପଠନ ସମଯରେ ଶବ୍ଦ ନ
କରି ମଧ୍ଧ ଉଚ୍ଚାରଣ କଲା ଭଳି ମୁଖଭଙ୍ଗୀ କରନ୍ତି ଓ ଜିଭ , ଓଠ ପ୍ରଭୃତି
ବାକ୍୍ୟନ୍ତ୍ର କ୍ରିଯାଶୀଳ ହୁଏ । ଶିକ୍ଷକ ନିଜ ତତ୍ତ୍ବାବଧାନରେ ନୀରବ ପଠନ
କରାଇବେ ଓ ଦେଖିବେ , ୟେପରି ପିଲାମାନଙ୍କର ବାକ୍୍ୟନ୍ତ୍ର ସମ୍ପୂର୍ଣ୍ଣ ନିଷ୍କ୍ରିଯ
ଅବସ୍ଥାରେ ରହେ । କେବଳ ପୁସ୍ତକ ଆଡକୁ ଚାହିଁ ଶିକ୍ଷାର୍ଥୀ ମନେ ମନେ
ନୀରବଚ୍ଛିନ୍ନ ଭାବରେ ଭାବ ଗ୍ରହଣ କରି ଚାଲିଥାଏ ।

କୌଣସି ପ୍ରବନ୍ଧ ବା ଗଳ୍ପର ନୀରବ ପଠନ ସମଯରେ ଶିକ୍ଷାର୍ଥୀ
ଧାରାବାହିକ ଭାବରେ ପ୍ରବନ୍ଧର ୟୁକ୍ତି ବା ଗଳ୍ପର ଅଗ୍ରଗତି ଅନୁସରଣ କରି
ଚାଲେ । ତତ୍୍ ସଙ୍ଗେ ସଙ୍ଗେ ଲେଖକର ଉଦ୍ଦେଶ୍ଯ , ପାଠ୍ଯାଂଶର ଅନ୍ତର୍ନିହିତ
ଭାବ ମଧ୍ଧ ସେ ବୁଝିପାରେ । ପଠନ ସମଯରେ ୟଦି ଶିକ୍ଷାର୍ଥୀର ଚିନ୍ତାଧାରା
ସ୍ପଷ୍ଟ ନ ହେଲା ବା ୟୁକ୍ତିର ଧାରା ଧରିବାକୁ ସେ ଅକ୍ଷମ ହେଲା ବା ନାନା
ପ୍ରକାର ଚିନ୍ତାଧାରାର ଘାତ ପ୍ରତିଘାତ ମଧ୍ଧରେ ମନରେ ବିଶୃଙ୍ଖଳା ଭାବ
ସୃଷ୍ଟି ହେଲା , ତା ହେଲେ ନୀରବ ପଠନର ଉଦ୍ଦେଶ୍ଯ ବିଫଳ ହେଲା ।

ନୀରବ ପଠନର ଉଦ୍ଦେଶ୍ଯ ସଫଳ ହେଲା କି ନାହିଁ ଜାଣିବା ପାଇଁ
ପଠିତ ବିଷଯବସ୍ତୁ ସମ୍ବନ୍ଧରେ କେତେଗୁଡିଏ ବୋଧଜ୍ଞାନ ପରୀକ୍ଷା ପ୍ରଶ୍ନ
ପଚରା ଗଲେ ଭଲ ଫଳ ମିଳେ । ଏହା ଦ୍ବାରା ଗୋଟିଏ ପଠିତାଂଶର ଅର୍ଥ
ପିଲା ଠିକ୍୍ ଭାବେ ବୁଝିଛି କି ନାହିଁ ସହଜରେ ଜଣା ପଡିୟାଏ । ପ୍ରଶ୍ନଗୁଡିକ
ଟିକିଏ ୟତ୍ନର ସହିତ ପ୍ରସ୍ତୁତ କଲେ କୌଣସି ୟୁକ୍ତି ବା ବର୍ଣ୍ଣନାର ବିକାଶ
ଧାରା ପିଲା ଅନୁସରଣ କରି ପାରିଛି କି ନାହିଁ , ତାହା ମଧ୍ଧ ସହଜରେ
ଜଣାୟାଏ । ଏହି ପ୍ରଶ୍ନଗୁଡିକ ପ୍ରଥମେ ପ୍ରଥମେ ଖୁବ୍୍ ସରଳ ପ୍ରଶ୍ନ ପଚରା ୟାଇ
ପାରେ । ବୋଧଜ୍ଞାନ ପରୀକ୍ଷା ପ୍ରଶ୍ନଗୁଡିକୁ ଦୁଇଟି ସୋପାନରେ ବିଭକ୍ତ
କରାୟାଇ ପାରେ । //
ଏ ଦୁଇଟି
କୁ-ଅଭ୍ଯାସ ପରିତ୍ଯାଗ କରି ପିଲାମାନେ ଉତ୍ତମ ହସ୍ତାକ୍ଷର ଲେଖିବାକୁ
ୟେପରି ଦୀର୍ଘ ଦିନ ଅଭ୍ଯାସ କରନ୍ତି , ସେଥିପ୍ରତି ଦୃଷ୍ଟି ଦେବା ଶିକ୍ଷକଙ୍କର
ପ୍ରଧାନ କର୍ତ୍ତବ୍ଯ ।

ହସ୍ତାକ୍ଷର ବିଜ୍ଞାନୀମାନେ ( calligraphists ) କହନ୍ତି ୟେ ହସ୍ତାକ୍ଷରରେ
ବ୍ଯକ୍ତିର ଚରିତ୍ର ଅଧ୍ଧଯନ କରିବାକୁ ୟଥେଷ୍ଟ ଉପାଦାନ ରହିଛି ।
ଜଣଙ୍କର ହାତ ଅକ୍ଷର ଦେଖି ତହିଁରୁ ତାର ଚରିତ୍ର ବିଷଯରେ ନିର୍ଭୁଲ
ମନ୍ତବ୍ଯ ପ୍ରକାଶ କରିବା ବିଶେଷ କଷ୍ଟକର ନୁହେଁ । ଏଥିରୁ ପ୍ରତିପନ୍ନ ହୁଏ
ୟେ ବ୍ଯକ୍ତିର ଚରିତ୍ର ଅନୁୟାଯୀ ହସ୍ତାକ୍ଷର ପୂର୍ବ ନିର୍ଦ୍ଦିଷ୍ଟ । ଚେଷ୍ଟା କଲେ
ବି ତାର ହସ୍ତାକ୍ଷରର ପରିବର୍ତ୍ତନ ସମ୍ଭବ ନୁହେଁ । ୟଦି ହସ୍ତାକ୍ଷର ବିଜ୍ଞାନୀଙ୍କର
ଏହି ମତ ସତ୍ଯ ହୁଏ , ତଥାପି ଏଥିରେ ନିରୂତ୍ସାହିତ ହୋଇ ହସ୍ତାକ୍ଷର
ଢାଞ୍ଚା ପୂର୍ବ ନିର୍ଦ୍ଦିଷ୍ଟ ହୋଇଥିଲେ ମଧ୍ଧ ଅଭ୍ଯାସ ଦ୍ବାରା ତାହାକୁ ମାର୍ଜିତ
ପରିସ୍କୃତ , ସ୍ପଷ୍ଟ ଓ ପଠନୀଯ ୟେ ନିଶ୍ଚଯ କରି ହେବ , ଏଥିରେ ସନ୍ଦେହର
ଅବକାଶ ନାହିଁ । ୟେ କୌଣସି ଦୃଷ୍ଟିରୁ ଦେଖିଲେ ଦୀର୍ଘ ଦିନ ଧରି ହସ୍ତାକ୍ଷର
ଲେଖା ଅଭ୍ଯାସ ଚାଲୁରଖିବା ସପକ୍ଷରେ ୟୁକ୍ତି ବଳବତ୍ତର ହେବ ।
ଭଲ ହସ୍ତାକ୍ଷର ଶିକ୍ଷା ଦେବାକୁ ହେଲେ ଶିକ୍ଷକଙ୍କର ହସ୍ତାକ୍ଷର
ଭଲ ହେବା ଦରକାର । ଉତ୍ତମ ଆଦର୍ଶ ନ ପାଇଲେ ପିଲାମାନେ ଉତ୍ତମ
ହସ୍ତାକ୍ଷର ଲେଖିବେ କେମିତି ? ହସ୍ତାକ୍ଷର ଖାତାରେ ପ୍ରତ୍ଯେକ ପୃଷ୍ଠାର ପ୍ରଥମ
ଧାଡିରେ ଶିକ୍ଷକ ନାଲି କାଳିରେ ଗୋଲ କରି ହସ୍ତାକ୍ଷର ଲେଖି
ଦେବେ । ସେହି ଆଦର୍ଶର ଅନୁକରଣ କରି ପିଲାମାନେ ତଳକୁ ତଳକୁ
ଲେଖି ଶିକ୍ଷକଙ୍କୁ ଦେଖାଇବେ । ଶିକ୍ଷକ ହସ୍ତାକ୍ଷର ଦେଖି ୟେଉଁ ଅକ୍ଷରଗୁଡିକ
ଗୋଲ ହୋଇ ନ ଥିବ ବା ଆନୁମାନିକ ହୋଇ ନ ଥିବ ସେଗୁଡିକ
ସଂଶୋଧନ କରି ଦେବେ । ସଂଶୋଧନ ପ୍ରକ୍ରିଯା ସହିତ ପିଲାଙ୍କର ହସ୍ତାକ୍ଷର
ଲିଖନ ଅଭ୍ଯାସ ଘନିଷ୍ଠ ଭାବରେ ସଂପୃକ୍ତ । ସଂଶୋଧନ କାର୍ୟ୍ଯ ୟେତିକି
ନିଯମିତ ହେବ , ପିଲାଙ୍କ ମନରେ ସେତିକି ଆଗ୍ରହ ଓ ଉତ୍ସାହ ଆସିବ ।
ସଂଶୋଧନ କାର୍ୟ୍ଯ ବନ୍ଦ ହୋଇଗଲେ ପିଲାଙ୍କର ହସ୍ତାକ୍ଷର ଲେଖା ପ୍ରତି
ଆଗ୍ରହ କମିୟିବା ସ୍ବାଭାବିକ । ଆଦୌ ସଂଶୋଧନ ନ କରି ଶିକ୍ଷକ ମୁହଁରେ
ୟେତେ କହିଲେ ମଧ୍ଧ ପିଲାମାନଙ୍କ ମନରେ ଆଗ୍ରହ ଓ ଉତ୍ସାହ ସୃଷ୍ଟି କରିବା
ସମ୍ଭବ ନୁହେଁ । ତେଣୁ ଶିକ୍ଷକ ପ୍ରତିଦିନ ସ୍କୁଲ କାର୍ୟ୍ଯ ଆରମ୍ଭରେ ପିଲାମାନଙ୍କ
ହସ୍ତାକ୍ଷର ସଂଶୋଧନ କରିସାରି ଅନ୍ଯ କାର୍ୟ୍ଯ ପ୍ରତି ମନ ଦେବେ ।
ଓଡିଆ ଅକ୍ଷରଗୁଡିକର ଆକୃତି ବଡ ବିଚିତ୍ର ଧରଣର । ଇଂରାଜୀ
ଅକ୍ଷର ଭଳି ଏ ଗୁଡିକର ଗଠନ ପ୍ରଣାଳୀ ସରଳ ନୁହେଁ ବା ହିନ୍ଦୀ ଅକ୍ଷର
ଭଳି ଉପରିଭାଗ ସିଧା ନୁହେଁ । ଏ ଗୁଡିକ ବର୍ତ୍ତୁଳାକାର ଓ ଅନୁପାତ ଦୃଷ୍ଟିରୁ
ନିମ୍ନାଂଶ 1/3 ଅଂଶ ଓ ଉର୍ଦ୍ଧାଂଶ 2/3 । ଏହି ଅନୁପାତ ଓ ବର୍ତ୍ତୁଳାକୃତିକୁ
ଠିକ୍୍ ରଖି ଓଡିଆ ହସ୍ତାକ୍ଷର ଲେଖିବାକୁ ଉପର ଭାଗ 2/3 ଅଂଶ ଓ
ତଳଭାଗ 1/3 ଅଂଶ ବିଶିଷ୍ଟ ତିନିଗୋଟି ଗାର ମଧ୍ଧରେ ଲେଖାୟାଏ ।
ପ୍ରଥମାବସ୍ଥାରେ ପିଲାମାନଙ୍କ ହସ୍ତାକ୍ଷର ବଡ ବଡ ହେବା ଦରକାର ।
ତାହା ଦ୍ବାରା ଅକ୍ଷରଗୁଡିକ ଗୋଲ ହେବା ସଙ୍ଗେ ସଙ୍ଗେ ପ୍ରତ୍ଯେକ ଅକ୍ଷରର
ଆକୃତି , ଗଠନ ଓ ଅନୁପାତ ସମ୍ବନ୍ଧରେ ଧାରଣା କରିବା ସହଜ ହେବ ।
ଅନେକ ଦିନ ଅଭ୍ଯାସ ପରେ ଅକ୍ଷରଗୁଡିକର ଅନୁପାତ ଜ୍ଞାନ ବଦ୍ଧମୂଳ
ହୋଇଗଲେ ପିଲାମାନଙ୍କୁ ଦୁଇଗାର ମଧ୍ଧରେ ଛୋଟ ଛୋଟ ଆକାରରେ
ହସ୍ତାକ୍ଷର ଲେଖିବାକୁ ଦିଆୟାଇ ପାରେ ।

ଶ୍ରେଣୀରେ ସୁନ୍ଦର ହସ୍ତାକ୍ଷର ଲେଖିବାରେ ପ୍ରତିୟୋଗୀ ମନୋଭାଗ
ସୃଷ୍ଟି କରି ପାରିଲେ ପିଲାମାନେ ନିଜ ନିଜର ହସ୍ତାକ୍ଷର ସୁନ୍ଦର କରିବା
ଉଦ୍ଯମ ଅବ୍ଯାହତ ରଖିବେ । ସୁନ୍ଦର ହସ୍ତାକ୍ଷର ଲେଖା ପାଇଁ ପୁରସ୍କାର
ବ୍ଯବସ୍ଥା ମଧ୍ଧ କରାୟିବା ଦରକାର ।
ପ୍ରତିଲିପି ଓ ନକଲ :- ବର୍ଣ୍ଣ ପରିଚଯ ପରେ ପରେ ଲିଖନ
ପଠନ କାମ ଦ୍ରୁତଗତିରେ ଚାଲିବା ଉଚିତ । ଭାଷା ଶିକ୍ଷା ମୁଖ୍ଯତଃ ଏକ
କୌଶଳ କ୍ରମାଗତ ଅଭ୍ଯାସ ଦ୍ବାରା ଲିଖନର ଉନ୍ନତି
ସାଧିତ ହୁଏ । //
କୌଣସି
ପକ୍ଷୀ ବା ପଶୁର ଜୀବନ ବିଷଯରେ ତାର ଆଗ୍ରହ ନ ଜନ୍ମିଲେ ତା
ବିଷଯରେ ସେ ଚିନ୍ତା କରିବ କାହିଁକି ? ରଚନା ବା ଲେଖିବ କିପରି ?
ଶିକ୍ଷକ ଛାତ୍ରମାନଙ୍କୁ ୟେଉଁ ବିଷଯରେ ରଚନା ଲେଖିବାକୁ କହିବେ ,
ସେଥିରେ ପିଲାଙ୍କର ଆଗ୍ରହ ଅଛି ପ୍ରଥମେ ଦେଖିବେ । ସବୁ
ପିଲାଙ୍କର ଗୋଟିଏ ବିଷଯରେ ଆଗ୍ରହ ଜନ୍ମିବା ସମ୍ଭବ ନୁହେଁ । ପିଲାର
ବଯସ ରୁଚି , ମନୋଭାବ ଓ ବ୍ଯକ୍ତିତ୍ବ ଉପରେ ତାର ଆଗ୍ରହ ନିର୍ଭର
କରେ । ଝିଅମାନଙ୍କ ଆଗ୍ରହ ପୁଅମାନଙ୍କ ଆଗ୍ରହଠାରୁ ଭିନ୍ନ , ସହର
ପିଲାଙ୍କର ଆଗ୍ରହ ମଫସଲ ପିଲାଙ୍କ ଆଗ୍ରହଠାରୁ ଭିନ୍ନ । ପ୍ରତ୍ଯେକ ପୃଷ୍ଠଭୂମି
ଓ ବ୍ଯକ୍ତିଗତ ସ୍ବାତନ୍ତ୍ର୍ଯ ଉପରେ ତାର ଆଗ୍ରହ ନିର୍ଭର କରେ ।
ୟଦି ଗୋଟିଏ ଶ୍ରେଣୀର ପ୍ରତ୍ଯେକ ପିଲାର ଆଗ୍ରହ ଅନ୍ଯଠାରୁ ଭିନ୍ନ ହୁଏ ,
ତା ହେଲେ ଶିକ୍ଷକଙ୍କ ରଚନା ଲେଖାଇବା ସମସ୍ଯା ବଢିୟିବ । କାରଣ
କୌଣସି ଗୋଟିଏ ଶ୍ରେଣୀରେ ପ୍ରତ୍ଯେକ ପିଲାର ଆଗ୍ରହ ଅନ୍ଯଠାରୁ ଭିନ୍ନ ହୁଏ ,
କୌଣସି ଗୋଟିଏ ବିଷଯରେ ପିଲାମାନେ ରଚନା ଲେଖିବା ସମ୍ଭବ ହେବ
ନାହିଁ । ଏହିଠାରେ ଗୋଟିଏ ପ୍ରଶ୍ନ ବିଚାର୍ୟ୍ଯ , ଶ୍ରେଣୀର ସବୁ ପିଲା ଗୋଟିଏ
ବିଷଯରେ ରଚନା ନ ଲେଖିଲେ କ୍ଷତି କଣ ? ଶିକ୍ଷକ ବରଂ ଐକ୍ଯ ନୀତି
ଲଂଘନ କରନ୍ତୁ କିନ୍ତୁ ୟାହାର ୟେଉଁ ବିଷଯରେ ଆଗ୍ରହ ଅଛି , ସେ ସେହି
ବିଷଯରେ ରଚନା ଲେଖୁ । ରଚନା ଲେଖାର ଗୁଣାତ୍ମକ ବିକାଶ ଦୃଷ୍ଟିରୁ
ଏହାହିଁ କରଣୀଯ ।

ଅନୁଭୂତି ସହିତ ଆଗ୍ରହର ନିବିଡ ସମ୍ପର୍କ ରହିଛି । ପିଲାମାନେ
ୟେଉଁ ଜିନିଷ ଦେଖିବେ , ୟେଉଁ ବିଷଯରେ ଶୁଣିବେ , ସେ ବିଷଯରେ ଆଗ୍ରହ
ପ୍ରକାଶ କରିବେ । ଗୋଟିଏ ବିଷଯରେ ଆଗ୍ରହ ଜନ୍ମିଲେ , ସେ ବିଷଯରେ
ଅଧିକରୁ ଅଧିକ ଜାଣିବାକୁ ସେମାନେ ଚେଷ୍ଟା କରିବେ । ୟେଉଁ ସବୁ
ଅନୁଭୂତି ପିଲାମାନଙ୍କ ଜୀବନଧାରା ସହିତ ଜଡିତ , ୟାହା ଆନନ୍ଦଦାଯକ ,
ରସପୂର୍ଣ୍ଣ , ୟାହା ତାର ଦୈନଦିନ ଜୀବନକୁ ଆଲୋଡିତ କରେ , ସେ
ବିଷଯରେ ସେ ରଚନା ଲେଖିବାକୁ ଆଗ୍ରହ ପ୍ରକାଶ କରିବ । ୟେଉଁ ବିଷଯ
ସହିତ ପିଲାମାନେ ପରିଚିତ ନୁହନ୍ତି , ୟେଉଁ ବିଷଯରେ ତାଙ୍କର ପ୍ରତ୍ଯକ୍ଷ
ଅନୁଭୂତି ନାହିଁ , ୟାହା ତାଙ୍କ ଜୀବନର ପରିସର ମଧ୍ଧକୁ କେବେ ଆସିନାହିଁ
ସେ ବିଷଯରେ ରଚନା ଲେଖିବା ସମ୍ଭବ ହେବ କିପରି ? ପିଲାମାନଙ୍କର
ଦୈନଦିନ ଜୀବନ ମଧ୍ଧରେ ରଚନା ଲେଖିବା ପାଇଁ ଅସଂଖ୍ଯ ଉପାଦାନ
ଭରି ରହିଛି । ଏପରିକି ଆଜିର ସୂର୍ୟ୍ଯୋଦଯ ଠାରୁ କାଲିର ସୂର୍ୟ୍ଯୋଦଯ
ପର୍ୟ୍ଯନ୍ତ ଗୋଟିଏ ଦିନର ଅଭିଜ୍ଞତା ମଧ୍ଧରେ ରଚନା ଲେଖିବା ପାଇଁ ୟେଉଁ
ଉପାଦାନ ରହିଛି ତାକୁ କେବଳ ସଜାଇ ଲେଖିପାରିଲେ ସୁନ୍ଦର ରଚନା
ହୋଇ ପାରିବ । କାକର ଭିଜା ଦୁବଘାସ ଉପରେ ସକାଳ ସୂର୍ୟ୍ଯର ସୁନେଲି
କିରଣ , ଗାଆଁ ତୋଟା ମାଳରେ ସାଙ୍ଗସାଥିଙ୍କ ମେଳରେ ଦି ପହରର ଖେଳ ,
ଗୋଧୂଳିର ବର୍ଣ୍ଣବିଭବ ମଧ୍ଧରେ ନୀଡ ଫେରନ୍ତା ପକ୍ଷୀର କୂଜନ , ଗୋଠବାହୁଡା
ଗୋ-ଧନର ଦୃଶ୍ଯ , ଛପି ଛପିକା ଜହ୍ନ ଆଲୁଅରେ ଗାଁ ଝିଅଙ୍କର
ଖେଳ - କେଉଁଥିରେ ରଚନା ପାଇଁ ଉପାଦାନ ନାହିଁ ? ଗ୍ରୀଷ୍ମ , ବର୍ଷା ,
ଶରତ ହେମନ୍ତ , ଶୀତ , ବସନ୍ତ ସବୁ ଋତୁର ବିଚିତ୍ର ବିଳାସରେ , ଫୁଲର
ରଙ୍ଗରେ , ପ୍ରଜାପତିର ଡେଣାରେ , ବର୍ଷାର ଧାରାରେ , ଶିଶିର ବିନ୍ଦୁର
ଉଜ୍ବଳତାରେ ବୃକ୍ଷର ସବୁଜିମାରେ , ଚନ୍ଦ୍ରର ଶୀତଳତାରେ ସୂର୍ୟ୍ଯର
ପ୍ରଖରତାରେ , ଆକାଶର ନୀଳିମାରେ ପିଲାମାନଙ୍କ ପାଇଁ ଅସରନ୍ତି ଆନନ୍ଦର
ଉତ୍ସ ଭରି ରହିଛି । ସେମାନଙ୍କ ଜୀବନ ଅସଂଖ୍ଯ ବିଚିତ୍ର ଅନୁଭୂତିରେ
ପରିପୂର୍ଣ୍ଣ । ଏହି ଅନୁଭୂତିଗୁଡିକୁ କିପରି ସଜାଇ ଭାଷାର ପ୍ରକାଶ କରିବାକୁ
ହେବ , ସେତିକି ସେମାନେ ଜାଣିଲେ ଚମତ୍କାର ରଚନା ଲେଖି ପାରିବେ ।
ଶିକ୍ଷକଙ୍କ ଦାଯିତ୍ବ ହେଉଛି ପିଲାମାନଙ୍କୁ ନିଜ ନିଜର ଅନୁଭୂତିକୁ ଭାଷାରେ
ପ୍ରକାଶ କରିବା କୌଶଳ ଶିକ୍ଷା ଦେବା । ଛାତ୍ର-ଛାତ୍ରୀମାନେ ନିଜର ଅଭିଜ୍ଞତା
ଓ ଅନୁଭୂତିକୁ ଭାଷାରେ ପ୍ରକାଶ କରି ପାରିଲେ ଅନ୍ତତଃ ସପ୍ତମ ଅଷ୍ଟମ ଶ୍ରେଣୀ
ପର୍ୟ୍ଯନ୍ତ ରଚନା ଲେଖା ଆଉ ସମସ୍ଯା ହୋଇ ରହିବ ନାହିଁ । ପିଲାମାନେ
ୟେପରି କୌଣସି ରଚନା ବହିରୁ ମୁଖସ୍ଥ କରି ଖାତାରେ ଲେଖି ନ ଆଣନ୍ତି ,
ଶିକ୍ଷକ ସେଥିପ୍ରତି ଦୃଷ୍ଟି ଦେବେ । କୌଣସି ଲେଖା ନକଲ କରି ଦେଲେ କି
ମୁଖସ୍ଥ କରି ଲେଖିଦେଲେ ତାହା ରଚନା ହୁଏ ନାହିଁ । ସେଥିରେ ପିଲାର
ନିଜସ୍ବ କିଛି ନ ଥାଏ । ବରଂ ତାହା ନିଜର ୟେଉଁ ସୃଜନଶୀଳତା ଥାଏ
ତାହା ମରିୟାଏ । ସେ ନିଜେ ନ ରଚିଲେ ରଚନା ହୁଏ ନାହିଁ । ରଚନା
ପାଇଁ ତାର ନିଜର ଅନୁଭୂତି , ନିଜର ଚିନ୍ତା ଓ ନିଜର ଭାଷା ଦରକାର ।
ଅନୁଭୂତି ସହ ଚିନ୍ତା , ଚିନ୍ତା ସହ ଭାଷା ସହ ଶୈଳୀ ବା ପ୍ରକାଶ ଭଙ୍ଗୀ
ନିବିଡ ଭାବରେ ସଂପୃକ୍ତ । ସବୁର ମୂଳରେ ଅନୁଭୂତି । ଅନୁଭୂତିକୁ
ଅବହେଳା କରି ଚିନ୍ତାର ବିକାଶ ଘଟାଇବା ଅସମ୍ଭବ । ନିଜର ଚିନ୍ତା ନ
ଥିଲେ ପିଲାମାନେ ରଚନା ଲେଖିବେ କିପରି ?
+>*
0 
